STORYMIRROR

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ପକ୍ଷୀ ଏବଂ ମାଙ୍କଡ କଥା

ପକ୍ଷୀ ଏବଂ ମାଙ୍କଡ କଥା

2 mins
15.3K


ଗୋଟିଏ ସ୍ଥାନରେ ଏକ ମାଙ୍କଡ ଦଳ ବାସ କରୁଥିଲେ । ଥରେ ଶୀତ ଦିନେ ହଠାତ୍ ବର୍ଷା ସାଂଗକୁ ପ୍ରବଳ ବେଗରେ ପବନ ବହିବାକୁ ଲାଗିଲା । ବର୍ଷା ହେତୁ ମାଙ୍କଡ ମାନେ ଓଦା ହୋଇଯିବା ସଂଗେ ସଂଗେ ପ୍ରବଳ ଥଣ୍ଡା ହେତୁ ଶୀତରେ ଥରୁଥାନ୍ତି । ଏହି ସମୟରେ କେତେକ ମାଙ୍କଡ ଗୋଟିଏ ବୃକ୍ଷରେ ଏକ ପ୍ରକାରର ଲାଲ୍ ଫଳ ଦେଖିବାକୁ ପାଇଲେ । ସଂଗେ ସଂଗେ ମାଙ୍କଡ ଦଳ ଏହି ବୃକ୍ଷଟିକୁ ହଲାଇବାରେ ଲାଗିପଡିଲେ । ଏହି ଲାଲ୍ ରଂଗର ଫଳଟିକୁ ସେମାନେ ଅଗ୍ନି ବୋଲି ଭାବୁଥାଆନ୍ତି ଏବଂ ଏହା ଯେ ସେମାନଙ୍କୁ ଶୀତ ଦାଉରୁ ରକ୍ଷା କରି ପାରିବ, ଏହିପରି ଏକ ଭ୍ରାନ୍ତ ଧାରଣା ସେମାନଙ୍କ ମନରେ ଥାଏ ।

ମାଙ୍କଡ ମାନେ ବସବାସ କରୁଥିବା ସ୍ଥାନରେ ‘ସୂଚୀମୁଖ’ ନାମକ ଏକ ପକ୍ଷୀ ବାସ କରୁଥାଏ । ସେ ମାଙ୍କଡ ମାନଙ୍କ ନିର୍ବୋଧତା ଦେଖି ମନେ ମନେ ହସୁଥାଏ । ଶେଷରେ ସେ ମାଙ୍କଡ ମାନଙ୍କୁ କହିଲା, ‘ଭାଇ ମାନେ! ତୁମ୍ଭେମାନେ ହେଉଛ ପ୍ରକୃତରେ ବୋକା । ଯେଉଁ ଜିନିଷଟିକୁ ତୁମ୍ଭେମାନେ ଅଗ୍ନି ବୋଲି ଭାବିଛ ଓ ତୁମ୍ଭମାନଙ୍କୁ ସେହି ଜିନିଷଟି ଶୀତ ଦାଉରୁ ରକ୍ଷା କରିବ ବୋଲି ଭାବିଛ ପ୍ରକୃତରେ ତାହା ଅଗ୍ନି ନୁହେଁ କି ତାହା ତୁମ୍ଭମାନଙ୍କୁ ଶୀତ କୋପରୁ ରକ୍ଷା କରିବ ନାହିଁ । ତାହା ହେଉଛି ଏକ ପ୍ରକାର ଫଳ । ଭାଇମାନେ ବୃଥାରେ ସମୟ ନଷ୍ଟ କରୁଛ । ଅଯଥାରେ ସମୟ ନଷ୍ଟ ନକରି ଅନ୍ୟ ଏକ ସ୍ଥାନ ଦେଖ । ଯେଉଁ ସ୍ଥାନରେ କି ତୁମ୍ଭେମାନେ ନିରାପଦରେ ରହିପାରିବ । ତୁମ୍ଭମାନଙ୍କୁ ବର୍ଷା ଜଳ ଓଦା କରିପାରିବ ନାହିଁ କି ପ୍ରବଳ ଶୀତରେ ଥରିବାକୁ ପଡିବ ନାହିଁ ।’

ସୂଚୀମୁଖର କଥାଶୁଣି ମାଙ୍କଡମାନେ ପ୍ରବଳ ଭାବରେ ଉତ୍ୟକ୍ତ ହୋଇ ପଡିଲେ, ଏବଂ ସୂଚୀମୁଖକୁ କହିଲେ, ‘ସାମନ୍ୟ ପକ୍ଷୀଟିଏ ହୋଇ ଆମ୍ଭମାନଙ୍କୁ ଉପଦେଶ ଦେଉଛୁ ।’ ଏହା କହି ଜଣେ ମାଙ୍କଡ ସୂଚୀମୁଖର ଡେଣାକୁ ଭାଙ୍ଗିଦେଇ, ତାକୁ ଏକ ପଥରରେ ଛେଚି ମାରିଦେଲା । ତେଣୁ ଶାସ୍ତ୍ରରେ କୁହାଯାଇଛି ଜ୍ଞାନୀ ବା ବିଜ୍ଞ ବ୍ୟକ୍ତି ଧୂର୍ତ ବା ଶଠ ବ୍ୟକ୍ତିଙ୍କୁ (ଯିଏକି ବାରମ୍ବାର ପ୍ରତିଟିକାର୍ଯ୍ୟରେ ଅସଫଳ ହୋଇ ଉତ୍ୟକ୍ତ ଅବସ୍ଥାରେ ଥାଆନ୍ତି) ଉପଦେଶ ଦେବା ଉଚିତ୍ ନୁହେଁ । ମାଙ୍କଡମାନେ ବିଚରା ନିରୀହ ପକ୍ଷୀଟିର ଯେପରି ଦଶା କଲେ ଜ୍ଞାନୀ ବ୍ୟକ୍ତିଟିକୁ ସେହି ଦଶା ଭୋଗିବାକୁ ପଡିଥାଏ । ଅନ୍ୟ ଅର୍ଥରେ କହିବାକୁ ଗଲେ କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷକୁ ଉପଦେଶ ଦେବା ଉଚିତ୍ ନୁହେଁ । କାରଣ ଏକ ଦୁଷ୍ଟ ମାଙ୍କଡ ଯେପରି ସେହି କାରଣରୁ ଏକ ନିରୀହ ଘରଚଟିଆର ବସା ଭାଙ୍ଗିଦେଇଥିଲା । ଏହି କାହାଣୀ ଶୁଣି ଦମନକ ପଚାରିଲେ, ‘କେଉଁ କାରଣରୁ ମାଙ୍କଡ ତାହା କଲା? କାରାତକ କାହାଣୀଟି କହିବାକୁ ଆରମ୍ଭ କଲେ ।


Rate this content
Log in

Similar oriya story from Children