STORYMIRROR

Akshayakumar Dash

Inspirational Others

5.0  

Akshayakumar Dash

Inspirational Others

ପକ୍ଷୀ ଚରିଗଲେ ଧାନ

ପକ୍ଷୀ ଚରିଗଲେ ଧାନ

3 mins
63

ବନମାଳୀ ମଉସାଙ୍କ ଘରଆଡ଼େ ବୁଲିଯାଇଥିଲି।ସେଦିନ ଥାଏ ଅଗଷ୍ଟ ପନ୍ଦର ଆମର ସ୍ୱାଧୀନତା ଦିବସ।ମଉସା ଜଣେ ସ୍ୱାଧୀନତା ସଂଗ୍ରାମୀ।ଶୁଣିଛି ମଉସା ତାଙ୍କ ସଂଗ୍ରାମୀ ସମୟରେ ତିନି ଥର ଜେଲ ଯାଇଥିଲେ। ଜେଲରେ ସମୁଦାୟ ଅଢେଇ ବର୍ଷ ରହିଥିଲେ।ଏବେ ବି ତାଙ୍କୁ ନବେ ବର୍ଷ।ଏ ବୟସରେ ମଉସା ନିଜେ ରୋଷେଇ କରି ଖାନ୍ତି।ମାଉସୀ କୋଡିଏ ବର୍ଷ ହେବ ଆରପାରିକୁ ଗଲେଣି।ଗୋଟିଏ ପୁଅ, ସେ ବିଦେଶୀ କମ୍ପାନୀରେ ଇଞ୍ଜିନିୟର।ଆମେରିକାରେ ରହୁଛି। ନାତି ବି ଜଣେ ଡାକ୍ତର । ସେ ବି ବିଦେଶରେ। ନାତୁଣୀ ବି ଡ଼ାକ୍ତରଆଣୀ,ସେ ଆମେରିକା ର । ତାର ସ୍ୱାମୀ ଭାରତୀୟ ନୌସେନାର ମେଜର।ମଉସା ଆମେରିକା ତିନି ଥର ଗଲେଣି।ପୁଅ ସେଠାରେ ରହିବାକୁ ବାଧ୍ୟ କରେ।ହେଲେ ମଉସାଙ୍କୁ ନିଜ ଗ୍ରାମ ଦେଶ ମାଟି ପାଣିର ମୋହ ଅଧିକ। କିଛି ଦିନ ରହି ପଳେଇ ଆସନ୍ତି।ନାତି ପ୍ରତିଦିନି ମଉସାଙ୍କ ପାଖକୁ ଫୋନକରି ଭଲମନ୍ଦ ଦେହପା ଖବର ବୁଝେ।ନାତୁଣୀ ମଧ୍ୟ।ସେଦିନ ସନ୍ଧ୍ୟା ବେଳେ ନାତି ସହିତ ମଉସା କଥା ହେଉଥିଲେ।ମଉସାଙ୍କୁ ପଚାରିଲା ନାତି ଆଜି କଣ ରାନ୍ଧିଥିଲ ଜେଜେ।

ମଉସା କହିଲେ, ମାଛ ଭଜା ଓ ଡାଲି।ବାଇଗଣ ଭର୍ତ୍ତ। ।ଆଉ ଉସୁନା ଖଚୁଡ଼ି।ନାତି କହିଲା, ଜେଲରେ ରହିଲାବେଳୁ ଖେଚୁଡ଼ି ପ୍ରତି ତୁମର ଶ୍ରଦ୍ଧା। ମଉସା କହିଲେ ଡାକ୍ତର ହେଲେ ଚଳିବନି, ଖାଦ୍ୟର ମାନ ଜାଣିବା ଦରକାର। ଆରେ ଖେଚୁଡ଼ିରେ ମଲ୍ଟି ଭିଟାମିନି ଅଛି।ତୁ କଣ ଖାଇଛୁ, ନାତି କହିଲା, ଚିକେନ୍ କରି, ରାଇସ, ରୋଟି, ସଲାଟ ଓ ଦହି।ମଉସା କହିଲେ, ଧନ୍ୟବାଦ,।ପରେ କଥାହେବା ଜଣେ ବଂଧୁ ଆସିଲେଣି।ଆଜି ପରା ସ୍ୱାଧୀନତା ଦିବସ।କୁଆଡେ ସଭା ସମିତିକୁ ଯାଇଥିଲା ନା ନାହିଁ। ଯାଇଥିଲି ଏହି ବ୍ଲକ ର ପ୍ୟାରେଡ଼କୁ ମତେ ନିମତ୍ରଣ କରିଥିଲେ। କଣ କହିଲ?ପକ୍ଷୀ ଚରିଗଲେ ଧାନ। ମାନେ , ନାତି ପଚାରିଲା। ମାନେ ବୁଝିପାରୁନାହୁଁ, ଦେଶ ସ୍ଵାଧୀନ ହେବାର ଚୌସ୍ତରୀ ବର୍ଷ ହେଲା।ଦେଶ ର ବାଡ ଫସଲ ଖାଉଛି। କେମିତି ନାତି ପଚାରିଲା ।ଆରେ ଦେଶ କୁହ କି ରାଜ୍ୟ କୁହ ସରକାରୀ କଳ କୁହ ନେତା କୁହ କି ସରକାର କୁହ ସମସ୍ତେ ମାରି ନେବାକୁ ଦେଶର ସମ୍ପତି ବା ଲୋକଙ୍କ ସମ୍ପତ୍ତିକୁ ତତ୍ପର।ଲୋକ ମାନେ ସବୁ ଜାଣି ପ୍ରତିବାଦ କଲେ ତାଙ୍କୁ ସନ୍ତ୍ର।ସ ବାଦୀ ବା ବାମ ବାଦୀ କହି ନିର୍ଯାତନା ଦେଉଛନ୍ତି ଶାସକ ଦଳର ନେତା ମାନେ।ସରକାର ନିଜେ ଦୃନୀତି କରି ଫାଙ୍କିବାରେ ବ୍ୟସ୍ତ।ବିଭିର୍ଣ୍ଣ ଯୋଜନା ନାମରେ ଲୋକକୁ ଠକେଇ ରେ ପକୋଉଛନ୍ତି।ନାତି ପଚାରିଲା, କିପରି।

ଶୁଣ କାଳିଆ ଯୋଜନା ରେ କୃଷକ କୁ ଟଙ୍କା ଦେବାକୁ କହି ଟାଳଟୁଳା ,କରୋନା ରେ ମୁଖ ତୁଣ୍ଡି ପାଞ୍ଚ କୋଟି କିଣିବା, ଓ ସାନିଟାରୀ ଗୋଟାକୁ ଦୁଇଶହ ଟଙ୍କାରେ କିଣି ଦୁର୍ନୀତି।କୋଭିଡ ହସ୍ପିଟାଲ ଦୁର୍ନୀତି, ଏସବୁ ଛଡା ଲୋକ କଂ ଲୋଚନକୁ ଆସୁନଥିବା ଉପର ମହଲର ସରକାରୀ କର୍ମଚାରୀ ମାନଙ୍କ ଦୁର୍ନୀତି ଆହୁରି ଅନେକ।ସରକାରୀ କଯ୍ୟାଳୟ ରେ ଟଙ୍କା ଲାଞ୍ଚ ନଦେଲେ କୌଣସି କାର୍ଯ୍ୟ ହୁଏନାହିଁ।ପରିବେଶ ସୁରକ୍ଷା ଯୋଜନା ରେ ଗଛ ଲଗାଇବା କୁହ ବା ପାନୀୟ ଜଳ ଯୋଗାଣ କୁହ ସବୁ କ୍ଷେତ୍ରରେ ଦୁର୍ନୀତି ର ଚେର ଲମ୍ବିଗଲାଣି।ନାରୀ ସୁରକ୍ଷା କି ଶିଶୁ ସୁରକ୍ଷା ସ୍ୱାସ୍ଥ୍ୟ ରକ୍ଷା କେଉଁଥିରେ ସ୍ୱଚ୍ଛତା ନାହିଁ।ସବୁ ସ୍ଥାନରେ ଚିଲ ମାନଙ୍କର ଝାମ୍ପି ଖାଇବା ମନବୃତି।କୃଷିର ଉର୍ଣ୍ଣତି ଦେଶର ସମ୍ବଳ, କୃଷକ ର ପରିଶ୍ରମର ଉଚିତ ମୂଲ୍ୟ ପାଉନାହିଁ।ଚାଷ କାର୍ଯ୍ୟ କରୁଥିବା ଚାଷୀଭାଇକଂ ଭିତରେ ନିରାଶ ଭାବ ଆସିଲାଣି।ଯୁବକ ମାନଙ୍କ ପାଇଁ ଚାକିରୀ ନାହିଁ କି କର୍ମ ପନ୍ଥା ଦିସୁନାହିଁ। ଗାନ୍ଧି କଂ ଆଦର୍ଶ ରେ ରହିବା ନିଜକୁ କହି ମିଥ୍ୟା ପ୍ରତିଶୃତି। ବାକ ସ୍ୱାଧୀନତା ନାହିଁ। ଶିକ୍ଷା ବ୍ୟବସ୍ଥା ର ସୁଧାର ନାହିଁ।ଶିକ୍ଷା ଅନୁଷ୍ଠାନ ଘରୋଇକରଣ କୁ ଉସ୍ଛାହିତ କରିବା ମସୁଧାରେ।ଆମ ଦେଶ ସ୍ଵାଧୀନ ହେଲା କେବଳ କେତେକ ଧଳା ହାତୀକୁ ପୋଷିବାକୁ ପଡିଲା।ସାଧାରଣ ଜନତାଙ୍କ ପାଇଁ କିଛି ନାହିଁ। ଏମାନେ ବାଲି, ପାହାଡ଼, ମାଟି ନିଲାମ କଲେ ଇନ୍ତୁ ଅଭାବ ପିଛା ଧରି ଚାଲିଛି।ତେବେ ସ୍ୱାଧୀନତାର ମୂଲ୍ୟ କଣ ଜନସାଧରଙ୍କ ପାଇଁ?ନାତି ଶୁଣୁଥାଏ, କହିଲା ତୁମେ ନେତା ହୋଇଜା ଲୋକଙ୍କ ପାଇଁ କିଛି କରିବ ହେଲେ ତୁମକୁ କିଏ ଭୋଟ ଦେବ?ଟଙ୍କା ଦେଇପାରିଲେ ଯେଉଁଠି ଭୋଟ ମିଳେ ସେଠି ତୁମପରି କଷ୍ଟସହି ଦେଶମୁ ଦେଇଥିବା ସ୍ୱାଧୀନତାର ପୁରୋହିତ ମାନକର ସ୍ଥାନ କାହିଁ? ସବୁକଥା ସେଠାରେ ବସି ଶୁଣୁଥାଏ।ସନ୍ଧ୍ୟା ଆସନ୍ନ। ମଉସା ଆରାଧନା ପାଇଁ ପ୍ରସ୍ତୁତ ହେଲେ। ମୁଁ ବିଦାୟ ନେଇ ଫେରିଲି। ମନରେ ଅଶେଷ ଝଡ଼ ପ୍ରଶ୍ନବାଚୀ, ସତରେ କଣ ଆମେ ସ୍ୱାଧୀନ ଭାରତର ନାଗରିକ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational