ପିତୃ ମାତୃ ଭକ୍ତ
ପିତୃ ମାତୃ ଭକ୍ତ
କଥାରେ ଅଛି ପିତା ମାତା ଠାରୁ କେହି ବଡ଼ ନାହିଁ ଜଗତରେ । ପିତା ମାତା ଚଳନ୍ତି ଠାକୁର ଆମ ପାଇଁ
କିନ୍ତୁ ଏହି କଥାକୁ କେତେ ଲୋକ ମାନନ୍ତି କାହାଣୀଟି ଆରମ୍ଭ ହୁଏ ଗୋଟେ ଛୋଟ ବାଳକକୁ ନେଇ
ଅନେକ ଦିନ ତଳର କଥା, ହରିପୁର ଶାସନ ଗାଁର ମାଧବ
ପିଲାଟି ଭାରି ଚତୁର । ପିତା ମାତାଙ୍କର କନିଷ୍ଠ ସନ୍ତାନ ।
ତା ଉପରେ ଦୁଇ ଭାଇ,ହେଲେ ମାଧବ କାହାରି ସ୍ନେହ ପାଏ ନାହିଁ । କିନ୍ତୁ ତା ମନରେ ଦୁଃଖ ନାହିଁ। ପିଲାଟିର ସ୍ଵଭାବ ସଭିଙ୍କୁ ଭଲ ଲାଗେ । ବଡ଼ ଭାଇ ମାନେ ପାଠ ପଢି ଚାକିରୀ କଲେ, ସହର ଗଲେ ହେଲେ ମାଧବ ବେଳକୁ ବାପା ରୋଗୀଣା ହୋଇଗଲେ । ଆର୍ଥିକ ଅଭାବ ଯୋଗୁ ମାଧବ ପାଠ ପଢାରୁ ବଞ୍ଚିତ ହେଲା । ତଥାପି ତା ମନରେ ଦୁଃଖ ନାହିଁ ।
ପିଲା ଦିନୁ ପିତା ମାତାଙ୍କୁ ଠାକୁର ପରି ଭକ୍ତି କରେ ।
ବାପାଙ୍କୁ ସବୁ କାମରେ ସାହାଯ୍ୟ କରେ ମାଙ୍କୁ ଘର କାମରେ ସହଯୋଗ କରେ ।
ଦିନ ଏମିତି ଆସିଲା ବଡ଼ ଭାଇ ମାନେ ବିବାହ କଲେ,ମାଧବ କିନ୍ତୁ ମନା କଲା । ବାପାଙ୍କର ଭାରି ଇଚ୍ଛା ବଡ଼ ପୁଅ ମାନେ ସହରକୁ ନେବେ, କିଛି ଦିନ ସେଥି ରହିବେ ହେଲେ ପୁଅ ବୋହୁ ଏତେ ନିଷ୍ଠୁର ହେଲେ ପିତା ମାତାଙ୍କୁ ଘୃଣା କଲେ କହିଲେ, ବାପା ତୁମ ସେବା କରିବାକୁ ଆମ ପାଖରେ ସମୟ ନାହଁ ।
ତୁମ ପରି ଗାଉଁଲି ଲୋକ ଆମ ଘରେ ରହିଲେ ଆମ ସମ୍ମାନ ରହିବ ନାହିଁ । ତା ଛାଡା ଆମେ ସ୍ଥିର କରିଛୁ
ତୁମେ ଜରାଶ୍ରମରେ ରହିଲେ ବହୁତ ଭଲ ହେବ ଆମକୁ କିଛି ଚିନ୍ତା କରିବାକୁ ପଡିବ ନାହିଁ ।
ଏ କଥା ଭାରି କଷ୍ଟ ଦେଲା ପିତା ମାତାଙ୍କୁ । ମାଧବ ସବୁ ଲୁଚି ଲୁଚି ଶୁଣୁ ଥାଏ ଦୌଡ଼ି ଆସି କହିଲା ମୋ ବାପା ମା ମୋର ସୁଖ ଶାନ୍ତି, ମୋର ଜୀବନର ଦେବତା,ମୋ ଜୀବନର ସବୁ କିଛି ।
ଏ କଥା ଶୁଣି ପିତା ମାତା କାନ୍ଦି ପକାଇଲେ, କହିଲେ ମାଧବ ତୋ ପରି ପୁଅ ପାଇ ଧନ୍ୟ ହେଲୁ ଆମେ ।
ସେ ପିତା ମାତାଙ୍କ ସେବା ଏମିତି କଲା ସଭିଙ୍କୁ ଚକିତ କରିଲା । ଶେଷରେ ପିତା ମାତା ତାରି ପାଖରେ ଶେଷ ଜୀବନ କାଟିଲେ ।
ସେ କେବେ ମନ୍ଦିର ଯାଏନି ପିତା ମାତା ଭିତରେ ଦେଖେ ଦେବତାଙ୍କୁ । ଏ ପଟେ ବଡ଼ ଭାଇ ମାନେ ନିଜ କର୍ମଫଳକୁ ଭୋଗିଲେ ।
କାହାକୁ ରୋଗ ହେଲା ତ ପୁଣି କାହାର ପିଲା ଅଯୋଗ୍ୟ ହେଲା କିନ୍ତୁ ମାଧବ ପିତା ମାତାଙ୍କ ଆଶିଷରୁ ଜୀବନରେ ଶାନ୍ତିପାଇଲା । ଗାଁ ଲୋକେ ଆଜି ବି କୁହନ୍ତି ପିତୃ ମାତୃ ଭକ୍ତ ମାଧବ ଆମରି ଗୌରବ ।