STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଫୁଲମନ 

ଫୁଲମନ 

5 mins
11


ଦଶହରା ଦିନ ଚୁଟିକିଣାବିକାବାଲା ତା ଠେଲାଗାଡି ଗଡେଇ ଗଡେଇ ଡାକି ଡାକି ଯାଉଥିଲା ଚୁଟି ବିକ୍ରୀ କରିବ ଚୁଟି. ଡାକ ପକେଇଲେ ଆଭା. ଠେଲା ଗାଡି ଦୁଆରେ ଲଗେଇ ଚୁଟି ଓଜନ କରିବା ପାଇଁ ଛୋଟ ନିକିତି ଟିଏ ଧରି ଆସିଗଲା, ଘରଭିତରକୁ ଚୁଟି ବାଲା. ଚୁଟି ପରିବର୍ତ୍ତେ ପିଠା, କ୍ଷୀରୀ, ଖେଚେଡ଼ି, ଡ଼ାଲମା ଖାଉ ଖାଉ କେତେ ଦୁଃଖ ସୁଖ ଓ ଅଙ୍ଗେ ଲିଭା କଥା କହୁଥିଲା.ପ୍ରଥମ ସ୍ତ୍ରୀ କେମିତି ମରିଗଲା ଟୋପେ ଔଷଧ ନପାଇ, ଦ୍ୱିତୀୟ ସ୍ତ୍ରୀ ଆଉ କାହାକୁ ନେଇ ପଳେଇଗଲା ପରେ ତୃତୀୟ ସ୍ତ୍ରୀ ପିଲାଟିଏ ପାଇଁ ଡହଳ ବିକଳ ହେଉଛି ମାଆ, ଦୁଇପରାଣୀଙ୍କ ପେଟ ପୁରୁନି ଆଉ ପିଲାଟିଏ କରି ତାକୁ ବଢ଼େଇ କୁଢେଇ ସମାଜରେ ଠିଆ କରେଇ ପାରିବାର ସତ ସାହାସ ନାହିଁ. ଏଇ ଜରି ପଲିଥିନ, ଗୋଟେଇବ ନହେଲେ ଠେଲାଗାଡି ଗଡେଇବ ଭୋକିଲା ପେଟରେ, ସଂସାରକୁ ଆସିଲେ. ଭିତରେ କାନ୍ଦି ପକେଇଲେ ବି ଉପରକୁ ଭଗବାନ ସବୁ ଠିକ କରିଦେବେ କହି ତାକୁ ଗଞ୍ଜି ଖଣ୍ଡେ ଓ ତା ସ୍ତ୍ରୀ ପାଇଁ ଶାଢ଼ୀ ଖଣ୍ଡେ ଦେଲେ ଆଭା. କୃତ୍ୟ କୃତ୍ୟ ହୋଇ ଫେରିଗଲା ବେଳେ କହୁଥିଲା ଆଜି ଚୁଟି ରଖିନ ମାଆ?? ଆଭା କହିଲେ ଅଧା କଳା ଅଧା ଧଳା ଚୁଟି ତୁମେ କଣ ନେବ?? କାହିଁକି ନେବିନି ମାଆ! ଧଳା ଚୁଟିର ଚାହିଦା ପରା ବେଶୀ ମାଆ. ଆମ ଓଡ଼ିଶାରେ କଳା ଚୁଟି ପସନ୍ଦ କଲା ବେଳେ ବିଦେଶରେ ପରା ଧଳା ଚୁଟି. ହଉ ତେବେ ଆଣୁଛି କହି ଦେଇଥିଲେ ଆଭା ତାକୁ ପୁଳାଏ ଚୁଟି. ପାଞ୍ଚଶହ ଟଙ୍କା ହେଲା ପରେ ଆଉ ଦୁଇଶହ ପଛରେ ଦେବ କହି ଚାଲିଗଲା ଚୁଟି ବାଲା. ଘରେ କାମ କରୁଥିବା ବାସନ୍ତୀ କହୁଥିଲା, ଆଉ ଦବ ମାଆ ସିଏ ଭାବୁଛ?? ସେଦିନ ପରା ସେ ଗନ୍ଥାବାଲାକୁ ଏତେ କପଡା ସହ ପାଞ୍ଚ ଖଣ୍ଡ ଶାଢ଼ୀ ଦେଲ ଡବଲ ଗନ୍ଥା କରିବାକୁ, ଆଜିଯାଏଁ ଦେଲାଣି? ଏମାନଙ୍କୁ ବିଶ୍ୱାସ ନାହିଁ. ଚୋର ଏମାନେ. ତା କଥାର ଉତ୍ତର ନଦେଇ ଆଭା ଭାବୁଥିଲେ ଗନ୍ଥାବାଲା, ପୁରୁଣା ଶାଢ଼ୀ ପାଞ୍ଚ ଖଣ୍ଡ ନେଇ ବଡ଼ଲୋକ ହେଇଯିବନି କି ଗନ୍ଥା ବାଲା ପରି ଚୁଟି ବାଲା ଦୁଇଶହ ଟଙ୍କା ନଦେଲେ ବଡ଼ଲୋକ ହୋଇଯିବନି. ସେପଟୁ ପୁଣି ବାସନ୍ତୀ ସ୍ୱର ଶୁଭୁଥିଲା, ମୋ କାମ ସରିଲାଣି.ମୋ ନୂଆ ଲୁଗାପଟା ଓ ଖର୍ଚ୍ଚ ଦିଅ ମାଆ ଆଜି ଦଶହରା. ତା ପାଇଁ କିଣା ଯାଇଥିବା ସବୁ ଜିନିଷ ତାକୁ ଦେଇ, ମିଠା ଖର୍ଚ୍ଚ ଦୁଇଶ ଟଙ୍କା ବଢ଼ାଇବା ପରେ ବାସନ୍ତୀ କହୁଥିଲା ହଉ ନିଅ ଏ ଦଶ ଟଙ୍କିଆଟା. ପଡିଥିଲା ବାବୁଙ୍କ ଟେବୁଲ ତଳେ, କହିବେ ବାସନ୍ତୀ ନେଇଗଲା, ଆମେ ମା ଗରୀବ ସତ ହେଲେ, ଏ ଗନ୍ଥାଵାଲା, ଚୁଟିବାଲା କି ଠେଲାଗାଡିଵାଲାମାନଙ୍କ ଭଳି ଚୋର ନୁହଁ. ଆଭା କିଛି କହିନଥିଲେ ବି ସେଇଦିନୁ ଚୁଟିବାଲାର ଆଉ ଦେଖା ନଥିଲା.
      ଅନେକ ଦିନ ଗତ ହେଇଗଲାଣି ଏ ଭିତରେ. ଆଭା ଦେଖିଲେ ସେଦିନ ଠେଲା ଗାଡିବାଲା ଜଣେ ହରେକ ମାଲ ହରେକ ମାଲ ରଖିବ ଡାକି ଡାକି ତାଙ୍କରି ଦୁଆରେ ରଖିଲା ଗାଡି . ଏ ଭିତରେ ଗୁପଚୁପବାଲା ଜଣେ, ତାଙ୍କ ଦାଣ୍ଡ ଦୁଆରେ ତା ଠେଲା ଗାଡି ରଖିଦେଇ ଯାଏ. ସନ୍ଧ୍ୟା ଲାଗି ଲାଗି ଆସୁଥିବା ବେଳୁ ପହଞ୍ଚିଯାଇ ଗୁପଚୁପ ଓ ଚାର୍ଟ ପ୍ରସ୍ତୁତିରେ ଲାଗିଯାଏ. ରାତି ଆଠଟା ଯାଏଁ ବିକ୍ରୀ କରୁଥାଏ. ବହୁ ଗରାଖ ହୁଅନ୍ତି ତାର ଗୁପଚୁପ ଓ ଚାର୍ଟ ଖାଇବାକୁ. ସେ କଣ ଏବେ ହରେକ ମାଲ ଭରି ଠେଲାଗାଡି ଧରିଲାଣି ନା କଣ କହି ଦାଣ୍ଡଦୁଆରେ ହାଜର ଆଭା.ସେ ଗୁପଚୁପ ବାଲା ନଥିଲା. କିନ୍ତୁ ଚିହ୍ନା ଚିହ୍ନା ଲାଗୁଥିଲା ଲୋକଟି. ଆଭାଙ୍କୁ କହିଲା ମାଆ ଏଇ ଦଶହରାରେ ବର୍ଷକ ତଳେ ଆସିଥିଲି ଯେ ତୁମ ହାତରୁ କେତେ ପିଠା ପଣା ଖାଇ ଦୁଇଶହ ଟଙ୍କା ବାକି ରଖି ଯାଇଥିଲି.କଣ କରିବି ମାଆ? ସ୍ତ୍ରୀଟା ଛୁଆ ଜନ୍ମ କରୁ କରୁ ମରିଗଲା ଛୁଆ ମଧ୍ୟ ବାହାର ଆଲୋକ ଦେଖିବା ପୂର୍ବରୁ ମାଆ ପେଟ ଭିତରୁ ବାହାରିବା ପୂର୍ବରୁ ମାଆ ସହ ଚାଲିଗଲା. ଯାହା ହେଲେ ମାଆ ଛୁଆଟି ମୁହଁକୁ ଚାହିଁ ବଞ୍ଚି ଯାଇଥାନ୍ତି. ସମସ୍ତେ କହିଲେ ଚୁଟି କାରବାର ଭଲ ନୁହେଁ. ସେହି ଅଲେକ୍ଷଣା ବେପାର ତୋ ସଂସାର ବୁଡେଇଲା. ଆଜିକାଲି ଚୁଟି ବଦଳରେ ଏଇ ହରେକ ମାଲ ବେପାର କରୁଛି ମାଆ. ଭଲ ଦୁଇ ପଇସା ରୋଜଗାର ହେଉଛି. ନିଅଣ୍ଟିଆ ସଂସାରରେ ଘାଣ୍ଟି ଚକଟି ପେଷି ହୋଇ ସ୍ତ୍ରୀଟା ହଇରାଣ ହେଉଥିଲା, ଏବେ ନିଅ ମାଆ ତୁମ ଦୁଇଶହ ଟଙ୍କା. ରୁହ କହି ପିଠା ମିଠା ଆଣି ଦେଇଥିଲେ ଆଭା ଆଉ କହିଥିଲେ ବହୁ ଧଳା ଚୁଟି ତୁମ ଲାଗି ସାଇତି ଥିଲି. ଦଉନ ମାଆ. ଆଭା ପୁଳାଏ ଧଳା ଚୁଟି ଦେଇ ତା ଠୁ ପଇସା ନେଇନଥିଲେ. ବାକି ଥିବା ଦୁଇଶ ଟଙ୍କା ସହ ଧଳା ଚୁଟି ନେଇ ଲୋକଟି ଫେରି ଗଲା ପରେ ପରେ ଗନ୍ଥାବାଲା ଆସି ବଡ଼ ସାଇଜର କନ୍ଥା ଦେଇ ପୁଣି ଦୁଃଖ ସୁଖ ଓ ଅଙ୍ଗେ ଲିଭା କଥା କହି ଡେରିର କୈଫତ ଦେବାରୁ ନିବୃତ୍ତ କରି ତାକୁ ମଧ୍ୟ ମଜୁରୀ ଓ ପିଠା ସହ ମିଠା ଦେଇ ଆଭା ଭାବୁଥିଲେ କେତେ କଥା. ବାସନ୍ତୀ କହୁଥିଲା ଯା ହେଉ ଡେରିରେ ହେଉ ପଛେ ଗନ୍ଥା ଆଣିଛି. ଥରେ ଗନ୍ଥାଟି ଆଡକୁ ଚାହିଁ ଆଭା ବାସନ୍ତୀକୁ କହିଥିଲେ ଏବର୍ଷ ଦଶହରା ଭେଟି ସହ ଗନ୍ଥାଟି ତୋ ପାଇଁ ଫ୍ରି. ହଉ ମା ତୁମ ହାତ କାଚ ବଜର ହେଇଥାଉ, ତୁମ ପୁଅ ରୁଦ୍ର ମୁଣ୍ଡରେ ହାତୀ ସୁନାକଳସ ଢ଼ାଳୁ.ଶୀତ ଦିନ ପାଇଁ ହେଇଗଲା ମୋର. ଗନ୍ଥା ବାଲାକୁ କନ୍ଥାଟି ଫେରେଇ ନଦେଇ ବାସନ୍ତୀକୁ ଦେବାର ଅର୍ଥ କେବଳ ଆଭା ଜାଣିଥିବେ. ବାସନ୍ତୀ ଅନ୍ତତଃ ଜାଣୁ ଦୁନିଆଁରେ ଅନେକ ଗରୀବ ଅଛନ୍ତି ଯେଉଁମାନେ ସଚ୍ଚଟୋ ଓ ମନ ତାଙ୍କର ଫୁଲ ପରି
           ଆଭାଙ୍କୁ ଲାଗୁଥିଲା ମଣିଷ ଭିତରେ ଏବେବି ଫୁଲ ପରି ମନଟିଏ ବଞ୍ଚିଛି.ପ୍ରତିଟି ସୁନେଲି ସକାଳେ ସତେ ଯେମିତି ଫୁଲ କୁହୁଥାଏ : “ସେଇ ସାର୍ଥକ ଜୀବନ, ଯେଉଁଠି ଉପକାର ରହିଥାଏ।”ଫୁଲ କେବଳ ଦେଖିବାକୁ ସୁନ୍ଦର ନୁହେଁ, ଏହା ଜୀବନର ଏକ ଗଭୀର ପାଠକୁ ଅତୁଟ ଭାବେ ଶିଖାଏ। ତଳେ ପଡ଼ିଥିବା ମାଟି, ବାତାବରଣର ଅନୁକୂଳତା ନଥିବା ସତ୍ୱେ ମଧ୍ୟ, ଫୁଲ ନିଜ ସୌନ୍ଦର୍ୟ ଓ ସୁଗନ୍ଧକୁ ବିକିରଣ କରିଥାଏ। ସେ କାହାକୁ ଅପମାନ କରେନାହିଁ ବରଂ ସମସ୍ତଙ୍କ ସେବା କରିଚାଲେ, କିଏ ତା' ରୂପ ବାସ୍ନାରେ ବଶବର୍ତ୍ତୀ ହୋଇ ସ୍ୱପ୍ନ ଦେଖି ନିଜ ଦୁଃଖ ଭୁଲେ ତ କିଏ ତାକୁ ନେଇ ଗଭାରେ ଖୋସି ନିଜକୁ ସଜାଇ ହୁଏ, କିଏ ତାକୁ ନେଇ ପାଦ ତଳେ ମକଚି ଦିଏ ତ  ଆଉ କିଏ ତାକୁ ନେଇ ଦେବତାଙ୍କ ଗଳାର ହାର କରେ, ଏମିତି ଇତ୍ୟାଦି ଇତ୍ୟାଦି କର୍ମ କିଛି |  ଫୁଲ ଭଳି ଆମେ ମଧ୍ୟ ଆପଣା ଜୀବନରେ ହସ ବିକିରଣ କରିପାରିବା, ଯାହା ଅନ୍ୟଙ୍କ ଅନ୍ତରକୁ ପ୍ରଭାବିତ କରିପାରିବ ଏବଂ ତାଙ୍କୁ କର୍ମମନସ୍କ କରି ଖୁସି ଦେଇ ପାରିବ | ନିଜେ ହସିବା ଓ ଅନ୍ୟକୁ ହସାଇବା ପାଇଁ ଫୁଲର ଯେମିତି ଜନ୍ମ ପ୍ରବାସରେ ଥାଇ ପ୍ରବାସୀ ଭାରତୀୟ ମାନେ ପ୍ରତ୍ୟେକ ଅଢେଇ ଦିନର ଜୀଵନ ରହଣିରେ ନିଜ ଜନ୍ମଭୂମି ଭରତ ବର୍ଷର ସାମଗ୍ରିକ ଉର୍ନ୍ନତି ପାଇଁ ଚିନ୍ତା କରିବା ଉଚିତ ଭାବି, କାଳବୈଶାଖିର କାଦୁଆ ପବନ ତେଜି ଉଠିବସିଥିଲା ସେଦିନ ରୁଦ୍ର।ତାକୁ ଏହି ଭାବନା ବିଚଳିତ କରୁଥିଲା କି ସ୍ୱଳ୍ପ ଜୀବନର ଏକ ବଡ଼ ମହଷୋଧି ହେଲା ନିଜ ଜନ୍ମଭୂଇଁ ପାଇଁ କିଛି ଚିନ୍ତା ପ୍ରକଟ କରିବା ଦରକାର।ସନ୍ତ୍ରାସବାଦର ଉପଯୁକ୍ତ ଜବାବ ଦେବାକୁ ଦେଶ ସିନ୍ଦୁର ନାମକ ଅପରେସନ ଆରମ୍ଭ କରିଥିବା ବେଳେ ପ୍ରବାସୀ ଭାରତୀୟ ମାନଙ୍କୁ ଏକାଠି କରି ବୈଜ୍ଞାନିକ ମନୋଭାବ ରଖି କାରିଗରୀ ବିଦ୍ୟା ପ୍ରୟୋଗ କରିବା ସହିତ ସୀମାନ୍ତରେ ସୈନିକମାନଙ୍କ ପାଇଁ କିଛି କରିବାକୁ ହେବ ବୋଲି ଭାବୁଥିଲା ରୁଦ୍ର।
    ଫୁଲ ପରି ମଣିଷମାନଙ୍କ ଭିତରେ ଅନେକ ସୁବାସ। କାହାର ବଳ ତ କାହାର କଳ, କାହାର ବୁଦ୍ଧି ତ କାହାର ବିଦ୍ୟା, କାହାର ପ୍ରେରଣା ତ କାହାର ଆହ୍ୱାନକୁ ଏକାଠି କରି କିଛି କରିବାକୁ ରୁଦ୍ର ଏକାଠି କରେଇଥିଲା ଅନେକ ପ୍ରବାସୀ ଭାରତୀୟଙ୍କୁ। ପାହାଡ଼ କାଟି ସୁଡ଼ଙ୍ଗ ତିଆରି କରିପାରିଲେ ସୈନିକମାନଙ୍କ ମନୋବଳ ବଢିବା ସହିତ ଖରା, ବର୍ଷା, ଶୀତ, କାକର ସହିତ କାଳବୈଶାଖି ପ୍ରଭାବରୁ କାଦୁଆ ପବନରୁ ରକ୍ଷା ପାଇବା ସଙ୍ଗେ ଶତୃ ଆକ୍ରମଣ ସହିତ ବନ୍ୟ ହିଂସ୍ର ଜନ୍ତୁଙ୍କ ଭୟରୁ ମଧ୍ୟ ରକ୍ଷା ପାଇପାରିବେ ସେମାନେ।ଲାଗିଗଲେ ପ୍ରବାସୀ ଭାରତୀୟମାନେ।ପାହାଡ଼ କାଟି ନିଜ ଵୁଦ୍ଧିମତା ପ୍ରୟୋଗ କରି ପାହାଡ଼ ଗୁମ୍ଫାମାନଙ୍କରେ ଏମିତି ପଥର କବାଟ ଖଞ୍ଜିଦେଲେ ଯେମିତି ସୈନିକଭାଇମାନେ ସୁରକ୍ଷା ପ୍ରାପ୍ତ ହେବା ସହ ସନ୍ତ୍ରାସ, ଆତଙ୍କବାଦୀଙ୍କ ମୂଳତ୍ପାଟନ ପାଇଁ ସିନ୍ଦୁର ଅପରେସନରେ ପ୍ରକୃତ ସହାୟକ ହୋଇ କହିବେ ଜୟ ମୋ ଦେଶ ଭରତ ବର୍ଷ କି ଜୟ ଆଉ ଦେଶବାସୀ କହିବେ ଜୟ ପ୍ରବାସୀ ଭାରତୀୟ ଭାଇଭଉଣୀ କି ଜୟ ଏବଂ ତତ ସହିତ କହିଉଠିବେ ଜୟ ଯବାନ ଓ ଜୟ ମୋ ଜନମ ଭୂଇଁ ଯାହାର ଉଦେଶ୍ୟ କେବଳ ଶାନ୍ତି ପ୍ରୀତି ଓ ମୈତ୍ରୀ ସହ ସଦ୍ଭାବନା।ଜୟ ଜଗନ୍ନାଥ. ପୁଅ ରୁଦ୍ର ପାଇଁ ମାଆ ଆଭାଙ୍କ ସହିତ ପରିବାର ଆଜି ଗର୍ବିତ.


Rate this content
Log in

Similar oriya story from Abstract