STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ଫର୍ଦ୍ଦ

ଫର୍ଦ୍ଦ

4 mins
132


ରାତି ପାହିଲେ କ୍ୟାଲେଣ୍ଡର ବଦଳିବ ଓ ନୂଆବର୍ଷ ଅର୍ଥାତ ଦୁଇହଜାର ପଚିଶ ମସିହା ବୋଲି କାଗଜ ପତ୍ର, ଚିଠି, ଡାକ, ଦସ୍ତଖତ ହେବ ତ ବିଗତ ଦିନ ଗୁଡିକର କଣ ସବୁ ସ୍ମୃତି ଛାଡିଗଲା ମନେପକାଇବାକୁ ଶଶୁର ସମ୍ବାଦପତ୍ରର ଫର୍ଦ ପରେ ଫର୍ଦ ଓଲଟାଇଲା ବେଳେ ଆଦ୍ୟା ଭାବୁଥିଲା ସତରେ ଏ ସମ୍ବାଦପତ୍ରର ଫର୍ଦରେ ବାର୍ଷିକ ଫଳାଫଳ ସବୁ ନଥିଲେ ନିଜ ବ୍ୟକ୍ତିଗତ ଜୀଵନ କଥା ଅପାଶୋରା ହୋଇଯାଉଥିବା ବେଳେ ଦେଶ ଜାତି ଓ ଜାତୀୟ ସ୍ତରର କଥା କୋଉ ମନେରୁହନ୍ତା କି!ତ ଆଦ୍ୟା ଲେଖିବସିଲେ ସମ୍ବାଦପତ୍ର ବିଷୟରେ କିଛି ଟୀକ୍କା ଓ ଟିପ୍ପଣୀ ଏମିତି ଯେ 

  ସଚେତନ ନାଗରିକମାନେ ହିଁ ରାଷ୍ଟ୍ରର ଗୁରୁଦାଇତ୍ୱ ବହନ କରି ଉପଯୁକ୍ତ କଥା ପଦେ କହିବାକୁ ସକ୍ଷମ ଏବଂ ଏହା ସମ୍ଭବ ହୁଏ ସମ୍ବାଦପତ୍ର ମାଧ୍ୟମରେ. ସମ୍ବାଦପତ୍ର ମଣିଷର ମସ୍ତିଷ୍କକୁ ସକ୍ରିୟ କରେ. କୋଉଠି କଣ କଣ ସାମାଜିକ,ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ କ୍ଷେତ୍ରରେ ଅଭିବୃଦ୍ଧି ବା ବିଲକ୍ଷଣ ହେଉଛି ତାହା ସାମ୍ବାଦିକଭାଇମାନଙ୍କ ଦ୍ୱାରା ସମ୍ବାଦପତ୍ରମାନଙ୍କର ଶିରୋନାମା ମଣ୍ଡନ କରିଥାଏ. ଶିକ୍ଷା ପାଇଁ ପଠନ ନିତ୍ୟାନ୍ତ ଜରୁରୀ ଅଟେ ତେଣୁ ସଚେତନ, ସକ୍ରିୟ ତଥା କ୍ରିୟାଶୀଳ ନାଗରିକ ହିସାବରେ ସମ୍ବାଦପତ୍ର ପଠନ ଏକ ସୁଅଭ୍ୟାସ ବା ସୁପ୍ରବୃତ୍ତି ସହିତ ରାଷ୍ଟ୍ର ନିର୍ମାଣପାଇଁ ଏକ ଆହ୍ୱାନ କହିଲେ ଅତ୍ୟୁକ୍ତି ହେବନାହିଁ. ମଣିଷକୁ ନେଇ ସମାଜ ଓ ମଣିଷର ବୁଦ୍ଧି ବିବେକ ଉର୍ନ୍ନତ ରାଷ୍ଟ୍ର ଗଠନରେ ସହାୟକ. ସମାଜର ହିତସାଧାନ ପାଇଁ ମନୁଷ୍ୟର ଗୁରୁଦାଇତ୍ୱ ରହିଛି. ଆଜିକାଲି ଇଣ୍ଟରନେଟ ଯୁଗରେ ସବୁକିଛି ଉପଲବ୍ଧ. ଜଣେ ନିଜେ ନକିଣି ମଧ୍ୟ ବଛା ବଛା ସମ୍ବାଦପତ୍ର ନେଟରୁ ଅଳ୍ପ ସମୟରେ ପାଇଯାଇପାରିବ. ସମ୍ବାଦପତ୍ର, ଦେଶ ବିଦେଶର ଆଞ୍ଚଳିକ ଓ ସାର୍ବଜନୀନ କ୍ଷେତ୍ରର ସମସ୍ତ ସମ୍ବାଦ ପ୍ରେରଣ କରି ପୃଷ୍ଠାଗୁଡିକୁ ସମୃଦ୍ଧଶାଳୀ କରିଥାଏ ଏମିତି ଯେମିତି ଜଣେ ମନୁଷ୍ୟର ମସ୍ତିଷ୍କରେ ସମ୍ପୂର୍ଣ୍ଣ ପୃଥିବୀଟିର ଚିତ୍ର ଓ ଚରିତ୍ରର ଗୋଟେ ମାନଚିତ୍ର ଉପଲବ୍ଧ ହୋଇପାରିବ. କେବଳ ଭୌଗୋଳିକ ପୃଷ୍ଠଭୂମି ଆଧାର ନୁହେଁ ବରଂ ସାହିତ୍ୟିକ, ଗାଣିତିକ, ବୈଜ୍ଞାନିକ, ରାଜନୈତିକ, ଅର୍ଥନୈତିକ ତଥା ଐତିହାସିକ ପୃଷ୍ଠଭୂମିକୁ ମସ୍ତିଷ୍କରେ ଏମିତି ଫୋଟୋଚିତ୍ର ତିଆରି କରେ ଯାହା କି ପରବର୍ତ୍ତୀ ଜୀବନରେ ସକ୍ରିୟ ନାଗରିକ ହିସାବରେ ରାଷ୍ଟ୍ରଗଠନର ଭୂମିକାରେ ସାହାୟକ, ନିର୍ଣ୍ଣାୟକ ତଥା ବିଚାରକ ରୂପେ ମଣିଷକୁ ପ୍ରତିଷ୍ଠିତ କରି ସଚେତନ ନାଗରିକ ଆଖ୍ୟା ଦିଆଯାଇପାରେ.

ମସ୍ତିଷ୍କ ସକ୍ରିୟ ରହିଲେ ଦେହ ମଧ୍ୟ ସୁସ୍ଥ ରହେ. ଦେଶ ବିଦେଶର ଆଭ୍ୟନ୍ତର ଓ ଆନ୍ତର୍ଦେଶୀୟ କାର୍ଯ୍ୟକଳାପର ଚିତ୍ର ଓ ଚୈତ୍ର ତଥା ଖବର ସମ୍ବାଦପତ୍ର ମାଧ୍ୟମରେ ପାଇ ମଣିଷ ଶିକ୍ଷା ପାଏ. ପଢି, ଶିଖି, ଲେଖି ଓ କହି ପାରିଲେ ଶିକ୍ଷାର ପ୍ରକୃତ ଲକ୍ଷ ପୁରଣ ହେବା ସମ୍ଭବ ହୁଏ କେବଳ ସାମ୍ବାଦିକ ଭାଇ ଓ ଭଉଣୀମାନଙ୍କ ଅକ୍ଲାନ୍ତ ପରିଶ୍ରମ ବିନିମୟରେ. ବିଭିନ୍ନ ସମ୍ବାଦପତ୍ର ମାଧ୍ୟମରେ ସ୍ଥାନିତ ଓ ଛାପିତ ସମ୍ବାଦଗୁଡିକର ବିସ୍ଲେସଣରେ ମଣିଷର ମସ୍ତିଷ୍କ ହୁଏ କ୍ରିୟାଶୀଳ. ଭଲ ମନ୍ଦ ବିଚାର କରିବାର ସଦବୁଦ୍ଧି ସହ ଆବଶ୍ୟକ ସ୍ଥଳେ ପ୍ରତିକାର ବା ସ୍ଥାୟୀ ନିରାକରଣ ବିଷୟରେ ଜଣେ ସାଧାରଣ ନାଗରିକ ମଧ୍ୟ କହିଦେଇ ପାରେ ଅସ୍ଥିରତା, ଆବେଗ, ରୋଗର ନିଦାନ ସହ ସୁସ୍ଥ କି ଦୁସ୍ଥ ପରମ୍ପରା, ପ୍ରଥା, ନିୟମ ଯାହା ମଣିଷର ପଥ ଅବରୋଧ କରି ଆଗକୁ ବଢିବାରେ ପ୍ରତିବନ୍ଧକ ନହୋଇ ସୁଦୂରପ୍ରସାରୀ ଚିନ୍ତାଧାରାର ସ୍ରୋତ ପ୍ରବାହିତ ହୋଇ ମଣିଷ ପାଲଟେ ଲେଖକ, ଦାର୍ଶନିକ ପୁଣି ଗଳ୍ପ କବିତା, ପ୍ରବନ୍ଧ, ସ୍ତମ୍ଭ ମାଧ୍ୟମରେ ସୁବାର୍ତ୍ତା ସହ ସେବା, ସାହାଯ୍ୟ, ସାହାନୁଭୂତି, ମଣିଷପଣିଆର ବୃଦ୍ଧି ସହ ସାହିତ୍ୟର ଉର୍ନ୍ନତି କରି ଆମ ଓଡ଼ିଆ ଭାଷା ଓ ସାହିତ୍ୟକୁ କରେ ରୁଦ୍ଧିମନ୍ତ. ଏସବୁ ସମ୍ଭବ କେବଳ ସମ୍ବାଦପତ୍ର ଗୁଡିକ ପାଇଁ. ସାମ୍ବାଦିକ ଭାଇ ଭଉଣୀମାନଙ୍କ ସହ ସାମ୍ବାଦପତ୍ରଗୁଡିକର ସମ୍ପାଦକମାନଙ୍କ ସହ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀବୃନ୍ଦ ସାଧାରଣ ମଣିଷ ହୋଇଥିଲେ ମଧ୍ୟ ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ, ଏ ସ୍ଥାନରୁ ସେସ୍ଥାନସବୁ ଖରା, ବର୍ଷା ଓ ଶୀତକୁ ଖାତିର ନକରି ପ୍ରତିକୂଳ ପରିସ୍ଥିତିରେ ଗମନାଗମନ ଓ ଖବର ସଂଗ୍ରହ ସହ ଦେଶର ଆଞ୍ଚଳିକ ଓ ଜାତୀୟ ସ୍ତରରେ ଘଟୁଥିବା ସବୁ ପ୍ରକାର ସମ୍ବଦର ଟିକିନିଖି ଖବରକୁ ସୁନ୍ଦର ଭାବେ ଏଡିଟିଙ୍ଗ କରି ସମ୍ବାଦପତ୍ର ଗୁଡିକର ପୃଷ୍ଠ ଓ ସମଗ୍ରପୃଷ୍ଠା ଗୁଡିକର ଅବୟବସବୁକୁ ସୁନ୍ଦର ଭାବେ ଆଖିଦୃଶିଆ ପ୍ରଚ୍ଛଦପଟ କାମ ନିଭେଇ ସମ୍ବାଦପତ୍ରମାଧ୍ୟମରେ ଖବରସବୁକୁ ପ୍ରକାଶ କରିବା ସହଜସାପେକ୍ଷ ମନେହେଲେ ମଧ୍ୟ ତାହା ଖୁବ କଷ୍ଟସାଧ୍ୟ୍ୟ. 

ଗମନାଗମନ ଓ ପାଣିପାଗର ପ୍ରତିକୂଳ ଅବସ୍ଥାରେ ମଧ୍ୟ ସାମ୍ବାଦକ ଭାଇ ଭଉଣୀ ମାନେ ସୁବିସ୍ତୃତ ଖବର ପହଞ୍ଚାଇ ପୃଷ୍ଠା ପରେ ପୃଷ୍ଠା ସବୁକୁ ସମୃଦ୍ଧଶାଳୀ କରି ଛାପନ୍ତି ସମ୍ବାଦପତ୍ର ସମୂହ. ସେସବୁ ପଠନ କରି ଲାଗେ ପୃଥିବୀ ଏକ ଗାଁ ଆମେ ସମସ୍ତେ ଗୋଟିଏ ଗ୍ରାମର ଅଧିବାସୀ. ଆମ ଚେତନା, ଚିନ୍ତନ, ଚିନ୍ତାଶକ୍ତିର ଅଭିବୃଦ୍ଧିରେ ସମ୍ବାଦପତ୍ର ଏକ ଭିଟାମିନ ଟାଵଲେଟ ଶଦୃଶ କାମକରେ.ଯାହାର ପଠନ ମସ୍ତିଷ୍କକୁ ସକ୍ରିୟ ରଖି ସକାଳକୁ ମଧୁମୟ କରେ. ଏମିତି ଲାଗେ କି ସମ୍ବାଦପତ୍ର ଭଳି କେଇ ପୃଷ୍ଠାର ସବୁଠାରୁ କ୍ଷୁଦ୍ର କଳେବର ରୂପୀ ବହିଟି, ପ୍ରତ୍ୟେକ ମଣିଷ ପାଇଁ ଏକ ନିଆରା ଅନୁଭବ. ଚାଲନ୍ତୁ ନା ପ୍ରତ୍ୟେକ ପ୍ରତିଦିନ ଅଭ୍ୟାସକରି ସମ୍ବାଦପତ୍ରଟିକୁ ପଢିନେବା.    

  ଆଦ୍ୟା କଣ ଲେଖୁଛୁ ମାଆ ପଚାରି ବସିଲେ ଶଶୁର ତ ଆଦ୍ୟା ବଢ଼େଇଦେଲା ଶଶୁରଙ୍କ ହାତକୁ ଲେଖାଟି. ଶଶୁର କହିଲେ ଠିକ ଲେଖିଛୁ ମାଆ. ଘରେ ବସି ଆନନ୍ଦ ମନାଉଥିବା ବେଳେ ସମ୍ବାଦପତ୍ର ସହିତ ସଂଶ୍ଲିଷ୍ଟ ସମସ୍ତ ଭାଇଭଉଣୀଙ୍କ ତ୍ୟାଗ ଦେଖିବା ଉପଯୋଗୀ. କିନ୍ତୁ ମାଆ ମୋର ଆଜି ନିଜ ବିଷୟରେ କିଛି ଲେଖିଯିବାକୁ ଖୁବ ଇଛା ହେଉଛି. ଯାହା ଲେଖିନଦେଲେ କେଵେ ଭୁଲି ହୋଇ ସ୍ମୃତି ହୋଇ ହୃଦୟରେ ସାଇତା ହେଲାପରେ ଯୁଇରେ ଜଳି ଯିବା ପରେ ସବୁ ଶେଷ ନା ମାଆ? ସେଇ ପିଲାଦିନର ପ୍ରଜାପତି ଧରିବା ବେଳ, କଙ୍କି ଓ ପ୍ରଜାପତିଙ୍କୁ ନଧରିବାକୁ ବାପାଙ୍କ ତାଗିଦ ସାଙ୍ଗକୁ ବୋଉର ହିସାବ ଖାତାରେ ଖଳାରୁ କେତେ ବସ୍ତା ଧାନ ଆସିଲା, କେତେ ବସ୍ତା ପ୍ରଜା ନେଲା, କେତେ ବସ୍ତା କଳକୁ ଗଲା ଇତ୍ୟାଦିର ହିସାବ ରଖୁ ରଖୁ ପରା ଗଣିତ ଶିଖି ହୁଏ. ଜେଜେମାଙ୍କ ପାଇଁ ଫୁଲ ତୋଳି ଯାଉ ଯାଉ ଅନୁଭୂତି ସବୁ ସାହିତ୍ୟ ହୁଏ. ଆଉ ଜେଜେଙ୍କ ବଙ୍କୁଲିବାଡ଼ି, ବଟୁଆ, କାଠବେଣ୍ଟ ଛତାର ଆକର୍ଷଣରୁ ଲେଖାହୁଏ କବିତା. ପୁଣି ଦିନେ କେହି ପାଖରେ ନଥାନ୍ତି. ଏମିତିକି କେତେ ଦେଖି ଖୋଜି ମାପି ମୁପି ହାତ ଧରେଇଥିବା ସ୍ତ୍ରୀଟି ମଧ୍ୟ ନଥାଏ ସାଙ୍ଗରେ ଚାଲିବାକୁ ସବୁଦିନ ତ ଏସବୁ କଥା ଆଜି ଲେଖିରଖିବାକୁ କାହିଁକି ଖୁବ ଇଛା ହେଉଛି. ଲେଖି ପାରିବାର କ୍ଷମତା ପ୍ରାୟ ଶତକଡା ପଚାଶ ହରାଇସାରିଥିବା ଶଶୁରଙ୍କୁ ଆଦ୍ୟା କହିଲେ ଆପଣ ଡାକନ୍ତୁ ମୁଁ ଶବ୍ଦ ଓ ଭାବନାକୁ ଯୋଡି ତା ସହିତ ଟିକେ ଭାବ ଓ ବାର୍ତ୍ତା ଫେଣ୍ଟି ଲେଖିଯିବି ବାପା ତ ଶଶୁର ବୃନ୍ଦାବନ ବାବୁ କହୁଥିଲେ ସମସ୍ତଙ୍କ ବୋହୁ ଏମିତି ତୁଳସୀଗଛଟିଏ ପରି ଘର ଅଗଣାରେ ବାସ ଭରି ଦେଉନଥାନ୍ତା ମାଆ!ଲାଜେଇ ଯାଇ ଆଦ୍ୟା କହୁଥିଲା ଆପଣ ନିଜ ବିଷୟରେ କହି ଚାଲନ୍ତୁ ନା ବାପା ମୋର ଫର୍ଦ୍ଦ ସଂଖ୍ୟା ବଢିଚାଲୁ. ଆଖିରୁ ଆନନ୍ଦାଶ୍ରୁ ଝରି ପଡୁଥିଲା ରାଧାମାଧବ ବାବୁଙ୍କର.


विषय का मूल्यांकन करें
लॉग इन

Similar oriya story from Abstract