Swarup Nayak

Drama Others

2  

Swarup Nayak

Drama Others

ଫୋନ୍

ଫୋନ୍

1 min
510


“ବାବା, ବହୁତ ଡର ଲାଗୁଛି, ମୁଁ ପାରିବିନି । ଏଠି ସବୁ ସିଭିଲ୍ ସର୍ଭିସ୍ ପଢାପଢି ପିଲା ଇଣ୍ଟରଭିୟୁ ପାଇଁ ଆସିଛନ୍ତି।”


ଷ୍ଟେଟ୍ ବ୍ଯାଂକ୍ ପ୍ରୋବେସନାରୀ ପରୀକ୍ଷା ଇଣ୍ଟରଭିୟୁ ହଲ୍ ରୁ ବାପାଂକୁ ଫୋନ୍ କଲି । ଦିଲ୍ଲୀର ଗୋଟେ ଘରୋଇ କମ୍ପାନୀରେ କାମ କରୁଥିବାରୁ ଦିଲ୍ଲୀରେ ହିଁ ସେଣ୍ଟର ଦେଇଥିଲି । ସେଠି ପ୍ରତିଭାଗୀ ପ୍ରାୟତଃ ସିଭିଲ୍ ସର୍ଭିସ୍ ପ୍ରସ୍ତୁତି କରୁଥାନ୍ତି । ମୁଁ ପ୍ରଥମ ଥର ପରୀକ୍ଷା ଦେଉଥାଏ । ମନରେ ଡର ରହିବା ସ୍ୱାଭାବିକ । ବାପାଂକ ସହ ଦୁଇ ମିନିଟ୍ କଥା କିଛି ସାହସ ନିଶ୍ଚୟ ଦେବ ଜାଣିଥିଲି ।


”ଆରେ କ’ଣ ହେଲା ସେଠୁ, ସେମାନେ ୨-୩ ଥର ପରୀକ୍ଷା ଦେଇ ପାଇନଥିବେ ବୋଲି ତ ଅଭିଜ୍ଞତାର ବାହାସ୍ଫୋଟ ମାରୁଛନ୍ତି । ତୁ ପ୍ରଥମ ଥର ଯାଇଛୁ ପରା, ଭଗବାନଂକ ଇଚ୍ଛା ଥିଲେ ପାଇବୁ ନଚେତ୍ ପ୍ରଥମ ଅଭିଜ୍ଞତା ବୋଲି ଭାବି ଆରଥରକୁ ଚେଷ୍ଟା କରିବୁ । ସେମିତିରେ ବି ତୁ ଚାକିରୀ କରିଛୁ, ଆଜି ନ ପାଇଲେ କାଲି ଯେମିତି ଯାଉଥିଲୁ ସେମିତି ଅଫିସ୍ ଯିବୁ । ପେଟ ଅପୋଷା ତ ରହୁନି ନା, ଡରିବାର କ’ଣ ଅଛି । ଯା ଆରାମରେ ବସ ।”


ବାପା କହିଚାଲିଥିଲେ, ମୁଁ ‘ହୁଁ’ ରେ ଉତ୍ତର ଦେଇ ଚାଲିଥିଲି । ଇଚ୍ଛା ଥିଲା ଜୋରରେ କାନ୍ଦିବାକୁ, ମନରେ ଘାଣ୍ଟି ହେଉଥିବା ପ୍ରତିଟି ଦ୍ୱନ୍ଦକୁ ଲୁହରେ ଭସେଇ ଦବାକୁ । ହେଲେ କାନ୍ଦିବି କେମିତି, ମରଦ ପିଲା ପରା ।


“ବାବା, ମୁଁ ଏସ୍.ବି.ଆଇ ପିଓ ପାଇଯାଇଛି” ।


ଖୁସିରେ ଆତ୍ମହରା ହୋଇ ବାପାଂକୁ ଫୋନ୍ କଲି । ସେ ଖୁସିରେ କିଛି ଶବ୍ଦ ବି ଅସ୍ପଷ୍ଟ ହୋଇଯାଇଥିବେ ।


“ଯାହା ଠାକୁରଂକ ଇଚ୍ଛା । ସେ ତତେ ତୋ ପରିଶ୍ରମର ଫଳ ଦେଇଛନ୍ତି” ।


ବାପାଂକ ଶବ୍ଦ ବି ଅସ୍ପଷ୍ଟ ଥିଲା । ସେ ବି କାନ୍ଦିବାକୁ ଚାହୁଁଥିଲେ ବୋଧେ । ହେଲେ କାନ୍ଦିବେ କେମିତି, ମରଦ ପିଲା ପରା ।


Rate this content
Log in

Similar oriya story from Drama