STORYMIRROR

Dr Jharana Satapathy

Classics

3  

Dr Jharana Satapathy

Classics

ଫେରିଆସିଛି ଜେଜେଙ୍କ ଖୁସି

ଫେରିଆସିଛି ଜେଜେଙ୍କ ଖୁସି

2 mins
267

କି ସୁନ୍ଦର ଖେଳ ଥଟ୍ଟା ତମସା ଜେଜେ ସହ ତାଙ୍କ ନାତି ନାତୁଣିଙ୍କର। ପୁରୁଣା ଫୋଟ ଆଲବମ ଦେଖି ଜେଜେଙ୍କ ସହ ଟାହିଟାପରା। ଏ ଲକ୍ ଡାଉନ ଫଳରେ ସବୁ ସ୍କୁଲ ସବୁ ବନ୍ଦ ହୋଇଯାଇଛି ଏହାର ସୁଯୋଗ ନେଇ କେତେ ସୁନ୍ଦର ସମସ୍ତଙ୍କର ସମୟ ପାସ୍ ହୋଇଯାଉଛି । ଯାହା ହେଉ ଵାପାଙ୍କ ମୁହଁରୁ ହସ ଟିକେ ଵାହାରିଲା। ବାପା ତ ନିଜେ ଏଵେ ଘରୁ ଯମା ବାହାରିପାରୁନାହାନ୍ତି ଯାହା ଟିକେ ରାସ୍ତା ଉପରେ ବାଡିଟିଏ ଧରି ଏପଟେ ସେପଟେ ହେଉଥିଲେ ତାହାବି ବନ୍ଦ ହୋଇ ଯାଇଛି କରୋନା ଭୟରେ।ବୟସ୍କ ବ୍ୟକ୍ତି। ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ ଅଟେ। ପିଲାଙ୍କ ସହ ମିଶି ହସ ତମାସା ହେଲେ ନିଶ୍ଚୟ ସମୟ କଟିଯିବ। ବୋଉଙ୍କର ଦେହାନ୍ତ ପରେ ଵାପା ମନଦୁଃଖରେ ସବୁବେଳେ ରହୁଥିଲେ। କାହା ପାଖରେ ସମୟ ନ ଥାଏ ତାଙ୍କ ସହ ଭଲ ଭାବେ କଥାବାର୍ତ୍ତା କରିବାକୁ।ଆମେ କରିବୁ ଅବା କଣ ? ସ୍ବାମି ସ୍ତ୍ରୀ ଆମେ ଦୁଇଜଣ ଚାକିରିଆ।ଆମ ପାଖେ ସମୟ କାହିଁ ତାଙ୍କ ସହ କଥାହେଵା ପାଇଁ ? ସେଥିପାଇଁ ବାପା ସବୁ ବେଳେ ମାନସିକ ଅବସାଦରେ ରହୁଥିଲେ। ମୁହଁରୁ କେତେବେଳେ ହସ ଟିକେ ବାହାରୁ ନଥିଲା।ଗୋଟିଏ ଘରେ ସେମିତି ପଡିରହନ୍ତି। ପିଲାମାନେ ମଧ୍ୟ ଯିଏ ଯାହାର ପାଠପଢାରେ ବ୍ୟସ୍ତ ଥାଆନ୍ତି।ମତେ କିନ୍ତୁ ଏଵେ ଭାରି ଭଲ ଲାଗୁଛି। ଲକ ଡାଉନ ଅବସ୍ଥାରେ ସତରେ ଏ ଛୁଆମାନଙ୍କୁ ନେଇ କରିଥାନ୍ତି ଅବା କ'ଣ। ଭାରି ଦୁଷ୍ଟ ମୋ ପିଲାମାନେ ଭାରି ଅମାନିଆ। ଜଣେ ବିଛୁଆତି ଆଉ ଜଣେ ବାଇଡଙ୍କ।ଚାଲିଲା ସଗଡରେ ଯାଇ ହାତ ଦେବେ।ଏ ପିଲାମାନଙ୍କ ଲାଗି ବାହାରଲୋକମାନଙ୍କଠୁ କଥା ଶୁଣିବାକୁ ପଡେ।ତାହାବି ମତେ।ତା ଡାଡି ତ ଦିନରାତି ବ୍ୟସ୍ତ। ବୃତ୍ତିରେ ଡକ୍ଟର ପରା ଖାଲି ରୋଗୀ ସେବା।କିନ୍ତୁ ଏବେ ଏହି କରୋନା ମହାମାରୀ ଲାଗି ସେ ଘରଦ୍ବାର ପିଲାକୁଟୁମ୍ବ ସବୁ ଭୂଲିଯାଇଛନ୍ତି।କର୍ତ୍ତବ୍ୟତ ନିହାତି ଭାବେ ସୂଚାର ରୂପେ କରିବାକୁ ପଡିବ। ପିଲାଏ ଯାହା ତା ଡାଡିଙ୍କ କଥା ଟିକେ ମାନନ୍ତି। କିନ୍ତୁ ଭଲ ହୋଇଛି ଜେଜେଙ୍କ ସହ ମିଶି ପିଲାମାନଙ୍କ ସମୟ ଅତିବାହିତ ହୋଇଯାଉଛି। ବାପା ଛୁଆ ମାନଙ୍କ ସହ ମିଶି ନିଜେ ଛୁଆ ପାଲଟିଯାଇଛନ୍ତି। ଏ କୋରନା ମହାମାରୀ ଯୋଗୁ ସାମାଜିକ ଦୂରତା ରକ୍ଷା କରିବାକୁ ପଡୁଛି କିନ୍ତୁ ପରିବାର ସଦସ୍ୟଙ୍କ ଭିତରେ ସ୍ନେହ ଶ୍ରଦ୍ଧା ଭଲପାଇବା ଆହୁରି ବଢିଯାଇଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics