STORYMIRROR

puspalata samantary

Inspirational

2  

puspalata samantary

Inspirational

ଫାଇଦା

ଫାଇଦା

1 min
436

ଆକାଶ ଓ ବିକାଶ ଦୁଇଜଣ ଯାକ ଘନିଷ୍ଠ ବନ୍ଧୁ । କେହି କାହାକୁ ଛାଡି କିଛି କରିପାରନ୍ତି ନାହିଁ। ବିକାଶ ଓ ଆକାଶ ଆଲୋଚନା ରତ ଦୁଇ ସହଯୋଗୀ ଙ୍କ ବିଷୟବସ୍ତୁ, ଫାଇଦା କେଉଁଠୁ କେତେ ମିଳିବ ତାହା ଥିଲା ମୁଖ୍ୟ ପ୍ରସଙ୍ଗ । ବହୁତ ବାଟ, ଅବାଟ,ବାସ୍ତବ, ଅବାସ୍ତବ ଘଟଣା କ୍ରମକୁ ନେଇ ତାଙ୍କର ମତାନ୍ତର ରହୁଥିଲା । ଜଣେ ଅନ୍ୟ ଜଣକୁ କହିଲା, ଯଦି ଜୀବନରେ ଯେଉଁଠୁ ବେଶୀ ଫାଇଦା ନ ମିଳିବ ତେବେ ସେପରି କଥାରେ ମୁଣ୍ଡ ଖେଳେଇବ ନାହିଁ। ଆଜିକାଲି ଯୁଗରେ ,ଯେତିକି ସୁଖ ସ୍ୱାଛ୍ଛନ୍ଦ୍ୟ ପ୍ରଦ ଜିନିଷ ସବୁ ମିଳିଲାଣି, କାହାର ଇଚ୍ଛା ନ ହେବ ତାକୁ କିଣି, ତାର ଖୁସି କୁ ଉପଭୋଗ ନ କରିବାକୁ ? ସେ ସବୁଥିପାଇଁ ଅର୍ଥଯୁକ୍ତ ଫାଇଦା ଦରକାର ନ ହେଲେ ଆଜିର ନେତା, ମନ୍ତ୍ରୀ ଅଫିସର ସବୁ ଜୀବନ ଯାକ ଫାଇଦା କୁ ଗୋଟାଇ ଗୋଟାଇ,ନିଜର ତଥା ସାତପୁରୁଷ ଯାଏ ସଞ୍ଚି ,ଶେଷ ସମୟକୁ ମାମୁ ଘରକୁ ଯାଉନଥାନ୍ତେ । ବିକାଶ କହିଲା ହଁ ସତକଥା । ଆକାଶ ଶୁଣି ପାରି କହିଲା କିଏ ସେ ଡାକୁଛି, ଅସ୍ପଷ୍ଟ ସ୍ୱର ,ଲାଗୁଛି ଅଭୁକ୍ତ କିମ୍ବା ଅର୍ଦ୍ଧଭୁକ୍ତ। ବିକାଶ କହିଲା ସେ ମୋ ବାପା, ମୁଁ ଶୁଣିବିନି।ଆକାଶ କହିଲା ଆରେ କାହିଁକି ଶୁଣିବୁନି?ମୋର ଫାଇଦା କଣ? ବରଂ ଅର୍ଥହାନୀ।ବିକାଶ କହିଲା, କେତେ ଫାଇଦା ଏକତ୍ରୀତ କଲୁ,ତାକୁ ସବୁ ବିରାଟ ପୁଟୁଳି ବାନ୍ଧିଲୁ। ଯଦି ଜୀବନ ତୋତେ ମାଗିବ ଫାଇଦା, ମୋତେ ଜିଇଲୁ ଏତେ ଫାଇଦା ପାଇଲୁ,ମୋତେ କଣ ଫାଇଦା ଦେଲୁ? କି ଉତ୍ତର ଦେବୁ ତାକୁ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational