STORYMIRROR

Lina Dhal

Abstract

3  

Lina Dhal

Abstract

ଫାଦର୍ସ ଡେ ଫେସବୁକ୍ ରେ

ଫାଦର୍ସ ଡେ ଫେସବୁକ୍ ରେ

1 min
148

ଆଜି ଫାଦର୍ସ ଡେ ସୋସିଆଲ ମିଡ଼ିଆ ଯେମିତିକି ଫେସବୁକ ରେ ବଡ ଧୂମଧାମରେ ପାଳିତ ହେଉଛି।ଭଲ ବି ଲାଗୁଥିଲା ଯାହା‌ହେଉ ସମସ୍ତେ ତାଙ୍କର ପ୍ରିୟ ବାପା ଙ୍କୁ ମନେପକଉଛନ୍ତି।ଭଲପାଉଛନ୍ତି, ପୂଜା କରୁଛନ୍ତି। ନିଶ୍ଚୟ ଭଲ କଥା। କେତେ ଲେଖା,ସ୍କ୍ରଲ କରି ଚାଲିଥାଏ। କିଛି ଲେଖା ବହୁତ ଭଲ ଲାଗୁଥିଲା ସେଥିପାଇଁ ଅଟକି ଯାଇ ପଢେ। ଏବେ ଦେଖୁ ଦେଖୁ ଗୋଟିଏ ଲେଖା ଉପରେ ନଜର ଅଟକି ଗଲା।ଇଏ ତ ଆମ ଘର ପାଖାପାଖି ଶରତ ଭାଇ। କଲୋନୀ ରେ ଥିଲାବେଳେ ସାତ ଆଠ ଟା ଘରଛାଡ଼ି ସେ ତାଙ୍କ

ପରିବାର ସହିତ ରହୁଥିଲେ। ଏବେ ବିଶିଷ୍ଟ ସମାଜସେବୀ। ଯାହାହେଉ ଜାଣି ବଡ଼ ଖୁସି ଲାଗିଲା।ଫାଦର୍ସ ଡେ ରେ ସିଏ ତାଙ୍କ ଦିଗମ୍ବତ ବାପାଙ୍କ ଙ୍କୁ ମନେପକାଇ ଗରୀବ ଅସହାୟ ମାନଙ୍କ ନିମନ୍ତେ ଏକ ଭୋଜନର ଆୟୋଜନ କରିଛନ୍ତି। ସେମାନଙ୍କୁ ଖୁଆଇ, ସେମାନଙ୍କ ନିମନ୍ତେ କିଛି କରିବାର ସୁଯୋଗ ପାଉଥିବାରୁ ନିଜକୁ ଗର୍ବିତ ମନେ କରୁଛନ୍ତି।ସବୁ ବାପାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ କରିପାରୁଛନ୍ତି।

ମୁଁ ସେ ଭିଡ଼ିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଥିଲି।ପଛକଥା ମନେପଡିବାରୁ ଦୁଃଖ ଭି ଲାଗୁଥିଲା।ତାଙ୍କ ବାପା ଙ୍କ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ଝାଡ଼ା ବାନ୍ତି କରିଦେଲେ କେମିତି ପିଟନ୍ତି।ଘରୁ ହାତଧରି ଦିନକୁ ଦଶଥର ବାହାର କରିଦିଅନ୍ତି।ମଉସା ଙ୍କ ଲୁହ କାକୁତି ମିନତି ହେବାର ସ୍ବର ଏବେବି ମନେପଡି ଛାତିରୁ କୋହ ଆଉ ଆଖିରୁ ଲୁହ ବାହାରି ପଡୁଥିଲା। ଯାହାହେଉ ବଞ୍ଚିବା ବେଳେ ବାପାଙ୍କ ପାଇଁ ଯାହା କରିପାରିଲେନି ଏବେ ଭଲରେ ଫାଦର୍ସ ଡେ ପାଳନ କରୁଛନ୍ତି। ହଁ ବଡ ସମାଜସେବୀ ଯେତେବେଳେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract