STORYMIRROR

Satyanarayan Sahoo

Abstract Fantasy Inspirational

3  

Satyanarayan Sahoo

Abstract Fantasy Inspirational

ପେସେଣ୍ଟ ମେଡିସିନ

ପେସେଣ୍ଟ ମେଡିସିନ

3 mins
114


ମତାଲିଆ ମଦୁଆ ମାଇତି ଦେଶୀ ମହୁଳୀ ପାଇଁ ନିଜ ସ୍ତ୍ରୀ ପାଖେଜଣାଇ ଟଙ୍କା ନେଇ ଫେରାର ହେବା ପରେ ରାତି ପ୍ରାୟ ସାଢେ଼ ୧୨ଟା ରେ ଘର୍କୁ ଫେରି ଆସିଲେ ପ୍ରତିଦିନ ତା ସ୍ତ୍ରୀ ପଖରୁ ଗାଳି

ଖାଏ । ବହୁତ୍ ବଢିଆ ଲାଗୁଥିଲା । ନିଶା ପାଣି ରେ ସବୁ ପଇସା ନଷ୍ଟ ହୁଏ।ସ୍ତ୍ରୀ ରାଗି ଗରଗର ହୁଏ । ଅନ୍ୟ କିଛି କହିବାର ଉପାୟ ନପାଇ ନିରାଶ ହେବାକୁ ଲାଗିଲା । ତାର ପିଲାଏ ବହୁତ ହଇରାଣ ହେଉଛନ୍ତି। ସେ ଜାଣି ପାରେ ନାହିଁ । ପିଲାଏ ଭଲ ଭାବେ ଖାଇ ବା ପିନ୍ଧି ପାରନ୍ତି ନାହିଁ । କଣ ବା କରିବେ । ସ୍ତ୍ରୀ ରାଗି ବ୍ୟାକୁଳ ହେଉଥିଲା ବେଳେ ସେ ଦିନେ ଦୂର ବଜାର ଅଞ୍ଚଳ କୁ ପିଇବାକୁ ଯାଉଛି କହି ବାହାରି ଗଲା । ସ୍ତ୍ରୀ ବାଧ୍ୟ ହୋଇ କିଛି ନ କହି ଚୁପ୍ ଚାପ୍ ବସିଥାଏ । ଭାବିଲା ମଦୁଆ ସବୁ ସମସ୍ୟା ର ମୂଳ । 

ଏପରି ଅବସ୍ଥା ଲାଗି ରହିଲେ ଶେଷକୁ ସେ ସବୁ ପଇସା ନେଇଭାଟିରେ ଦେଇ ଦେବ ।

ତାକୁ ସେଥିରୁ ଉଦ୍ଧାର କରି ବାକୁ ଓ କିପରି ବାଟକୁ ଆଣିବା ପାଇଁ ମନେ ମନେ ଭାବୁଥାଏ । ନ ହେଲେ ସେ ମଦ ପିଇ ପିଇ ଅସୁସ୍ଥ ହୋଇ ପଡିଲେ ବହୁତ ଅଧିକ ଟଙ୍କା ଲାଗିବ । ତାର ଓ ପିଲାଙ୍କ ଭବିଷୟତକୁ ନଷ୍ଟ ଭ୍ରଷ୍ଟ ହେବାରୁ ରକ୍ଷା କରିବା ପାଇଁ କି ଉପାୟ ଶୀଘ୍ର ନ କଲେ କଳା ପାଣି ରେ ସବୁ ପଇସା କଉଡ଼ି ନଷ୍ଟ ହେବା ଆଶଙ୍କା ଥିବାରୁ ଏହାର ପ୍ରଭାବ ଶାଳୀ ଦାଉ ରୁ ନିସ୍ତାର ପଥ ମାଇକିନିଆ ଲୋକ ବିନା ଆଉ କେହି ଜଣେ ଗୁଣିଆକୁ କହି କିଛି ବୁଦ୍ଧି ଦିଶିଲାନି । ତେବେ ଏବେ ବା କଣ କରନ୍ତେ ?କେବଳ ଧନ ଉଡ଼ାଇବା ଓ ରୋଗ ଆମନ୍ତ୍ରଣ କରିବା ବ୍ୟତୀତ

ମଦରୁ ବା ଅନ୍ୟ କିଛି ମିଳୁଛି କି ?  ସେ ଅବା କଣ ଟା ଭଲା କରନ୍ତା ?  ପରିସ୍ଥିତି ର ଚାପ ରେ ମୁଣ୍ଡ ପୋତି ସବୁ ସହି ଯାଏ ସିନା ନୀରବ ରହିବା ପରେ ଦିନେ ମୁହଁ ଖୋଲି ମଦୁଆ ଠାରୁ ଅକାରଣ ରେ ଢେର ଗୁଡ଼ାଏ ନିର୍ଦ୍ଧୁମ ପାହର ଖାଇଛି ।ପୁଣି କେବେ କିଛି କହିବାର ଉପାୟ କଲେ ମଦୁଆ ବଡେଇବ , ଏଇ ଭୟରେ ସେ ନୀରବ ରହି ଯାଏ । ଦୁଃଖ ଶୋକ ପ୍ରକାଶ କରି ବହୁତ ଲୁହ ଗଡାଉଛି । ଦିନକୁ ଦିନ ମତାଳିଆ ହୋଇ ତାର ନାନାଦି ଗହଣା ସବୁକୁ ବିକି ଭାଙ୍ଗି ଖାଇ ସାରିଲାଣି । ଆଗକୁ ପୁଣି କଣ କରିବ ତାର କିଛି ଠିକ୍ ଠିକଣା ନାହିଁ ।ଏବକୁ ମାତାଲ୍ ଅବସ୍ଥାରେ ଘରକୁ ଫେରି ଆସିଲେ ବା ଅନ୍ୟ ମାନଙ୍କ ସହିତ ମିଶି ବାଟ ରେ ଘଟରେ ବହୁ ରକମ ର ଉତ୍ପାତ କରୁଥିବାଜଣାଯାଇଛି । କ୍ରମେ ସେ ଅଞ୍ଚଳ ରେ ମଦୁଆ ଲୋକଙ୍କ ପ୍ରାଦୁର୍ଭାବ ଦ୍ରୁତତର ବେଗ ରେ ବଢ଼ି ବଢ଼ି ଚାଲିଥିବା ବେଳେ ଅନ୍ୟ ମନସ୍କ ହୋଇ

ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତାର ସ୍ତ୍ରୀ ଏହିସବୁ ବିଷୟ ଉପରେ ବିଶଦ ଆଲୋଚନା ମନେ ମନେ ଭାବୁଥାଏ ।

ହଠାତ୍ ତାକୁ ଗୋଟାଏ ବୁଦ୍ଧି ଦିଶିଲା । ସେ ନିଜକୁ ଭୂତ ପରି ବେଶ ବାସ ରେ ସଜାଇ ଠେଙ୍ଗା ବାଡି ଟିଏ ଧରି ମଦୁଆର ଆସିବା ବାଟକୁ

ଜଗି ରାସ୍ତାର ଏପାଖରେ ଥିବା ଏକ ବୁଦା ମୂଳେ ଛପି ରହିଲା ।ମଦୁଆ ମାଇତୀ ମାତାଳିଆ ହୋଇ ଫେରିବା ବାଟ ରେ ପହଞ୍ଚି ଥାଏ,ସଙ୍ଗେ ସଙ୍ଗେ ପକାଇଛି ଆଖିବୁଜା ମାଡ । ଠେଙ୍ଗା ପହାର ।

ପରେ ଘରକୁ ଆଣି ଝଡ଼ା, ଫୁଙ୍କା କରାଇଛି । ଡାକ୍ତର ଖାନାରେ ସେ ୮-୧୦ ଦିନ ଧରି ପଡ଼ିବା ପରେ ସୁସ୍ଥ ହୋଇ ଘର କୁ ଫେରିଛି ।

ଡାକ୍ତର ପାଖରେ କହିବା ପରେ ଡାକ୍ତର କହିଲେ ଯେ ଏହା ହେଉଛି ପେସେଣ୍ଟ ମେଡିସିନ। ମାଡ ଖାଇବା ଔଷଧ ଦ୍ୱାରା ମାତାଲ୍ ରୋଗ 

 ଚିକିତ୍ସା ହୋଇଥାଏ ।ଏହାପରେ ଏକାଥରେ ମଦୁଆ ମାଇତି ର ମଦପିଆ ପରି ବଦ୍ଭ୍ୟାସ୍

ଦୂର ହେଇ ଯାଇଛି ।  ସେଇ ଦିନ ପରଠାରୁ ଆଉ ମାଇତି କୁ ଭାଟିରେ କେହି ଦେଖେ ନାହିଁ ।

ଅନ୍ୟ ମଦୁଆ ଏ ବିଚାର କଲେ, ମାଇତି କାହିଁ ଗଲେ, ଆଉ ଏଠିକି ଆଉ ନାହାଁନ୍ତି କିଆଁ ଚିନ୍ତ।କଲେ ।ପରେ ମାଇତି ଘରକୁ ଆସି ମାଲ ପାଣି ପିଇ ଭାଟିକି ଯିବାପାଇଁ ପାଇଁ ଡାକିଲେ , ତାର ସ୍ତ୍ରୀ ସବୁ ଦେଖିଛି । ଭାଟିକି ଯିବାକୁ ମନା

କରି କହିଛି ସେ ଦିନ ଯେ, ସେ ଆସୁ ଆସୁ ବାଟ ରେ ଭୂତ ପିଶାଚ ହାବୁଡରେ ପଡ଼ି ଥିଲା ଠିକ୍ ପ୍ରାଣ ଚାଲି ଯାଇଥିବା ବେଳେ ବହୁ କଷ୍ଟରେ ଖୋଜା ଖୋଜି କରି ବଞ୍ଚାଇଚି । ପୁଣି ଫେର୍ ଆହୁରି

ଯିବ ସେ ଭଟିକି ମାଲ ପିଇବାକୁ ?


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya story from Abstract