suchismita Panda

Drama Classics Inspirational

4  

suchismita Panda

Drama Classics Inspirational

ପୈତୃକ ଚୋର

ପୈତୃକ ଚୋର

2 mins
278


            ସଂଧ୍ୟା ଆରତୀ ସମୟରେ ଗାଁ ମନ୍ଦିରରେ ସବୁଦିନ ଭକ୍ତଙ୍କ ସମାଗମ ହୋଇଯାଏ । ଭକ୍ତଙ୍କ ଭକ୍ତିରେ ମନ୍ଦିରର ଅଗଣା ଭରି ରହେ । ଆରତୀ ପରେ ପ୍ରସାଦ ସେବନ କରି ସମସ୍ତେ ନିଜ ନିଜ ଘରକୁ ଫେରିଯାନ୍ତି । ହେଲେ ସବୁ ଭକ୍ତଙ୍କଠୁ ଅଲଗା ଥାଏ ପ୍ରେମାନନ୍ଦ । ଯିଏ ଆରତୀ ହେବା ପୂର୍ବରୁ ମନ୍ଦିରକୁ ଆସି ମନ୍ଦିର ଅଗଣାକୁ ଝାଡୁ କରିଦିଏ । ତା ସହ କେବେ କେମିତି ପୂଜା ବାସନ ମଧ୍ୟ ଧୋଇ ରଖେ । ପୂଜା ସମାପ୍ତ ହେବା ପରେ ଘଡିଏ ବସିରହି ଭଗବାନଙ୍କ ନାମ କୀର୍ତ୍ତନ କରେ । ତା ସହ କିଛି ଜଣ ମିଶିଯାଇ ମନ୍ଦିର ପ୍ରାଙ୍ଗଣ କମ୍ପାଇ ଦିଅନ୍ତି । ପ୍ରେମାନନ୍ଦ ଏଇ ଭକ୍ତି ଭାବ ଗୁଣ ଯୋଗୁଁ ଖୁବ୍ ପ୍ରଶଂସିତ ହୁଏ ।

       ହେଲେ ଯେଉଁଠି ଭଲ ଅଛି ସେଠି ଖରାପ କେମିତି ଯେ ନରହନ୍ତା । ଠିକ୍ ସେଇ ନୀତିରେ ପ୍ରେମାନନ୍ଦର ଭଲ ଗୁଣ ସବୁରେ ପରଦା ପକାଇ ଦିଏ ତାର ଚୋରି ପ୍ରବୃତ୍ତି । ରାତିର ନିରବତାର ଫାଇଦା ଉଠାଇ ସେ ବୁଲାଇ ଆସେ କଳା କନା ଘରେ ଘରେ । ଚୋରି କରିବାର ପ୍ରବୃତ୍ତି ତା ପାଖରେ କୌଣସି ସାଙ୍ଗ ସାଥିଙ୍କ ଠାରୁ ମିଳିନଥିଲା ବରଂ ତା ପୈତୃକ କାର୍ଯ୍ୟକୁ ସେ ସୂଚାରୁ ରୂପେ ସମ୍ପାଦନ କରୁଥିଲା । ପିତାଙ୍କ ଦେହ ଖରାପ ହେବା ପରେ ସେ ଏବେ ଏକା ଏଇ କାମକୁ ଆଗେଇ ଚାଲିଛି । 

      ମନ୍ଦିରର ପୂଜକ ଏଇ ଗୁଣକୁ ଆଗରୁ ଜାଣିଥିଲେ ତେଣୁ ସେ ଥରେ ପ୍ରେମାନନ୍ଦକୁ ଏକୁଟିଆ ଦେଖି ଚୋରି କରିବା ଛାଡିବାକୁ କହିଲେ । ହେଲେ ପ୍ରେମାନନ୍ଦ ଏଇ ଗୁଣକୁ ତାର ପୈତୃକ ବରଦାନ କହି ପୂଜକଙ୍କୁ ମନା କରିଦିଏ । ତା କଥାରେ ନିରାଶ ନହୋଇ ପୂଜକ ପୁଣି କହନ୍ତି ଯେ ଯଦି ଚୋରି କରିବା ନଛାଡୁଛ ତେବେ ସତ୍ୟ କହିବା ବଜାୟ ରଖ । ସବୁବେଳେ ସତ୍ୟ କହିଚାଲ । ପୂଜକଙ୍କ ଏଇ କଥାରେ ହଁ ଭରିଲା ପ୍ରେମାନନ୍ଦ ।

       ଦିନକର ଘଟଣା । ଥରେ କିଛି ଦୂରବର୍ତ୍ତୀ ଗାଁରୁ ପୂଜକଙ୍କୁ ଡକାଯାଏ । ସେ ଯିବା ବେଳେ ପ୍ରେମାନନ୍ଦଙ୍କୁ ମଧ୍ୟ ନିମନ୍ତ୍ରଣ କରିଦିଅନ୍ତି । ଏତେ ଦୂର ଗାଁ କୁ କିଭଳି ଯାଇ ହେବ ଭାବି ଭାବି ପ୍ରେମାନନ୍ଦ ସ୍ଥିର କରେ ରାଜାଙ୍କ ମହଲରୁ ଘୋଡା ଚୋରି କରିବା । ଠିକ୍ ଉପାୟ ଅନୁସାରେ ଚୋରି କରି ପ୍ରେମାନନ୍ଦ ପହଞ୍ଚି ଯାଏ ନିମନ୍ତ୍ରିତ ଗାଁ ରେ । ସେଠି ସମସ୍ତେ ଘୋଡାର ଖୁବ୍ ପ୍ରଶଂସା କର ପ୍ରେମାନନ୍ଦକୁ ଘୋଡାର ମାଲିକ ବୋଲି କହନ୍ତି । ମିଛ ପ୍ରଶଂସା ବହନ କରି ନପାରି ପ୍ରେମାନନ୍ଦ ସତ ସବୁ କହି ଦିଏ । ସେପଟେ ରାଜାଙ୍କ କର୍ମଚାରୀ ମଧ୍ୟ ଘୋଡାର ସନ୍ଧାନରେ ଆସି ପହଞ୍ଚିଯାନ୍ତି ପ୍ରେମାନନ୍ଦ ଆଗେ । ପ୍ରେମାନନ୍ଦର ସତ୍ୟ କୁ ଶୁଣି ସେମାନେ ମଧ୍ୟ ଚୁପ୍ ଚାପ୍ ବିନା କୌଣସି ଦଣ୍ଡରେ ତାକୁ ଛାଡି ଦେଇ ଘୋଡାକୁ ଫେରାଇ ନିଅନ୍ତି । ସେଠି ପ୍ରେମାନନ୍ଦ ପୂଜକଙ୍କ ସତ୍ୟ କହିବା କଥାର ଯଥାର୍ଥ ବୁଝିଯାଏ । ତାଙ୍କ ପାଦ ତଳେ ପଡି ପ୍ରତିଜ୍ଞା କରେ ଯେ ସେ ପୈତୃକ ଚୋରି ଗୁଣ ମଧ୍ୟ ଛାଡିଦେବ । ପୂଜକଙ୍କ ଉଦ୍ଦେଶ୍ୟ ସଫଳ ହେବା ପରେ ସେ ଦୁହେଁ ପୁଣି ସେଇ ଗାଁର ମହଲରେ ମଜ୍ଜି ରହନ୍ତି ।

       


Rate this content
Log in

Similar oriya story from Drama