STORYMIRROR

Nibedita Mishra

Inspirational

3  

Nibedita Mishra

Inspirational

ପାରିବାରିକ କଳହ

ପାରିବାରିକ କଳହ

2 mins
244

ପରିବାର ଯେଉଁଠୁ ମୂଳଦୁଆ ପଡେ ସମସ୍ତଙ୍କ ଜୀବନର। ସେଇଠୁ ହିଁ ଶିଶୁଟିଏ ଶିଖେ ଜୀବନର ଅନେକ ଗୁରୁତ୍ବପୂର୍ଣ୍ଣ ଶିକ୍ଷା। ଗୋଟେ ପରିବାର ହିଁ ସେଇ ଜାଗା ଯୋଉଠୁ ଆସନ୍ତା କାଲିର ଭବିଷ୍ଯତ ଗଢିଉଠେ। ହେଲେ ସେଇ ପରିବାରରେ ଯଦି ଅପ୍ରୀତିକର ବାତାବରଣ ଲାଗି ରହେ। ତେବେ ଅନେକ କଅଁଳି ମନ ସେଥିରେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୁଅନ୍ତି। ଯାହାର ଅନେକ ନଜିର ଦେଖି ଦେଖି ଅନୁଭବ ଆଜି ପରିଣତ ବୟସରେ । 

ଏଇ ଅନୁଭବ ବେଳେ ବେଳେ ମନେ ପକାନ୍ତି ନିଜର ଅତୀତକୁ। ଭାବବିହ୍ବଳହୋଇ ଉଠନ୍ତି। ଆଜିବି ତାଙ୍କର ମନେପଡେ କେଡେ ସୁନ୍ଦର ଭାଇଭଉଣୀ ଦୁହେଁ ମା ବାପା ଙ୍କ ସାଙ୍ଗେ ରହୁଥିଲେ। ବାପା ଅଫିସ ଯାଆନ୍ତି। ମା ଘର କାମ କରେ। ଭରୀ ସୁନ୍ଦର ପରିବାରଟିଏ। ତାଙ୍କ ପଡିଶା ଘରେ ଅନୁଭବଙ୍କ ଜଣେ ସାଙ୍ଗ ରହୁଥିଲେ। ସେମାନେ ଏକା ଶ୍ରେଣୀରେ ପଢନ୍ତି। ତାଙ୍କ ଘରର ପରିବେଶ କିନ୍ତୁ ଆଦୌ ଭଲ ନଥିଲା। ତା ବାପା ବହୁତ ମଦ ପିଅନ୍ତି । ତେଣୁ ଘରେ ସବୁବେଳେ କଳିକଜିଆ ଲାଗି ରହିଥାଏ। ବେଳେବେଳେ ସେ ଉପାସରେ ସ୍କୁଲକୁ ଯାଏ। ଦିନେ ସେ ସ୍କୁଲ ଯାଇନଥିଲା। ଅନୁଭବ ଭାବିଲେ ବୋଧହୁଏ ତା ଦେହ ଭଲ ନଥିବ। ଘରେ ପହଞ୍ଚି ଜାଣିଲେ ଯେ ତାଙ୍କ ଘରେ ଆଜି ବହୁତ ଝଗଡା ହେଇଛି। ତା ବାପା ରାଗିକି ତା' ମାଆକୁ ଗୋଟେ ଟାଙ୍ଗିଆରେ ଚୋଟେ ପକେଇ ଦେଇଛନ୍ତି। ମାଆ ମରିନାହାନ୍ତି ଯଦିଓ, ହେଲେ ହସ୍ପିଟାଲରେ ଅଛନ୍ତି। ବାପାଙ୍କୁ ପୁଲିସ ନେଇ ଯାଇଛି। ଆଉ ତାଙ୍ଗ ସାଙ୍ଗ.......?

ସେ ଦେଖା ଯାଉନାହାନ୍ତି ଯେ। ଅନୁଭବ ବ୍ଯାଗଟିକୁ ଘରେ ପକେଇ ଦେଇ, ସାଙ୍ଗକୁ ଖୋଜିବାକୁ ବାହାରି ଗଲେ। ଅନେକ ଖୋଜାଖୋଜି ପରେ ତାଙ୍କୁ ସ୍କୁଲ ପଛପଟ ପାହାଡ ପାଖେ ପାଇଲେ। ସେ ବିଚାରା ବହୁତ ଡରି ଯାଇଥାଏ। କାରଣ ସେ ସେସବୁକୁ ନିଜ ଆଖିରେ ଦେଖିଥିଲା। ଅନୁଭବ ତାକୁ ବହୁତ ବୁଝାସୁଝା କରି ନିଜ ଘରକୁ ଆଣିଲେ। ଏଇ ଭିତରେ ଖବର ଆସିଲା ଯେ ତା ମାଆ ଚାଲିଗଲେ ବୋଲି। ସେ ବହୁତ କାନ୍ଦିଲା। 

   ତା ପର ଦିନ ତା ମାମୁଁଘର ଲୋକ ଆସି ତାକୁ ନେଇଗଲେ। ଗଲାବେଳେସେ ଅନୁଭବଙ୍କୁ ଧରି ବହୁତ କାନ୍ଦୁଥାଏ। କହୁଥାଏ ଯେ ମୋର କଣ ଦୋଷ ଥିଲା?ହେଲେ କେହି ବି ତା ଉତ୍ତର ଦେଇ ପାରୁନଥାଆନ୍ତି। 

ତା ପରେ ଅନୁଭବ ତାକୁ ଆଉ କେବେ ଭେଟି ନାହାନ୍ତି। ହେଲେ ବେଳେ ବେଳେ ତା କଥା ଭାବନ୍ତି। କ'ଣ କରୁଥିବ?କେମିତି ଥିବ?

ଏଇ ଦି ଦିନ ଆଗରୁ ଖବରକାଗଜରେ ନିଜର ସେଇ ସାଙ୍ଗର ଫଟୋ ଦେଖି ଚମକି ପଡିଲେ ଅନୁଭବ। 

ତାଙ୍କ ସାଙ୍ଗ ଏବେ ବହୁତ ବଡ ଡାକ୍ତର ହେଇଯାଇଛି। ସାଙ୍ଗରେ ମଦ ବିରୋଧରେ ଗୋଟିଏ NGOଟେ ବି ଚଳଉଛି। 

ପେପରରୁ ତା ଠିକଣାଟା ଟିପି ଋଖିଛନ୍ତି ଅନୁଭବ। କେବେ ସୁବିଧା ଦେଖିକି ତା ପାଖକୁ ଯିବେ ବୋଲି। 

ସତରେ ନା......ଖୁବ କମ ଲୋକ ବିପରୀତ ପରିସ୍ଥିତିରୁ ସକାରାତ୍ମକ ଚିନ୍ତାଧାରାଟିଏ ନେଇ ଆଗକୁ ବଢନ୍ତି ବୋଲି ଅନୁଭବ ମନେ ମନେ ଚିନ୍ତା କରୁଥିଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational