Sunanda Mohanty

Drama Romance Thriller

3  

Sunanda Mohanty

Drama Romance Thriller

ପାରିବାରିକ କଳହ

ପାରିବାରିକ କଳହ

2 mins
211



ବାପା ଓ ମାଆ ଙ୍କ ଭିତରେ ପାରିବାରିକ କଳହର କାରଣ ନଜାଣି ନିରାକରଣ ପାଇଁ, ଝିଅ ମାଆ କୁ ଆଉ ପୁଅ ବାପା ଙ୍କୁ ନେଇ ଯାଇଥିଲା, ଝିଅ ବୋହୁ ଦୁହେଁ ଚାକିରିଆ ଥିଲେ ତ ଝିଅର ଝିଅ, ନାତୁଣୀ କୁ ଦେଖି ମାଆ ଆଉ ପୁଅର ପୁଅ ନାତି କୁ ଦେଖି ବାପା କୃତ୍ୟ କୃତ୍ୟ ରେ ଅମୃତ ର ସ୍ୱାଦ ନେଉ ନେଉ ଭୁଲି ଯାଇଥିଲେ ନିଜ ଅସ୍ତିତ୍ୱ, ସହଜେ ଓଡିଶା ଓ ଭାରତ ର ରାଜଧାନୀରେ ସମସ୍ତ ସହଜ ସୁଲଭ୍ୟ ଆବଶ୍ୟକତା ହାତମୁଠା ରେ ପାଇ ଉଭୟ ଖୁସି ଥିଲେ, ପୁଅ ଝିଅ ମଧ୍ୟ ମନ ବୁଝି ବୁଲେଇ ଆଣୁଥିଲେ ଦୁହିଁଙ୍କୁ କିଛି କିଛି ଦର୍ଶନୀୟ ସ୍ଥାନ ତ ଦୁହେଁ ଖୁସିରେ ଥିଲେ l

   ସେଦିନ ଝିଅ ତା ଶାଶୁ ଶ୍ବଶୁରଙ୍କ ପାଇଁ "ଚ୍ୟବନ ପ୍ରାଶ", ପଠାଉଥିଲା ତ ହଠାତ ମାଆର ବାପାଙ୍କ କଥା ମନେ ପଡିଗଲା, ସବୁଦିନ ଚ୍ୟବନ ପ୍ରାସ ଖାଉଥିବା ସ୍ୱାମୀ ସେଠାରେ ଠିକଠାକ ସ୍ୱାସ୍ଥ୍ୟ ଜଗି ଚ୍ୟବନପ୍ରାସ ଖାଉଛନ୍ତି ନା ନାହିଁ ର ଭାବନା ରେ ସେ ଛଟପଟ ହେଲେ ଠିକ ସମୟରେ ସରି ଯାଇଥିବା ଚ୍ୟବନପ୍ରାସ ନ ଆଣିଥିଲେ ତ ହୁଏ କଳି, ଆଉ ଏପଟେ ସ୍ୱାମୀଟି ପୁଅ ସବୁଦିନ ଠାକୁରଙ୍କ ପାଇଁ ଆଣୁ ଥିବା ଫଳ, ସେଓ, କମଳା, କଦଳୀ ଇତ୍ୟାଦି ପୂଜା ପାଇଁ ଆଣେ ଓ ପୂଜା ସାରିବା ପରେ ବୋହୂଟି ସେସବୁ ବାଣ୍ଟି ଦେଇଥାଏ ତ ହଠାତ ମନେପଡ଼ିଲା ସ୍ତ୍ରୀ ଟି ସେଠାରେ ଭୋଗ ପାଇଁ ଫଳମୂଳ ପାଉଛି ନା ନାହିଁ କାରଣ ଭୋଗ ପାଇଁ ଫଳ ସରିଯାଇଥିଲେ ସେ ଠାକୁରଙ୍କୁ ଚିନି ବା ଗୁଡ଼ ଦେଇ ପୂଜା କରିବା ଦେଖିଲେ କାହିଁ ମନେ ପକେଇ ବଜ଼ାର ଯିବା ପୁର୍ବରୁ କହିଲନି ବୋଲି ତ ହୁଏ କଳି l

   ତା ଆରଦିନ ବାପା ଟିକେଟ କାଟି ଢେର ସାରା ଫଳମୂଳ ଧରି ଝିଅ ଘରେ ପହଁଚିଲେ ତ, ଝିଅ କହିଲାଏଇ ଏଇ ମାଆ କୁ ଟ୍ରେନ ରେ ବସାଇ ଆସିଲି କାରଣ ତୁମର କାଳେ ଚ୍ୟବନପ୍ରାସ ସରିଯିବଣି, ତୁମେ ମନେପକେଇ ବଜ଼ାର ରୁ ଆଣୁନଥିବ କହି ଚ୍ୟବନପ୍ରାସ ସହ ସେ ଚାଲିଗଲା l

  ମାଆ ଟି ପୁଅ ପାଖରେ ପହଂଚି ବ୍ୟତିବ୍ୟସ୍ତ ହୋଇପଡିଲା, ବାପା ଝିଅ ପାଖରୁ ସବୁ ଶୁଣି ଯଦିଓ ଆଂଶିକ ଖୁସି ହେଲେ ତଥାପି ମାଆ କେମିତି ପହଂଚିଥିବ ଭାବି ବ୍ୟସ୍ତ ହେଇପଡ଼ିଲେ, ମାଆ ବି ଝିଅ ପାଖରେ ବାପା ଚାଲିପାରିବେ କି ନାହିଁ ଭାବି ଆତୁର ହେଲା ଯଦିଓ ସେ ଜାଣିଥିଲା ଝିଅ ବାପାଙ୍କ କଥା ଠିକ ଠିକ ବୁଝିବ, ଭାଇ ଭଉଣୀ ଦୁହିଁଙ୍କୁ ବୁଝିବାକୁ ବାକି ରହିଲା ନାହିଁ ଯେ ବାପା ମାଆ ଙ୍କ ଭିତରେ ମତାନ୍ତର ଥାଇପାରେ ହେଲେ ମନାନ୍ତର ନାହିଁ, ଦୁହେଁ ଆଶ୍ୱସ୍ତ ହେଲେ ବି ପୁଅ ପାଖେ ମାଆ ଓ ଝିଅ ପାଖେ ବାପା ଅସ୍ଥିରତା ପ୍ରକାଶ କରୁଥିଲେ l

  କିଛି ଦିନ ପରେ ଦୁହେଁ ପୈତୃକ ଘରେ ଥିବାର ଦେଖି କେହି କେହି ପଚାରୁଥିଲେ କଣ ବହୁତ ଦିନ ବାହାରେ ରହିଗଲେ ମିଶ୍ର ବାବୁ, ତ ଦୁହେଁ ସସ୍ତ୍ରୀକ କହି ପକାନ୍ତି ଦେହ ଓ ମନ ର ପରିବର୍ତ୍ତନ ପାଇଁ ଜଳବାୟୁ ର ପରିବର୍ତ୍ତନ ଏକାନ୍ତ ଅପରିହାର୍ଯ୍ୟ ନା, ସମସ୍ତେ ହସି ଦେଇ ଚାଲିଯାନ୍ତି ନିଜ ବାଟରେ, ହେଲେ ବାପା ଝିଅ ଆଗେ ମାଆ ନାମ ରେ ମାଆ ପୁଅ ଆଗେ ବାପାଙ୍କ ଗୁଣ ଅବିଗୁଣ ବଖାଣିବାରେ ହେଳା ନଥାଏ l


Rate this content
Log in

Similar oriya story from Drama