STORYMIRROR

Sunanda Mohanty

Classics

2  

Sunanda Mohanty

Classics

ଓଢଣା ର ଆଢୁଆଳେ

ଓଢଣା ର ଆଢୁଆଳେ

2 mins
243

ମନ୍ଦିର ଯିବାକୁ ବୋଉ ର ମୋର ବାହାରିଥାଉ ଘରକୁ ଆସି ପହଁଚିଲେ ଅତିଥି ତ ସେଥିପ୍ରତି ଦୃଷ୍ଟି ନଦେଇ ମନ୍ଦିର ଚାଲି ଯାଇଥିଲେ ଚଳିଥାନ୍ତା, କାରଣ ନା ସେମାନେ ରକ୍ତ ସମ୍ପର୍କୀୟ, ନା ସେମାନେ ଚିନ୍ହାଜଣା, ନା ସେମାନେ ଝିଅ ବା ପୁଅ ଦେଖିବାକୁ ଆସିଥିବା କୁଣିଆ, ସେମାନେ ଆସିଥିଲେ ମୋ ପାଖେ ତାଙ୍କ ପିଲାଙ୍କୁ ପାଠ ପଢେଇବା ପାଇଁ ପଠେଇବାକୁ ଅର୍ଥାତ ଟ୍ୟୁସନ କରିବାକୁ ଆଉ ଶିକ୍ଷୟିତ୍ରୀ ଥିବାରୁ ଟ୍ୟୁସନ ମୁଁ କରୁନଥିଲି, ଏହିକଥା କହି ଦେଇ ମନ୍ଦିର ଯିବାରେ କିଛି ବି ଅସୁବିଧା ନ ଥିଲା, ହେଲେ ବୋଉ ତାଙ୍କୁ ଚର୍ଚ୍ଚା ନକରି ଯିବାକୁ ରାଜି ନୁଂହ, ଚା, ବିସ୍କୁଟ, ପାଣି ଦେଇଦେଇ ମୁଁ ପଟେ ଝାଳନାଳ, ତ ଟିକେ ବିରକ୍ତିର ଆଭାସ ପାଇ ବୋଉ ମତେ କହୁଥିଲା, "ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ,ଘରଣୀ ଥିଲେ କି ହେବ ଅତିଥି ଅଭ୍ୟାଗତ ନ ଚିହିଁଲେ, କି ହେବ ଶୁଆ ପଶିଲେ."

       ହ ହଉ ଆସେ ମନ୍ଦିର ଯିବା, ରାଧା କୃଷ୍ଣ ଙ୍କୁ ନଦେଖିଲେ ପଛେ ଭାତ ରୁଚିବନି, ହସିଦେଇ ମାଆ ଝିଅ ଦୁହେଁ ମନ୍ଦିର ବେଢ଼ା ରେ ପହଂଚି ଠାକୁରଙ୍କୁ ଦର୍ଶନ କରି ତୁଳସୀ ଟିକେ ପାଇଁ ହାତ ବଢ଼େଇ ରହିଛୁତ, ପଣ୍ଡାଟି ଅନର୍ଗଳ ଗପି ଚାଲିଛି ଦର୍ଶନାର୍ଥୀ ଦମ୍ପତି ଙ୍କ ସହ ଆଉ ଏକଶତ ମୁଦ୍ରା ପାଇ ହାତକୁ ତାଙ୍କର ବଢ଼େଇ ଦେଉଛି ଠାକୁରଙ୍କ ଛଡା ଚନ୍ଦନ ରୁ ପ୍ରାୟେ ମୁଠାଏ ଉପରେ ଆମ ଆଡକୁ ଆଡ ନୟନ ରେ ନଚାହିଁ, ଆଉ ବୋଉ ର ସେଥି ପ୍ରତି ଦୃଷ୍ଟି ନାହିଁ ସେ ଖାଲି ଭାବ ଭକ୍ତିରେ କଣ ଜପ ତପ ଜଣାଣ କରିଯାଉଛି, ଠାକୁରଙ୍କୁ ଚାହିଁ, ତା ହାତ ଧରି ଭିଡ଼ିଆଣିଲି ଏକରକମ ବାହାରକୁ ଆଉ କହୁଥିଲି "ଦେଉଳ ସୁନ୍ଦର ଦିଶେଧ୍ୱଜା ଉଡ଼ିଲେ, ଧ୍ବଜା ଉଡ଼ିଲେକି ହେବ ଦେଉଳେ ଦିଅଁ ନଥିଲେ, କି ହେବ ଶୁଆ ପୋଶିଲେ. "

    ଏ ଭିତରେ ଆମେ ପହଞ୍ଚିସାରି ଥିଲୁ ଫେରିବାର ସବା ଶେଷ ପାହାଚରେ, ଆଉ ପଣ୍ଡା ଜଣେ ଚନ୍ଦନ ତୁଳସୀ ବଢ଼ାଉଥିଲେ ଆମକୁ. ବୋଉ ତାକୁ ପାଇ ବେଢା ପାଇଁ ପଛକୁ ବୁଲୁଥିଲା ଆଉ ମୁଁ ଦୀପ କିଣିବାକୁ, କଣ ବୁଝିଲା କି ନ ବୁଝିଲା କେଜାଣି ବୋଉ, ଓଢଣା ଟା ଆଉ ଟିକେ ଟାଣିଦେଇ ହସୁଥିଲା, ମୁଁ କିନ୍ତୁ ମୋ କାନି ସଜାଡି ଦୀପ ବସାଉଥିଲି କାଳେ ଲାଗିଯିବନିତ ଶାଢ଼ୀ ରେ, ବୋଉ ଥିଲା ନିର୍ବିକାର, ଓଢଣା ଭିତରେ ମୋ ବୋଉରମୁଁହ ସଜ ଫୁଟା ଫୁଲ ପରି ଦେଖା ଯାଉଥିଲା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics