STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ବୋଉ

ବୋଉ

1 min
234

ଘର ବୋଲି ଅର୍ଜ୍ଜିଛୁ ଯେତେ ପଦାର୍ଥ ଘଟ ଛୁଟିଲେ ତୋତେ ବୋଲିବେ ଭୂତ ଘର ଘରଣୀ ଦେହ କିଳାଉ ଥିବେ, ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେ ଭକଚରଣ ମହାଶୟ ଙ୍କ ଉପରୋକ୍ତ କାଳଜୟୀ ମନବୋଧ ଚଉତିଶା ଟିକୁ, ଠାକୁର ଘରୁ ବାହାରି ଆସିବା ପରେ ବୋଉ ଗୁଣୁଗୁଣାଉଥିଲା ଆଉ ମୁଁ ତା ଆଡକୁ ନିର୍ଲିପ୍ତ ନୟନରେ ଚାହିଁ ଅନେକ ସ୍ମୃତି ସାଉଁଟାଉଥିଲି, ବାପା ଙ୍କୁ ସ୍ନେହ, ଶ୍ରଦ୍ଧା, ଭକ୍ତି, ସମ୍ନାନ କରୁଥିବା ବୋଉ ସେଦିନ ସ୍ତବ୍ଧ ହେଇଯାଇଥିଲା. ବାପା ଡାଇବେଟିସ ଆକ୍ରାନ୍ତ ଥିଲେ ହେଲେ ଡ଼କ୍ଟର ଯେବେ ଅସୁସ୍ଥ ବାପାଙ୍କୁ ମସ୍ତିଷ୍କ ମୃତ ଘୋଷଣା କଲେ, ଆମେ ସମେସ୍ତେ ଭାଙ୍ଗି ପଡିବା ବେଳେ ବୋଉ ଯେବେ କହିଥିଲା ବାପାଙ୍କ କିଡ଼ନୀ ଟି ପିଇସୀ ଅପାଙ୍କୁ ଦାନ କରିବାକୁ ତାର ଇଚ୍ଛା ଡ଼କ୍ଟର ବି ବୋଉ ର ଉତ୍ସଗିକୃତ ମତାମତ ଦୃଢ଼ ମନୋବଳ ବିସ୍ମିତ କରିଥିଲା ସମସ୍ତଙ୍କୁ ଆଉ ଜୀବନ୍ୟାସ ପାଇଯାଇଥିଲା ପିଇସୀ ଅପା

କିନ୍ତୁ ତା ପରଠୁ ବୋଉ ଏକଦମ ପାଗେଳୀ, କେବେ ବାପାଙ୍କ ଉଦେଶ୍ୟରେ ଭାତ ବାଢେ ତ, କେବେ ତାଙ୍କ ଗାମୁଛା ଓ ଗୁଡ଼ାଖୁ ଜାଗା ଯଥା ସ୍ଥାନ ରେ ରଖୁଥାଏ ସଜାଡି, ଏସବୁ ଦେଖି ଡ଼କ୍ଟର ଟିକେ ସ୍ଥାନ ପରିବର୍ତ୍ତନ ପାଇଁ କହିଥିଲେ ତ ନେଇଆସିଥିଲି ମୁଁ, ଆଉ ମୋ ପାଖରେ ଠାକୁର ଘର ଟା ତାର ସବୁକିଛି, ମତେ ସତୃଷ୍ଣ ନୟନ ରେ ଚାହିଁ ବୋଉ କହିଲା ତତେ ଗୋଟେ କଥା କହିବି ଝିଅ, ମୁଁ ମରିଗଲା ପରେ ମୋର ସବୁ ଅଙ୍ଗ ପ୍ରତ୍ୟଙ୍ଗ ତୋ ବାପାଙ୍କୁ ଦେଇଦେବୁ, ଭାଇ ମାନଙ୍କୁ କହିବୁ, ବାପା ଠିକ ହୋଇଯିବେ ଦେଖିବୁ, ମୁଁ କେବଳ ଘଡ଼ିଏ ଯାଏଁ ବୋଉକୁ କୁଣ୍ଢେଇ ଧରି କାନ୍ଦୁଥିଲି, ହେଲେ ଆର୍ଲଜାଇମର ରୋଗୀ ବୋଉ ର କିଛିହିଁ ପ୍ରତିକ୍ରିୟା ନଥିଲା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract