STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ଗାଁ ର ସ୍ମୃତି

ଗାଁ ର ସ୍ମୃତି

1 min
260

ଆଜି କାଇଁ ମୋର ମନ ହୁଏ ଭାରି ଗାଁ କୁ ଯାଆନ୍ତି ଥରେ,ଫଗୁ ଖେଳନ୍ତି ମୋ ସଖା ସୋଦର ସାଥିରେ ଦୋଳ ମଣ୍ଡପ କତିରେ. ବିମାନ ରେ ଯେବେ ଠାକୁର ଆସନ୍ତେ ଗାଁ କୁ ମୋହର ବୁଲି, ସୁନ୍ଦର ତୃପ୍ତିରେ ଦର୍ଶନ କରନ୍ତି ଆସନ୍ତେ ସେ ଯେବେ ଝୁଲି ଝୁଲି. ଦୋଳପୂର୍ଣ୍ଣମୀ ର ନିଆରା ଭୋଗର ବାସ୍ନା, ଆଜି କାଇଁ ମନ ଖୋଜିହୁଏ ଆନମନା. କିଏସେ କହୁଛି ପିଜା, ବର୍ଗର, ସାଂଡଉଇଚ ଭଲ, ମୋମନ କଲବଲ, ମନ ହାଇଁପାଇଁ ଚୁଡାପୁଆ ପାଇଁ ନଥିବ କରୋନା ଭୟ. ରଙ୍ଗ ବୋଳି ହୋଇ ହୋଲିରେ ନାଚନ୍ତି ଆସ ଭାଇ ବନ୍ଧୁମୋର, ଭେଦଭାବ ଭୁଲି ମନାନ୍ତର ମତାନ୍ତର ଛାଡି ବାନ୍ଧିବା ହୋଲିର ଡୋର.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract