STORYMIRROR

Himalini Hota

Horror

3  

Himalini Hota

Horror

ନୂପୁର

ନୂପୁର

6 mins
191

ସ୍ୱଳ୍ପ ବେତନକୁ ସ୍ୱଳ୍ପ ଭଡାରେ ଘର ମିଳିବା ଆଜିକାଲି ଦୁନିଆ ରେ  ଯେ କେତେ କଷ୍ଟ ଏକଥା କାହାକୁ ଅଛପା।ବହୁତ ଖୋଜା ଖୋଜି ପରେ ଗଡ଼ ରେ (ରାଜ ନଅର ପାଖେ) ସ୍ବଳ୍ପ ଭଡା ରେ ଘର ଟିଏ ଯୋଗାଡ଼ କରିପାରିଲେ ମହେଶ ବାବୁ।ଘରଟି ଟିକେ ପୁରୁଣା କାଳିଆ କିନ୍ତୁ ରାଜ ରାଜୁଡା ଅମଳର ଯେହେତୁ ବହୁତ ବଡ ଓ ସୁନ୍ଦର ଥିଲା।ସ୍ବଳ୍ପ ଭଡା ରେ ଘର ମିଳିବା ର ଏହି ବିଶେଷତ୍ୱ ଥିଲା ଯେ ଘର ଟି ର ମାଲିକଣି (ପୁର୍ବର ରାଜ ଉଆସରେ ନୃତ୍ୟ କରୁଥିବା ନର୍ତ୍ତକୀ) ମରିକି ବି କାଳେ ଜୀବନ୍ତ ରହି ଯାଇଥିଲେ ସେହି ଘରେ ତେଣୁ କେହି ଭଡାଟିଆ ସେଠାରେ ବେଶୀ ଦିନ ତିଷ୍ଠି ପାରୁନଥିଲେ।କୁହାଯାଏ ଗୃହ ମଳିକlଣି ସେଠାରେ କୁଆଡେ କାହାକୁ ରଖେଇ ଦେଉନଥିଲେ।ଭଡାଟିଆ ମାନେ ଚାରି ପାଞ୍ଚ ଦିନ ରହିବା ପରେ ଭୟ ରେ ଗୃହ ଛାଡି ପଳେଇବାକୁ ବାଧ୍ୟ ହେଉଥିଲେ।ମହେଶ ବାବୁ କିନ୍ତୁ ସବୁ ଜାଣି ଶୁଣି ତାଙ୍କର ଏ ଭୂତ ପ୍ରେତ ଉପରେ ବିଶ୍ୱାସ ନଥିବାରୁ ସପତ୍ନୀକ ଛୋଟ ଛୁଆ ଦୁଇଟି କୁ ନେଇ ଗୃହ ପ୍ରବେଶ କରିଥିଲେ ।ପୁରୁଣା କାଳିଆ ଘର ପଥମ ଦୁଇ ବଖରା ପରେ ବିରାଟ ବଡ଼ ଅଗଣା ।ତା ପରେ ଆଉ ଦୁଇଟି ବଡ଼ ବଡ଼ ହଲ ତା ପରେ ରୋଷେଇ ଘର ତା ପରେ ଆଉ ଗୋଟିଏ ବଡ଼ ହଲ ପୁରା ଶେଷରେ ଯାଇ ବାଥ ରୁମ।ଏତେ ବଡ଼ ଘରେ , ପରିବାରରେ ସ୍ୱାମୀ ସ୍ତ୍ରୀ ଦୁଇଜଣ ଓ ଛୋଟ ଛୁଆ ଦୁଇଟି (ଜଣ ଙ୍କ ବୟସ ପାଞ୍ଚ ବର୍ଷ ଓ ଆର ଜଣକ ବୟସ ମାତ୍ର ଏକୋଇଶ ଦିନ )କୁ ଧରି ସର୍ବ ମଙ୍ଗଳା ଜଗନ୍ନାଥ କହି ରହିବାକୁ ଲାଗିଲେ।ବ୍ରାହ୍ମଣ ପରିବାର ସବୁବେଳେ ଘରେ ପୂଜା ପୁଜି ମହେଶ ବାବୁ ଙ୍କ ପୁରା ବିଶ୍ୱାସ ଥିଲା ଘରେ ପୂଜା ପୁଜି ସବୁବେଳେ କଲେ କୁଆଡେ ଆତ୍ମା ଫl ତ୍ମା କିଛି ରୁହନ୍ତି ନାହିଁ। ତା ଛଡା ଘରଟି ବହୁତ ଦିନ ଧରି ଖାଲି ପଡ଼ିଥିବାରୁ ତୁଚ୍ଛା ଟାରେ ଗୁଜବ ହେବା ବି ସ୍ୱାଭାବିକ ।ଆଶ୍ଚର୍ଯ୍ୟ ର କଥା ପ୍ରଥମେ ପଥମେ ସେମାନେ ବି ସେମିତି କିଛି ଅନୁଭବ କଲେ ନାହିଁ ।ମହେଶ ବାବୁ ମଧ୍ୟ ଭାବି ନେଲେ ବହୁତ ଦିନ ଧରି ଘର ଖାଲି ପଡିବା ଯୋଗୁଁ ଘର ଟି ବିଷୟରେ ମିଛ ଗୁଜବ ପ୍ରଚାରିତ ହୋଇ ଯାଇଛି ।ଯଦି ବା ସତ ହୋଇଥାଏ ତେବେ ବି ଘରେ ପୂଜା ପାଠ କରିବା ଦ୍ୱାରା ଏ ସବୁ ଅତୃପ୍ତ ଆତ୍ମା ରହିବେ ନାହିଁ। ତା ଛଡା ଏତେ ବଡ଼ ଘର ଦାଣ୍ଡ ପଟରେ ଛିଡା ହେଲେ ବାଡ଼ି ପଟ ବି ଦିଶିବନି ତେଣୁ ତାକୁ ପୁରା ବ୍ୟବହାର ନ କରି କେବଳ ପ୍ରବେଶ ରୁମ ରେ ସବୁ ଜିନିଷ ରଖି ରହିବାକୁ ନିଷ୍ପତ୍ତି ନେଇଥିଲେ ଦମ୍ପତ୍ତି।ନିତ୍ୟକର୍ମ ପାଇଁ ପୁରା ଘର ର ଶେଷ ଭାଗକୁ ଯିବା ପାଇଁ ଅସୁବିଧା ହେବାରୁ ସେହି ଅଗଣାରେ ହି ଅସ୍ଥାୟୀ ବାଥରୁମ ବ୍ୟବସ୍ଥା କରିଦେଲେଏବଂ ଅନ୍ୟ ରୁମ ଗୁଡିକ ତାଲା ପକେଇ ରଖିଦେଲେ ମହେଶ ବାବୁ । ଚାରି ପାଞ୍ଚ ମାସ ବିତିଗଲା ସବୁ କିଛି ଠିକ ଠାକ  ଗ୍ରୀଷ୍ମ ଋତୁ ଆସିଲା ବାହାରେ ପ୍ରବଳ ଗୁଳୁଗୁଳି,ଗୃହ ଭିତରେ ଅସହ୍ୟ ଗରମ।ପିଲା ଦୁଇଟି ମଧ୍ୟ ଗରମ ସହି ପାରୁ ନଥାନ୍ତି । ଦିନକର ଘଟଣା ଅସହ୍ୟ ଗୁଳୁ ଗୁଳି ରେ ଘର ଭିତରେ ଶୋଇଥିବା ସମୟରେ ହଠାତ୍ ଇଲେକଟ୍ରି ଟା ଚାଲିଯାଇଥିଲା । ଛୋଟ ଛୁଆଟିର କ୍ରନ୍ଦନ ବନ୍ଦ ନ ହେବାରୁ ଦମ୍ପତି ଦୁଇଜଣ ନିଷ୍ପତ୍ତି ନେଲେ ଗୃହ ର ଅଗଣା ରେ ଖଟ ପକେଇ ଶୋଇବାକୁ। କିନ୍ତୁ ମନ ଭିତରେ କେଉଁଠି ନା କେଉଁଠି ରହିଯାଇଥିଲା ଗୃହ ମାଲିକାଣୀ ର ଭୟ।ସେ କୁଆଡେ ରାତି ସାରା ସେ ବୁଲେ ପାଉଁଜି ଛମ ଛମ କରି।କିନ୍ତୁ ଏତେ ଦିନ ର ରହଣି ଭିତରେ ସେମାନେ ସେମିତି ତ କିଛି ଅନୁଭବ କରି ନଥିଲେ। ତେଣୁ ସାହସ ବାନ୍ଧି ଛୁଆ ଦୁଇଟି କୁ ଧରି ଶୋଇବାକୁ ଆସିଥିଲେ ଅଗଣା କୁ ଦମ୍ପତି ।ଅଗଣା ଟି ମଧ୍ୟ ଗୃହ ଭିତରେ ଥିବାରୁ ଆଉ ଚାରି ପଟେ ବିରାଟ ପାଚେରୀ ଥିବାରୁ ବାହ୍ୟ ଚୋର ଭୟ ନଥିଲା କିନ୍ତୁ ଅନ୍ତର ର ଚୋର ଭୟ ଟା ରହିଯାଇଥିଲା।ଠିକ ରାତି ବାର ଟା ପିଲା ଦୁଇଟି କୁ ମଝିରେ ଧରି ଦୁଇ କଡ଼ ରେ ଶୋଇଥାନ୍ତି ଉଭୟେ ।ମହେଶ ବାବୁ ଙ୍କ ଆଖିକୁ ନିଦ ଆସିନଥାଏ।ଚନ୍ଦ୍ର ଙ୍କର ଶୀତଳ ଆଲୋକ ଆଉ ମନ୍ଦ ମନ୍ଦ ପବନ ବାଜିବାରୁ ପତ୍ନୀ ଓ ପିଲାମାନେ ଶୋଇ ଯାଇଥାନ୍ତି ଶାନ୍ତି ରେ ।ବାହାର ର ଥଣ୍ଡା ପବନ ବାଜି ମହେଶ ବାବୁ ଙ୍କ ଆଖି ମଧ୍ୟ ଲାଗି ଆସୁଥାଏ ।ହଟାତ ତାଙ୍କୁ ଶୁଭିଲା ବନ୍ଦ ରୁମ ର କୋଠରୀ ଗୁଡିକ ଖୋଲା ହେବାର ଶବ୍ଦ ଏବଂ ତତ୍ସହିତ ନୁପୁର ର ରୁଣୁ ଝୁଣୁ ଆବାଜ।ଚlଉଁ କିନା ଛାଇ ନିଦ ଟା ଭାଙ୍ଗିଗଲା ମହେଶ ବାବୁ ଙ୍କର ,କିନ୍ତୁ ଉତ୍କଣ୍ଠା ବଶତଃ କିଛି ନ ଜାଣିଲା ପରି ଆଖି ଉପରେ ହାତ ରଖି ଫାଙ୍କ ପଟ ରୁ ଦେଖିବାକୁ ଲାଗିଲେ କଣ ହେଉଛି।ଦେଖିଲେ ଗୋଟେ ଧଳା ଛାୟା ବନ୍ଦ କୋଠରୀ ଭିତରୁ ବାହାରକୁ ଆସିଲା ଛମ ଛମ ଆବାଜ କରି ।ଛାୟା ଟି ଟିକେ ଏପଟ ସେପଟ ହୋଇ ବୁଲିବା ପରେ ଧୀରେ ଧୀରେ ତାଙ୍କ ଖଟ ଆଡ଼କୁ ମାଡି ଆସିଲା।ପୁରା ଖଟ ପାଖରେ ପହଞ୍ଚି ପତ୍ନୀ ଙ୍କୁ ଡେଇଁ ଛୁଆ ମାନଙ୍କ ଆଡ଼କୁ ଆସି ଛୋଟ ଛୁଆ ଆଡକୁ ହାତ ଆଣିବା ସମୟରେ ନିଜକୁ ଆଉ ଆୟତ୍ତ ରେ ନ ରଖିପାରି କାଶି ବାକୁ ଲାଗିଲେ ମହେଶ ବାବୁ।କାଶିଵl ଶବ୍ଦ ରେ ସେ ଛାୟା ଟି ଅପସରି ଗଲା ଆଉ ପତ୍ନୀ ବି ଉଠି କି ବସିଲେ।ଏବଂ ପତ୍ନୀ ସାଙ୍ଗେ ସାଙ୍ଗେ ମହେଶ ବାବୁ ଙ୍କୁ କହିଲେ ଘର ଭିତରକୁ ପଳେଇ ଯିବା ପାଇଁ।ମହେଶ ବାବୁ ତ ସବୁ ଦେଖିଥିଲେ ଆଉ କାଳ ବିଳମ୍ବ ନ କରି ପିଲା ଦୁଇଟି ଙ୍କୁ ଧରି ଘର ଭିତରକୁ ଦୌଡ଼ି ଯାଇ ଶାନ୍ତି ରେ ନିଶ୍ୱାସ ମାରିଲେ।ପତ୍ନୀ ତାଙ୍କର ଭୟରେ ଥରୁଥାନ୍ତି ।କାରଣ ସେ ବି କବାଟ ଖୋଲା ଯିବା ଶବ୍ଦ ଓ ନୁପୁର ର ରୁଣୁ ଝୁଣୁ ଶବ୍ଦ ରେ ଉଠିପଡ଼ି ଛାୟା ମୂର୍ତ୍ତି କୁ ଦେଖିବା କଥା ପ୍ରକାଶ କଲେ।ସୌଭାଗ୍ୟ କୁ ଭୟଙ୍କର ଭାବେ ଡରି ଥିଲେ ମଧ୍ୟ ମା ଓ ପିଲା କାହାକୁ କିଛି ହେଇ ନଥିଲା।ୟା ଭିତରେ ଘର ର ସତ୍ୟତା କୁ ଉପଲବ୍ଧି କରି ମହେଶ ବାବୁ ଦ୍ୱିତୀୟ ବାର ଘର ଖୋଜା ରେ ବ୍ୟସ୍ତ ରହିଲେ।କିନ୍ତୁ ସାଙ୍ଗେ ସାଙ୍ଗେ ଘର ମଧ୍ୟ ମିଳିଲା ନାହିଁ।ଅଗତ୍ୟା କିଛି ଦିନ ବାଧ୍ୟ ହୋଇ ରହିଥିଲେ ସେ ଗୃହ ରେ ।ଏକୁଟିଆ ପଣ ଆଉ ଭୟ ର ଦୂରୀକରଣ ପାଇଁ ଗାଁ ରୁ ବାପା ମା ଙ୍କୁ ଆଣି କିଛି ଦିନ ପାଖରେ ରଖିବାକୁ ମଧ୍ୟ ନିଷ୍ପତ୍ତି ନେଲେ ।କାରଣ ପତ୍ନୀ ଆଉ ସେ ଘରେ ଏକୁଟିଆ ରହିବାକୁ ରାଜି ନ ଥିଲେ।ବାପା ମା ଆସି ରହିବା ପରେ କିଛିଦିନ ଶାନ୍ତି ରେ ଅତିବାହିତ ହେଲା।ବାପା ମା ଙ୍କ ସୁବିଧା ପାଇଁ ଆଉ ଗୋଟିଏ କୋଠରୀ କୁ ସଫା କରି ରହିବା ବ୍ୟବସ୍ଥା କରାଗଲା ।କିନ୍ତୁ କିଛି ଟା ଅସ୍ୱାଭାବିକ ଘଟଣା ଘଟିବାରୁ ସବୁ ଏକାଠି ସେହି ଗୋଟିଏ ପ୍ରବେଶ କୋଠରୀ ରେ ରହିବାକୁ ଲାଗିଲେ।ଦିନକର କଥା ସଂଧ୍ୟାରେ ସମସ୍ତେ ବାହାର ଅଗଣା ରେ ବସିଥାନ୍ତି ବୋହୂ ଛୁଆ ଟିକୁ କୋଳରେ ଧରି କିଛି ଗୋଟିଏ କାର୍ଯ୍ୟରେ ଵ୍ୟସ୍ତ ଥାନ୍ତି ମହେଶ ବାବୁଙ୍କ ବାପା ହଟାତ ଦେଖିଲେ ବୋହୂ ପଛରେ ଗୋଟିଏ ଶୁଭ୍ର ବସ୍ତ୍ର ପରିହିତା ଛାୟା ମୂର୍ତ୍ତି ପିଲାଟିକୁ ନଇଁ ପଡି ଦେଖୁଥାଏ।ଛାୟା ମୂର୍ତ୍ତି ଟି ପିଲାଟି କୁ ଧରିବାକୁ ଉଦ୍ୟତ ହେଉଥିବା ସମୟରେ ମହେଶ ବାବୁ ଙ୍କ ପିତା ଚିତ୍କାର କରି ବହୁତ ଜୋର ରେ ନୃସିଂହ ମନ୍ତ୍ର ଉଚ୍ଚାରଣ କରିବା ଆରମ୍ଭ କଲେ।ଛାୟା ମୂର୍ତ୍ତି ଟି ଶୂନ୍ୟ ଶୂନ୍ୟରେ ମିଳେଇଗଲା।

ମହେଶ୍ ବାବୁ ଙ୍କ ପତ୍ନୀ ହଟାତ କିଛି ନ ବୁଝି ପାରିଲେ ମଧ୍ୟ ପରେ ସବୁ କିଛି ହୃଦୟଙ୍ଗମ କରିପାରିଥିଲେ।ଆଉ ବିଳମ୍ବ ନ କରି ପରଦିନ ହିଁ ପିଲା ମାନଙ୍କୁ ଧରି ଗାଁ କୁ ଚାଲି ଯିବାକୁ କହିଥିଲେ ମହେଶ ବାବୁଙ୍କ ପିତା।ଅନ୍ୟ ଗୃହ ଯୋଗାଡ଼ ହେବା ପର୍ଯ୍ୟନ୍ତ ପିଲା ଛୁଆ ଙ୍କୁ ପତ୍ନୀ ସହିତ ବାପା ମା ଙ୍କ ସହ ଗାଁ କୁ ପଠେଇ ଦେଇ ନିଶ୍ୱାସ ମାରିଥିଲେ ମହେଶ ବାବୁ।

କିନ୍ତୁ ଏ ଘଟଣା ପରେ ପରେ ଛୁଆ ଟି ର ଦେହ ଭୀଷଣ ରୁ ଭୀଷଣ ଭାବେ ଖରାପ ହେବାକୁ ଲାଗିଥିଲା । ଅନେକ ଡାକ୍ତରୀ ଔଷଧ ଓ ଚିକିତ୍ସା ପରେ ମଧ୍ୟ ପିଲା ଟି ଦିନକୁ ଦିନ କ୍ଷୀଣ ହେବାରେ ଲାଗିଲା।ପିଲା ଟି ଯେ ପ୍ରେତ ଗ୍ରସ୍ତ ଏ କଥା ଟି ଆଉ ବୁଝିବାକୁ ବାକି ନ ଥାଏ ମହେଶ ବାବୁଙ୍କ ପିତା ଙ୍କୁ। କଅଁଳିଆ ଛୁଆ ଟି ର ଆଗ ର ଚଳ ଚଞ୍ଚଳ ଆଉ ନଥିଲା ।ଶୋଇଥିବା ସମୟରେ ଭୟ ପାଇ ଚିତ୍କାର କରି କାନ୍ଦି ଉଠୁଥିଲା।ବିରାଡ଼ି ଓ କୁକୁର ମଧ୍ୟ ପିଲାଟିକୁ ଦେଖି ଚମକି ଉଠି ଶବ୍ଦ କରୁଥିଲେ । ଏପଟେ ପିଲାଟି ର ଅଵସ୍ଥା ମଧ୍ୟ ଦିନ କୁ ଦିନ ସଂକଟାପର୍ଣ୍ଣ ଅବସ୍ଥା ଆଡ଼କୁ ଗତି କରୁଥାଏ।ପ୍ରେତ ତନ୍ତ୍ର ବିଷୟରେ ସମ୍ୟକ ଜ୍ଞାନ ଥାଏ ମହେଶ ବାବୁଙ୍କ ର ପିତା ଙ୍କର ।ବଡ଼ ବଡ଼ ତାନ୍ତ୍ରିକ ମାନଙ୍କୁ ଡାକି ଘରେ କିଛି ବିଶେଷ ପୂଜା ହୋମ ର ବ୍ୟବସ୍ଥା କରିଥିଲେ ଗୃହ ମଧ୍ୟରେ।ତା ପରେ ଯାଇ ପିଲା ଟି ଧୀରେ ଧୀରେ ସୁସ୍ଥ ଲାଭ କରିଥିଲା ଗୃହ ର ଇତିହାସ ସମ୍ପର୍କରେ ବାହାରେ ପଚରା ଉଚରା କରିବାରେ ଜଣାଯାଇଥିଲା ଯେ - ପୂର୍ବରେ ରାଜ ମହଲ ରେ ଏ ନର୍ତ୍ତକୀ ଜଣକ ରାଜ ପରିବାର ର ମନୋରଞ୍ଜନ ପାଇଁ ସେବା ରେ ନିୟୋଜିତ ଥିଲେ ।ରାଜ ପରିବାର ରେ ସେବା ରେ ନିୟୋଜିତ ଥିବା ସମୟରେ ସେ ହୋଇଥିଲେ ଅନ୍ତଃସତ୍ଵl ।କିନ୍ତୁ ପିତୃତ୍ୱ ର ପରିଚୟ ଦେବାକୁ ରାଜି ହୋଇ ନଥିଲେ ଖୋଦ ରାଜା  ରାଜ ପରିବାର ତରଫରୁ ଛୁଆକୁ ନଷ୍ଟ କରିବା ପାଇଁ ବାରମ୍ବାର ଆଦେଶ ଦିଆ ଯାଇଥିଲେ ବି ନର୍ତ୍ତକୀ ଜଣକ ପେଟ ଭିତରୁ ନିଜ ଛୁଆ କୁ ହତ୍ୟା କରିବାକୁ ଚାହିଁ ନଥିଲା । ଏମିତି ଦୁର୍ଦ୍ଦିନ ସମୟରେ ପ୍ରସବ ସମୟ ଉପନୀତ ହୁଅନ୍ତେ ପ୍ରସବ ବେଦନା କୁ ସହ୍ୟ କରି ନ ପାରି ଓ ଅବହେଳା ବଶତଃ ନର୍ତ୍ତକୀ ଓ ପେଟ ରେ ଥିବା ଛୁଆ ଉଭୟେ ମୃତ୍ୟୁ ବରଣ କରିଥିଲେ।ରାଜ ପରିବାର ତରଫରୁ ନର୍ତ୍ତକୀ ର ଅନ୍ତେଷ୍ଟି କ୍ରିୟା ସମାପନ କରାଯାଇଥିଲେ ମଧ୍ୟ ଆସନ୍ନ ପ୍ରସବା ଥିବାରୁ ନର୍ତ୍ତକୀ ର ଆତ୍ମା ବୋଧେ ମୁକ୍ତି ପାଇ ପାରିନଥିଲା ।ଏବଂ କୌଣସି ବି ଭଡାଟିଆ ଙ୍କୁ ରଖେଇ ଦେଉନଥିଲା ଉକ୍ତ ଗୃହରେ । ତା ନିଜ ଗୃହରେ ମହେଶ ବାବୁ ଆସି ରହିବା ପରେ ତାଙ୍କ ଏକ ମାସ ର ଛୋଟ ଛୁଆ କୁ ଦେଖି ସ୍ନେହ କାଙ୍ଗାଲୁଣି ନର୍ତ୍ତକୀ ବାତ୍ସଲ୍ୟ ମମତା କାରଣରୁ ପିଲାଟିକୁ ନିଜର ଛୁଆ ଭାବି ବୋଧ ହୁଏ ବାରମ୍ବାର ଧରିବା ପାଇଁ ଚେଷ୍ଟା କରୁଥିଲା ବୋଲି ଅନୁମାନ କରି ହୁଏ।

ଏହି କାହାଣୀ ଟି ର ଭୁକ୍ତ ଭୋଗୀ ମୁଁ ନିଜେ ଅର୍ଥାତ ମୋ ଛୋଟ ବେଳର ଘଟଣା କୁ ମୁଁ କାହାଣୀ ଆକାର ରର ବର୍ଣ୍ଣନା କରିଛି ।ସେହି ଛୋଟ ଝିଅ ଟି ମୋର ସାନ ଭଉଣୀ ।


Rate this content
Log in

Similar oriya story from Horror