ନୂଆଁଖାଇ
ନୂଆଁଖାଇ
ଭଦୋ ମାସର୍ ଶୁକ୍'ଲ ପନ୍'ଚ୍'ମି
ଆଏ ସେ ନୁଆଁଖାଇ,
ଛୁଆ ପିଲା ନୁ ବୁଢାବୁଢୀ ତକ୍
ସଭେ ଜାନିଛନ୍ ଭାଇ।
ବଢେଃଟେ ଦିନୁ ଆରମ୍ ହେସି
ନୁଆଁଖାଇ ସଜ୍' ବାଜ୍,
ବଜାରେ ଲୋକର୍ ଭିଡ୍ ଜମ୍'ସି
ଘିନ୍ ବାକେ କେତେ ଯାକ୍।
ପିନ୍ଧ୍'ନ୍ ପଟା ସଫା ସୁତ୍'ରା
ଘର୍ ଦୁଆର୍ ଲିପାପୁଛା,
ଘର ର୍ ଯେତେ ମଏଁ'ଲା ଦରବ୍
କର୍'ସନ୍ ସବୁ ପର୍'ଛା।
ଚାଷୀ ଭାଇ କ୍ଷେତେ ତାହାର୍
ଧର୍'ତୀ ପୂଜା ସାରି,
ନୂଆଁ ଧାନ୍ ଘର୍'କେ ଆନ୍' ସି
ମାଁକେ ସୁମରି କରି।
ଝାକର୍ ଦଦା ଗୁହାରି କରସି
ଗାଁ ର ଧର୍'ନି ସାଲେ,
ଦୂରେଇ ଦେ ମାଁ ରୋଗ୍ ଶୋକ୍
ସଭ୍'କୁ ରଖିଥା ଭଲେ।
ଘରର୍ ମୁଖିଅ ଇଷ୍ଟଦେବୀ କେ
ପୂଜ୍'ସନ୍ ଦେଇ ପିଠା ଖିରୀ,
ମାଁର ତଲେ ମୁଢିଆ ମାର୍'ବେ
ମନ୍'କେ ପର୍'ଛା କରି।
ନୁଆଁ ଧାନର ନୁଆ ଚୂଡା
କୁରେ ପତର୍ ର ଖଲି,
ସଭେ ଖାଏସନ୍ ମିଶିଭିରି
ରାଗ୍ ରିଶ୍ କେ ଭୁଲି।
ଘରର୍ ସବୁ ପୁଓବହ ଭାଇ
ଯେତେ ଦୂରେ ବି ଥିବେ,
ଇ ଶୁଭ୍ ଦିନେ ଘର୍ କେ ଆସି
ଭେଟ୍ ଘାଟ୍ ଘାଏ ହେବେ।
କୋଶଲ୍ ପରବ୍ ଆମର୍ ଗରବ୍
ଆମର୍ ଇ ନୁଆଁଖାଇ,
ଚାଷୀର୍ ମନ୍ ଉଷତ୍ ହେସି
ଆଏ ଚାଷୀର୍ ପରବ୍ ଭାଇ।
ଭାଇ ଚାରାର୍ ପରବ୍ ଇଟା
ଆଏ ସେ ନୁଆଁଖାଇ,
ଉଚ୍ଚ୍ ନୀଚ୍ ଭେଦ୍'ଭାବ୍ ଭୁଲି
ଜୁହାର୍ ଭେଟ୍ ହେମା ଭାଇ।
ବଚ୍ଛର୍ ମୁଢେ ଆଏସି
ଆମର୍ ଇ ତିହାର୍,
ବଡ୍ ବଡ୍'ଖା ମାନ୍'ତା ଗୁନ୍'ତା
ସଭ୍'କୁ ନୁଆଁଖାଇ ଜୁହାର୍।