STORYMIRROR

Manju Rath

Classics

3  

Manju Rath

Classics

ନନା

ନନା

1 min
285

ମୁଁ ଜାଣିବାରେ ନନା ଆମର ଝିଅମାନଙ୍କୁ ବହୁତ ଭଲ ପାଆନ୍ତି । ପିଲାଟିଦିନୁ ଦେଖିଆସିଛୁ ଆମର ସେ କେଉଁଠି ବି ଉଣା କରିନଥାନ୍ତି ନା ଖାଇବାରେ ନା ପିନ୍ଧିବାରେ ନା ଭଲପାଇବାରେ ।


 କେବେ ବି ସେ ଆମକୁ ଗାଳି ଦେବାରେ ମୁଁ ଜାଣିନାହି ମାଡ ଦେବା ତ ଦୂର ର କଥା ବୋଉ ଆମର ଗାଳି କି ମାଡ ଦେଲେ ବୋଉ କୁ ବିରକ୍ତ ହୁଅନ୍ତି ଏବଂ କହନ୍ତି ପିଲାଗୁଡାକ ଉପରେ ହାତ ଉଠାଇବାପାଇଁ ତୁମକୁ କେମିତି ମନ ହେଉଛି ।


  ଯେତେ ଦୁଷ୍ଟାମୀ କଲେ ବି ହସିଦିଅନ୍ତି।

ନନାଙ୍କର ଟୁର୍ ଚାକରୀ ଥିବାରୁ ପ୍ରାୟ ଘରେ ରୁହନ୍ତି ନାହିଁ ତାଙ୍କର ଆସିବାପଥକୁ ଚାହିଁ ରହି ବୋଉର ଗାଳିମାଡର ହିସାବ କିତାବରଖି ଅଭିଯୋଗର ଲମ୍ବାଚଉଡା ତାଲିକାଟିଏ ରଖିଥାଉ। ବୋଉକୁ ଆମେ ଡରାଉ ନନା ଆସିଲେ କହିଦେବୁ ବୋଉ କିଛି ନ କହି ସ୍ମିତ ହସି ରନ୍ଧାଘରକୁ ଚାଲିଯାଏ ।


 ନନା ଶବ୍ଦର କଠୋରତା ଭିତରେ କେତେ ଯେ ଶିଥିଳତା ମୁଁ ଅଙ୍ଗେଅଙ୍ଗେ ନିଭାଇଛି ତାଙ୍କର ବିଶାଳ ହୃଦୟ ର ମାପକାଠି ଭିତରେ।


  ଏବେବି ଟିକେ ନ ଦେଖିଲେ ଖୋଜନ୍ତି କଣ ହେଲା ଯେ ଝିଅଗୁଡାକ ପାଖରେ ଥାଇ ମଧ୍ୟ ମୋତେ ଟିକିଏ

ଦେଖି ଆସୁନାହାନ୍ତି। ତାଙ୍କର ଏହି ଅଭିମାନରେ ଭିଜି ଯିବାକୁ ଇଛ୍ଛାହୁଏ । ସ୍ୱତପ୍ରବୃତ୍ତଃ ଗୋଡଦୁଇଟି ଆପଣାଛାଏଁ ଚାଲିଯାଏ ତାଙ୍କ ନିକଟକୁ ।


  ସେହି ପନ୍ଦରମିନିଟ୍, କି ଅଧାଘଣ୍ଟା ସମୟରେ କେତକ ଛୋଟିଆ ଶବ୍ଦରେ ମୋ ଜୀବନର ଟିକିନିଖି

ଖବର ବୁଝିନିଅନ୍ତି । ତାଙ୍କର ଏହି ଉଦାରତାରେ ମୋ ମୁଣ୍ଡ ନଇଁଯାଏ ଏପରି ବିରଳ ବ୍ୟକ୍ତିତ୍ୱ ର ଝିଅ ହେଇଥିବାରୁ

ମୁଁ ନିଜକୁ ସୌଭାଗ୍ୟବତୀ ମନେକରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics