STORYMIRROR

pratap nayak

Drama

3  

pratap nayak

Drama

ନିଜ ଦୃଷ୍ଟିରେ ସନ୍ଦେହ

ନିଜ ଦୃଷ୍ଟିରେ ସନ୍ଦେହ

3 mins
15.1K


(ଗଳ୍ପ ମୋବାଇଲରେ ଜୀବନ ମୁଲ୍ୟବୋଧର)

ପ୍ରତାପ ନାୟକ

୭୦୦୮୦୫୪୨୮୨

ନିଜର କୁତ୍ସିତ କଦାକାର ରୁପର ଏଇ ମୁକ ସାଖି ଆମ ମୋବାଇଲ। ଅନ୍ତରର ନିଭୃତ କୋଣରୁ ଅପସରି ଆସୁଥିବା କଙ୍କରିଳ ମନମୋହିନୀ ମାଧୁର୍ଯ୍ୟତା ସବୁ ଯେମିତି ଲିପିବଦ୍ଧ ଏହାରି ଛାତିରେ। ଲକ୍ କରିବାକୁ ପଡେ ନପଡୁ ନଜର କାହାର ,କେହି ଦେଖିଦେବାର ଭୟ ସଂଚରିଯାଏ...... ନିଜ ପର୍ସନାଲ ଲାଇଫ୍ କି ଖ୍ୟତବିଖ୍ୟତ କରିଦେବନିତ!

ମନୋରମା ଏତେ ଅଭ୍ୟସ୍ତ ନହେଲେବି ସାଂଗ ମେଳରେ ବହୁତ ଦେଖେଇ ହବାର ଅଭିନୟ କଳା ତାର ଯେପରି ଜନ୍ମଗତ ଗୁଣ ଥିଲା। ବିବାହ ପରେ ଏହି ଦେଖେଇ ହବା ଗୁଣଟା ବାପ ଘରେ ଛାଡି ଆସିନି ଯେଣୁ ବେଳେବେଳେ ସ୍ୱାମୀ ସରୋଜ ପାଖରେ ଲୁଚେଇ ନପାରି ଧରାପଡିଯାଏ।

ପ୍ରଥମେ ପ୍ରଥମେ ନେଟ ନଥିଲା ତାଙ୍କ ମୋବାଇଲରେ,କେହିଯଣେ ସାଂଗ କେତେଟା ଅଶ୍ଳିଳ ଭିଡିଓ ତା ମୋବାଇଲରେ ଲୋଡ କରିଦେଲା।ତା ଉପରେ ମୋବାଇଲକୁ ଲକ୍ କରବା ଶିଖେଇଦେଲା ପାସଓ୍ୱାର୍ଡଦେଇ। ସେଦିନ ସରୋଜ ପଚାରିଲେ ଆଜି ଦିନମାନ କାଇଁ ଏତେ ନର୍ଭସ ଲାଗୁଛ।ଦେହ ଖରାପ ହୋଇଛିକି?ଆଖିରେ ଆଖି ମିଶେଇ ପାରୁନା,କଣ ହେଇଛି ତୁମର।

ମନକଥା ମନରେ ରଖି କଥା ଟାଳିଦେଲା ମନୋରମା ଧିରେ ଧିରେ ଲୁଚାଇବା ଗୁଣଟା ସରୋଜକୁ ତାର ଅଭ୍ୟାସ ହେଇଗଲା।

ଏବେ ତା ହାତରେ ମୁଲ୍ୟବାନ ଆଣ୍ଡ୍ରୋଏଡ ମୋବାଇଲ ନେଟପ୍ୟାକ ସହ।ନିଜେ ସରୋଜ ଦେଇଛନ୍ତି ତାକୁ ।ଆଉ କିଛି ଭିଡିଓ ତାକୁ ଡାଉନଲୋଡ କରିବାକୁ ପଡୁନି। ଛୁଇଁଲାମାତ୍ରେ ସବୁ ନେଟରୁ ମିଳି ଯାଉଛି।ବହୁତ ଖୁସି ,ଯେପରି ସରୋଜ ଅଫିସ କାମରେ ବ୍ୟସ୍ତ ରହିଲେ ମୋବାଇଲ ତାର ସେ ଫାଙ୍କା ସମୟକୁ ପୁରଣ କରୁଛି। ସତେ ଯେମିତି ସିଏ ତାର ଯଣେ ବନ୍ଧୁ। ସବୁ ଦୁଃଖ ସୁଖ ହାନି ଲାଭ ସେୟାର କରିପାରୁଛି ତା ସହିତ। ଗୋଟିଏ ବେଡରେ ଶୋଉଛନ୍ତି ସରୋଜ ଆଉ ମନୋରମା କିନ୍ତୁ ଉଭୟେ ଆଉ ନିଜ ପରିବାର ,ଘରଦ୍ୱାର ,ସାଇପଡିସା ,ବନ୍ଧୁବାନ୍ଧବ,ସୁଖ ଦୁଃଖକୁ ଆଲୋଚନା କରୁନାହାଁନ୍ତି ନିଜ ଭିତରେ ,ଯେମିତି ଉଭୟ ଚାହୁଁଛନ୍ତି ଏକାନ୍ତତା..... ନିରୋଳା ପରିବେଶ ,ବିତେଇବା ପାଇଁ ସମୟ ମୋବାଇଲ ସହିତ ଏକାତ୍ମଭାବେ।

ସରୋଜ ହାତରେ ଧରାପଡିଯିବା ଭୟରେ ମୋବାଇଲକି କରଛଡା କରବାକୁ ଚାହାଁନ୍ତିନି ମନୋରମା।ଭାବନ୍ତି ସିଏ ଯେମିତି ମୋବାଇଲରେ ଚାଟିଂ କରୁଛନ୍ତି କିଛି ନୂଆ ବନ୍ଧୁ ମାନଙ୍କ ସହିତ,ହୁଅନ୍ତୁ ପଛେ ପୁରୁଷ,ସରୋଜ ତ ସେପରି ଅନ୍ୟ ଝିଅମାନଙ୍କ ସହ......

ମହାଦୃମ ବସା ବାନ୍ଧେ ମନରେ କପରି କେମିତି ଥରେ ସରୋଜଙ୍କ ମୋବାଇଲ ହାତରେ ପଡିଯାଆନ୍ତା କି?

ଯେତେବେଳେ ସରୋଜକୁ ମୋବାଇଲ କଳି ଅକଳିରେ ମାଗିଲେ କମ୍ପାନୀର ଚବିସ ଘଣ୍ଟିଆ ସେବା କହି କଥାକୁ ଟାଳି ଦିଅନ୍ତି କିନ୍ତୁ ଥରୁଟିଏ ବି ନିଜ ମୋବାଇଲ ସରୋଜ ଦେଇ ନାହାଁନ୍ତି ମନୋରମାକୁ ।

ତରତରରେ ଦିନେ ସରୋଜ ଅଫିସ ବାହାରିଗଲେ । ଅଫିସରୁ ଫୋନ କଲେ ,କହଲେ ମନୁ ଦେଖିଲ ମୋ ମୋବାଇଲଟା ଘର ଟେବୁଲ ଉପରେ ଅଛିକି?ଟେବୁଲ ଉପରେ ଥିବା ପେପର ତଳେ ମୋବାଇଲଟା ହସୁଛି। ଆଜି କୁଣ୍ଢେମୋଟ ମନ ତାର। ସବୁ ସରୋଜଙ୍କର ପର୍ସନାଲ କଥା ପରଦାଫାସ ହବ ତା ଆଗରେ। ଅଫିସରେ ଥିବା ସୁନ୍ଦରୀ ତନୁପାତଳୀ ପି.ଏ.ର। ତାସହିତ ଟୁରରେ ଯୋଉ ଯାଆନ୍ତି ମୁମ୍ବାଇ ଦିଲ୍ଲୀ ସେଠିବି ତାଙ୍କର ଗାର୍ଲ ଫ୍ରେଣ୍ଡ ଥିବେନା।

ହଁ ମୋବାଇଲ ଘରେ ଅଛି।

ହଉ ଥାଉ ମୁଁ ଅଫିସ ଲାପଟପରେ କାମ କରିନେବି ।ମୋର ଅର୍ଜେଣ୍ଟ କଲ ଆସିଲେ ମତେ ଅଫିସ ଲ୍ୟାଣ୍ଡ ଲାଇନରେ ଜଣେଇଦବ ପ୍ଲିଜ।

ଆଜି ତାକୁ ତେହେକିକାତ କରିବାକୁ ମିଳିଗଲା ସୁଯୋଗ,ସଦୁପଯୋଗ ନକରିବ ବା କେମିତି!

ଏ କଣ ଇ ମେଲ ମେସେଞ୍ଜର ଫେସ୍ ବୁକ ହ୍ୱାଟସଅପ୍ କୋଉଠି କିଛି ନାହିଁ ତାଙ୍କର ସଂଦେହ ହେଲା ଭଳିଆ।ଫାଇଲରେ କେବଳ ଅଫିସର ଲେଟର ଅର୍ଡର କ୍ୟାସବୁକ ଲିଆବିଲିଟି ଆସେଟସ୍ ଛଡା ଅନ୍ୟ କିଛି ନାହିଁ।କୋଉଠି କଣ ଲକ୍ କରି ରଖିଛନ୍ତି।ସେପରି ଆପ୍ ତ କିଛି ଡାଉନଲୋଡ ହେଇନି ସରୋଜଙ୍କ ମୋବାଇଲରେ।

ଅଜଥା ସଂଦେହ।

ଛି ଛି।

ଏଇ ବର୍ଷେହେବ ସେ ନିଜେ ମନୋରମା ଫୋରଜି ସେଟ ଧରିଛନ୍ତି,ଅନ୍ୟୁନ ଚାଳିସ ଭଳି ହେବ ପୁରୁଷ ବନ୍ଧୁ।ସମ୍ପର୍କ ଯାଇ କୋଉଠି ପହଞ୍ଚିଛି,ସରୋଜ ବି ସେ ନିଭୃତ କଖ୍ୟକୁ ଯାଇନାହାଁନ୍ତି। ସେମାନଙ୍କ ଠାରୁ ବହୁ ଅଶ୍ଳିଳ ଭିଡିଓ ମଧ୍ୟ ମନୋରମା ରିସିଭ କରିଛନ୍ତି। ଉତ୍ତର ରଖିଛନ୍ତି। ଭାବ ବିନିମୟ କରିଛନ୍ତି। ରାତିରେ ସେମାନଙ୍କ ସହ କନେକ୍ନ ନରହିଲେ ଭଲ ନିଦ ହୁଏନି ତାଙ୍କୁ କିନ୍ତୁ ତାଙ୍କ ସ୍ୱାମୀ ଯେ ତାଙ୍କ ଠାରୁ ସମ୍ପୁର୍ଣ୍ଣ ବିପରିତ। ନିଜ ଉପରେ ବହୁତ ଘୃଣା ଆସିଲା ମନୋରମାଙ୍କର।

ନିଜ ଫୋନ ଆଣି ସେଥିରେ ଥିବା ନିଜ ଫେସବୁକ ଏକାଉଣ୍ଟ ଆଉ ତା ସହିତ ଯେଉଁ ଦିଇଟା ଫେକ ଏକାଉଣ୍ଟ ଖୋଲିଥିଲେ ଏବଂ ହ୍ୱାଟ୍ସଅପ ଏକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିଦେଲେ। ମନେ ମନେ ନିଶ୍ଚିତ କରିନେଲେ ଯେ,

ନା ଆଉ ନୁହେଁ.........

ସନ୍ଧ୍ୟାରେ ସରୋଜ ଅଫିସରୁ ଫେରିଲେ,ଚା କପ ବଢେଇ ଦେଲେ ମନୋରମା,

କହଲେ ଆଜି ଡିନରଟା ବାହାରେ କରିଦେଲେ ହୁଅନ୍ତାନି ସରୋଜ । କାହିଁକି ନୁହେଁ।

ହାତଧରାଧରି ହେଇ ପାଖ ରେଷ୍ଟୁରାଣ୍ଟକୁ ବାହାରିଲେ ଭଭୟେ।

ଆରେ ମନୋରମା ତୁମ ମୋବାଇଲଟା ନବାକୁ ଭୁଲିଗଲ ଯେ?

ନା ନା ମତେ ଏତେବଡ ମୋବାଇଲ ଧରିବାକୁ ଭଲ ଲାଗୁନି ମୋ ପାଇଁ ସେହି ଛୋଟ ବଟମବାଲା ସେଟ୍ ଗୋଟେ ଆଣି ଦିଅ ପ୍ଲିଜ।

ଏଇ ଗୋଟାଏ କଥା ,ହଉ ଚାଲ ଆଗେ ମୋବାଇଲଟା କିଣିଦବା ଆଉ ତାପରେ ଡିନର କରି ଫେରିବା। କଣ କହୁଛ?

ସରୋଜଙ୍କ ଦେହରେ ନେସି ହୋଇଗଲେ ମନୋରମା। ଯେପରି ............


Rate this content
Log in

Similar oriya story from Drama