STORYMIRROR

Kumar Mrutyunjay

Inspirational

2  

Kumar Mrutyunjay

Inspirational

ନୀରବ ଯୋଦ୍ଧା

ନୀରବ ଯୋଦ୍ଧା

2 mins
283

ଅଶାନ୍ତ ମନର ଅସମାହିତ ପ୍ରଶ୍ନ ଗୁଡିକ ଯେ ସଞ୍ଜୟ ବାବୁ ଙ୍କ ମନରେ କେବଳ ଢେଉ ତୋଳୁଥିଲେ ତାହା ନୁହେଁ, ଏକା ଥରେ ଝଡ଼ ପରି ଉତ୍ତାଳ ତରଙ୍ଗ ସୃଷ୍ଟି କରି ତାଙ୍କ ଚିନ୍ତା ଚେତନା ତଥା ଭାବନା କୁ ଚୁରମାର କରିଭାଙ୍ଗି ଦେଉଥିଲା.


ଏ ସଂସାର,ଏ ପରିବେଶ,ଏ ଅଶାନ୍ତି,ନିତିଦିନିଆ ଦୁର୍ବିସହ ରୁ ମୁକୁଳି ସେ ଭିନ୍ନ ଏକ ତୃପ୍ତି ର ଅନୁଭବ ପାଇଁ ବ୍ୟଗ୍ର ହେଇପଡୁଥିଲେ, ହୁଏତ ମୁକ୍ତି, ଶାନ୍ତି ଓ ଆନନ୍ଦ ସାଗର ରେ ଉବୁଡୁବୁ ହେବାର ଇଚ୍ଛା ତାଙ୍କୁ ଇହ ଜଗତ ରୁ ଟାଣି ନେଇ ସେଇ ଶୁଭ୍ର ତୁଷାରାଚ୍ଛନ ନିର୍ଜନ ସ୍ଥାନ କୁ ଟାଣି ନେଉଥିଲା.ଜାଗତିକ ମାୟାରୁ ଦୁରେଇ ସଞ୍ଜୟ ବାବୁ ଖୋଜିବୁଲିଥିଲେ ଠିକ ଏହି ପରି ଏକ ସ୍ଥାନ ଟିକୁ.


ଝର୍କା ପାଖେ ଆରାମ ଚୌକି ରେ ବସି ଭଲମନ୍ଦ ଭାବଅଭାବ ର ଦ୍ୱନ୍ଦ୍ୱ ରେ ପଡି ଘାଣ୍ଟି ହେଉଥିବାବେଳେ, ସନ୍ଧ୍ୟା ସମୟ ର ସୁଲୁସୁଲିଆ ପବନରେ ଆଖି ଦୁଇଟି ଲାଗିଯାଇଛି ଓ ତନ୍ଦ୍ରା ଦେବୀ ସାମାନ୍ୟ ମାତ୍ରା ରେ ତାଙ୍କୁ ଅବଚେତନ କୁ ନେଇଯାଇଛନ୍ତି.


ଏହି ସମୟରେ ସେ କ୍ଷଣିକ ରେ ପହଞ୍ଚିଛନ୍ତି ତୁଷାରଧବଳ ଗିରୀଶୃଙ୍ଗ,ନିର୍ଜନ ନିକାଞ୍ଚନ, ସ୍ଥାନେ ସ୍ଥାନେ ତରୁମୟ ଏକ ସ୍ଥାନ ରେ.ମନଭରି ସେ ଉପଭୋଗ କରୁଛନ୍ତି ଶିହରେଇ ଦେଉଥିବା ପବନ ର ବାସ୍ନା,ନିର୍ଭୟ ରେ ଗଗନେ ପୂର୍ଣ୍ଣ ସ୍ୱାଧୀନତା ର ସହ ଭାବ ବ୍ୟକ୍ତ କରୁଥିବା ପକ୍ଷୀ ମାନଙ୍କ ରାବ,ଅପୂର୍ବ ରାଗ ରାଗିଣୀ ସୃଷ୍ଟି କରି ବହିଯାଉଥିବା ନଦୀ ର କୁଳୁକୁଳୁ ଛଳଛଳ ଶବ୍ଦ.


ଧିରେ ଧିରେ ଚତୁର୍ପାର୍ଶ୍ୱ ର ବାତାବରଣ କୁ ଉପଭୋଗ କରୁ କରୁ ସଞ୍ଜୟ ବାବୁ ଅଗ୍ରସର ହେଲେ .କିଛି ଦୂର ଯିବା ପରେ ଦେଖିଲେ ଏକ ଗୁମ୍ଫା, ପାହାଡି ଗୁମ୍ଫା ଟି କୁ ସୁନ୍ଦର ଭାବେ ସଜେଇଛି ଲତା ଟେ, ସତେଅବା ପ୍ରକୃତି ଦେବୀ ନିଜର ନାରୀସୁଲଭ ସୌନ୍ଦର୍ଯ୍ୟ କୁ ଏଠାରେ ଚିତ୍ତାକର୍ଷକ ପରିପ୍ରକାଶ କରିଛନ୍ତି.


ଗୁହା ମଧ୍ୟରେ ଧ୍ୟାନ ବସିଛନ୍ତି ଜଣେ ତପସ୍ୱୀ,ତେଜୋଦୀପ୍ତ ଚେହେରା,ହର୍ଷିତ ଅଧର ରେ ଚକ୍ଷୁ ମୁଦିତ କରିଛନ୍ତି.ସଞ୍ଜୟ ବାବୁ ଙ୍କ ପ୍ରବେଶ ମାତ୍ରେ ଋଷି ଜଣଙ୍କ ଆଖି ଖୋଲିଲେ ଓ ସସ୍ନେହେ ସ୍ୱାଗତ କରି ବସିବାକୁ କହିଲେ.


ସେତେବେଳକୁ ସଞ୍ଜୟ ବାବୁ ଙ୍କ ର ଧି ଶକ୍ତି ଚେତନା ଶକ୍ତି ସବୁକିଛି ଶୂନ୍ୟ ହେଇଯାଇଥାଏ. ଋଷି ନିଜ ତରଫରୁ କହିଲେ, ବାବୁ!କଣ ପାଇଁ ଆସିଛ? ସଞ୍ଜୟ:ଋଷିବର,ମୁଁ ଜାଣେନି କଣ ପାଇଁ ଅଶାନ୍ତ, ମନ ର ଚାଟୁକାର ହେବାକୁ ଆଉ ଇଚ୍ଛା ନାହିଁ,ସଂସାର ବିତୃଷ୍ଣାମୟ ଲାଗୁଛି. ଋଷି ମୄଦୁହସ ଟେ ଦେଲେ, କହିଲେ, ତମେ କଣ ଭାବୁଛ, ଏଠି ଶାନ୍ତି ପାଇବ? ଆଜ୍ଞା ହଁ, ସଞ୍ଜୟ ଉତ୍ତର ଦେଲେ. ଋଷି କହିଲେ,"ଦିନେ ମୁଁ ବି ତୁମ ପରି ଆସିଥିଲି, କିନ୍ତୁ ଯେଉଁ ଅଶାନ୍ତି ସେଠି ସେଇ ଅଶାନ୍ତି ଏଠି ମଧ୍ୟ.


ଏଇଯେଉଁ ଚି଼ହ୍ନ ଦେଖୁଛ ମୋ କପାଳ ରେ,ଋଷି ଭ୍ରୂଲତା ମଝିକୁ ଇଙ୍ଗିତ କଲେ,ଏଗୁଡା ମୋ ଅଶାନ୍ତି ର ଚି଼ହ୍ନ, ଏଠାକୁ ଆସିବା ପରେ.

ସମାନ ପରିସ୍ଥିତି ସମାନ ପରିବେଶ ଏଠାରେ ମଧ୍ୟ ଉପୁଜିବ,ତେଣୁ ବୃଥା ତୁଷାର ଧବଳ ଗିରି ନିର୍ଜନ ଅରଣ୍ୟ କୁ ଆସିବାର ପ୍ରୟୋଜନ ମୋ ମତ ରେ ନାହିଁ.


ଜଣେ କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ଆଶକ୍ତିରହିତ ସମ୍ପର୍କ ରଖିଲେ ଜଗତ ହିଁ ଶାନ୍ତି, ଆନନ୍ଦ ର ସାଗର ହେଇଯିବ.ତେଣୁ ରଣାଙ୍ଗନ ଛାଡି ପଳାତକ ହେବା ଅପେକ୍ଷା ନୀରବ ଯୋଦ୍ଧା ଟେ ପରି ଲଢ଼ିବା ଶିଖ". ହଠାତ ପୁଣି ଦୁଲୁକାଏ ପବନ ଝର୍କା ବାଟେ ପଶି ଆସିଲା ଆଉ ଅବଚେତନ ର ତନ୍ଦ୍ରାରେ ଥିବା ସଞ୍ଜୟ ଙ୍କୁ ଚେତନା କୁ ଫେରେଇ ଆଣିଲା.କିନ୍ତୁ, ଗୋଟିଏ କଥା ବାରମ୍ବାର ସଞ୍ଜୟ କାନରେ ଗୁଞ୍ଜରି ଯାଉଥିଲା, "ନୀରବ ଯୋଦ୍ଧା ଟେ ପରି ଲଢ଼ିବା ଶିଖ".


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational