STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ନୀରବ ଦ୍ରଷ୍ଟା 

ନୀରବ ଦ୍ରଷ୍ଟା 

2 mins
6


ଦିନ ସିନା ପାହିଗଲା କେମିତି କେମିତି କିନ୍ତୁ ରାତି କଟାଇବାକୁ ଭୟ କବଳିତ କରୁଥିଲା ସାବି. ସତକୁ ସତ ସେଦିନ ବୁଲାକୁକୁରଙ୍କ ଦଳରେ ମିଶିବାକୁ ହେଲେ ଅତିଥି ପରି ଆଗନ୍ତୁକ କୁଆଡୁ ଉଡି ଆସିଥିବା କୁକୁରକୁ ଆଗ କାମୁଡା ଖାଇବାକୁ ପ୍ରସ୍ତୁତ ହେଲାପରି ସାବି କାନି ତଳେ ଶୋଇଥିବା ପୁଅକୁ ମଶା ଉଡାଉ ଉଡାଉ ଝପଟି ଆସିଲେ କେଇଟି ସର୍ବହରା କୁକୁର ଆଉ ଝାମ୍ପି ପଡିଲେ ସାବି ଉପରେ. ହେ ହେ କହୁ କହୁ ପାଖ ଜଳଖିଆ ଦୋକାନରୁ ତସଲାଏ ପାଣି ଆସି ପଡିଲା ସେମାନଙ୍କ ଉପରେ. ହେ ହେ କହି ଘଉଡ଼ାଇ ଯିଏ ସାବି ସହ ତା ପିଲା ପୁଅକୁ ହୋଟେଲ ଭିତରକୁ ଡ଼ାକିନେଲା ସେ ଥିଲା ଦାମ. ହୋଟେଲରେ କାମ କରୁ କରୁ ମା ମରିଯାଇଥିବା ଝିଅଟା ଯତ୍ନ ଅଭାବରୁ କି ଯେ କଲବଲ ହେଉଛି କହିଲା ବେଳେ ସାବିକୁ ସେଇ ବସ ଭିତରେ କଥା ହେଉଥିବା ସ୍ତ୍ରୀ ଲୋକ ଦୁହିଁଙ୍କ ର କଥା ମନେପଡୁଥିଲା ଯେ ପିଲା ପାଇଁ ବାପ ନୁଁହଁ ବରଂ ମାଆ ଅଧିକ ଜରୁରୀ ଅଟେ. କାଲିକି କାଲି ଦାମ ଆଉ ଜଣଙ୍କୁ ବାହା ହୋଇ ସଂସାର ବସେଇ ନିଜ ଝିଅ ପାଇଁ ସାହାରା ହେବାକୁ ଯାହା ହାତ ଧରି ନେଇଆସିବ ସେ ହିଁ ଝିଅକୁ ଠିକ ଠାକ ପାଳନ କରିବା ପରିବର୍ତ୍ତେ କୁନି ଝିଅର ସାବତ ମାଆ ଵନିଯିବ. ଦାମର ଦୁଃଖ ଓ କୁନି ଝିଅ ପ୍ରତି ଅହେତୁକ ମମତାରେ ବଶବର୍ତ୍ତି ହୋଇ ସାବି କହୁଥିଲା ନା ନା ମୁଁ ତାହା ହେବାକୁ ଦେବିନି. ମୁଁ ନିଜେ ସେହି କୁନି ଝିଅର ମାଆ ହେବି. ଦାମ ଚମକି ପଡିଲେ ବି କୁରୁଳି ଉଠିଲା. ମଳୁ ଖୋଜୁଥିଲା କାକର ପାଣି ବଇଦ କହିଲା ଦେ ତୋରାଣୀ.
    ସାବି ଏବେ ଦାମ ଘରେ ରହି ତା ପୁଅ ଓ ଦାମ ଝିଅର ମାଆ ହୋଇଯାଇଥିଲା. ରୋଷେଇ, ଗାଈ, ଗୁହାଳ, ପୋଷା କୁକୁର, ବିଲେଇ, ନେଉଳ ଓ ଶୁଆ ସମସ୍ତଙ୍କ କଥା ବୁଝୁଥିଲା. ଲୋକେ ଭାବୁଥିଲେ ସାବିକୁ ବାହା ହୋଇ ଦାମ ଆଣିଛି. ଭଲ ହେଲା. ଦୁହେଁ ଦୁହିଁଙ୍କ ସାହାରା ହୋଇ ଦୁଇ ପିଲାଙ୍କୁ ମଣିଷ କରାଇବେ. ଦାମ ହୁଏତ ରାଜି ହୋଇଯାଇଥାଆନ୍ତା କିନ୍ତୁ ରାଜି ନଥିଲା ସାବି. ତା ହୃଦୟ ତଳେ ମୃତ ସ୍ୱାମୀ ସନିଆଁର ସ୍ମୃତି ଅର୍ଘ୍ୟ ଏବେବି ଦର୍ଘ୍ୟ ପ୍ରସ୍ଥ ମେଲେଇ ଆସ୍ଥାନ ଜମେଇ ତଥାପି ଆଲୋକ ବିଛୁରିତ କରୁଥିଲା. ଦ୍ୱିତୀୟରେ ଦାମକୁ ବିବାହ କରି କୁନି ଝିଅର ସାବତ ମାଆ ହେବାକୁ ଚାହୁଁନଥିଲା ସାବି ବରଂ ପୁଅ ସହ ତା ଭଉଣୀକୁ ବଢ଼ାଇ କୁଢ଼ାଇ, ପାଠଶାଠ ପଢ଼େଇ, ସଂସ୍କୃତି ପରମ୍ପରା ଶିଖାଇ ଚାଲିଥିଲା ସାବି.ଆଉ ଝିଅର ଭବିଷ୍ୟତ ସ୍ବପ୍ନରେ ଉବୁଟୁବୁ ହେଲା ବେଳେ ଦାମ କହୁଥିଲା ଜଗତ ଜନନୀ ସୀତା ମାଆ ମଧ୍ୟ ଭାଗ୍ୟ ଯୋଗୁଁ ଚଉଦ ବରଷ ବନବାସ କଲେ ସ୍ୱାମୀଙ୍କ ସହ ପୁଣି ରାବଣ ଦ୍ୱାରା ହରଣ ହୋଇ ଅଗ୍ନିପରୀକ୍ଷା ଦେବା ପରେ ମଧ୍ୟ ତାଙ୍କ ଦୁଃଖ ସରିନଥିଲା. ସେମିତି ଭାଗ୍ୟ ବଳେ ନଳ ଦମୟନ୍ତୀଙ୍କ ଦୁଃଖ କଷ୍ଟ କିଏ ନଜାଣେ! ଦାମ କଥା ସତ ହେଇଥିଲେ ବି ସାବି ପ୍ରସ୍ତୁତ ଥିଲା. ଝିଅ ପୁଅଙ୍କୁ ଭଲ ଭାଗ୍ୟ ଦେଇକି ରହିବ ବୋଲି ନିଷ୍ପତ୍ତି ନେଇସାରିଥିଲା. ହେଲେ ଝିଅ ବଡ଼ ହେଲାପରେ ନିଜ ପସନ୍ଦର ପୁଅ ବାହା ହୋଇ ଚାଲିଯିବା ପରେ ସାବିର ଅନ୍ତଫାଡି ଜନ୍ମିତ ପୁଅ କହୁଥିଲା ମାଆ ପରି ବଡ଼ ନାଆ ଯୁଆଡେ ମୋ ଭଉଣୀ ପରି ସାନ ନାଆ ସିଆଡେ ଯିବନି ତ କଣ କରିବ!ତ ଦାମ ଏସବୁ ସହି ନପାରି ମଧ୍ୟ କିଛି କରିପାରୁନଥିଲା ସାବି ପାଇଁ.


Rate this content
Log in

Similar oriya story from Tragedy