Jayashree Maharana

Inspirational

1.0  

Jayashree Maharana

Inspirational

ନୀଳତୃଷ୍ଣା

ନୀଳତୃଷ୍ଣା

2 mins
585


ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରରେ ମୋର ଜନ୍ମ । କବି ଗୋଦାବରୀଶଙ୍କ ମାଟିରେ ଜନ୍ମ ବୋଲି ଗର୍ବ ଅନୁଭବ କରେ । ମାତ୍ର ମୁଁ ଜାଣେନି ମୋ ଅଜ୍ଞାତସାରରେ ବାଣପୁର କିମ୍ବା ବାଲୁଗାଁରେ କେଉଁଠାରେ ଲାଇବ୍ରେରୀ ଅଛି । ଯେକୌଣସି ଗଳ୍ପ କିମ୍ବା କବିତା ପ୍ରତି ମୋର ଅହେତୁକ ଦୁର୍ବଳତା । ଓଡ଼ିଆ ଭାଷା ସାହିତ୍ୟକୁ ପ୍ରାଣଭରି ଭଲ ପାଏ ମୁଁ ।


ଯାହା ହେଉ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ଉକ୍ତିଟି କିଛି ମାତ୍ରାରେ ସତ୍ୟ ବୋଲି ଉପଲବ୍ଧି କରିଅଛି । ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ନିକଟରେ ମୋର କର୍ମକ୍ଷେତ୍ର । ସେଠାରେ ମୁଁ ମୋ ବାନ୍ଧବୀ ଲିପନ ସହ ଭଡା ନେଇ ରହୁଥିବା ସମୟରେ ମୋ ପ୍ରିୟ ଔପନ୍ୟାସିକା ଶ୍ରୀମତୀ ପ୍ରତିଭା ରାୟଙ୍କର ଉପନ୍ୟାସ ପଢ଼ିବାର ସୁଯୋଗ ପାଇଥିଲି । ସେଠାରେ ଥିବା ଲାଇବ୍ରେରୀରୁ ଲିପନ ବହି ଆଣିଥାଏ ଆମେ ଦୁହେଁ ଯୁଦ୍ଧକାଳୀନ ଭିତ୍ତିରେ ପଢି ପୁଣି ଫେରାଇଦେଉ ।


ଅନେକ ଉପନ୍ୟାସ ପଢ଼ିଥିଲି । କିନ୍ତୁ 'ନୀଳତୃଷ୍ଣା' ଉପନ୍ୟାସଟି ମୋତେ ବହୁତ ବହୁତ ଭଲ ଲାଗିଥିଲା । ଜଣେ ପାଠକ ପାଇଁ ସେଇଟା ହିଁ ଶ୍ରେଷ୍ଠ ପୁସ୍ତକ ଯେଉଁ ପୁସ୍ତକଟି ପାଠକ ହୃଦୟରେ ଆଲୋଡନ ସୃଷ୍ଟି କରିପାରେ । ନାରୀଧର୍ମୀ ଏଇ ଉପନ୍ୟାସରେ ସାଧାରଣ ଝିଅଟି ବିଷୟରେ ବର୍ଣ୍ଣନା କରାଯାଇଥିଲା । ନାରୀ ଯୁଗେ ଯୁଗେ ପୂଜିତ । ପ୍ରକୃତିର ଅନୁପମ ସୃଷ୍ଟି ନାରୀ । ନୂତନ କଳିକାକୁ ଗର୍ଭରେ ଧାରଣ କରିବାର କ୍ଷମତା ଦେଇ ସୃଷ୍ଟିକର୍ତ୍ତା ନାରୀକୁ ଶ୍ରେଷ୍ଠ ବୋଲି ବିବେଚନା କରିଛନ୍ତି । ସେ ସ୍ନେହମୟୀ,ସେ କରୁଣାମୟୀ । ସେ ହସି ହସି ଦୁଃଖ ସହିଯାଏ । ସମାଜର ମଙ୍ଗଳ ପାଇଁ କେବେ ଦୁର୍ଗା ତ କେବେ କାଳୀ ରୂପ ଧାରଣ କରେ । କେବେ ଲକ୍ଷ୍ମୀଙ୍କ ସ୍ୱରୂପ ତ କେବେ ସରସ୍ୱତୀ ସାଜେ ।

ମାତ୍ର ଆଜିର ସମାଜରେ ନାରୀ ଅତ୍ୟାଚାରିତ ଓ ଅବହେଳିତ ।


ଜଣେ ସାଧାରଣ ଝିଅର କାହାଣୀକୁ ନେଇ ଉପନ୍ୟାସଟି । ପରିସ୍ଥିତିର ଚାପରେ ଝିଅରୁ ବୋହୂ ହେବା ପରେ ଶାଶୂଘରୁ ତଡାଖାଇ ଆଶ୍ରୟ ପାଇଁ ବାପଘରକୁ ଧାଇଁଆସେ । ମାତ୍ର ନିଜର ଅସହାୟତା ଯୋଗୁଁ ବାପମାଆ ତାକୁ ଦୁରେଇ ଦିଅନ୍ତି । ଏଣେତେଣେ ବୁଲି ନିରାଶ ହେବା ପରେ ଅନିଚ୍ଛାକୃତ ଭାବରେ ଗଣିକା ସାଜେ । ସମସ୍ତଙ୍କୁ ସାହାଯ୍ୟ କରେ । ଆତ୍ମୀୟମାନଙ୍କୁ ସାହାଯ୍ୟ କରେ କିନ୍ତୁ ସେଇ ଆତ୍ମୀୟମାନେ ତାକୁ ଘୃଣା କରନ୍ତି । କାହାଣୀ ଏତେ ଜୀବନ୍ତ ଯେ ପଢିବା ସମୟରେ ମୋ ଆଖିରୁ ଲୁହ ଝରିଛି । ଅନେକ ଭାବନା ମୋ ହୃଦୟକୁ ଆନ୍ଦୋଳିତ କରିଛି । ସତରେ ନାରୀ ଅନ୍ୟର ଖୁସି ପାଇଁ ନିଜକୁ ଜଳାଞ୍ଜଳି ଦେବା ପରେ ପାଏ କଣ ?ଲାଞ୍ଛନା ଆଉ ଘୃଣା । ତଥାପି ଧୈର୍ଯ୍ୟ ହାରେନି । ଦୁନିଆରେ ନିଜ ଲୁହ ପିଇ ନିଜେ ବଞ୍ଚିଥାଏ । ନାରୀର ତ୍ୟାଗ କଣ ,ଅବଦାନ କଣ ସର୍ବୋପରି ନାରୀ ଶବ୍ଦର,ଜନ୍ମର ମହତ୍ତ୍ୱ କଣ ?ବେଶ ନିଆରା ଢଙ୍ଗରେ ଔପନ୍ୟାସିକା ଦର୍ଶାଇପାରିଛନ୍ତି । ଜୀବନ୍ତ,ବାସ୍ତବ,ଆକର୍ଷଣୀୟ, ଶିକ୍ଷଣୀୟ ଉପନ୍ୟାସଟିଏ' ନୀଳତୃଷ୍ଣା' । ମୋ ପାଇଁ ଶ୍ରେଷ୍ଠ ପୁସ୍ତକଟିଏ । ଜୀବନରେ ବିଶେଷ କିଛି ବହି ପଢିପାରିନାହିଁ କିନ୍ତୁ ଭବିଷ୍ୟତରେ ସୁଯୋଗ ମିଳିଲେ ପଢିପାରେ । କିନ୍ତୁ ଏଯାବତ ନୀଳତୃଷ୍ଣା ହିଁ ମୋ ପାଇଁ ଶ୍ରେଷ୍ଠ ପୁସ୍ତକ ।


Rate this content
Log in

Similar oriya story from Inspirational