STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ନୀଳାଦ୍ରି ବିଜେ

ନୀଳାଦ୍ରି ବିଜେ

1 min
144

ଜଗତର ଜଗନ୍ନାଥ ବର୍ଷ କୁ ଥରେ ଯାଆନ୍ତି ଗୁଣ୍ଡିଚା ମନ୍ଦିରକୁ।ସାଙ୍ଗରେ ନିଜ ଭାଇ ଓ ଭଗ୍ନି କୁ ନିଅନ୍ତି। ଏହା ଯୁଗ ଯୁଗ ଧରି ରହି ଆସିଛି।ପ୍ରଭୁଙ୍କ ବାର ମାସେ ତେର ଯାତ୍ରା ହୁଏ।ସେଥିରୁ ସ୍ନାନ ଯାତ୍ରା ଓ ଗୁଣ୍ଡିଚା ଯାତ୍ରା ପ୍ରଧାନ।ପ୍ରଭୁ ବୈଶାଖ

ରେ ନିଦାଘ ରୁ ରକ୍ଷା ପାଇବା ପାଇଁ ଚନ୍ଦନ ଲାଗି ହୁଅନ୍ତି ଓ ତା ପରେ ଯାଇ ଜଳ କ୍ରୀଡା କରନ୍ତି। ଏହା ପରେ ନିଜ ଜନ୍ମ ଦିନରେ ସେ ମଞ୍ଚ ସ୍ନାନ କରନ୍ତି। ଦୀର୍ଘ ପନ୍ଦର ଦିନ ଅଣସର ଗୃହରେ ରହି ପ୍ରଭୁ ନବ ଯୌବନ ଦର୍ଶନ ଦିଅନ୍ତି।ତା ପରେ ଆଷାଢ଼ ଶୁକ୍ଳ ଦ୍ଵିତିୟାରେ ପ୍ରଭୁ ଭୁବନ ବିଦିତ ଘୋଷ ଯାତ୍ରାରେ ବାହାରି ଯାଆନ୍ତି। ଏହାର କିଛି ଦିନ ଆଗରୁ ରୁକ୍ମିଣୀ ବିବାହ ନୀତି ହୋଇ ଥାଏ।ପ୍ରଭୁ ମାତାଙ୍କୁ ଛାଡି ଚାଲି ଯାଆନ୍ତି।

ଏହା ଫଳରେ ମାଆ ଲକ୍ଷ୍ମୀ ଦୁଃଖରେ ରୁହନ୍ତି। ସେ ବିମଳାଙ୍କ ପରାମର୍ଶରେ ମୋହ ଚୂର୍ଣ୍ଣ ଧରି ଯାଆନ୍ତି ହେରା ପଞ୍ଚମିରେ।ସେଠାରେ ନନ୍ଦୀଘୋଷ ରଥକୁ ଭାଙ୍ଗି ସେ ପ୍ରତ୍ୟାବର୍ତନ କରନ୍ତି।ପ୍ରଭୁ ଗୁପ୍ତ ବୃନ୍ଦାବନରୁ ବା  ଗୁଣ୍ଡିଚା ମନ୍ଦିର ରୁ ଦଶମୀ ତିଥିରେ ବାହୁଡା଼ ଯାତ୍ରା କରନ୍ତି।ପଥ ମଧ୍ୟରେ ମାଉସୀ ମାଆ ଅର୍ଦ୍ଧାସିନି ଦେବିଙ୍କ ହାତରୁ ପୋଡ଼ ପିଠା ଖାଇ ଫେରନ୍ତି। ବାହୁଡା଼ ଯାତ୍ରା ରେ ଲକ୍ଷ୍ମୀ ନାରାୟଣ ଙ୍କୁ ଗଜପତି ମହାରାଜ ଭେଟ କରାନ୍ତି।

ଏକାଦଶୀ ତିଥିରେ ସୁନା ବେଶ ଓଦ୍ଵାଦସି ରେ ଅଧର ପଣା ଲାଗି ହୁଏ।ତ୍ରୋୟୋଦସି ତିଥିରେ ପ୍ରଭୁ ନିଳାଦ୍ରି ବିଜେରେ ଗୋଟି ପହଣ୍ଡିରେ ଗଲା ବେଳେ ପ୍ରଥମେ ମାଆ ଲକ୍ଷ୍ମୀ ଚାହାଣୀ ମଣ୍ଡପ କୁ ଆସନ୍ତି ଓ ସେଠାରେ ରସଗୋଲା ଭୋଗ ହୁଏ,ଏହା ପରେ ମାଆ ଲକ୍ଷ୍ମୀ କବାଟ ପକେଇ ଦିଅନ୍ତି।ମନ୍ଦିର ଭିତରେ ଲକ୍ଷ୍ମି ନାରାୟଣ ବଚନିକା ହୁଏ। ଏହା ପରେ ମାଆ ଲକ୍ଷ୍ମୀ ଶାନ୍ତ ହୁଅନ୍ତି।ବାସ୍ତବରେ ଏହା ଏକ କଳି ନୁହେଁ ,ଏହା ହେଉଛି ଦାମ୍ପତ୍ୟ ଜୀବନରେ ଥିବା ପ୍ରେମ ଓ ବିଶ୍ୱାସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational