Satyabati Swain

Inspirational

2  

Satyabati Swain

Inspirational

ନୀଳ ତାରା*

ନୀଳ ତାରା*

7 mins
509


ମାତ୍ର ଆଉ ତିନି ଦିନ ପରେ ମୋ ମ୍ୟାରେଜ ହୋଇ

ଥାନ୍ତା ନୀଳ୍ ଙ୍କ ସହ।ମଣ୍ଡପ ବୁକ୍ ସରିଛି।ମ୍ୟାରେଜ ପାଇଁ ସବୁ ଜିନିଷ ପତ୍ର କିଣା କିଣି ବି ହୋଇଛି।ବନ୍ଧୁ ବାନ୍ଧବଙ୍କ ଭିଡ଼ ଘରେ।ଆନନ୍ଦରେ ବୋଉ ଓ ଘର ଲୋକଙ୍କ ପାଦ ତଳେ ଲାଗୁ ନଥାଏ। ତାଙ୍କ ଅଳିଅଳୀ ଗେଲ୍ହା ବଡ଼ ଝିଅ ମୁଁ ନର୍ମତା,ନମୁର ମ୍ୟାରେଜ ।ଯାଇ ତାଇ କଥା କି। 

   ମୁଁ ନର୍ମତା ଜଣେ ନାମୀ ଦାମୀ ବିୟୁଟିସିଆନ୍ ଫାସନ୍ ଡିଜାଇନ୍ ର।ରାଜଧାନୀ ଛାତିରେ ଠିଆ ମୋର ବ୍ରାଇଡ଼ାଲ୍ ବିୟୁଟି ପାର୍ଲର ଆଣ୍ଡ୍ ସାଲୋନ୍।ଅତି ଅସୁନ୍ଦର ରୂପ ମୋ ହାତର କାଉଁରୀ ସ୍ପର୍ଶରେ ଝଲସନ୍ତି।ବିବାହ,ଜନ୍ମ ଦିନ କିମ୍ବା ଭିଆଇପି ମାନଙ୍କ ପାର୍ଟି ,ଫଙ୍କସନ୍ ସଜାଇବା ପାଇଁ ମୋତେ ଡକରା ଆସେ। କ୍ରିକେଟ ପ୍ଲେୟାର ,ମନ୍ତ୍ରୀ ଙ୍କ ରହଣି ହୋଟେଲ ସଜାଇବା ପାଇଁ ବି ଆଗ ଖୋଜା ପଡେ ମୁଁ।

   ଏଇଠି ପହଂଚିବା ପାଇଁ ଯଥେଷ୍ଟ ସଂଗ୍ରାମ କରିବାକୁ ପଡିଛି ମୋତେ।କେବଳ ମାତ୍ର ବି ଏ ପାସ୍ ସାର୍ଟିଫିକେଟ ଖଣ୍ଡେ ହାତରେ ଧରି ପେପର କଟିଂ ନାମ ଲେଖା ଆଡ଼ଭାଟାଇଜ ମେଣ୍ଟ୍ କୁ ଆଣି ଆସିଥିଲି ନିଜ ଭାଗ୍ୟ ପରୀକ୍ଷା କରିବାକୁ ଭୁବନେଶ୍ୱର।ଆଡ୍ ମିଶନ ଫିସ୍ ପାଇଁ ମୋ ହାତରେ ନଥିଲା ମାତ୍ର ଆଠ ଶହ ଟଙ୍କା। ନିଜ ଦେହର ପାଞ୍ଚ ଶହ ଗ୍ରାମ ରକ୍ତ ବିକି ନାମ ଲେଖାଇଥିଲି ବିୟୁଟିସିଆନ ଟ୍ରେନିଂ ସେଣ୍ଟରରେ।

     ବାପାଙ୍କ ହୃଦ ଘାତ ଜନିତ ମୃତ୍ୟୁ ମୋତେ ହତୋତ୍ସାହିତ କରି ଦେଇଥିଲା। ସାନ ଦୁଇ ଭାଇ ବାପାଙ୍କ ଆକସ୍ମିକ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ।ଜେଜେ ଜେଜେମା ଅବେଳେ ତାଙ୍କ ପୁଅକୁ ହରାଇ ପାଗଳ ପ୍ରାୟ ହେଉଥିଲେ। ଘର ଚଳଣି ଏତେଟା ଭଲ ନଥିଲା। ବୋଉ ମୁକ ପ୍ରାୟ।ଏମିତି ବେଳେ ପିଜି କରିବା ମୋ ପକ୍ଷେ ଅସମ୍ଭବ ମନେ ହେଲା। ନିହାତି ଚାକିରୀ ଟିଏ ଦରକାର ପଡିଲା ମୋର। କିନ୍ତୁ ସାଧାରଣ ବି ଏ ପାସ୍ ରେ କି ଚାକିରୀ ମିଳିବ ମୋତେ ଅସହାୟ ହୋଇ ସବୁଦିନେ ଚାକିରୀ ଖୋଜେ ପେପର୍ ରେ।ହଠାତ୍ ଦିନେ ଗୋଟେ ଆଡ଼ଭାଟାଇଜ ମେଣ୍ଟ୍ ରେ ମୋ ନଜର୍ ପଡିଲା।ବିୟୁତୁସିଆନ୍ ଟ୍ରେନିଂ।

     ବାଣୀ ବିହାର ପିଜି ବିଷୟରେ ବୁଝା ବୁଝି କରିବାକୁ ଯାଉଛି କହି ସେ ଟ୍ରେନିଂ ସେଣ୍ଟରକୁ ଗଲି।ନାମ ଲେଖା ପାଇଁ ଆଠଶହ ଟଙ୍କା ଆବଶ୍ୟକ।କେଉଁଠୁ ଆଣିବି ଚିନ୍ତା କରି ବଡ଼ ମେଡିକାଲରେ ମୋର ସାଙ୍ଗ 'ଲୁସି' ଯିଏ କି ନର୍ସିଂ ଟ୍ରେନିଂ ନେଉଥିଲା ତା ପାଖକୁ ଗଲି।ମୋ ପାଇଁ ଆଠଶହ ଟଙ୍କା ଯେଉଁଠୁ ହେଲେ ଯୋଗାଡ଼ କରିବାକୁ ପଡିବ ।ସେ ବି ତ ପଢୁଥାଏ।ତା ପାଖରେ ଏତେ ପଇସା ଆସିବ କେଉଁଠୁ?ଦୁଇ ଜଣ ଚିନ୍ତା କଲୁ କଣ କରା ଯାଇ ପାରେ।ଶେଷରେ ମୁଁ କହିଲି ଗୋଟେ କାମ କର ଯଦି କେଉଁ ଲୋକର ବ୍ଲଡ଼ ଦରକାର ହେଉଥିବ,କହ ମୁଁ ଦେବି ତା ବଦଳରେ ସେ ମୋତେ ଆଠଶହ ଟଙ୍କା ଦେବେ। ଲୁସି କହିଲା ଚମତ୍କାର ଆଇଡ଼ିଆ।ଚାଲେ ଆମେ ସାଙ୍ଗ ହୋଇ ବ୍ଲଡ଼ ଦେବା।ଆରେ ନାଇଁ ତୁ କାଇଁ ଦେବୁ।ମୁଁ ଦେବି ତୁ କେବଳ ବୁଝି ଦେ।

 ଆଛା...ତୋର ବ୍ଲଡ଼ ଗ୍ରୁପ କଣ କହିଲୁ ଲୁସି ପଚାରିଲା।

 ଏ ନେଗେଟିଭ୍ ମୁଁ କହିଲି।

ବାଃ ଟଙ୍କା ଯୋଗାଡ଼ ହୋଇଗଲା ଜାଣ।ତୋ ଗ୍ରୁପ ବ୍ଲଡ଼ ମିଳିବା ମୁସ୍କିଲ। ନିହାତି ଜଣେ ବଡ଼ ଲୋକଙ୍କର ଏଇ ବ୍ଲଡ଼ ମିଳି ନ ପାରିବାରୁ ଅପେରେସନ ହୋଇ ପାରୁନାହିଁ।ଜୀବନ ମରଣ ସହ ଜୁଝୁଛନ୍ତି। ବହୁତ ଖୋଜା ଖୋଜି କଲେଣି।କେଉଁଠୁ ମିଲୁ ନାହିଁ ବ୍ଲଡ଼।ଚାଲେ ତାଙ୍କ ପାଖକୁ ଯିବା।ସେ ଭାରି ଖୁସି ହୋଇଯିବେ।ତୁ ଯେତେ ଟଙ୍କା କହିବୁ ସେ ଦେବେ।

    ସତେ କିଟି ମିଟି ଅନ୍ଧାରରେ ଟିକିଏ ଆଲୁଅ ଦେଖା ଗଲା ମୋତେ।ବ୍ଲଡ଼ ଦେଲି ଯାହା ଦ୍ୱାରା ସେ ଭଦ୍ରଲୋକଙ୍କ ଜୀବନ ବଂଚିଗଲା।ସେ ଅତି ଖୁସି ହୋଇ ମୋତେ ପାଞ୍ଚ ହଜାର ଟଙ୍କା ଦେଲେ।ପା... ଞ୍ଚ...ହଜାର।ମୁଁ ଚକିତ ହୋଇଗଲି।ପାଞ୍ଚ ହଜାର ମୋ ପାଇଁ ଗୋଟିଏ ବଡ଼ ଆମାଉଣ୍ଟ ଥିଲା।ଆହୁରି ବି ସେ କହିଲେ ଯେବେ ଜୀବନରେ କେବେ ଟଙ୍କା କି କୌଣସି ଜିନିଷ ଲୋଡ଼ା ହୁଏ ତାଙ୍କୁ ଦେଖା କରିବାକୁ।ମୋର ତ ଆଠ ଶହ ହେଲେ ହୋଇ ଥାନ୍ତା ଏତେ ଟଙ୍କା ହେଲାଣି ଆଉ କଣ ହେବ।ନାମ ଲେଖାଇ ଘରେ ପହଞ୍ଚି ଯେତେବେଳେ ଏ କଥା କହିଲି ସମସ୍ତେ ମାରି ଗୋଡେଇଲେ।ଛିଃ ଛିଃ ଝିଅ ପିଲାଟା ବାରିକାଣୀ ହେବୁ।ବାଳ କାଟିବୁ।ମୁହଁ ବେକ ନଖ ସଜେଇବୁ।ସେଇଟା କି ଟ୍ରେନିଂ ତୁ ନେବୁ ଝିଅ ପିଲାଟା ହୋଇ!! 

    ମୁଁ କିନ୍ତୁ ଥିଲି ମୋ ଜିଦ୍ ରେ ଅଟଳ।ବହୁ କଷ୍ଟରେ ବୁଝା ସୁଝା କରି ଭୁବନେଶ୍ୱର ଟ୍ରେନିଂ ପାଇଁ ଗଲି।ପିଲାଦିନୁ ଫ୍ୟାସନ ପ୍ରତି ମୋର ଅହେତୁକ ଆଗ୍ରହ ମୋତେ ଏତେ ବଡ଼ ଅନୁଷ୍ଠାନ ଓ ହଜାର ହଜାର ପିଲାଙ୍କ ଭିତରେ ପ୍ରଥମ କଲା।

      ଅଚିହ୍ନା ହେଲେବି ରକ୍ତ ନେଇ ଟଙ୍କା ଦେଇଥିବା ବଦାନ୍ୟ ବ୍ୟକ୍ତି ମୋ ପାଇଁ ଭଗବାନଙ୍କ ଠାରୁ କମ୍ ନଥିଲେ।ସେ ମୋ ପାଖେ କୃତଜ୍ଞ ଥିଲେ ବଂଚିଗଲେ ବୋଲି।ମୁଁ କୃତଜ୍ଞ ଥିଲି ଅର୍ଥ ପାଇଁ ଟ୍ରେନିଂ ନେଲି ବୋଲି।ଜୀବନରେ ଛୋଟ ଛୋଟ ସାହାଯ୍ୟ ଅନେକ ବଡ଼ ବଡ଼ ବିପଦ ବେଳେ କାମରେ ଆସେ।ସେଇ ଟଙ୍କାରେ ଛଅ ମାସ ଟ୍ରେନିଂ ରହିବା ଖାଇବା ପିଇବା ଖର୍ଚ୍ଚ ବି ଉଠିଗଲା।ପଞ୍ଜାବର ଜଣେ ମହିଳା ବବିତା ଚାୱାଲା ଟ୍ରେନିଂ ଦେଉଥାନ୍ତି।ସେ ଧଅ କହିଲେ ମୁଁ କାମୁଡି ପକାଏ।ମୋ ନିଜ କଳ୍ପନାକୁ ରୂପ ଦେବା ବେକଲେ ସେ ଅଭିଭୂତ ହୋଇଯାଆନ୍ତି।ମୋ ମୁଣ୍ଡରେ ହାତ ବୁଲାଇ କୁହନ୍ତି ଗୋଟେ ଉଜ୍ଜ୍ବଳ ଭବିଷ୍ୟତ ତୁମ ଅପେକ୍ଷାରେ।ଫ୍ୟାସନ ଦୁନିଆଁରେ ତୁମେ ମଣିଷ ହୃଦୟରେ ରାଜ କରିବ।ଷ୍ଟାର ହେବ ନିଶ୍ଚିନ୍ତ।

      ଟ୍ରେନିଂ ପରେ କଟକରେ ନମୁସ୍ ବ୍ରାଇଡାଲ୍ ଓ ସାଲୋନଟିଏ ଖୋଲିଲିଲି।ପ୍ରଥମେ ପ୍ରଥମେ ଦିନକୁ ଶହେ ଟଙ୍କା ରୋଜଗାର କରିବା କାଠିକର ପାଠ ହେଉଥିଲା।ମାତ୍ର ଆସ୍ତେ ଆସ୍ତେ ଲୋକେ ମୋ ହାତର ଯାଦୁକୁ ଜାଣିଲେ।ଏତେ ଗହଳ ହେଲା ଯେ ମୁଁ ତିନି ଜଣ ଜାଗାରେ ପାଞ୍ଚ ଜଣ ସହାୟିକା ରଖିଲି।ମୋ ହାତକୁ କିଛି ଅର୍ଥ ଆସିଲା।ମୁଁ ରୋଜଗାର କରିପାରିବି ଏ ଆତ୍ମପ୍ରତ୍ୟେୟ ମୋ ଭିତରେ ଜାଗ୍ରତ ହେଲା।ଦୁଇ ଭାଇଙ୍କୁ ମଧ୍ୟ ଭଲ କଲେଜରେ ପଢ଼ାଇ ପାରିଲି।

      ଦୁଃଖର ପାହାଡ଼ ଠେଲି ମୋ ଜୀବନରେ ଖୁସିର ସୂର୍ଯ୍ୟ ଟିକେ ମୁହଁ ଦେଖାଇଲେ।ଭାଓଲିନ୍ ବାଦକ ନୀଳ ଭଟ୍ଟାଚାର୍ଯ୍ୟଙ୍କ ସହ ହୋଟେଲ ମେ ଫେୟାରରେ ଦେଖା ହେଲା।ନୀଳ ଭାଲିଳିନ୍ ବଜାଇଲେ ମନ୍ତ୍ରମୁଗ୍ଧ ହୋଇ ଯାଆନ୍ତି ଦର୍ଶକ।ଗୋଟିଏ ବଡ଼ ବିବାହ ସାଜସଜ୍ଜା କରିବାକୁ ମୋ ସହକର୍ମୀଙ୍କ ସହ ହୋଟେଲ ମେ ଫେୟାର ଯାଇଥାଉ।ପଚାଶ ହଜାର ଟଙ୍କାର ଅର୍ଡର।ମୋ ସାଜସଜ୍ଜାର ଡେକୋରମ୍ ଦେଖି ନୀଳ୍ ଆଚମ୍ବିତ ହୋଇଗଲେ।ଏମିତି ସଜା ପୁଣି ଓଡ଼ିଶାରେ ସମ୍ଭବ!!ସେ ବିବାହ ପାର୍ଟିଟି ନୀଳ୍ ବନ୍ଧୁ 'ସୈକତ'ଙ୍କର ଥିଲା।ସୈକତ ଙ୍କ ଅନୁରୋଧରେ ନୀଳ୍ ଭାଓଲୀନର ସଙ୍ଗୀତ ପରିବେଷଣ କଲେ।ସେବେଠାରୁ ନୀଳ୍ ନିମୁର କଣ୍ଟାକ୍ଟରେ ରହିଲେ।ଆସ୍ତେ ଆସ୍ତେ ବନ୍ଧୁତା ଦରଜା ଡେଇଁ ନିମୁ ହୃଦୟରେ ଆସ୍ଥାନ ଜମେଇଲେ ନୀଳ୍।ନୀଳ୍ ପେଶାରେ ଜଣେ ବ୍ୟାଙ୍କ ମ୍ୟାନେଜର।ଟିକେ ଫୁରୁସତ୍ ପାଇଲେ ନୀଳ ଧାଇଁ ଆସନ୍ତି ନମୁ ପାଖକୁ।

      ସଂଘର୍ଷ ମୟ ଜୀବନରେ ନୀଳ୍ ଖୁସିର ହିମାଳୟ ହୋଇ ଆସିଲେ।ଜୀବନଟି କେବଳ ଦୁଃଖ କି ଦୁଃର୍ଦ୍ଦିନରେ ଭର୍ତ୍ତୀ ନୁହେଁ ଖୁସିର ବର୍ଷା ବି ସମୟେ ସମୟେ ବର୍ଷିଯାଏ ମନ ଉପରେ।ଆନନ୍ଦ ବି ବେଳେବେଳେ ହୃଦୟ ଚୁମେ,ଝୁମେ।ନମୁ ଓ ନୀଳ୍ ବାଇଆ ଚଢେଇ ପରି ବସା ବାନ୍ଧିବାର ସ୍ୱପ୍ନରେ ହଜିଲେ।ନୀଳ୍ କ୍ଷଣେ ନମୁକୁ ନ ଦେଖିଲେ ପାଗଳ ହୋଇଗଲେ।କୋଟି ପତି ବାପାର ଏକୋଇରବଳା ବିଶିକେଶନ ପୁଣି ବ୍ୟାଙ୍କ ମ୍ୟାନେଜର।ଯାହା ଚାହାନ୍ତି ହାତ ପାଆନ୍ତାରେ ପହଞ୍ଚି ଯାଏ। ନମୁକୁ ବେଶୀ ପସନ୍ଦ ନୀଳ୍ ଙ୍କ ଭାଓଲିନ୍ ର ମୂର୍ଚ୍ଛନା।ସେଇ ମୂର୍ଚ୍ଛନା ନମୁକୁ ଆନମନା କରନ୍ତି।ନମୁର ଚମ୍ପକପ୍ରଦ ସାଜ ସଜ୍ଜାର ଆବିଷ୍କାର ନୀଳ୍ କୁ ଟାଣି ନିଏ ।ଅତଏବ ଉଭୟଙ୍କ ସହମତି ତଥା ଘର ଲୋକଙ୍କ ସ୍ୱୀକୃତି କ୍ରମେ ନୀଳ୍ ଓ ନମୁ ବିବାହ ବନ୍ଧନରେ ଆବନ୍ଧ ହେବାକୁ ସ୍ଥିର ହୋଇଗଲା।

      ମ୍ୟାରେଜ ପୂର୍ବରୁ ନମୁ କିନ୍ତୁ କହିଥିଲା ନୀଳ୍ ଙ୍କୁ "ଦେଖ୍ ବହୁ ପ୍ରେମିକ ମ୍ୟାରେଜ ପରେ ବଦଳି ଯାଆନ୍ତି।ସ୍ତ୍ରୀକୁ ନିଜ ଜାଗିରି ଭଳି ବ୍ୟବହାର କରନ୍ତି।ଏବେବି ସମୟ ଅଛି ଭାଵ।ମୁଁ ଏବେ ଯେପରି ସ୍ୱାଧୀନ ମ୍ୟାରେଜ ପରେ ବି ସେମିତି ରହିବି।ମୋ ସ୍ୱାଭିମାନ,ବୃତ୍ତୀ ଉପରେ କିଛି ବି ପ୍ରଭାବ ନ ପକାଏ ଯେପରି।ନୀଳ୍ ହସି କୁହନ୍ତି ମୁଁ ଜାଣେ ତୁମେ କେଉଁ ପ୍ରକାର ଝିଅ।ସବୁ ଜାଣି ବି ମୁଁ ତୁମକୁ ମ୍ୟାରେଜ କରିବା ନିଷ୍ପତ୍ତୀ ନେଇଛି।କୌଣସି ପରିସ୍ଥିତିରେ ନୀଳ୍ ତୁମକୁ ଛାଡ଼ିବନି,ପକ୍କା।କଥା ଦେଉଛି ଏବେ ଯେମିତି ମ୍ୟାରେଜ ପରେ ତୁମେ ସେମିତି ନିଜ ଇଚ୍ଛାର ମାଲିକ ହେବ।

      ସବୁ ଦୃଷ୍ଟିରୁ ମୁଁ ନିଜକୁ ଖୁବ୍ ଲକି ଭାବିଲି।ସ୍ବପ୍ନ ଦେଖିବା ଆରମ୍ଭ କରିଦେଲି ନିଜକୁ ନୀଳ୍ ଙ୍କ ସହ ସଂସାର୍ ବାନ୍ଧିବା ନିଶାରେ।ମାତ୍ର ମୋ ସ୍ବପ୍ନ ପାଣି ଫୋଟକା ପରି ମିଳେଇ ଗଲା।ମ୍ୟାରେଜ ଆଉ ତିନି ଦିନ ଅଛି ନୀଳ୍ ଙ୍କ ମାମୁଁ ଯିଏ ମୋର ମାମୁଁଶଶୁର ହେବେ ଆସି କହିଲେ କି ଅପାର ଏକାଜିଦ୍ ନମୁ ବିବାହ ପରେ ଏ ପାର୍ଲର ଧନ୍ଦା ଛାଡ଼ିବାକୁ ପଡିବ।ଅପା ମାନେ ନୀଳ୍ ଙ୍କ ମାମା ଚାହାନ୍ତି ନାହିଁ ଚୌଧୁରୀ ଘର ବୋହୁ ଗୋଟେ ମାମୁଲି ପାର୍ଲର କାମ କରୁ।ଏ ବାଜେ ଧନ୍ଦା ଛାଡିବାକୁ ପଡିବ।ନଚେତ୍ ଏ ବିବାହ ହୋଇ ପାରିବ ନାହିଁ।

   ଏତକ ଶୁଣି ମୋ ରାଗ ପଞ୍ଚମରେ ପହଞ୍ଚି ଗଲା।ନୀଳ୍ ଙ୍କୁ ଫୋନ୍ ଲଗାଇଲି।ନୀଳ୍ ପ୍ରଥମେ ଫୋନ୍ କୁ ଆଭୋଏଡ୍ କଲେ।ଘନ ଘନ ଫୋନ୍ ଲଗାଇବାରୁ କହିଲେ ସରି ନମୁ ମାମାଙ୍କ ଏକା ଜିଦ୍ ତୁମେ ତୁମ ପେଶାକୁ ଛାଡିବାକୁ ପଡିବ।ନହେଲେ ସେ ମୋ ବିବାହରେ ଉପସ୍ଥିତି ରହିବ ନାହିଁ।ଯେ ଯେତେ ବୁଝାଇଲେ ବି ସେ ବୁଝୁନି।

   ଅନ୍ୟ ମାନଙ୍କ କଥା ଛାଡ଼ ;ତୁମେ କଣ ଠିକ୍ ଏଇଆ ଚାହୁଁଛ।ତୁମ ମାମା କଣ ଆଗରୁ ଜାଣି ନଥିଲେ ମୋ ବିଷୟରେ।ତୁମେ ଏ ଯାଏ ତାଙ୍କୁ ଅନ୍ଧାରରେ ରଖିଥିଲ?

 ମୁଁ କହିଲି।

    ନୀଳ୍ କହିଲେ ମାମା ସବୁ ଜାଣିଥିଲେ କିନ୍ତୁ ତୁମେ ଜଣେ ପାର୍ଲର ଓ ସାଲୋନ କରିଛ ଏଇଟା ଜଣାଇ ନଥିଲି।ଭାବିଥିଲି ସବୁ ଠିକ୍ ହୋଇଗଲେ ଜଣାଇଁବି ଯେ ମାମା ଅରାଜି ହେବେନି।କିନ୍ତୁ...

    ଠିକ୍ ଅଛି ନୀଳ୍ ତୁମ ସିନ୍ଦୁର ମୋ ସିନ୍ଥି ପାଇଁ ନୁହେଁ କି ତୁମେ ମୋ ଲାଗି ଜନ୍ମ ନେଇନ।ଜୀବନରେ ବହୁତ ଆଘାତ ସହିଛି।ଏଇଟା ବି ସହିନେବି।କିନ୍ତୁ ତୁମେ ତୁମ ମାମାଙ୍କୁ ଅନ୍ଧାରରେ ରଖି ଏତେ ବାଟ ଆଗେଇବାର ନଥିଲା।ହଁ ଆଶା କରୁଛି ମୋତେ ଦ୍ଵିତୀୟବାର ଏପରି ସର୍ତ୍ତ ରଖି କିଛି କହିବ ନାହିଁ।ମୋତେ ମୋ ବୃତ୍ତୀ ସହ ଯଦି ଆପଣେଇ ପାରିବ ତ ଆଗାଅ।ନଚେତ ଏଇଠି ମରି ଯାଉ ଆମ ପ୍ରେମ।ପ୍ରେମ କେଉଁଠି ଥିଲା କି ମରିବ।ନୀଳ୍! ପ୍ରେମରେ ସର୍ତ୍ତ ନଥାଏ।ପ୍ରେମରେ କାହା ମନେ ଆଘାତ ଦେଇ ବି ଖୁସି ରହି ହୁଏନା।କେବଳ ପ୍ରେମକୁ ପ୍ରେମ କରାଯାଏ,ଅପ୍ରେମକୁ ନୁହେଁ।ବହୁତ ଭଲ କଲ ନୀଳ୍ ଅନ୍ତତଃ ମୋ ସ୍ୱାଧୀନତାର ଡେଣା ସୂର୍ଯ୍ୟଙ୍କ ପ୍ରଖର କିରଣରେ ପୋଡିଯିବା ଆଗରୁ ରକ୍ଷା କରିଦେଲ।ଭୁଲି ଯିବି ନୀଳ୍ ବୋଲି କେହି ମୋ ଜୀବନରେ ଆସିଥିଲା।

    ମାମୁଁ ଶଶୁରଙ୍କ ହାତେ ନିର୍ବନ୍ଧ ମୁଦି ଟି ନମ୍ରତାର ସହ ଦେଇ ମୁଁ କହିଲି କି କ୍ଷମା କରିବେ ମୁଁ ଆପଣଙ୍କ ପ୍ରସ୍ତାବରେ ରାଜି ନୁହେଁ।ହୁଏତ ମୁଁ ମରଣ ସ୍ୱୀକାର କରିପାରେ ମାତ୍ର ମୋ ପାର୍ଲର କାମ ନୁହେଁ।

    କିନ୍ତୁ ନୀଳ୍ ଯେ ତୁମକୁ ଜୀବନ ଦେଇ ଭଲ ପାଏ ବୋହୁ ମା।

    ଟିକେ ହସ ଲାଗିଲା ମୋତେ ଜୀ..ବ...ନ ଦେଇ !ଆଦୌ ନୁହେଁ।ଗୋଟେ ଝିଅ ଜୀବନ ସହ ଖେଳି ତାକୁ ଅନେକ ସ୍ୱପ୍ନ ଦେଖେଇବାର ଲୋଭ ଦେଖାଇ ଶେଷ ମୁହୂର୍ତ୍ତରେ ଯେଉଁ ପୁରୁଷ ପଛକୁ ହଟି ଯାଏ ସେ ଭଲ ପାଆନ୍ତି!!ହସ ଲାଗୁଛି ମାମୁଁ।ନୀଳ୍ ବଡ଼ ଖେଳାଳୀ ଜଣେ।ଖୁବ୍ ଖେଳିଲେ ମୋ ବିଶ୍ୱାସ ସହ।ବୋକୀ ଥିଲି ମୁଁ,ପଶି ଯାଉଥିଲି ତାଙ୍କ ବିଛେଇବା ଜାଲରେ।ସେ ଭାବିଥିଲେ ସବୁ ସ୍ଥିର ସରିଲା ପରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରିବେ ଆଉ ମୁଁ ମୋଡି ମାଡି ତାଙ୍କ କଥାରେ ରାଜି ହୋଇଯିବି ସମାଜକୁ ଡରି।ସମସ୍ତେ କହିବେ" ଝିଅର କିଛି ଖରାପ ଗୁଣ ଅଛି ବୋଲି ସିନା ତିନି ଦିନ ଥାଇ ବାହା ଘର ଭାଙ୍ଗି ଗଲା।ସବୁ ସହି ପାରିବି ମାମୁଁ;କିନ୍ତୁ ପାରିବି ନାହିଁ ମୋ ବୃତ୍ତୀକୁ ଛାଡି।ମୋ ଅନୁଷ୍ଠାନରେ ପଚିଶ ଜଣ କାମ କରନ୍ତି।ମୋ ପାର୍ଲର ବନ୍ଦ ହୋଇଗଲେ ସେମାନେ ବଞ୍ଚିବେ କେମିତି?ଆପଣ ଫେରି ଯାଆନ୍ତୁ।

    ବାସ୍!ସେତିକିରେ ବହୁତ ହୋଇଗଲା ମୋ ବିବାହ କରିବା।ବନ୍ଧୁ ବାନ୍ଧବ ମନ ଊଣା କରି ଫେରିଗଲେ।କିଏ କେତେ ପ୍ରକାର କହିଲେ।ବୋଉ ତ କତରା ଲଗା ହୋଇଗଲା।ଦୁଇ ଭାଇ ଗୁମ୍ ସୁମ ରହିଲେ ଦିନା କେତେ।ଭଲ ଲାଗିଲା ନାହିଁ କିଛି।ଛାଡିଦେଲି କଟକ।ଭୁବନେଶ୍ୱର ଆସି ନୂଆ କରି ଜୀବନ ସଜାଡ଼ିବା ଆରମ୍ଭ କଲି।ଆଜିକାଲି ନାମିଦାମୀ ଦେଶ ବିଦେଶ ରେ ମୋର ନାମ।ଦେଢ଼ ଶହ ସହକର୍ମୀ ଏବେ ମୋ ଅନୁଷ୍ଠାନରେ କାର୍ଯ୍ୟରତ।ଓଡ଼ିଶାର ସବୁ ସହରରେ ନର୍ମତା ପାର୍ଲର ଶାଖା।ନର୍ମତା ଏବେ ଫ୍ୟାସନ ଜଗତର କୋଚ୍।

    ସଫଳତାର ଶୀର୍ଷରେ ନର୍ମତା।ବୋଉ କିନ୍ତୁ ଗୁମୁରି ଗୁମୁରି କାନ୍ଦେ।ବହୁ ପ୍ରସ୍ତାବ ଆସିଲେ ବି ମୁଁ ସ୍ୱୀକୃତି ଦେଲି ନାହିଁ ବିବାହ ପାଇଁ।ନୀଳ୍ ର ବିଶ୍ୱାସ ଘାତକତା ଆଉ କାହା ଉପରେ ବିଶ୍ୱାସ ରଖିବାକୁ ଇଚ୍ଛା ପ୍ରକଟ କଲେ ନାହିଁ।ସବୁ ଝିଅ ଜନ୍ମ ହୋଇ ବଡ଼ ହୁଅନ୍ତି ବାହା ସାହା ହୋଇ ଘର ସଂସାର୍ ବସାନ୍ତି।ଏଥିରେ ନୂଆ କଣ?ବରଂ ଅନ୍ ମ୍ୟାରେଡ୍ ରହି କିଛି କରିଯିବା ଗୋଟେ ଉଦାହରଣ ହେବାରେ ଯଥେଷ୍ଟ ଖୁସି ଅଛି।ନର୍ମତା ଭିନ୍ନ ଗୋଟେ ରାସ୍ତା ବାଛିନେଲା ଜୀଇଁବା ପାଇଁ।ସମସ୍ତ ଅନାଥ ଆଶ୍ରମର ବଡ଼ ଡୋନର୍ ସେ।ଅନେକ ଟ୍ରଷ୍ଟର ଟ୍ରଷ୍ଟି।ନମୁ ଗୋଟେ ଭିନ୍ନ ଆକାଶର ନୀଳ ତାରା।ଯେ ବଞ୍ଚେ ଅନ୍ୟ ଖୁସିରେ।ନମୁ ଗୋଟେ ସ୍ୱର,ପ୍ରତୀକ,

 ଚେତନା ଓ ପ୍ରତିନିଧି ସମଗ୍ର ମହିଳା ସମାଜର। ଆଲୋକ ବର୍ତ୍ତୀକାଟିଏ ଅବହେଳିତ,ଲାଞ୍ଚିତ ମହିଳା ମାନଙ୍କର।

   


Rate this content
Log in

Similar oriya story from Inspirational