STORYMIRROR

Nibedita Mishra

Abstract Tragedy

3  

Nibedita Mishra

Abstract Tragedy

ନିଃସଙ୍ଗତା

ନିଃସଙ୍ଗତା

2 mins
310


ଜେଲର ବନ୍ଦ କୋଠରୀରେ ଅନୁଭବ।ଗୁମସୁମ ହେଇ ବସିଛନ୍ତି।ମନରେ ନା ଅଛି କିଛି ଆଶା ।ନା ଭବିଷ୍ଯତ ପାଇଁ କିଛି ଚିନ୍ତା।ସତେ ଯେମିତି ଖୁବ୍ ସନ୍ତୁଷ୍ଟ ସେ ତାଙ୍କର ଏଇ ପରିସ୍ଥିତି ଉପରେ।

ତାଙ୍କର ଏଇ ଅବସ୍ଥା ଦେଖି ଜେଲ କର୍ମଚାରୀ ମାନେ ବି ବେଳେ ବେଳେ ଆଶ୍ଚର୍ଯ୍ଯ ହେଇଯାଆନ୍ତି।ଏଭଳି ଏକ ଶାନ୍ତ ଶିଷ୍ଟ ବ୍ଯକ୍ତିତ୍ବ ଯେ କିପରି ହତ୍ଯା ପରି ଜଘନ୍ଯ ଅପରାଧ କରିପାରେ?

ଆଜ୍ଞା ହଁ ଅନୁଭବ ହେଉଛନ୍ତି ଜଣେ ଅତି ସାଧାରଣ ଆମ ପରି ମଣିଷଟିଏ।ବାଲ୍ଯକାଳରୁ ହିଁ ଜୀବନ ସହ ସଂଘର୍ଷ କରି କରି ନିଜର ପରିଶ୍ର ଓ ବୁଦ୍ଧି ବଳରେ ଆଜି ଗୋଟେ ବିରାଟ କମ୍ପାନୀର ସି ଇ ଓ ହେଇ ପାରିଥିଲେ।ତେବେ ସେ ହତ୍ଯାକାରୀ କେମିତି ହେଲେ ଯେ ?

ଅନୁଭବ ଯେତେବେଳେ ଏମ ବିଏ ପଢି ସାରିଲେ।ସେତେବେଳେ ସେ ଏକ ବଡ କମ୍ପାନୀରେ ଚାକିରୀ ଲାଗି ଇଣ୍ଟରଭ୍ଯୁ ଦେବାକୁ ଗଲେ।ଯୋଗକୁ ସେଇ କମ୍ପାନୀରେ ଚାକିରି ବି ମିଳିଗଲା।କନ୍ ଦିନ ଭିତରେ ସେ ମାଲିକଙ୍କ ଅତି ପ୍ରିୟ ବି ହେଇଗଲେ।

ଥରେ ମାଲିକ ତାଙ୍କ ସାମ୍ନାରେ ନିଜର ଏକମାତ୍ର ଝିଅକୁ ବିବାହ କରିବାର ପ୍ରସ୍ତାବ ଦେଲେ ଓ ଯୌତୁକରେ କମ୍ପାନୀର ସିଇଓ ପଦବୀଟା।ଗୋଡେ ମଧ୍ଯବିତ୍ତ ପରିବାରର ପିଲା ଅନୁଭବଙ୍କ ଲାଗି ଏହା କୌଣସି ଲଟେରୀ ଠାରୁ କମ ନ ଥିଲା।ତେଣୁ ବାପା ମାଙ୍କ ଅନିଚ୍ଛା ସତ୍ତ୍ବେ ସେ ତାଙ୍କ ଝିଅକୁ ବିବାହ କରିଥିଲେ।ଅବଶ୍ଯ ତାଙ୍କ ସୁନ୍ଦରୀ ଓ ମର୍ଡନ ସ୍ତ୍ରୀ ଙ୍କର ଅନୁଭବଙ୍କ ପ୍ରତି କୌଣସି ବିଶେଷ ଆକର୍ଷଣ ଥିଲା ପରି କେବେ ମନେ ହୁଏ ନାହିଁ ।ବିବାହ ତାଙ୍କ ଲାଗି ଏକମାତ୍ର ଉତ୍ସବଟିଏ,ଥିଲା ବୋଲି ଅନୁଭବ ଜାଣିପାରୁଥିଲେ।

ଧିରେ ଧିରେ ଗାଉଁଲି ବାପାମାଙ୍କ ଠାରୁ ଅନୁଭବଙ୍କ ଦୂରତା ବଢି ଚାଲିଲା।

ଗୋଟେ ବର୍ଷ ଅନୁଭବଙ୍କ ଗାଁରେ ବଢି ଆସିଲା ମା ବାପା ଦୁହେଁ ସେଥିରେ ମୃତ୍ଯୁ ବରଣ କଲେ।ହେଲେ ଅନୁଭବ ସେତେବେଳେ ଏଇ ସହରୀ ଚାକଚକ୍ଯ ଓ ପଇସାରେ ଏତେ ଅନ୍ଧ ହେଇ ଯାଇଥିଲେ ଯେ ସେ ସେମାନଙ୍କ ଶୁଦ୍ଧକ୍ରିୟା ବି କଲେନି।ଅବଶ୍ଯ ହେଳେବେଳେ ତାଙ୍କ ଅନ୍ତରଆତ୍ମା ତାଙ୍କୁ ଏ ବିଷୟରେ ଚେତେଇ ଦେବାକୁ ଚେଯ୍ଚା କରିଛି ହେଲେ ସେ ଜାଣିଶୁଣି ନଜରଅନ୍ଦାଜ କରନ୍ତି ସେ ସବୁକୁ।ବିବାହର ୫ବର୍ଷ ବିତିଗଲାଣି। ଏପର୍ଯ୍ଯନ୍ତ ଅନୁଭବ ବାପା ହେଇ ପାରିଲେନି ।ବୋଧହୁଏ ତାଙ୍କ ମା ବାପାଙ୍କ ଅଭିଶାପ ଲାଗି ବୋଲି ସେ ଯାହା ଭାବନ୍ତି ମନେମନେ କେବେ କେବେ।

ତା ପରେ ଅନୁଭବଙ୍କ ଶ୍ବଶୁର ବି ଚାଲିଗଲେ।ଏବେ ଅନୁଭବ ସର୍ବେସର୍ବା।ତଥାପି ଦିନକୁ ଦିନ କେମିତି ଏକ ଅଜଣା ଜାଲରେ ଛନ୍ଦି ହେଇଯିବାପରି ମନେ କରୁଥିଲେ ସେ।

ଦିନେ ଅନୁଭବ ଏକ ଜରୁରୀ ଫାଇଲ ଘରେ ଭୁଲିଯାଇଥିଲେ ତାହା ଆଣିବାକୁ ଅଧା ବାଟରୁ ଫେରିଲେ ଘରକୁ।

ନିଜ ରୁମକୁ ପଶୁ ପଶୁ ନିଜ ସ୍ତ୍ରୀ ଓ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖି ପିତ୍ତ ଚଢିଗଲା ତାଙ୍କ ମୁଣ୍ଡକୁ। କେହି କିଛି ବୁଝିବା ଆଗରୁ ନିଜ ଡ୍ର ରୁ ରିଭଲଭର ଟିକୁ କାଢି ଆଖିବୁଜି ଗୁଳି ଚଳେଇ ଦେଇଥିଲେ ।ବାସ୍ ତା ପରେ .....ସେ ଏଇଠି।

 ଆଜି ତାଙ୍କୁ ସେ ପଇସା ଓ କୋଳାହଳ ଭରା ଜୀବନ ଠୁ ଏଇ ନିଃସଙ୍ଗତା ବେଶ୍ ଶାନ୍ତି ଦେଲା ପରି ଲାଗୁଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract