Baman Chandra Dixit

Tragedy

5.0  

Baman Chandra Dixit

Tragedy

ନିଃଶବ୍ଦ ସକାଳ

ନିଃଶବ୍ଦ ସକାଳ

2 mins
797


ମୋ ବଗିଚାର ମାଟି-କୁଣ୍ଡ ରେ ଗୁଲାବ ହସୁ ଥିଲା।ମନ ଛୁଆଁ ଅନାବିଳ ଚମକ ଭରା।ଆଙ୍ଗୁଳି ର ସାଉଁଳିଆ ପରଶ ରେ ଗେହ୍ଲ କଲି ଟିକେ,ଆହୁରି ପାଖକୁ ପାଖକୁ ଜାକି ଆସୁଥିଲା ସେ,ସ୍ନେହ ପ୍ରେମୀ କୁନି ବାଛୁରୀ ଟିଏ ପରି।ମନ୍ଦ ମଳୟ ରେ ଢଳି ଢଳି ସେ ମୋତେ ଚାଟିବାକୁ ଚେଷ୍ଟା କରୁ ଥିଲା ବୋଧେ।

ଅନ୍ୟ ଫୁଲ-କୁଣ୍ଡ ରେ ଜୂହି ଚାମେଲି ଇର୍ଷା ପରାୟଣା, କଣେଇ କଣେଇ ଚାହୁଁ ଥିଲେ।ବହୁତ ଭଲ ଲାଗୁଥିଲା ପ୍ରେମ ପିପାଷା ର ଲୁଚକାଳି ଖେଳ।ଏପାଖ ସେପାଖ ହୋଇ ଅନୁଭବ କରୁଥିଲି ଅନେକ ବିନୋଦାନନ୍ଦ ଅନୁଭୂତି।ହଠାତ ନଜ଼ର ପଡିଲା ସେଇ ଅର୍ଦ୍ଧ ପ୍ରଷ୍ଫୁଟିତ ରକ୍ତ-ରଙ୍ଗା ଗୋଲାପ ଉପରେ।ମନରେ ଅନେକ ଆବେଗ ଅନୁନୟ ଘେନି ଡାକୁ ଥିଲା ଅବା!ଟିକେ ସାଉଁଳେଇ ଦେବାକୁ,ଗେହ୍ଲେଇକୁ ଗେହ୍ଲ କରିବାକୁ ଇଛା ହେଲା।ଆଞ୍ଜୁଳି ରେ ତୋଳି ଧରିଲି ତାର କୋମଳ କୁଆଁରୀ ତନୁ କୁ। ନିଦୁଆ ଆଖିରେ ଡରୁଆ ସ୍ୱପ୍ନ ଭଳି ଅନୁଭୂତ ହେଲା ହଠାତ। କାହିଁକି କୋମାଳତା ଶୁନ୍ୟ ଏ କଳିକା।କାନ୍ଦୁରା କଅଁଳା କୁନି ପିଲାକୁ କୋଳରେ ନେଲା ବେଳେ ଦେହରେ ଜ୍ୱର ର ତାତି ଅନୁଭୂତ ହେଲା ଅବା!ଆହୁରି ଘନିଷ୍ଟ ହୋଇ ଦେଖିଲି।ଛୋଟ ଛୋଟ ଅନେକ ପୋକ କାମୁଡି ଧରି ଥାଆନ୍ତି ତା କୋମଳ ତନୁ କୁ।କେତେ କ୍ଷତ କେତେ ଯନ୍ତ୍ରଣା,ତଥାପି ଟିକେ ଆସ୍ୱସ୍ତି ର ଆଶା।ଗଭୀର ବେଦନା ଅନୁଭବ କରୁ କରୁ,ମୁକୁଳେଇବାକୁ ଚେଷ୍ଟା କରୁଥିଲି ତାକୁ କୀଟ ଦଂଷ୍ଟ ପୀଡ଼ାରୁ।

ଅତ୍ୟନ୍ତ ସନ୍ତର୍ପଣ ସାବଧାନ ପ୍ରୟାସ ସତ୍ତ୍ୱେ ଝରିଗଲା ଏକ କୋମଳ ପାଖୁଡ଼ା,ଏବଂ ଏକ ପରେ ଆନ ବିକଶିତ ଆଶାୟୀ କୋମଳ ସମ୍ପର୍କ ସମସ୍ତ।ଭାବୁଥିଲି ସବୁ

ଠିକ ହୋଇ ଯିବ,ସମ୍ଭାଳି ନେବି ବୋଧେ।ମାତ୍ର ଅନ୍ତ କରି ସମସ୍ତ ପ୍ରୟାସ ଇତି ହୋଇଗଲା ଏକ ଦୀର୍ଘ ଶ୍ବାସ ରେ,ସମସ୍ତ ଆବେଗ ଭରା ସମ୍ପର୍କ।ଛିଣ୍ଡି ଗଲା ସ୍ନେହ ପ୍ରେମ ର ଅନାବିଳ ବନ୍ଧନ ଅନିଚ୍ଛା ସତ୍ତ୍ୱେ।ଡେମ୍ଫ ଚ୍ୟୁତ କ୍ଷତ ବିକ୍ଷତ ଦେହଟା ମଲା ଆଖିରେ ଚାହୁଁଥିଲା ମୋତେ।ମୁଁ ବି ଦେଖୁଥିଲି ଫଟା ଫଟା ଖୋଲା ଆଖି ର ଅସ୍ପଷ୍ଟତା ତଳୁ।ଛାତି ଫାଟିଗଲା ପରି ଲାଗୁଥିଲା।ଅନେକ ବେଦନା ଯନ୍ତ୍ରଣା ଝରି ଗଲେ।ଏବଂ ଏକ ବିରାଟ ଶୁନ୍ୟତା ଅନୁଭୂତ ହେଲା।

ଏବେ ବି ଅନେକ ଫୁଲ-କୁଣ୍ଡ , ଅସଂକ୍ଷ ଫୁଲ,କେତେ ପ୍ରଜାପତି ରଙ୍ଗ ବିରଙ୍ଗୀ ଡେଣା ହଲେଇ ଉଡ଼ି ବୁଲୁ ଥାଆନ୍ତି।ଭଅଁର ବି ଗୁଣୁ ଗୁଣୁ ଗାଉଥିଲା ।ମାତ୍ର ନିଃଶବ୍ଦ ସକାଳ ମୋତେ ବିଚଳିତ କରିଗଲା।

****** ******

ବାମନ ଚନ୍ଦ୍ର ଦୀକ୍ଷିତ


Rate this content
Log in

Similar oriya story from Tragedy