Chinmaya Jena

Inspirational

4.7  

Chinmaya Jena

Inspirational

ନିଃସ୍ଵାର୍ଥପର

ନିଃସ୍ଵାର୍ଥପର

2 mins
589


ଆଶିଷ ଏକ ମଫସଲ ଗାଁରୁ ଆସି ସହରରେ ରହି ପାଠ ପଡୁଥିଲା। ତା ଜୀବନରେ ଯେତେ ଯେ ଅଦିନିଆ ଝଡ଼ ବହି ଯାଇଛି ତଥାପି ସେ ତାର ଲକ୍ଷ୍ୟରୁ କେବେ ବି ପଛଘୁଞ୍ଚା ଦେଇନାହିଁ। କହିବାକୁ ଗଲେ ସେ ଜନ୍ମରୁ ବାପାମାଆ ଛେଉଣ୍ଡ ଆଉ ତା ଶୈଶବ ଜେଜେ ବାପା ମା ପାଖରେ ବହୁତ୍ ଦୁଃଖ କଷ୍ଟରେ କଟିଥିଲା। ସେଥିରେ ବି ଦଇବ ତା ଦୁଃଖରେ ଆଉ ଟିକେ ଦୁଃଖ ଦେଇଗଲା। ତାର ଆଶାର ବାଡି ସାଜିଥିବା ଜେଜେବାପା ମାଙ୍କୁ ବି ଦଇବ ନିଜ ପାଖକୁ ନେଇଗଲେ। କିନ୍ତୁ ଏହାରି ଭିତରେ ଆଶିଷ ଜୀବନରେ ସେବାର ବ୍ରତକୁ ଧାରଣ କରି ନେଇଥିଲା। କିଏ ଯଦି ତାକୁ ସାହାଯ୍ୟ ପାଇଁ ହାତ ବଢାଉଥିଲା ବିନା ଦ୍ବିଧାରେ ସେ ଆଗେଇଯାଉଥିଲ। ଏଥି ସହିତ ବୃଦ୍ଧ ବୟସ୍କ ଅସହାୟମାନଙ୍କର ଆଶାର ବାଡ଼ି ସାଜିଥିଲା। ବୁଢ଼ା ଜେଜେ ବାପା ମା ଗଲା ପରେ ସେ ସହରକୁ ପଢ଼ିବା ପାଇଁ ଚାଲି ଆସିଲା। ସେଠି ଟିଉସନ କରି ନିଜ ପାଇଁ ଟଙ୍କା ଯୋଗାଡ କରି ପାଠ ପଢ଼ୁଥିଲା। ଏଠି ମଧ୍ୟ ସନ୍ଧ୍ୟା ହେଲେ ବସ୍ତିକୁ ଯାଇ ଗରିବ ପିଲାଙ୍କୁ ପାଠ ପଢାଏ। ଦେଖୁ ଦେଖୁ ସେ ଏହାରି ଭିତରେ ନିଜର ସ୍ନାତକ ଶିକ୍ଷା ଶେଷ କରିସାରିଥିଲା।


ଦିନେ ସେ ଚାକିରୀ ପାଇଁ ଗୋଟେ ଅଫିସକୁ ଯାଇଥିଲା ତା ସହ ଆଉ ଜଣେ ଯୁବକ ମଧ୍ୟ ଯାଇଥିଲା। ଆଶିଷ ହଠାତ୍ ଦେଖିଲା ସେ ପିଲାଟି ବହୁତ୍ ଚିନ୍ତାରେ ବସିଛି ତ ସେ ତା ପାଖକୁ ଯାଇ ଚିନ୍ତାର କାରଣ ପଚାରିଲା। ସେ ପିଲା ଭୋ ଭୋ ହୋଇ କାନ୍ଦି ଉଠି କହିଲା ତା ମାଆର ଦେହ ଖରାପ୍ ଆଉ ଚିକିତ୍ସା ପାଇଁ ବହୁ ଟଙ୍କା ଦରକାର। ତାର ଯଦି ଏ ଚାକିରୀ ନ ହୁଏ ସେ ତା ମାଆକୁ ବଞ୍ଚେଇ ପାରିବନି। ଏମିତିରେ ଆଶିଷ ବାପାମାଆ ଛେଉଣ୍ଡ ପିଲାଟି ଦିନରୁ ତ ସେ ତାକୁ ଆଶ୍ୱାସନା ଦେଇ ଭିତରକୁ ସାକ୍ଷାତକାର ପାଇଁ ଗଲା। ସେଥିରେ ସେ ପାସ୍ ହେବାରୁ ସେହି ଅଫିସର ତାକୁ ନିଜ ଅଫିସରେ ଏକ ଉଚ୍ଚପଦସ୍ଥ ଅଧିକାରୀ ଭାବରେ ଯୋଗ ଦେବାକୁ କହିଲେ। ଠିକ୍ ଏତିକି ବେଳେ ଆଶିଷ ନିଃସ୍ଵାର୍ଥପର ଭାବରେ ବାହାରେ ଘଟିଥିବା ଘଟଣା କହି ସେହି ପିଲାଟିକୁ ତା ସ୍ଥାନରେ ଚାକିରୀ ଦେଲେ ସେ ଅଧିକ ଖୁସି ହେବ ବୋଲି ଜଣାଇଲା। ଏଥିରେ ସେ ଅଧିକାରୀ ଅବାକ୍ ହୋଇ ଚାହିଁରହିଲେ ଆଉ ଆଜିର ଏହି ସ୍ୱାର୍ଥପର ଦୁନିଆରେ ଆଶିଷର ଏହି ପରୋପକାର ଭାବକୁ ସାବସୀ ଜଣେଇ ଅନ୍ୟ ପିଲାଟିକୁ ଚାକିରୀ ଦେଲେ। ଏହା ପରେ ଆଶିଷ ଅନ୍ୟ କେଉଁଠି ଚାକିରୀ ଖୋଜିବା ବଦଳରେ ସାମାଜିକ ସେବା କରିବାରେ ଲାଗିପଡିଲା। ମାନବ ସେବା ହିଁ ମାଧବ ସେବାକୁ ନିଜର ବ୍ରତ ଭାବରେ ଗ୍ରହଣ କରି ନିଜର ଯଥା ସାଧ୍ୟ କାର୍ଯ କରିଚାଲିଛି ଓ ଏବେ ସେ ଏକ ସୁପରିଚିତ ସମାଜସେବୀ ଭାବରେ ନାମ ଅର୍ଜନ କରିଛି।


ଆଜିବି ଯଦି କୌଣସି ସଭା ସମିତିରେ ତାକୁ ତା ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ନିର୍ଣ୍ଣୟ ବିଷୟରେ ପଚରା ଯାଏ ସେ ହସି ହସି କୁହେ ସେଦିନର ସେହି ନିଃସ୍ଵାର୍ଥପରତା ଯାହା ଆଜି ତାକୁ ଏତେ ପରିଚିତ କରିଛି ଯଦି ସେ ସେହି ଚାକିରୀ କରିଥାନ୍ତା ତେବେ ହୁଏତ ସେ ପିଲା ତା ମାଆକୁ ବଞ୍ଚେଇ ପରିନଥାଆନ୍ତା ଏବଂ ମୁଁ ସେହି ଅଫିସର ଏକ କର୍ମଚାରୀ ହୋଇ ରହିଥାନ୍ତି ଆଜି ସମସ୍ତଙ୍କ ପ୍ରିୟ ହୋଇପାରିନଥାନ୍ତି।


Rate this content
Log in

Similar oriya story from Inspirational