ନିହାରିକା ମାଗେ ସ୍ତ୍ରୀ ଅଧିକାର
ନିହାରିକା ମାଗେ ସ୍ତ୍ରୀ ଅଧିକାର
ଯୌବନର ଆଦ୍ୟ ଅବସ୍ଥାରେ ପାଦ ଦେବା ପରେ ଜୀବନକୁ ଭଲରେ ବୁଝିବା ଆଗରୁ ପ୍ରେମର ଆଗମନ ହୁଏ ଯଦି ଏହା ଠିକ ମଣିଷ ସହିତ
ତେବେ ଜୀବନ ସ୍ୱର୍ଗ ସହିତ ସମାନ ହୁଏ ଆଉ ଯଦି ଭୁଲ ମଣିଷ ସହିତ ହୁଏ ତେବେ ମଣିଷ କୁ ପୃଥିବୀ ରେ ହିଁ ନର୍କର ଯନ୍ତ୍ରଣା ମିଳେ । ଏ କଥା କୌଣସି ଚଳଚ୍ଚିତ୍ର କିମ୍ବା କାହାଣୀ ନୁହେଁ ଏହା ଆମ ସମାଜରେ ଘଟୁଥିବା ନିତି ଦିନିଆ ଘଟଣା କୁ ଉପସ୍ଥାପନ କରୁଚି ।
ନିହାରିକା ନିହାତି ସରଳ ଝିଅଟେ ବାପା ମାଆ କୃଷି କାର୍ଯ୍ୟ କରିବା ସହିତ ନିହାରିକା ପଢା ପାଇଁ ଆଖିରେ ଆଖିଏ ସ୍ବପ୍ନ ନେଇ ପରିଶ୍ରମ କରନ୍ତି । ଶେଷରେ ନିହାରିକା ବିଦ୍ୟାଳୟ ଶିକ୍ଷା ସମାପ୍ତ ସରିବା ପରେ ସଦର ବ୍ରହ୍ମପୁର ସହରକୁ ଯାଏ ବିବିଏ ପଢ଼ିବା ପଢ଼ିବା ପାଇଁ । ମାମୁଁ ମାଇଁଙ୍କ ଗେଲ୍ହି ଭାଣେଜିର ଉଚ୍ଚତର ପଢା ପାଇଁ ମାମୁଁ ମାଇଁ ମଧ୍ୟ ଉତ୍ସାହ ପ୍ରଦାନ କରନ୍ତି । ଠିକ ସମୟର ଶିକ୍ଷା ସମାପ୍ତ କରିବା ପରେ ନିହାରିକା ଫେରିଆସେ ନିଜ ମାତୃଭୂମିକୁ ଏହି ସମୟର ଆରମ୍ଭ ହୁଏ ତା ଜୀବନରେ ପ୍ରଥମ ପ୍ରେମ ଫଗୁଣର ଋତୁ ଜଣେ ହତାଶ ପ୍ରେମିକର ଜୀବନ ସୁଧାରିବା ପାଇଁ ସେ ଆପଣାଇ ନିଏ ସେ ହତାଶ ପ୍ରେମିକକୁ । ନିହାତି ସରଳ ଆଉ ସ୍ଵାଭିମାନୀ ଝିଅଟି ପୁଅଟିକୁ ସୁଧାରିବା ପାଇଁ ବହୁତ ଚେଷ୍ଟା କରେ । ଶେଷରେ ଦୁହିଁଙ୍କ ବିବାହ ମଧ୍ୟ ସମାପ୍ତ ହୁଏ ସମାଜର ରୀତିନୀତି ଅନୁଯାୟୀ । ଶୁଭେଛା ଆଉ ଶୁଭକାମନା ଛୁଟି ଆସେ ସାଙ୍ଗ ସାଥି ଆଉ ବନ୍ଧୁ ବାନ୍ଧବ ମାନଙ୍କ ନିକଟରୁ । ଏଇ ଶୁଭେଛା ଦିଅ ନିଆ ହିଁ ଝଡ଼ ମାଡ଼ି ଆସେ ନୀହାରିକା ଜୀବନରେ । ସ୍ବାମୀ ଗୋପାଳ କୁ ଶୁଭେଚ୍ଛା ଜଣାଇବାକୁ ଫୋନ କରେ ତାର ପୂର୍ବତନ ପ୍ରେମିକା ନିର୍ଲଜ୍ୟା । ଗୋପାଳ ବାବୁ ମଧ୍ୟ ନିଜର ପୂର୍ବତନ ପ୍ରେମିକାର ଫୋନ କଲ୍ ପାଇବା ପରେ ସଂପୂର୍ଣ୍ଣ ଭାବରେ ଭୁଲି ଯାଆନ୍ତି ନିଜର ବିବାହିତ ଜୀବନ ଆଉ ନିହାରିକା ବିବାହିତ କୁ ସଂପୂର୍ଣ୍ଣ ଭାବରେ ନିର୍ଲଜ୍ୟା ଫୋନ କଲ ନ ପାଇଲେ ସେ ପାଗଳ ପରି ହୁଅନ୍ତି ଏପଟେ ନିର୍ଲଜ୍ୟା ବି ଜଳନ୍ତା ନିଆଁରେ ବରାବର ଘିଅ ଢାଳି ଚାଲି ଥାଏ । ପରିଶେଷରେ ସ୍ବାମୀ ସୁଖ ପାଇଁ କାହାରି ଆଗରେ ମୁହଁ ଖୋଲି କିଛି କହି ପରୁ ନଥାଏ ନିହାରିକା। କିନ୍ତୁ କଥାରେ ଅଛି ଫୁଟିବା ଫୁଲ ଜଗତରେ ନିଜର ବାସ୍ନା ମହକାଇ ଦିଏ ଠିକ୍ ସେମିତି ହେଲା । ନିହାରୀକା ନିଜକୁ ସିନା ସମ୍ଭାଳି ନେଲା ହେଲେ ସମାଜ ସାରା ଚହଳ ପଡ଼ିଲା ଯେ ନୀହାରୀକା ଆଉ ଗୋପାଳ ମଧ୍ୟରେ କିଛି ଠିକ୍ ଚାଲିନି । କାରଣ ଗୋପାଳ ବାବୁ ପ୍ରତିଦିନ ମଦ୍ୟପାନ ରେ ନିଜକୁ ହଜାଇ ନିର୍ଲଜ୍ୟା ସହିତ ଘଣ୍ଟା ଘଣ୍ଟା ଧରି କ୍ଲବ ଘରେ ନଈ ପଠା ରେ ଆଉ ମଶାଣି ପାଖରେ ବସି କଥା ହୁଅନ୍ତି । ନିର୍ଲଜ୍ୟା ବିବାହିତ ଜାଣି ମଧ୍ୟ ଗୋପାଳ ବାବୁ ତାଙ୍କୁ ନିଜ ଜୀବନଠୁ ଅଧିକ ଭଲ ପାଇ ବସନ୍ତି । କେହି କିଛି ବୁଝିବା ଆଗରୁ ନିଜର ବେଗ ଆଉ ନିଜର ପୋଷାକ ପତ୍ର ନେଇ ବାହାରି ଯାଆନ୍ତି ଗୋପାଳ ବାବୁ ନିଜର କର୍ମ ସ୍ଥଳକୁ । ଗାଁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ କାହିଁକି ଗୋପାଳ ବାବୁ ଚାଲିଗଲେ କେହି ତାର ଉତ୍ତର ପାଇ ପାରନ୍ତି ନାହିଁ । ବିବାହର ମାତ୍ର ଆଠ ଦିନ ହୋଇଛି ଆଉ ଗୋପାଳ ବାବୁ ନିଜର ନବ ବିବାହିତା ସ୍ତ୍ରୀ କୁ ଛାଡ଼ି ଚାଲିଯିବା ଲୋକଙ୍କ ହଜମ ହେଲାନି । ଏପଟେ ନିହାରିକା ନିଜର ଶାଶୁ ଶଶୁର ସେବାରେ ଏମିତି ନିଜକୁ ହଜାଇ ଦେଇଥାଏ ଯେ ସତେ ଯେମିତି ସେମାନେ ଶାଶୁ ଶଶୁର ନୁହନ୍ତି ବାପାମାଆ ତା ପାଇଁ । ଶଶୁର ଗାଁ ସଭା ସମିତିରେ ଅନ୍ୟ ପାରିବାରିକ କଳହର ସମାଧାନ କରନ୍ତି କିନ୍ତୁ ଆଜି ନିଜ ଘର କଥା କାହାକୁ ବା କହିବେ କିଏ ଶୁଣିବ ଅସହାୟ ବାପର କଥା । ମାଆ ବହୁତ ପୂଜାପାଠ କରି ନିଜର ଦିନ ଆରମ୍ଭ କରନ୍ତି କିନ୍ତୁ ତାଙ୍କର ମଧ୍ୟ ଲୁହ ବୋଲ ମନେନି କାହିଁକି ଗୋପାଳ ଏମିତି ହେଉଚି ଭାବି ଅନେକ କଷ୍ଟ ପାଆନ୍ତି । ଏମିତି ବର୍ଷେ ପୂରିବା ପରେ ଗୋପାଳ ବାବୁ ବୁଲିବା ପାଇଁ ନିଜ ଜନ୍ମ ମାଟିକୁ ଆସନ୍ତି ସାଥିରେ ନିଜ ପତ୍ନୀ ଙ୍କ ପାଇଁ ଆଣନ୍ତି ଅସୁମାରୀ ଘୃଣା ଆଉ ଅକଥନୀୟ ଅତ୍ୟାଚାର ଉପହାର । ସମସ୍ତ କଷ୍ଟ ଆଉ ଯନ୍ତ୍ରଣା କୁ ନିହାରିକା କେବଳ ଭଗବାନଙ୍କୁ ଡାକେ ତା ସ୍ୱାମୀକୁ ଭଗବାନ ତାଙ୍କୁ ଠିକ୍ କରି ଦିଅନ୍ତୁ । ଏତିକି ଭିତରେ ଥରେ ନିର୍ଲଜ୍ୟାର ସ୍ବାମୀ ହାସ୍ୟସ୍ପଦ ବାବୁ ମଧ୍ୟ ଗୋପାଳ ବାବୁ ଆଉ ନିର୍ଲଜ୍ୟାର ଫୋନ କଥା ଶୁଣି ଟିକିଏ ଆଭାସ ପାଇଥିଲେ ନିଜ ଘର ଭାଙ୍ଗି ଯିବାର ମାତ୍ର ସେ ନିଜ ସ୍ତ୍ରୀ ର ମିଠା ମିଠା କଥାରେ ସବୁ କିଛି ଭୁଲି ଯାଇଥିଲେ । ପରି ଶେଷରେ ଦିନ ସେ ନିଜ ସ୍ତ୍ରୀ ର ମୋବାଇଲ ଦେଖି ଦୁହିଁଙ୍କ ପ୍ରେମ କାହାଣୀ ଜାଣିବାକୁ ପାଇଲେ ଆଉ ବହେ ଛେଚିଲେ ନିର୍ଲଜ୍ୟାକୁ ସୁଧାରିବା ପାଇଁ କିନ୍ତୁ କାହିଁକି ସେ ସୁଧୁରିବ । କଥାରେ ଅଛି କୁକୁର ଲାଙ୍ଗୁଡ ବାର ବର୍ଷ ଫୁଙ୍କା ନଳୀରେ ପୁରାଇ ରଖିଲେ ମଧ୍ୟ ସିଧା ହେବାର ପ୍ରଶ୍ନ ଉଠୁନି । ହାସ୍ୟସ୍ପଦ ବାବୁ ଡିଉଟି ଯିବା ପରେ ନିର୍ଲଜ୍ୟା ଆଉ ଗୋପଳ ବାବୁ ବହୁତ୍ ସମୟ ଧରି କଥା ହୁଅନ୍ତି । ଏମିତି କି ନିଜ ନିଜର ଅନ୍ତରଙ୍ଗ ଫୋଟ ଆଉ ଭିଡିଓ ମଧ୍ୟ ପରସ୍ପରକୁ ପ୍ରେରଣ କରନ୍ତି। ଶେଷରେ ନିଜ ସ୍ୱାମୀର ମଙ୍ଗଳ ଆଉ ନିଜ ସଂସାର ବଞ୍ଚାଇବା ପାଇଁ ପ୍ରୟାସ କରେ ବିଚାର ନିହାରିକା । ସେ ନିଜ ମାମୁଁ ଆଉ ମାଇଁଙ୍କ ଆଗରେ ଗୋପାଳ ବାବୁ ଆଉ ନିର୍ଲଜ୍ୟା ଙ୍କ ପ୍ରେମ କାହାଣୀ ଉପସ୍ଥାପନ କରନ୍ତି । ମାମୁଁ ସତର୍କ ପ୍ରଧାନ ଭାଣେଜିର ସଂସାର ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରନ୍ତି ଆଉ ଗୋପାଳ ବାବୁଙ୍କ ବାପା ଦୁଃଖଦ ପ୍ରଧାନଙ୍କ ସହିତ ନିହାରିକା ସଂସାର ବିଷୟରେ ବି କଥା ହୁଅନ୍ତି । ଦୁଃଖଦ ପ୍ରଧାନ ମଧ୍ୟ ନିଜେ ନିରୁପାୟ ବୋଲି ହାତ ଯୋଡ଼ି କୁହନ୍ତି । ଏତିକି ରେ ଉତ୍ୟକ୍ତ ହୋଇ ସତର୍କ ପ୍ରଧାନ ହାସ୍ୟସ୍ପଦ ବାବୁଙ୍କୁ ଦୁରଭାଷ ମାଧ୍ୟମରେ କଥା ହୋଇ ନିଜ ସ୍ତ୍ରୀଙ୍କୁ ସୁଧାରିବା ପାଇଁ ଧମକ ଚମକ ଦିଅନ୍ତି । ଏତିକି ବେଳେ ଗୋପାଳ ବାବୁ ଏ କଥା ଜାଣିବା ପରେ ନିଜର ପ୍ରେମିକାକୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରନ୍ତି । ସେ ବିଷାଦଗ୍ରସ୍ତ ହୋଇ ନିଜେ ବିଷ ପାନ କରନ୍ତି । ଆଉ ସମସ୍ତ ଗାଆଁ ଲୋକ କି ନ ଜାଣି ନ ଶୁଣି ଦୋଷ ଦିଅନ୍ତି ବିଚାରି ନିହାରିକାକୁ ସେ ହତଭାଗିନି ନିଜକୁ ନିଜେ ଦୋଷୀ ମନେ କରେ ବିନା କାରଣ ରେ । ଅନେକ ଦିନ ପରେ ପୁଣି ଝଗଡା ହୁଏ ଗୋପାଳ ବାବୁ ଆଉ ନିହାରିକା ମଧ୍ୟରେ । ନିହାରିକା ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଶେଷରେ ପ୍ରୟୋଗ କରନ୍ତି ନିଜର ସାମାଜିକ ଅସ୍ତ୍ର । ସତର୍କ ପ୍ରଧାନଙ୍କୁ ଜଣାଇ ସେ ଗ୍ରାମ୍ୟ ପରିଷଦକୁ ଗୋଟିଏ ଦରଖାସ୍ତ ଦିଅନ୍ତି କେବଳ ନିଜର ଅଧିକାର ଦାବି କରି କିନ୍ତୁ ସେତିକି ରେ ମଧ୍ୟ ସେ ବିଫଳ ହୁଅନ୍ତି କାହିଁକି ନା ସମଗ୍ର ସଭା ଆଗରେ ଗୋପାଳ ବାବୁ ନିର୍ଲଜ୍ୟା ବିନା ବଞ୍ଚି ପାରିବେନି କି ନିହାରିକା କୁ ସେ ସ୍ୱାମୀର ଅଧିକାର ଦେଇ ପାରିବେନି ବୋଲି କୁହନ୍ତି ସଭାରେ ମଞ୍ଚସ୍ଥ ସମସ୍ତ ଲୋକ ପୁରା ନିରାଶ ହୁଅନ୍ତୁ । କାରଣ ଦୁଃଖଦ ପ୍ରଧାନ ବହୁତ ସ୍ଵାଭିମାନି ଆଉ ତାଙ୍କ ପୁଅ ପରକିଆ ପ୍ରୀତି ପାଇଁ ନିଜ ସ୍ତ୍ରୀ କୁ ମଧ୍ୟ ଗ୍ରହଣ କରିବା କୁ ରାଜି ନୁହଁନ୍ତି । ଶେଷରେ ଗୋପାଳ ବାବୁ ସଭା ସଦସ୍ୟ ମାନଙ୍କୁ ଜଣାଇ ଦିଅନ୍ତି ନିହାରିକା ମୋ ବାପା ମାଆଙ୍କ ବୋହୂ ହୋଇ ରହିବପାରିବ ହେଲେ ମୁଁ ତାକୁ ସ୍ତ୍ରୀ ଭାବରେ ଗ୍ରହଣ କରି ପାରିବିନି । ନିହାରିକା ନିଜର ଅଧିକାର ପାଇଁ ବ୍ୟାକୁଳ ହେଉଥିବା ସମୟରେ ନିର୍ଲଜ୍ୟା ମଧ୍ୟ କିଛି ଦିନ ପାଇଁ ସାମାଜିକ ନିନ୍ଦାରୁ ବଞ୍ଚିବା ପାଇଁ ଗୋପାଳ ବାବୁଙ୍କ ସହିତ କଥା ବାର୍ତ୍ତା ବନ୍ଦ୍ କରି ଦିଅନ୍ତି କିନ୍ତୁ ଗୋପାଳ ବାବୁ ନିର୍ଲଜ୍ୟା ସହିତ ବିଚ୍ଛେଦ ସହିନ ପାରି ଚାଲି ଯାଆନ୍ତି ତା ଦୁଆର ନିକଟକୁ ହାତରେ ବିଷ ବୋତଲ ନେଇକି ଆଉ ବିଷ ପିଇ ମରିବାକୁ ଧମକ ଦିଅନ୍ତି ନିର୍ଲଜ୍ୟାକୁ। ଶେଷରେ ନିର୍ଲଜ୍ୟା ମଧ୍ୟ ଗୋପାଳ ବାବୁଙ୍କ ଦୁର୍ବଳତା ଫାଇଦା ଉଠାଇ ଚାଲନ୍ତି। ତାଙ୍କ ଅର୍ଜିତ ସମସ୍ତ ଅର୍ଥ ହଡପ କରିବା ସହିତ ତାଙ୍କୁ ସର୍ବସ୍ବ କରିବାରେ ଟିକେ ହେଲେ ମଉକା ଛାଡନ୍ତି ନାହିଁ ନିର୍ଲଜ୍ୟା ଶେଷରେ କଥା ଯାଇ ପହଞ୍ଚେ ଦୁଃଖଦ ପ୍ରଧାନଙ୍କ ପାଖରେ ସେ ବି ଆଉ କଣ ବା କରି ପରାନ୍ତେ ଆପଣା ସୁନା ତ୍ ଭେଣ୍ଡି କାହାକୁ କହିବେ ଆଖିର ଲୁହ ତୁଣ୍ଡରେ ମାରି ସେ ନିହାରିକାକୁ ନିଜର ଝିଅ ପରି ସ୍ନେହ ଶ୍ରଦ୍ଧା ଦେଇ ଘରେ ନିଜ କାମରେ ବ୍ୟସ୍ତ ରୁହନ୍ତି ।
