ବାହାଘର
ବାହାଘର
ଶମ୍ଭୁ ଭାଇ ସକାଳୁ ସକାଳୁ ଉଠି ମୁନ୍ଦାଏ ବାସି ତୋରାଣି ପିଇ ଦେଇ ବଜାର କୁ ଯାଇଛନ୍ତି ଯେ ଏ ଯାଏଁ ଫେରି ନାହାନ୍ତି । ଭଉଣୀ ବାହାଘର ମନରେ ଖୁସି କହଲେ ନ ସରେ । ଖୁସିରେ ନିଜର ଖାଇବା ପିଇବା ଭୁଲି ସେ ଭଉଣୀ ପାଇଁ ଲୁଗାପଟା ଗହଣା ଗାଣ୍ଠି କେତେ କଣ କିଣି ସାରିଛନ୍ତି । ହେଲେ ବି ମନ ମାନୁନି ଭଉଣୀ ତାଙ୍କର ଜଣେ ବଡ଼ ଡକ୍ଟରକୁ ବାହା ହେବା । ସବୁ କିଛି ସେ ବାଛି ବାଛି କିଣୁଛନ୍ତି । କାଳେ ତାଙ୍କ ଭଉଣୀ ମନକୁ ପାଇବନି ସେଥି ପାଇଁ ସେ ସବୁ ଜିନିଷ ଭଲ ନାମ ଥିବା କମ୍ପାନୀର ହିଁ କିଣୁଛନ୍ତି ।
ଘରକୁ ଫେରୁ ଫେରୁ ରାତି ହୋଇ ଗଲା । ଘରେ ଫେରି ସେ କଣ ଦେଖିଲେ ଗୋଟିଏ ହାତ ଲେଖା ଚିଠି ତାଙ୍କ ଟେବୁଲ ଉପରେ ଥୁଆ ହୋଇଛି ଯୋଉଥିରେ ଲେଖା ହୋଇଛି ଭାଇ ମୋତେ ଭୁଲ ବୁଝିବ ନାହିଁ । ନର୍ସିଂ ପଢ଼ିବା ସମୟରୁ ମୁଁ ତନ୍ମୟକୁ ଭଲ ପାଉଥିଲି । କହିବା ଆଗରୁ ତମେ ଡକ୍ଟର ସୁମିତ୍ ସହ ମୋ ବାହାଘର ଠିକ୍ କରି ଦେଲ । କିନ୍ତୁ ମୁଁ ମୋ ମନର ମଣିଷ ଭାବରେ ତନ୍ମୟକୁ ବାଛି ନେଇଥିଲି । ଶେଷରେ ସେ ବି ମୋ ମନ କଥା ବୁଝି ପାରିଲେନି ମୁଁ ଆଜି ଗୋଟିଏ କଳଙ୍କକୁ ମୋ ପେଟରେ ଧରି ବଞ୍ଚି ରହିବାକୁ ଚାହୁଁନି । ଦୁନିଆ ଆଗରେ ତମ ନାକୁ ମୁଁ ବଦନାମ ହେବାକୁ ଦେବିନି
ଇତି
ତମର ପାଗଳି ଭଉଣୀ
ଏ କଣ ତାଙ୍କ ପାଦ ତଳୁ ମାଟି ଖସି ଗଲା ଆକାଶ ତାଙ୍କ ମୁଣ୍ତ ଉପରେ ଛିଡି ଗଲା ପରି ଲାଗିଲା ।ଯାହା ପାଇଁ ନିଜର ଭୋକ ଶୋଷ ଭୁଲି ସେ ଏତେ ପରି ଶ୍ରମ କରି ନିଜର ସୁଖକୁ ଭୁଲି ନର୍ସିଂକୋର୍ସ ପାଇଁ ପଠାଇଲେ ସେ ଶେଷରେ ଆତ୍ମା ହତ୍ୟା କରିଲା ।ବୁଝି ପାରିଲେନି ତାଙ୍କର ଭୁଲ କୋଉଠି ରହିଲା । ସମ୍ପର୍କର ମାନେ କଣ ସଂସାରରେ କିଛି ନୁହେଁ । ଅନ୍ୟ ପାଇଁ ନିଜର ଖୁସିକୁ ଭୁଲି ଅକ୍ଲାନ୍ତ ପରିଶ୍ରମ କରିବା କଣ ପାପ । ସ୍ନେହ ମମତାରେ ପାଳି ପୋଷି କାହାକୁ ବଡ଼ କରିବା କଣ ଭୁଲ । ଭାଇ ହୋଇ ଭଉଣୀର ମଙ୍ଗଳ ଚିନ୍ତା କରିବା ମାନେ କଣ ପାଗଳାମି । ଏତେ ଭଲରେ ରଖିବା କଣ ମୂର୍ଖାମିର ପରିଚୟ । କିଛି ବୁଝିବା ଆଗରୁ ସେ ନିଜେ ଟଳି ପଡିଲେ
ସାରା ଗାଁରେ ଚହଳ ପଡ଼ିଲା ଭାଇ ତ ଶେଷରେ ଭଉଣୀ ମରିବା କଥା ସହୀ ନ ପାରି ଆତ୍ମା ହତ୍ୟା କଲା ।ମାତ୍ର ସେମିତି କିଛି ନୁହଁ ବିବେକ ତାଙ୍କୁ ବାଧା ଦେଲା ଅପମାନ ପାଇବା କଥା ଭାବି ଭାବି ସେ ଶେଷରେ ଅଶାନ୍ତ ସାଗର ଢେଉ ପରି ସବୁ କିଛିକୁ ଛାଡ଼ି ଚାଲି ଗଲେ ସେଇ ଅଭୁଲା ପଥରେ ଯୋଉ ପଥରେ ଗଲେ ଆଉ ଫେରି ହୁଏନା । ସବୁ କିଛି ଛାଡ଼ି ସେ ଚାଲି ଗଲେ ସେଇ ଅଫେରା ବାଟରେ । କେବଳ ନିରବତା ଆଉ ନିରବତା ହିଁ ରହିଲା
ଟୁକୁନା ସାହୁ
ସାନ୍ତରା ପଲ୍ଲୀ,ଗଞ୍ଜାମ