STORYMIRROR

TUKUNA SAHU

Thriller

4  

TUKUNA SAHU

Thriller

ଅଦେଖା ଲୁହ

ଅଦେଖା ଲୁହ

3 mins
5

ସମ୍ପୂର୍ଣ୍ଣ ଶ୍ୱାସରୁଦ୍ଧ ହୋଇଯାଇଥିଲା ସେ ଦିନ ମୋର ଯେତେବେଳେ ମୁଁ ଅନନ୍ୟା ସହିତ ଆମ ଗାଁ ପାଖରେ ଥିବା ଆସ୍କା ସହରର ଏକ ଛୋଟ ସୁନା ଦୋକାନକୁ ଯାଇଥିଲି । ପାଖରେ ମୋର ମାତ୍ର ଦୁଇ ହଜାର ଟଙ୍କା ମନରେ କିନ୍ତୁ ଲକ୍ଷେ ଟଙ୍କାର ସ୍ୱପ୍ନ ଥିଲା । ଦୁହେଁ ଦୁହିଁଙ୍କୁ ଭଲ ପାଉଛୁ ଯେତେବେଳେ ଉପହାର ତା ଆଗରେ କୌଣସି ମୂଲ୍ୟ ରଖେନି ଆନ୍ତରିକ ଭଲ ପାଇବା ଥିବା ଦରକାର ଆମେ ଦୁହେଁ ଏଇକଥା ଭଲରେ ଅନୁଭବ କରୁଥିଲୁ । ସେ ଦିନ ଅନନ୍ୟା କାହିଁକି କେଜାଣି ଟିକେ ଦୁଃଖରେ ଥିଲା । ମୁଁହ ଖୋଲି କହି ପାରୁ ନଥିଲା ଯେ ତାକୁ ଖଣ୍ଡେ ନାକ ଗୁଣା ଦରକାର ଅଛି । ମୁଁ କିନ୍ତୁ ତା ନାକ ଗୁଣା ନଥିବା ଦେଖି ଠିକ୍ ଅନୁଭବ କରି ସାରିଥିଲି ହେଲେ ବହୁତ ଦିନ ହେଲା ତାକୁ ଗୋଟେ ନାକ ଗୁଣା କିଣି ଦେବାକୁ ମନ ଥିଲେ ବି ଦେଇ ପାରୁନଥିଲି । କାରଣ ମୋର ରୋଜଗାର କହିଲେ ମୋ କୋଚିଂ ଯେତିକି ପଇସା ମିଳେ ସେଥିରୁ ମୁଁ ମୋ ପକେଟ ଖର୍ଚ୍ଚ ଆଉ ବୋଉ ପାଇଁ ମେଡିସିନି କିଣା ରେ ସମାପ୍ତ ହୋଇଯାଏ । ତଥାପି ମୁଁ ମୋ ପକେଟ ଖର୍ଚ୍ଚ ରୁ କାଟି ବହୁତ କଷ୍ଟ ରେ ଦୁଇ ହଜାର ଟଙ୍କା ସଞ୍ଚୟ କରିଚି । ଛ ମାସ ରେ ଦୁଇ ହଜାର ମୋ ପାଇଁ ବହୁତ ବଡ ରକମ ଥିଲା କାରଣ ସେଇ ପଇସାରେ ଅନନ୍ୟା କୁ ଗୋଟେ ନାକ ଗୁଣା କିଣି ଦେବାର ଥିଲା । ଦୁହେଁ ଦୋକାନୀରେ ପହଁଚିବା ପରେ ଅନନ୍ୟା ମୋତେ କହିଲା ବୋଉ ପାଉଁଜି ଭାଙ୍ଗି ଯାଇଛି ମୁଁ ତିଆରି କରିବା ପରେ ଆମେ ଗାଁ କୁ ଚାଲି ଯିବା ତମେ ମୋତେ ଗାଁ ରେ ଛାଡି ଦେବ ଆଉ ତମ ଗାଁ କୁ ପଳାଇ ଯିବ । ହେଲେ ସେ ଜାଣି ନଥିଲା ଯେ ମୁଁ ତା ପାଇଁ ଖଣ୍ଡେ ନାକ ଗୁଣା କିଣିବା ପାଇଁ ପଇସା ସଞ୍ଚି ସାରିଛି । ତା ଅଜାଣତ ରେ ମୁଁ ଦୁଇ ହଜାର ସଞ୍ଚିବା ବହୁତ ବଡ କଥା ତା ପାଇଁ । ମୋ ଭଳି ଗୋଟେ ମଣିଷ ନିଜ ମନର ମାନସୀ ପାଇଁ ସୁନା କିଣିବ ଏଇଟା ଚିଲିକା ର ମାଛ ଆଉ ଆକାଶର କଇଁଆ ସହିତ ସମାନ । କାରଣ ଅନନ୍ୟାକୁ ଭଲ ଭାବରେ ଜଣା ମୁଁ ଯେମିତିକା ପିଲା କେଜାଣି କାହିଁକି ତା ମନକୁ ଆସିଲା ମହାମାୟୀ ମାଆଙ୍କ ଦର୍ଶନ ପାଇଁ ବୋଇରାଣୀ ମନ୍ଦିର ଯିବାକୁ ସେ ମୋତେ ପ୍ରଥମେ କହିବାକୁ ଡରୁଥିଲା କାଳେ କିଏ ଦେଖି ନେବ ବୋଲି ତାଙ୍କ ଗାଁ ଲୋକ କି ଆମ ଗାଁ ଲୋକ । ବହୁତ୍ ଡରି ଡରି ଅନନ୍ୟା ମୋତେ କହିଲା ମୁଁ ଟିକେ ହସି ଦେଲି ତା କଥା ଶୁଣି କାରଣ ତାକୁ ଭଲ ଭାବେ ଜଣା ମୋ ଭଳି ଚଣ୍ଡାଳ କୁ ମନ୍ଦିର ଯିବାକୁ ଜମା ପସନ୍ଦ ନୁହେଁ । ବଗକୁ ଆଇଁଷ ଛାଡ଼ିବା ଯେତିକି କଷ୍ଟ ବଞ୍ଚିବା ପାଇଁ ମୋତେ ବି ସେତିକି କଷ୍ଟ ମନ୍ଦିର ଯିବା ପାଇଁ କାରଣ ମୁଁ ଈଶ୍ୱର ବିଶ୍ୱାସୀ ନୁହେଁ ମନରେ ଭକ୍ତି ଥିଲେ ମନ୍ଦିର ଯିବା କୌଣସି ଦରକାର ନାହିଁ ବୋଲି ମୁଁ ତାକୁ କହେ।  ଶେଷରେ ମୁଁ ହଁ ଭରିଲି ତା କଥାରେ। ଦୁହେଁ ଗଲୁ ମାଆଙ୍କ ଦର୍ଶନ ସରିବା ପରେ । ମୁଁ ତାକୁ ଆଖି ବନ୍ଦ କରିବାକୁ କହିଲି ସେ ଭାବିଲା ମୁଁ ତାକୁ ଚୁମ୍ବନ ଦେବାକୁ ଭାବୁଛି ବୋଧେ ତେଣୁ ସେ ଭୟରେ ପ୍ରଥମେ ଆଖି ବନ୍ଦ କରିବାକୁ ମନା କରିଲା ଶେଷରେ ମୁଁ କହିଲି ବିଶ୍ୱାସ ଅଛି କି ନାହିଁ ମୋ ଉପରେ କୁହ । ଶେଷରେ ସେ ଆଖି ବନ୍ଦ କରିଲା ମୁଁ ତା ନାକ କୁ ଧରିବାରୁ ସେ ଅଧିକ ଭୟଭୀତ ହେଲା ହେଲେ ନାକରେ ତାର ଗୁଣା ଟି ଫସେଇ ପିନ୍ଧାଇ ଦେବା ପରେ ତା ଖୁସି କହିଲେ ନସରେ । ତା ପରେ ଆରମ୍ଭ ହେଲା ତାର ପ୍ରଶ୍ନ ବାଣ ମୋ ପ୍ରତି । ତାକୁ ଅନୁଭବ ବୋଧେ ହେଲା କି ମୁଁ ଚୋରି କରିଚି । ସେ ଅନେକ ପ୍ରଶ୍ନ ପରେ ମୋତେ ତା ମୁଣ୍ଡ ଛୁଇଁ ପ୍ରମାଣ କରିବାକୁ କହିଲା କାରଣ ତାକୁ ଭଲ ଭାବରେ ଜଣା କି ମୋ ଅବସ୍ଥା ଯାହା ସୁନା କିଣିବା  ତ ଦୂରର କଥା ଖଣ୍ଡେ ପାମ୍ପଡ କିଣି ଖାଇବା ପାଇଁ ବି ପଇସା ରହେନି । ଶେଷର ମୋ ଆଖିର ଲୁହ ଆଉ ତା ମୁଣ୍ଡ ଉପରେ ହାତ ରଖି ମୁଁ କହିଲି ମୁଁ ଚୋରି କରିନି ଆଉ ଏଇଟା ମୋ ସଞ୍ଚୟ କେବଳ ତା ପାଇଁ । ସେ କିଛି କହିଲାନି ଖାଲି କାନ୍ଦିବାକୁ ଲାଗିଲା ମୋତେ ଜାବୁଡ଼ି ଧରି .......... କ୍ରମଶଃ


Rate this content
Log in

Similar oriya story from Thriller