TUKUNA SAHU

Romance Tragedy

5.0  

TUKUNA SAHU

Romance Tragedy

ଲୁହ ଭିଜା ପ୍ରେମ

ଲୁହ ଭିଜା ପ୍ରେମ

9 mins
3.1K


🌹🌹ଲୁହ ଭିଜା ପ୍ରେମ 🌹🌹

ମୋ ମନରେ ତା ପାଇଁ କେବେ ଠୁ ଭଲ ପାଇବା ସୃଷ୍ଟି ହେଲା ମୁଁ ନିଜେ ବି ଜାଣେନି । ପିଲା ଥିବ ସମୟରେ ମୋ ବୋଉ କାଳେ କଥା ଦେଇଥିଲା ତା ଜେଜେ କୁ ମୋ ସହ ତାର ବାହାଘର ପାଇଁ । ମାଆ ମାଉସୀ ସମସ୍ତେ ମୋତେ ତା ନାଁ କହି ଚିଡାଉ ଥିଲେ । କିନ୍ତୁ ମୁଁ ତା ମୁହଁ କେବେବି ଦେଖି ନଥିଲି । କଣ ପାଇଁ ନା ତା ବାପା ମାଆ ସହ ସେ ସୁରଥ ରେ ରହେ ଖାଲି ଏତିକି ଜାଣିଥିଲି । ତା ଜାଆଁଳା ଭଉଣୀ ମରି ଯାଇଥିଲା ଆଉ ତା ଜେଜେ ମୋ ସହତ ତା ବାହାଘର ଠିକ୍ କରି ଦେଇଥିଲେ କଥାରେ କଥାରେ । ମୁଁ ଯେବେ ଯୌବନରେ ପ୍ରଥମ ପାଦ ଦେଲି ସେତେ ବେଳେ ମୋ ସାଙ୍ଗ ମାନଙ୍କ। ପ୍ରେମିକା ମାନଙ୍କଠୁ ଗାଳି ଶୁଣିବା ପରେ ମୁଁ ମଧ୍ୟ ମୋ ମନ ର ମାନସୀ ଅନନ୍ୟା କୁ ଦେଖିବା ପାଇଁ ବିଭୋର ହୋଇଯାଇଥିଲା ।ପ୍ରଥମ ଥର ଆମ ଦିଜଣଙ୍କ ଦେଖା ହେଲା ତା ଜେଜେ ଦଶାହ ଦିନ । ସେ ତା ବାପା ମାଆ ସହ ସୁରଥ ସହରରୁ ଫେରିଥିବା ସମୟରେ । ମୁଁ ଆଗରୁ ତା ବିଷୟରେ ଯାହା ଶୁଣିଥିଲି ବାସ୍ତବରେ ସେ ସେମିତି ଝିଅଟିଏ ଥିଲା । ତା ନିରବତା ମୋତେ ତା ପ୍ରେମ ରେ ପାଗଳ କରି ଦେଲା ଆଉ ମୁଁ ପାଗଳ ଭଅଁର ପରି ତାକୁ ସବୁ ସମୟରେ ଦେଖିବା ପାଇଁ ଚେଷ୍ଟା କଲି । ମୋ ପ୍ରେମ କୁ ସଫଳ କରିବା ପାଇଁ ମୁଁ ସବୁ ପ୍ରକାରର ଚେଷ୍ଟା କଲି । ତା ଭାଇ ଆଉ ବୋଉ ସହ ମୋର ଅଧିକ ଭଲ ସମ୍ପର୍କ ଥିଲା ସେମାନେ ମୋତେ ନିଜ ଜ୍ୱାଇଁ ପୁଅ ପରି ସବୁ ସମୟରେ ନିଜର ଭଲ ମନ୍ଦ କଥା କହୁଥିଲେ । ବିଶେଷ କରି ଅନନ୍ୟା ବିଷୟରେ ଅଧିକ କଥା କହୁଥିଲେ ।

ମୁଁ ମଧ୍ୟ ତା ପରିବାର ଲୋକଙ୍କୁ ନିଜର କରିବା ପାଇଁ ସବୁ ଚେଷ୍ଟାକରି ଚାଲିଲି । ଯେମିତି କଙ୍କଡ଼ା କୁ ଗୋଳିଆ ପାଣି ସୁହାଏ ସେହି ପରି ମୋ ପାଇଁ ମଧ୍ୟ ଗୋଟିଏ ସୁବର୍ଣ୍ଣ ସୁଯୋଗ ଆସିଲା ଯେବେ ଅନନ୍ୟା ବୋଉ ବାବା ତାଙ୍କ ତିନି ଝିଅ କୁ ଗାଁ ରେ। ଛାଡ଼ି ସୁରଥ ଚାଲିଗଲେ । ତା ବଡ଼ ଭଉଣୀ ଅବନ୍ତି ଓ ସାନ ଭଉଣୀ ଅମିତା ସହ ସେ ଗାଁରେ ରହିଲା । ସବୁ ସମୟରେ ତ ଭାଇ ଅମୟ ମୋତେ ଅନନ୍ୟା ର ଦେଖା ଶୁଣା କରିବା ପାଇଁ ଫୋନ ରେ କଥାବାର୍ତ୍ତା କରୁଥିଲା ମୋତେ ମଧ୍ୟ ଭଲରେ ପଢ଼ିବା ପାଇଁ ସେ ଉପଦେଶ ଦେଉଥିଲା । ଦିନେ ସକାଳୁ ସକାଳୁ ଭାଇ ଫୋନ କରି କହିଲା ଅନନ୍ୟା ତିନି ଦିନ ହେଲା ଖାଇନି କି ଗଧୋଇନି ତୁ ଯାଇ କିଛି କର ମୋର ବିଶ୍ବାସ ତୋ କଥା ସେ ନିଶ୍ଚୟ ରଖିବ । ଫୋନ କଥା ହେବା ପରେ ମୁଁ ବୋଉ କୁ ବ୍ୟାଙ୍କ ବାହାନା ଦେଖାଇ ଅନନ୍ୟା କୁ ଦେଖିବା ପାଇଁ ଆଉ ତାକୁ ବୁଝାଇବା ପାଇଁ ବାହାରି ଗଲି ତାକୁ ବହୁତ ବୁଝାଇବା ପରେ ସେ ଖାଇଲା।

ଅବନ୍ତି ଜଣେ ବିବାହିତ ଝିଅ ହେଲେ ମଧ୍ୟ ତା ଶାଶୁ ଶଶୁରଙ୍କୁ ରୋଷେଇ କରି ଦେବ କୁ ପଡ଼ିବ ବୋଲି ତା ଶାଶୁ ଘରେ କେବେ ବି ରହୁ ନଥିଲା କିଛି ଦିନ ପରେ ପୁଣି ଅବନ୍ତି ତା ଶାଶୁ ଘର ଛାଡ଼ି ଆସି ଅନନ୍ୟା ଓ ଅମିତା ସହ ମିଶିକି ରହିଲା ଆଉ ଅନନ୍ୟା କୁ ବହୁତ କଷ୍ଟ ଯନ୍ତ୍ରଣା ଦେଉଥିଲା ବୋଲି ତା ସାହି ପଡିଶା ଲୋକ ମୁଁ ଗଲେ ମୋତେ କହୁଥିଲେ । ଥରେ ମୁଁ ବୁଲିବା ପାଇଁ ଯାଇଥିଲି । ସେହି ସମୟରେ ମୋତେ ସେ ନିଜର ଦୁଃଖ ଭରା କାହାଣୀ କହିଲା । ନିଜ ମା ମଧ୍ୟ ତାକୁ ସାବତ ଝିଅ ପରି ବ୍ୟବହାର କରୁଛି ବୋଲି ମୋତେ କହିଲା ତା ମାଆ ଜଣେ ଟଙ୍କା ଲୋଭି ଆଉ ଟଙ୍କା ପାଇଁ ସେ ସବୁ କିଛି କରି ପାରେ ବୋଲି ମଧ୍ୟ ଅନନ୍ୟା ମୋତେ କହିଥିଲା । ଅବନ୍ତି ମଧ୍ୟ ତାକୁ ହଇରାଣ କରୁଥିବା ଆଉ ରୋଷେଇ କରି ନିଜେ ଖାଇ ତାକୁ ଅଧା ଦିନ ଭୋକରେ ରଖିବା । ଅବନ୍ତି ଓ ଅମିତା ତାକୁ ଭଲ ଡ୍ରେସ ପିନ୍ଧିବା କୁ ମଧ୍ୟ ଦେଉ ନଥିବା କଥା ସେ କାନ୍ଦି କାନ୍ଦି କହିଲା । ତା ସରଳ କଥା ମୋ ଆଖିରେ ଲୁହ ଆଣି ଦେଲ। ସେଇ ଦିନ ମୁଁ ତାକୁ ଅଧିକ ସମୟ ମୋବାଇଲ ରେ ଖେଳୁଥିବା ଲକ୍ଷ କଲି । ମୁଁ ତାକୁ ମୋବାଇଲ ନମ୍ବର ଦେଇ କହିଲି ଯେବେ ଅସୁବିଧା ହେବ ମୋତେ ଜଣାଇବୁ । ସେ ମୌନ ରହିଲା ।ମୁଁ ଜାଣି ପାରୁନଥିଲି ତା ମନରେ ରେ ମୋ ପ୍ରତି କଣ ଭାବନା ଅଛି । ମୁଁ ଘର କୁ ଫେରିଲି । ଆଉ ଭାବନା ରାଇଜରେ ହଜାଇ ଦେଲି ନିଜ କୁ । ସନ୍ଧ୍ୟା ସମୟରେ ସେ ମୋତେ ମିସ୍ କଲ କରିଲା ତା ପରେ ମୁଁ କଲ କରି ତାକୁ ପଚାରିଲି କଣ ହେଇଛି । ସେ ମୋତେ ଅତି ରୁଦ୍ଧ କଣ୍ଠରେ କହିଲା ମୁଁ ତମ କୁ ଭଲ ପାଏ । ମୁଁ କିଛି ସମୟ ଶବ୍ଦ ହିନ ହୋଇ ରହିଲି ସେ ପୁଣି କହିଲା ତମ କୁ ମୋ କଥା ସୁଭୁଛି ନା ନାହିଁ । ମୁଁ ତମ କୁ ଭଲ ପାଏ ।ଅନନ୍ୟା ର କଥା ମୋତେ ସ୍ବପ୍ନ ପରି ଲାଗୁଥାଏ ମୋ ମନର ମାନସୀ ମୋ ମନ କଥା ଜାଣି ପାରିଥିବା କଥା ଜାଣି ମୁଁ ବେଶୀ ଖୁସି ହୋଇଗଲି । ହଁ ମୁଁ ବି କହିଲି ।ତା ପରେ ସେ ମୋତେ ଦିନରେ ଦୁଇ ରୁ ତିନି ଥର ମିସ୍ କଲ କରେ ଆଉ ମୁଁ ତା ସହକଥା ହୁଏ ।ପ୍ରତି ଦିନ ପାଖ ପାଖି ସହେ ଖଣ୍ଡେ ମେସେଜ ମୋ ପାଖକୁ ସେ ପଠାଇଥାଏ। ଆଉ ପ୍ରତି ମେସେଜ ରେ ତା ମାଆ ବିଷୟରେ ଅଧିକ କହେ । ପ୍ରତିଦିନ ତା ମାଆ ସୁମିତ୍ରା ତାକୁ କିପରି ହଇରାଣ କରନ୍ତି କି ଭଳି ମାର ପିଟ ହୁଏ ତାକୁ ସେ କଥା ବି ସେ କହେ । ତା ମାଆ ତାକୁ ଖୁବ୍ ନିଷ୍ଟ୍ରୁର କଥା ମାଆ ତାକୁ କହେ ବୋଲି କହେ । କିଛି ଦିନ ପରେ ତା ଭାଇ ର ବାହା ଘର କଥା ସେ ମୋତେ କହିଲା । ଭାଇ ବାହା ହେବା ପୂର୍ବରୁ ଆମ ବାହା ଘର କଥା ସେ ଚିନ୍ତାକରି ଅନେକ କଥା ମୋତେ ପଚାରି ବୁଝିଥିଲା।

ତା ଭାଇ ଯେବେ ବାହାହେବା ପାଇଁ ଗାଁ କୁ ଆସିଲା ସେ ମୋତେ ସବୁ କାମରେ ସହଯୋଗ ମାଗିଲା ମୁଁ ବି ତାକୁ କେବେ ମନା କରିନଥିଲେ ସବୁ କାମରେ ମୁଁ ତାକୁ ସାହାଯ୍ୟ କଲି । ହଠାତ୍ ଦିନେ ସନ୍ଧ୍ୟା ରେ ମୋତେ ଫୋନ କରି କହିଲା ମୋତେ ଆଜି ତମେ ଅସିକି ନେଇ ଯାଅ ଆଉ ଏ ପାଗଳ ଲୋକମାନଙ୍କ ସହ ଏତେ କଷ୍ଟରେ ମୋ ଜୀବନ ବିତାଇ ପାରିବିନି ।ମୁଁ ତାକୁ ବହୁତ ବୁଝାଇଲି । ସେ ଦିନ ସେ ତା ମାଆ ବିରୁଦ୍ଧରେ ଏତେ କହିଥିଲା ଯେ ମୋ ମାନରେତା ମାଆ ପ୍ରତି ଘୃଣା ଭାବନା ଜାତ ହୋଇ ଯାଇଥିଲା । ତା ଭାଇ ବାହାଘର ଦିନ ମୋତେ ସେ ନିରୁତ୍ସାହିତ ଲାଗୁଥିଲା କାରଣ ପଚାରିବାରୁ କହିଲା ମୁଁ ସମସ୍ତଙ୍କ ପାଇଁ କଳଙ୍କ ଝିଅ ଟିଏ ବୋଲି ମୋତେ କେହିବି ବୁଝି ପାରୁ ନାହାଁନ୍ତି । ମୁଁ ମରି ଗଲେ ସମସ୍ତେ ଭଲ ରେ ରହି ପାରିବେ । ଏହା କହି ସେ ଅଶେଷ କାନ୍ଦି ଉଠିଲା । ଆଉ କହିଲା ଚାଲ ଆମେ କୋଉଠି କୁ ପଳାଇ ବାହା ହୋଇଯିବା ।ଆମ ଦୁନିଆଁ ଗଢ଼ିବ ଯୋଉଠି ଆମେ ସମ୍ପୂର୍ଣ୍ଣ ଭାବରେ ଭଲ ରେ ରହି ପରିବା । ମୁଁ ତାକୁ ବହୁତ୍ ବୁଝାସୁଝା କଲି ସେ ମୋତେ ଜାବୁଡ଼ି ଧରି ଖୁବ୍ ବିକଳ ସ୍ବର ରେ କାନ୍ଦି ଉଠି କହିଲା ଏ ମାନେ ମଣିଷ ନୁହଁନ୍ତି ରାକ୍ଷସ । ମୋତେ କୋଉ ଦିନ ମରି ଖାଇ ଯିବେ । ମୁଁ କାନ୍ଦି ପକାଇଲି ସେଇ ଦିନ ତଥା ଶୁଣି । କିଛି ଦିନ ପରେ ପୁଣି ସେ କହିଲା ଭାଉଜ ସହ ତମେ କଥା ହୁଅ ଆଉ ଆମ ବାହାଘର କଥା ତାଙ୍କୁ କୁହ । ମୁଁ ବି ତ କଥା କୁ ଠିକ୍ ଭାବିଲି । ଆଉ ତା ଭାଉଜଙ୍କୁ ଆମ ଭଲ ପାଇବା କଥା କହିଲି । ହେଲେ ମୁଁ ଜାଣିନଥିଲି ତା ଭାଉଜ କେମିତି କ ଧରଣର ଝିଅ । କହୁ କହୁ ମୁଁ ଆମ ଭଲ ପାଇବା କଥା ସବୁ ଖୋଲି କହିଲି । ତା ପରେ ଆରମ୍ଭ ହେଲା ମହା ସଂଗ୍ରାମ ଆଉ ମୁଁ ହୋଇ ତାଙ୍କ ପରିବାର ର ପ୍ରମୁଖ ଶତ୍ରୁ । ମୋତେ ସମସ୍ତେ ଭୁଲ ବୁଝିବ ସହ ଗାଳି ଗୁଲଜ କଲେ । ମୋ ମାଆ ଆମ ମାନଙ୍କୁ ମୁଢ଼ି ଭାଜି ବିକି ବଡ଼ କରିଛି ଆଉ ସେଇମାନେ ଧନୀକ ଶ୍ରେଣୀର ଲୋକ କହି ମୋତେ ସମସ୍ତେ ବୁଝାଇବା ପାଇଁ ଚେଷ୍ଟା କଲେ ମାତ୍ର ମୁଁ ଅନନ୍ୟା ପ୍ରେମରେ ଏତେ ପରିମାଣ ରେ ପାଗଳ ହୋଇ ଯାଇଥିଲି ଯେ କାହା କଥା ମଧ୍ୟ ବୁଝିପାରୁନଥିଲି । ମୋ ବୋଉ କୁ ମୁଁ ସବୁ ସତ ଆଗରୁ କହି ସାରିଥିଲେ। ମୋ ପରିବାର ମୋ କଥାରେ ଏକ ମତ ଥିଲା । ମୋ ବୋଉ ସହ ତା ବାପାର ଦେଖା ହେଲା ମୋ ବଡ଼ ମାମୁଁଙ୍କ ଘର ଛାତ ପଡ଼ିବ ଦିନ । ମୋ ବୋଉ ତା ବାପାର ହାତ ଗୋଡ ଧରି ନେହୁରା ହେଲେ ତା ବାପାର ଆମ ବାହାଘର କଥା ପାଇଁ । କିନ୍ତୁ ଆମେ ଗରିବ ଆଉ ଆମର ଧନ ନଥିବାରୁ ସେ ସିଧା ସିଧା ମନା କରିଲେ । ଅନନ୍ୟା ସେଇଦିନ ସନ୍ଧ୍ୟା ରେ ମୋତେ ଫୋନ କରି ସବୁ କଥା ମୋ ଠାରୁ ବୁଝିଲା । ତା ପରେ ସେ ଆତ୍ମାହତ୍ୟା ଉଦ୍ୟମ କରିଥିବା କଥା ମଧ୍ୟ ଅନ୍ୟମାନେ ମୋତେ କହିଥିଲେ । ମୁଁ ନିଜର କ୍ରୋଧ କୁ ସମ୍ଭାଳି ପାରିଲି ନାହିଁ ।ତା ଭାଇ ପାଖକୁ ଫୋନ କରିଲି ମାତ୍ର ତା ଭାଇ ମୋ ଫୋନ କୁ ରିସିଭ କଲାନି । ବାଧ୍ୟ ହୋଇ ମୁଁ ତାଙ୍କ ଘର କୁ ଗଲି ଆଉ ତା ଭାଇଙ୍କୁ ପଚାରିଲି କଣ ହୋଇଛି କୁହନ୍ତୁ ।ତା ଭାଇ ମୋତେ ରାଗରେ ଗାଳି କରିବା ପାଇଁ ଆରମ୍ଭ କରିଲେ । ମୁଁ ତାଙ୍କୁ କିଛି କହିଲି ନାହିଁ । କିଛି ଦିନ ପରେ ସବୁ ଠିକ୍ ଠାକ୍ ଚାଲିଲା ।ସେ ପୁଣି ମୋତେ ଫୋନ କରିବା ପାଇଁ ଆରମ୍ଭ କରିଲା ।କିନ୍ତୁ ତା ଭାଇ ଆଉ ବାପା ତା ପାଇଁ ଭଲ ବର ପାତ୍ର ଖୋଜିବା ଆରମ୍ଭ କରିସାରିଥିଲେ । ମୁଁ ବି ନିଜ ପ୍ରେମ କଥା ଚିନ୍ତାକରି ଅମାଜନ୍ କମ୍ପାନୀ ରେ ଚାକିରି କରିଲି ବାଙ୍ଗାଲୋର ରେ । ମାତ୍ର ସେଠି ମୋତେ କାମ କରିବା ପାଇଁ ଯମ ଇଁ ମନ ଲାଗୁନଥିଲା । ଖାଲି ଅନନ୍ୟା କଥା ଭାବି ଭାବି ମୁଁ ବ୍ୟସ୍ତ ହୋଇ ଯାଉଥିଲି । କାଳେ ତା ବାହା ଘର ଠିକ୍ ହୋଇ ଯିବ ସେ ମୋତେ ଅଲଗା କରି ଦବ ସେଇ କଥା ଭାବି ଭାବି ଆମାଜନ୍ ରୁ ଚାକିରି ତ୍ୟାଗ କରି ଗାଁ କୁ ଫେରିଲି ଆଉ ନିଜ ମନ କଥା ମୋ ବଡ଼ ଭାଇ ପାଖରେ କହିଲି ।ମୋ ବଡ଼ ଭାଇ ବି ସେଇ ଦିନ ରାତିରେ ତା ଭାଇ ପାଖ କୁ କଲ୍ କରି ଆମ ଭଲ ପାଇବା କଥା କହି ତା ଭାଇ କୁ ନେହୁରା ହେଲେ । ମାତ୍ର ତା ଭାଇ ପଥର ଠୁ ବି ହିନ କଥା କହିଲେ । ଏଇ ଭିତରେ ଜଣେ ପୁଅ ତାଙ୍କରି ଗାଁ ର ପ୍ରସ୍ତାବ ନେଇ ଆସିଲା । ସେ ବି ସୁରଥ ରେ ରହି ଭଲ ଦିପଇସା ବି ରୋଜଗାର କରୁଚି ଏହା ସହ ତାଙ୍କର ବଂଶ ମର୍ଯ୍ୟାଦା ବି ଅଛି ଆଉ ଧନ ସମ୍ପତି ବି । ତେଣୁ ଅନନ୍ୟା ର ତାଙ୍କ ଲୋଭି ମା ସେଇ ପ୍ରସ୍ତାବରେ ରାଜି ହୋଇ ଗଲା ବୋଲି ନିଜେ ମୋତେ ଅନନ୍ୟା କହିଥିଲା । ଆଉ ସେ ପ୍ରସ୍ତାବ ଭାଙ୍ଗିବା ପାଇଁ ମୋତେ ଖୁବ୍ ଅନୁରୋଧ କରିଥିଲା । ସେଇ ପୁଅ ର ମୋବାଇଲ ନମ୍ବର ବି ଅନନ୍ୟା ମୋତେ ନିଜେ ଦେଇଥିଲା । ମୁଁ ତାକୁ ପାଗଳ ପରି ଭଲ ପାଉଥିଲି ସତ ଆଉ ତ କଥା କୁ ମଧ୍ୟ ଅନ୍ଧ ଭାବରେ ଗ୍ରହଣ କରୁଥିଲି ମାତ୍ର ମୁଁ ଜାଣି ନଥିଲି ଯେ ଅନନ୍ୟା ମଧ୍ୟ ସେଇ ପ୍ରସ୍ତାବରେ ରାଜି ହୋଇସାରିଛି । ନିଜ କୁ ଭଲ ବୋଲି ପ୍ରମାଣ କରିବା ଆଳରେ ସେଇ ପୁଅ କୁ ମଧ୍ୟ କହି ସାରିଛି ଯେ ମୁଁ ତାକୁ ପାଗଳ ପରି ଏକ ତରଫା ଭଲ ପାଉଛି ଆଉ ପ୍ରସ୍ତାବ ଭାଙ୍ଗିବା ପାଇଁ ଚେଷ୍ଟା କରି ପାରେ । ଯେତେ ବେଳେ ମୋ ସାଙ୍ଗ ବିନୋଦ ସେ ପୁଅ କୁ ଫୋନ କରି ଆମ ଭଲ ପାଇବା କଥା କହିଲା ସେ ପୁଅ ବିନୋଦ କୁ ଖୁବ୍ ଗାଳି ଗୁଲଜ କଲା । ଏଇ ଭିତରେ ମୁଁ ଦୁଇଥର ଅନନ୍ୟ ସାଙ୍ଗରେ ଦୁଇ ଥର ମିଶି ସାରିଥିଲି ଆଉ ସେ ମୋତେ ପ୍ରସ୍ତାବ ଭାଙ୍ଗିବା ପାଇଁ ଜୋର୍ କରି କହୁଥିଲା । ମୁଁ କିନ୍ତୁ ବୁଝି ପାରୁ ନଥିଲି । ତା ଛଳନା କୁ ମୁଁ ପ୍ରେମ ଭାବି ତାକୁ ବିଶ୍ୱାସ କରି ଚାଲିଥିଲି । ଶେଷ ରେ ତା ଭାଇ ମୋତେ ବଦନାମ କରିବା ପାଇଁ ଏକ ସୁଚିନ୍ତିତ ଯୋଜନା କରି ସାରିଥିଲା । ସେ ନିଜେ ଫେସବୁକ ରେ ଅନନ୍ୟା ନାମରେ ।ଗୋଟିଏ ଆକାଉଣ୍ଟ୍ ଖୋଲି ମୋ ଫୋଟ ସେଥିରେ ଦେଇ ମୋତେ ଅନନ୍ୟା ର ପ୍ରେମିକ ସଜାଇ । ମୋତେ ଆଉ ମୋ ଭଲ ପାଇବା କୁ ବଞ୍ଚାଅ ଅନନ୍ୟା ର ଅନୁରୋଧ ଥିବା ଗୋଟିଏ ପୋଷ୍ଟ ସେ ଦେଲା । ଏପଟେ ମୋତେ ଫୋନ କରି ଧମକ ଦେଇ କହିଲା ନିଜ କୁ ହିରୋ ବୋଲି ଭାବନା ତୋ ହାତ ଗୋଡ ଭାଙ୍ଗି ଘରେ ପକାଇ ଦେବୀ । ମୋ ଭଉଣୀ ନାଆଁ ର ସେଇ ଫେସବୁକ ଆକାଉଣ୍ଟ୍ କଣ ପାଇଁ ଖୋଲିଚୁ କହ। ମୁଁ କିଛି ବୁଝିବା ଆଗରୁ ସେଇ ଆକାଉଣ୍ଟ୍ ବନ୍ଦ ହୋଇ ଗଲା । ତା ଭାଇ ସେଇ ଫୋଟ ଟି କୁ ପୋଷ୍ଟ କରିଥିଲା ଅନନ୍ୟା ର ଯାହାର ଗୋଟିଏ କପି ମୋ ପାଖରେ ଥିଲା । ସମସ୍ତେ ଭାବିଲେ ମୁଁ ହିଁ ସେଇ ଫଟୋ ପୋଷ୍ଟ କରିଛି ଆଉ ସେ ଲେଖା ଆଉ ଆକାଉଣ୍ଟ ମଧ୍ୟ ମୁଁ ଖୋଲିଛି ବୋଲି । ତା ପର ଦିନ ଯେତେ ବେଳେ ମୁଁ ମୋ ଭାଉଜଙ୍କୁ ଦେଖା କରିବ କୁ ତାଙ୍କ ଗାଁ କୁ ଗଲି ସେତେ ବେଳେ ଅନନ୍ୟା ରାଭାଇ ତା ବାପା ଆଉ ଦଶ ବର ଜଣ ମଦୁଆଲୋକ ମୋ ସାଇକଲ ରୋକି ମୁଁ କିଛି କହିବା ପୂର୍ବ ରୁ ନିସ୍ତୁକ ଭାବରେ ମାଡ଼ ମରି ଚାଲିଲେ । ମୁଁ ବେହୋସ୍ ହୋଇଯାଇଥିଲା । ମୋ ହୋସ ଆସିବା ବେଳକୁ ମୁଁ ମୋ ଭାଉଜଙ୍କ ଘରେ ମୁଁ ଥିଲି । ସମସ୍ତେ ମୋତେ ଗାଳି ଦେଲେ ଆଉ ନିଜ କୁ ସୁଧାରିବା ପାଇଁ କହିଲେ ।କିନ୍ତୁ ମୁଁ ବିଶ୍ବାସ କରି ପାରିଲିନି ଯେ ଅନନ୍ୟା ମୋ ସହ ଛଳନା କରିଛି ବୋଲି । ପରେ ମୋତେ ଅନନ୍ୟା ଜଣେ ସାଙ୍ଗ ସବୁ ସତ ଆଉ ମୋ ପାଇଁ ହୋଇଥିବା କୁଟ ଚକ୍ରାନ୍ତ ବିଷୟରେ ନିଜ ମାଆ ମୁଣ୍ଡରେ ହାତ ରଖି କହିଲା ।

ଆଜି ମୁଁ ଦୁନିଆଁ ରେ ଏକା । ସତରେ ଭଲ ପାଇବାରେ ରେ ଏତେ କଷ୍ଟ ଭୋଗ ରହିଛି ତାହା ଆଜି ମୁଁ ଜାଣି ପାରିଛି । ଅନନ୍ୟା ମଧ୍ୟ ମୋ ସହ ଛଳନା କରି ମୋ ଠୁ ଦୂରରେ ରହି ଭଲରେ ଅଛି ବୋଲି ମୁଁ ଭାବେ । କିନ୍ତୁ ମୁଁ ଦୁନିଆଁ ଆଗରେ ସବୁଦିନ ପାଇଁ କଳଙ୍କିତ ହୋଇ ରହି ଗଲି । ଆଉ ଅନନ୍ୟା ସବୁଠୁ ଭଲ ଝିଅ ର ସମ୍ମାନ ପାଇଲା । ମୋ ଭଲ ପାଇବା କଥା ସିନା ଅନନ୍ୟା ବୁଝିପାରିଲା କିନ୍ତୁ ଆଜି ଯାଏ ମୁଁ ତାକୁ ଭୁଲି ପାରୁନି ।

ଟୁକୁନା ସାହୁ

ସାନ୍ତରା ପଲ୍ଲୀ

ଗଞ୍ଜାମ


Rate this content
Log in

Similar oriya story from Romance