STORYMIRROR

TUKUNA SAHU

Others

2  

TUKUNA SAHU

Others

ମନେ ପଡେ ପିଲା

ମନେ ପଡେ ପିଲା

1 min
8K


ହରିଆ ସେଦିନ ଶୀତ ରାତିରେ ଆମ ଗହଣରେ ଥିଲା । ମନରେ କେତେ ସୁନ୍ଦର ଭାବନା ଆଉ ଉଚ୍ଚ ଚିନ୍ତା ଧାରା ନେଇ ପାଠ ପଢ଼ୁଥିଲା । ଆଜି ବି ମନେ ପଡେ ଯେତେବେଳେ ଆମେ ସମସ୍ତେ ମଶାଣି ଭୂମି ଉପରେ ବସି ଶୁଖିଲା ମୁଢ଼ି ମୁଠାଏ ଖାଇ ଖୁବ୍ ଖୁସିରେ ବୁଲୁଥିଲୁ । ହାତରେ ପୁରୁଣା ଟାୟାର ଧରି ଗାଁ ମୁଣ୍ଡରେ ଖରା ସମୟରେ ଜୋର୍ ରେ ଧାଇଁ ଧାଇଁ ଯାଇ ହରିଆ ପାଖରେ ବିଜୟ ଆଉ ପରାଜୟର କାହାଣୀ ଶୁଣୁଥିଲୁ ।

ଖଟା ବର କୋଳି ଆଉ ବସି ପଖାଳ ଖାଇ ଖୁବ ସାରା ନାଟ କୀର୍ତ୍ତନ କରୁଥିଲୁ ।ଲଲାଟ ଭାଇ ଆମ ମାନଙ୍କୁ ଖୁବ ଜୋରରେ ଡାକି ଦେଲେ ଆମେ ସମସ୍ତେ ଭୟରେ ବରଡା ପତ୍ର ପରି ଥରି ଥରି କାନ୍ଦୁଥିଲେ ।ଆଜି ନାହିଁ ସେ ପିଲା ଦିନ ନାହିଁ କହା ମନରେ ଅନ୍ୟ ପ୍ରତି ଭକ୍ତି ଭାବନା। ନାହିଁ ସେଇ ଗାଁରେ ହରିଆ ସାହୁ ।ନାହିଁ ଆଉ ସେଇ ମିଳା ମିଶା ।ସମସ୍ତେ ନିଜ ନିଜର କର୍ମରେ ବ୍ୟସ୍ତ । ସମସ୍ତେ ପାଗଳ ପୁଞ୍ଜିପତି ହେବାପାଇଁ ।କାହା ମନରେ ବି ଦୟା ମାୟା କିଛି ନାହିଁ ।ନାହିଁ ସେଇ ଭାଇଚାରା ଭାବ ଆଉ ନାହିଁ ସେ ଗୋ-ଧୂଳି ଲଗନ, ନାହିଁ ସେଇ ଶଙ୍ଖର ସୁମଧୁର ସ୍ୱନ ଆଉ ଶୁଣିବାକୁ ମିଳୁ ନାହିଁ । ସଭ୍ୟତା ଆଜି ଟଙ୍କା ପାଖରେ ବନ୍ଧା ପଡ଼ିଛି ମୁଁ ଖୋଜୁଛି ସେଇ ଅତୀତକୁ ଆଉ ଝୁରୁଛି ସେଇ ଶିତ ଭିଜା ସକାଳକୁ ମିଳିବନି ଆଉ ମୁଁ ଜାଣିଚି ସେ ହଜିଲା ଅତୀତ ଆଉ ମୋ ପିଲା ଦିନ ।

ଟୁକୁନା ସାହୁ

ସାନ୍ତରା ପଲ୍ଲୀ

ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍