STORYMIRROR

Sunanda Mohanty

Tragedy Inspirational Thriller

3  

Sunanda Mohanty

Tragedy Inspirational Thriller

ନେକ୍ସଟ ଟ୍ରେନ 

ନେକ୍ସଟ ଟ୍ରେନ 

4 mins
6


ଶେଷକୁ ଟ୍ରେନରେ ଦିଲ୍ଲୀ ଯିବାକୁ ସ୍ଥିର ହେଲା. ନିଶାନ୍ତ କହିଥିଲେ ସେ ପ୍ଲେନରେ ଆକାଶ ମାର୍ଗରେ ଉଡି ଉଡି ଗଲେ ମୋ ମୁଣ୍ଡ କଣ ହେଇଯାଏ ବରଂ ଟ୍ରେନରେ ଆରାମରେ ଶୋଇ ଶୋଇ ସୁବିଧାରେ ଫ୍ରେଶ ହୋଇ ଯାଇହେବ କିନ୍ତୁ ପ୍ଲେନରେ ୱାସ ରୁମରେ ଯୋଉ ଶବ୍ଦ ହୁଏ ସେତକ ସମ୍ଭାଳିବା ବଡ଼ କଷ୍ଟ ହୁଏ. ଆନିଙ୍କ ଚିନ୍ତାଧାରା ଅଲଗା ଥିଲା. ଭୁବନେଶ୍ୱରରୁ ଦିଲ୍ଲୀ ପହଞ୍ଚିବାକୁ ମାତ୍ର ଦୁଇଘଣ୍ଟା ଲାଗୁଥିବା ପ୍ଲେନରେ ଯାତ୍ରା କରିବା ତାଙ୍କ ପାଇଁ ଖୁବ ସୁବିଧାଜନକ ଥିଲେ ମଧ୍ୟ ନାରୀ ଆଗ ପରିବାରର ସମସ୍ତଙ୍କ ସୁବିଧା ଅସୁବିଧା ହୃଦୟଙ୍ଗମ କରିବା ସହ ଘରର ମୁଖ୍ୟଙ୍କ ସୁବିଧା ଅସୁବିଧା ତଥା ସ୍ୱାମୀଙ୍କ ନିରାପତ୍ତା ଉପରେ ଧ୍ୟାନ ଦିଏ. ଶେଷକୁ ତେଣୁ  ଟ୍ରେନ ଯାତ୍ରା ପାଇଁ ନିଷ୍ପତ୍ତିକୁ ମାନିନେଇ ଉଠିଥିଲେ ପରିବାର ସଦସ୍ୟ ଟ୍ରେନରେ. ଶୀତତାପ ନିୟନ୍ତ୍ରିତ ଟ୍ରେନ ରାଜଧାନୀ ଏକ୍ସପ୍ରେସ ରୁ ଥରେ ମାଆ ଆନି ଓଲ୍ହେଇ ପଡିବା କଥା ସମସ୍ତଙ୍କର ମନେ ଥିଲା. ଆନିଙ୍କୁ ଶୀତତାପନିୟନ୍ତ୍ରିତ ଟ୍ରେନରେ ଶ୍ୱାସରୁଦ୍ଧ ହୋଇଯିବା ପରି ଲାଗେ ତ ସେ ସେଦିନ ସାତହଜାର ଟଙ୍କାର ଟିକେଟକୁ ଅବଜ୍ଞା କରି ଓଲ୍ହେଇ ପଡ଼ିଥିଲେ ଟ୍ରେନରୁ କହିକି ନେକ୍ସଟ ଟ୍ରେନରେ ଯିବା. ସମସ୍ତ ପରିବାର ସଦସ୍ୟ ତେଣୁ  ଆନିଙ୍କୁ ପଚାରୁ ଥାଆନ୍ତି ଠିକ ଅଛୁ ତ ମାଆ କିଏ କହୁଥାଏ ତ କିଏ ପଚାରୁଥାଏ କିଛି ଲାଗୁନି ତ ତତେ! ଆନିଙ୍କୁ ସତରେ ଟ୍ରେନ ଯାତ୍ରା ଜନିତ କଷ୍ଟ ନଥିଲା ଏହି ଦୁରନ୍ତ ଏକ୍ସପ୍ରେସରେ. ତାଙ୍କ ଆଗରେ କିନ୍ତୁ ଖାଲି ପଡ଼ିଥିବା ସିଟରେ ନିଘୋଡ଼ ନିଦରେ ଶୋଇଯାଇଥିବା ଲୋକଟିକୁ ଦେଖି ଆନି କେତେକଣ ଭାବୁଥିଲେ ତା ବିଷୟରେ. ଏଇ ଯେମିତି ସେ ନିଶ୍ଚୟ ଜଣେ ମଜଦୂର ହୋଇଥିବ. କାରଣ ତା ପାଦର ପଛପଟର ରଙ୍ଗ ଥିଲା କୋଇଲା ଭଳି କଳା ଓ ସିଟ ତଳେ କୌଣସି ଚପଲ ନଥିଲା. ଥରକୁ ଥର ଟିଫିନ ଓ ଖାଦ୍ୟ, ଚା, ସ୍ନାକ୍ସ ଆସୁଥିଲା ରିଜର୍ଭ ଯାତ୍ରୀମାନଙ୍କ ପାଇଁ କିନ୍ତୁ ଲୋକଟିକୁ କଣ ଭୋକ ହେଉନଥିଲା!ସେ କୋଉଠୁ ଫେରୁଥିଲା? କୋଉ ଯାଏଁ ଯିବ ଏକଥା ଜଣା ନଥିଲା କିନ୍ତୁ ଆନି କାହିଁକି ଖାଦ୍ୟ ଖାଇପାରୁନଥିଲେ ତାଙ୍କୁ ଜଣା ନଥିଲା. ଲୋକଟି ପାଇଁ ସବୁ ଘୋଡେଇ ଅପେକ୍ଷା କରି ରହିଥିଲେ ଆନି ଯେ କେତେବେଳେ ଲୋକଟିର ନିଦ ଭାଙ୍ଗିବ? ସେ ଉଠିଲେ ଆନି ତାଙ୍କ ସ୍ୱାମୀଙ୍କ ପାଇଁ କିଣିଥିବା ନୂଆ ଚପଲ ହଳକ ସହ ଏ ଖାଦ୍ୟ ସବୁକୁ qଦେଇ କହିବେ କିଛି ଭାବିବେନି ମୁଁ ବଡ଼ଭଉଣୀଟିଏ ମାତ୍ର. ଏଇ କଥା କେମିତି ଅବତାରଣା କରିବେ ଭାବୁ ଭାବୁ ଷ୍ଟେସନ ପରେ ଷ୍ଟେସନ ଅତିକ୍ରମ କରି ଦୁରନ୍ତ ଏକ୍ସପ୍ରେସ ଟ୍ରେନ ଆଗେଇ ଯାଉଥିଲା. କେତେ ଜଣ ତାସ ପାଲି ତ କେତେଜଣ ଚେସ ଖେଳରେ ମାତି ଥିଲା ବେଳେ ବାଲେଶ୍ବରରେ ଟ୍ରେନ ରହିଲା ବେଳେ ଆଗ ସିଟକୁ ଦେଖି ଚମକି ପଡିଲେ ଆନି. ଲୋକଟି ନଥିଲା ତା ସିଟରେ. ବରଂ ତା ସିଟରେ ଝିଅ ଓ ସ୍ତ୍ରୀ ସହିତ ତିନିଜଣ ବସିଥିଲା ବେଳେ ଟିଟିସି ଚେକ କରି ଚାଲିଥିଲେ ରିଜର୍ଭ ବଗି ସବୁର ପାସେଞ୍ଜର ସହ ଖାଲି ପଡ଼ିଥିବା ସିଟ ଗୁଡିକରେ ଲୋକାଲ ପାସେଞ୍ଜର ସବୁଙ୍କୁ. ତ ସେଇ ଲୋକଟି କେବଳ ଆଖିରେ ନାଚୁଥିଲା ଆନିଙ୍କର. ତା ପାଇଁ ରଖିଥିବା ଖାଦ୍ୟକୁ ଆଗରେ ବସିଥିବା ଦମ୍ପତ୍ତିଙ୍କ ଛୋଟ ଝିଅଟିକୁ ବଢ଼ାଇ ଆନି ପଚାରୁଥିଲେ ଖାଇବୁ ମାଆ? ଚମକି ପଡିଲେ ଆନି. ଛୋଟ ଝିଅଟି ଲେଙ୍ଗଡ଼ା ଥିଲା. ସେ ଝିଅଟି ହାତ ବଢ଼ାଉ ବଢ଼ାଉ ବାପା ତାର ଆନି ହାତରୁ ଖାଦ୍ୟ ନେଇ ଉଦରସ୍ଥ କରିସାରିଥିଲା. ମାଆଟି ବିକଳରେ ଥରେ ବାପା ମୁଁହଁକୁ ଚାହିଁ ଝିଅ ମୁହଁକୁ ଚାହିଁଥିଲା ବେଳେ ଟିଟିସି କହୁଥିଲେ ଏ ନାରଣ ଏଇ ପର ଷ୍ଟପେଜରେ ଓଲ୍ହେଇବା ନିଶ୍ଚିନ୍ତ ତ! ହଁ ଆଜ୍ଞା କହି ଅବଜ୍ଞାରେ ଝିଅକୁ ଚାହୁଁଥିଲା ନାରଣ କାରଣ ଖାଦ୍ୟ ନପାଇ କାନ୍ଦୁଥିବା ଝିଅକୁ ଆନି କିଛି ବିସ୍କୁଟ ଦେଇ ସାରିଥିଲେ ଏ ଭିତରେ.ଆନି ଭିତରେ ଭିତରେ କହୁଥିଲେ ହେ ଭଗବାନ!
     ଏଥର ସମସ୍ତଙ୍କ କଥା କିଛି କିଛି କାନରେ ବାଜୁଥିଲା ଆନିଙ୍କର. କେହି କହୁଥିଲା ଗରୀବ ହେଲେ ଭଲ. ଏଇ ଦେଖୁନ ରିଜର୍ଭ ସିଟକୁ ଲୋକାଲ କରି ଯିଏ ଯାହା ଗନ୍ତବ୍ୟ ସ୍ଥାନକୁ ଯାଇ ପାରୁଛନ୍ତି. ଧନୀ ହେଲେ ତ ଅତି ଭଲ. ତାଙ୍କ ପାଇଁ ରାଜାଧାନୀ ଏକ୍ସପ୍ରେସ ଅଛି ହେଲେ ଆମ ଭଳି ମଧ୍ୟବିତ୍ତଙ୍କ କଥା ଅଲଗା. ନା ସରକାରୀ ସୁବିଧା ସୁଯୋଗ ନା ବେସରକାରୀ ପାଉଣା! କିଛି ବି ନାହିଁ ଆମ ପାଇଁ. ପକେଟର ଝାଳ ବୁହା ଟଙ୍କା, ଛୋଟ ପଣତ ପରି ସବୁଥିକି ଛୋଟ. ଏଥର ଆଗ ସିଟରେ ବସିଥିବା ଲୋକଟି ଗର୍ଜି ଉଠିଲା.କହିଲା କହିବା କଥା ବୋଲି କହିଦେଲେ ହେଲେ ଦେଖିଲେ ମୋ ଭଳି ଗରୀବ ପ୍ରତି ଇଶ୍ୱରଙ୍କର କେଡେ ଅନ୍ୟାୟ!ମୋରି ଭାଗ୍ୟରେ କନ୍ୟା ଜନ୍ମ ହେବାକୁ ଥିଲା ତ ସେଥିରେ କନ୍ୟାଟି ପୁଣି ଲେଙ୍ଗେଡା କନ୍ୟା. ବୁଲି ବୁଲି ନୟାନ୍ତ ହେଲିଣି. ନା ସରକାରୀ ନା ବେସରକାରୀ ସାହାଯ୍ୟ ନା ସହଯୋଗ! ଆହୁରି ଭୋକର କରାଳ ଦାଉରୁ ତ୍ରାହି ନାହିଁ. ଇଶ୍ୱରଙ୍କ ଅନ୍ୟାୟକୁ ବରଦାସ୍ତ ନକରିପାରି ଯାଉଛୁ ଝିଅକୁ କୋଉ ଷ୍ଟେସନରେ ଛାଡ଼ିଦେଇ ଆସିବୁ. ଏଥର ତାସ ଖେଳ ବନ୍ଦ ହୋଇଗଲା, ଚେସ ଖେଳ ମଧ୍ୟ ଅଧା ରହିଲା. ଲୋକଙ୍କ ଅଧା ଅଧୁରା କଥା ବନ୍ଦ ହୋଇ ହାତ ସବୁ ଖୋଜୁଥିଲା ପକେଟ ଓ ପର୍ସ. ପଚାଶ ରୁ ଆରମ୍ଭ କରି ପାଞ୍ଚଶହ ନୋଟ ସବୁ ଗଦା ହୋଇପଡୁଥିଲା ଲେଙ୍ଗେଡା ଝିଅ ପାଖେ. ଆନି ହସି ଦେଇ ତାଙ୍କ ନାତୁଣୀର ଅନେକ ନୂଆ ଡ୍ରେସ ଭିତରୁ କିଛି, ନୂଆ ଚପଲ ଓ ନୂଆ ନୂଆ ଖେଳନା ଦେଇ ଝିଅଟିକୁ ଗେଲ କରିବା ସହ ସେମାନଙ୍କ ଷ୍ଟପେଜ ଆସିବା ପୂର୍ବରୁ ଆନିଙ୍କ ସହ ସମସ୍ତ ଯାତ୍ରୀ କହୁଥିଲେ ଇଶ୍ୱର ତୁମକୁ ଗରୀବ କଲେ କଣ ହେଲା କନ୍ୟା ରତ୍ନ ଦେଇଛନ୍ତି.ପୁଣି କନ୍ୟାକୁ ଦିବ୍ୟାଙ୍ଗ କରି ପଇସା ଉପାର୍ଜ୍ଜନର ପନ୍ଥା ଖୋଲିଦେଇଛନ୍ତି. ଲୋକଟି କଣ ବୁଝିଲା କେଜାଣି ଏଥର ଝିଅକୁ କୋଳେଇ ନେଇ କହୁଥିଲା ତତେ ମୁଁ ଆଉ କୋଉଠି ଛାଡିବିନି. ତୁ ତ ମୋର ଲଷ୍ମୀ.ପିଲାମାନଙ୍କୁ ଛାଡ଼ି ଦିଲ୍ଲୀରୁ ଆନି ସ୍ୱାମୀଙ୍କ ସହ ଫେରିବା ବେଳେ ସେହି ଷ୍ଟେସନରେ ବାପା ମାଆ ଝିଅକୁ କାଠ ଝୁଲାରେ ବସେଇ ଯିବା ଆସିବା ଯାତ୍ରୀଙ୍କ ଠାରୁ ବେଶ ଦୁଇପଇସା ରୋଜଗାର କରିବା ଦୃଶ୍ୟ କିନ୍ତୁ ଆନିଙ୍କୁ ଦୃଷ୍ଟିକଟୁ ଜଣା ପଡିଥିଲା. ଓଲ୍ହେଇ ପଡି ସେଇ ଷ୍ଟେସନରେ ସେ ପିତା ନାରଣକୁ ଝିଅଟିର ରହିବା ପଢିବା, ରୋଜଗାର କରେଇବା ତଥା ବିବାହଯୋଗ୍ୟା କରିବା ଦାଇତ୍ୱ ନିଜ ହାତକୁ ନେଇଥିଲେ. ତାଙ୍କ ଅନାଥା ଆଶ୍ରମରେ କେତେ କେତେ ଦିବ୍ୟାଙ୍ଗ ଓ ଅଟିଜିମ ବାଳକ ବାଳିକା ସୁସ୍ଥ ଭାବେ ଏଇ ଭବରେ ମଣିଷଗଣ ଭିତରେ ଜଣେ ଲେଖାଏଁ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲା ବେଳେ ଏ ଝିଅ ଲଷ୍ମୀ କାହିଁକି ନୁହେଁ!ଅସ୍ତ୍ରୋପଚାର କରି ଝିଅକୁ ସୁସ୍ଥ ଗୋଡ଼ ଆଣିଦେବାର ନିର୍ଭର ପ୍ରତିଶ୍ରୁତି ଦେବା ସହ ସେହି ଝିଅ ଲଷ୍ମୀର ପିତା ମାତାଙ୍କୁ ତାଙ୍କ ଅନାଥ ଆଶ୍ରମର ଠିକଣା ଲେଖି ଦେଉ ଦେଉ ଗାଡି ଛାଡିଦେଇଥିଲା. ଦିଲ୍ଲୀରୁ ପୁଅ ବ୍ୟସ୍ତ ହୋଇପଡୁଥିଲା ବେଳେ ଆନି ଜଣେଇ ଦେଇଥିଲେ ନେକ୍ସଟ ଟ୍ରେନରେ ସେ ସାଧାରଣ ବଗିରେ ବସି ଯିବାର ଆନନ୍ଦ ଓ ମଜା ନେଇ ନେଇ ଯିବେ ଆଜି ଘରକୁ.

,,,,,,,,,,,,,,,,,,,,,,




Rate this content
Log in

Similar oriya story from Tragedy