Pramod Kumar Jena

Drama Others

3  

Pramod Kumar Jena

Drama Others

ନେଇବର୍ସ ଡେ

ନେଇବର୍ସ ଡେ

3 mins
329


ହସ୍ପିଟାଲର କାଜୁଆଲଟି ୱାର୍ଡର ବାରଣ୍ଡାରେ ଏକା ଏକା ବସିଥାଏ l ସେତେବେଳକୁ ଭାଉଜ ଶୋଇପଡିଲେଣି l ବୋଧେ ଔଷଧ କାମ କରିବା ଆରମ୍ଭ କରିଦେଲାଣି l ଟିକିଏ ଆଶ୍ୱସ୍ଥ ହେଲି l ଭାଇ ଯାଇଥାନ୍ତି ଘରକୁ l କିଛି ଘୋଡେଇବା ପାଇଁ ଚଦର ଆଉ ଶାଲ୍ ଆଣିବାକୁ l ଶୀତ ଦିନ l ବାରଣ୍ଡାରେ ରାତି କାଟିବାର ଅଛି l ତରବର ହୋଇ ପଳେଇ ଆସିଥିଲୁ l ଭାଉଜଙ୍କ ଅବସ୍ଥା ବି ସେମିତି ଥିଲା l ହାଇପର୍ ଏସିଡିଟି ହୋଇ ବ୍ଲଡ୍ ପ୍ରେସର୍ ବହୁତ ବଢି ଯାଇଥିଲା l ଡକ୍ଟର୍ ସାଲାଇନ୍ ଦ୍ୱାରା ବି.ପି. ମେଡିସିନ୍ ଦେଇ ଦେଲେ l ବୋଧହୁଏ ନର୍ମାଲ୍ ହୋଇ ଆସିଲାଣି l ଥ୍ୟାଙ୍କ ଗଡ୍ l ଆଉ ଅନ୍ୟ କିଛି ନୁହେଁ l ଆଜିକାଲି ଏତେ ବିମାରୀ ହେଲାଣି ଯେ ଛୋଟ ଛୋଟ କଥାରେ ବି ଡର ଲାଗୁଛି l ସେତେବେଳକୁ ଟିକିଏ ଛାଇ ନିଦ ଲାଗି ଆସୁଥାଏ l ମଶା ବି ଗୋଟେ ଗୋଟେ ଲାଗୁଥାନ୍ତି l ଭାବିଲି ଟିକିଏ ଚଲାବୁଲା କଲେ ନିଦ ଆସିବନି l କେତେବେଳେ କ’ଣ ଦରକାର ଆସିପାରେ l ବାରଣ୍ଡାରେ ବୁଲୁଥାଏ l ଟିକିଏ ଗହଳି ଶୁଣାଗଲା କାଜୁଆଲ୍ଟି ଓ.ପି.ଡି.ରେ l ସେପଟକୁ ଯାଇ ଦେଖେ ତ ସ୍ତ୍ରୀ ଲୋକ ଜଣେ ଷ୍ଟ୍ରେଚରରେ କ’ଣ ଗୋଟେ ଅସୁବିଧା ହୋଇଯାଇଛି l ଦଶ ବାର ଜଣ ବୟସ୍କ ଆସିଛନ୍ତି l ଘଟଣା ଜାଣିଲି ଯେ ପରିସ୍ରା କରିବାକୁ ଯାଉଥିବା ବେଳେ ଗୋଡ ଖସିଗଲା l ଆଉ ଉଠିପାରିଲେନି l ସେଇଠୁ ଆମ୍ବୁଲାନ୍ସ୍ ମଗେଇ ସିଧା ହସ୍ପିଟାଲକୁ ନେଇ ଆସିଛନ୍ତି l ଭାବିଲି ଗୋଡ ଫ୍ରାକ୍ଚର୍ କିମ୍ବା ଡିସଲୋକେସନ୍ ହୋଇଥାଇପାରେ l ଡକ୍ଟର୍ ଦେଖୁଥାନ୍ତି l କିଛି ସମୟ ପରେ ବେଶ୍ ଆଉ କେତେ ଜଣ ଆସି ପହଞ୍ଚିଲେ l ଡକ୍ଟରଙ୍କ କହିବା ଅନୁସାରେ ଏକ୍ସରେ କ୍ୟାବିନକୁ ନେଇଥିଲେ l ନେଇଥିଲେ l ମୁଁ ଏ ସବୁ ଦେଖୁ ଥାଏ l ମନେ ମନେ ଭାବୁଥାଏ ଏ ବୟସରେ ଫ୍ରାକ୍ଚର୍ ??? କିନ୍ତୁ ସେ ସ୍ତ୍ରୀଲୋକ ଜଣଙ୍କ କଥାବାର୍ତ୍ତା କରୁଥାନ୍ତି l କଷ୍ଟଟା ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇ ପଡୁଥାଏ l ବୋଧେ ମୁଣ୍ଡରେ କିଛି ଆଘାତ ହୋଇନି l ନହେଲେ ବ୍ରେନ୍ ହାମୋରେଜ୍ କିମ୍ବା ପାରାଲିଟିକ୍ ଆଟାକ୍ ହେବାର ସମ୍ଭାବନା ଥାଏ l ସ୍ତ୍ରୀ ଲୋକ ଯେତିକି ପୁରୁଷ ଲୋକ ସେତିକି l ଭାବିଲି ବୋଧ ହୁଏ ଖୁବ୍ ବଡ ପରିବାର ହୋଇଥିବ l ଭାଉଜଙ୍କ କଥା ମନେ ପଡିଲା ଯାଇ ଦେଖି ଆସେ l ସେତେବେଳକୁ ଭାଇ ଆସି ଯାଇଥିଲେ l ମତେ ଦେଖି ପଚାରିଲେ, ‘କୁଆଡେ ଯାଇଥିଲୁ ?’

    : ଏଇ ସେପଟେ ଜଣେ ସ୍ତ୍ରୀଲୋକର ଫ୍ରାକ୍ଚର୍ ହୋଇଛି ବୋଧହୁଏ ..... ଗହଳି ଶୁଣିଲି ତ......... ଯାଇଥିଲି ସେ ଆଡେ l

   : ଆରେ ମିଶ୍ର ବାବୁଙ୍କ ଘର ନୁହେଁ ତ ?

   : ତମେ ଜାଣିଛ ?

   : ହଁ…….. ଆମ ଆରପଟ ଲାଇନରେ ରହୁଛନ୍ତି ପରା l ମୁଁ ଘରକୁ ଗଲାବେଳେ ଦେଖିଲି ତାଙ୍କ ଘର ଆଗେ ଭିଡ l ତାଙ୍କ ସ୍ତ୍ରୀ ପଡିଗଲେ l

   : ହଁ ସେମାନେ ମୋତେ ବୋଧହୁଏ l ବହୁତ ଲୋକ ଆସିଛନ୍ତି l ତାଙ୍କର କ’ଣ ବଡ ପରିବାର କି ?

   : ଆରେ ନା l ସେମାନେ ପରା ସ୍ୱାମୀ ସ୍ତ୍ରୀ ଦି ଜଣ l ଝିଅ ବାହା ହୋଇଯାଇଛି l ଆଉ ପୁଅ ଯାଇ ବାହାରେ l

   ଏଇ ଭିତରେ ଆମେ ଯାଇ ସେମାନଙ୍କ ପାଖେ ପହଞ୍ଚିଗଲୁ l ଏତେ ଲୋକଙ୍କୁ ଦେଖି ଭାଇଙ୍କୁ ପଚାରିଲି,

   : ଏମାନେ ସବୁ କିଏ ??? ତାଙ୍କ ବନ୍ଧୁବାନ୍ଧବ ?

    : ନା…… ନା…… ସମସ୍ତେ ପଡିଶା ଲୋକ l

   : ପଡିଶା ଲୋକ ??? ଲାଗୁଥାଏ ଯେମିତି ସମସ୍ତେ ଗୋଟେ ପରିବାରର l କିଏ ଷ୍ଟ୍ରେଚର୍ ଠେଲି ନେଉଛି ତ କିଏ ଔଷଧ ପାଇଁ ଗଲାଣି l କିଏ ଡକ୍ଟରକୁ ପଚାରୁଛି l ସମସ୍ତେ ବ୍ୟସ୍ତ l କିଛି ସମୟ ପରେ ଜଣେ ଆସି ଭାଇକୁ ଡାକିଲା l ଯାହା ହେଉ କିଛି ବେଶି ହୋଇନି l ହେୟାର୍ ଲାଇନ୍ ଫ୍ରାକ୍ଚର୍ l କିନ୍ତୁ ଏ ବୟସରେ କଷ୍ଟ ତ ହେବ l କିଛି ସମୟ ପରେ ପ୍ଲାଷ୍ଟର୍ ବି ହୋଇଗଲା l ଡକ୍ଟର କହିଲେ ଗୋଟିଏ ଦିନ ଅବଜରଭେସନରେ ରଖିବେ l ହେଲେ ସମସ୍ତେ ବସିଛନ୍ତି l ତାଙ୍କ ଭିତରୁ କିଛି ଯୁବକ ଶ୍ରେଣୀର ଲୋକ କହୁଛନ୍ତି, ‘ଆମେ ରାତିରେ ଜଗିବୁ l ବ୍ୟସ୍ତ ହୁଅନ୍ତୁନି l ଆମର ଅଭ୍ୟାସ ଅଛି l’

   ପଡୋଶୀମାନଙ୍କର ଏମିତି ମନୋଭାବ ଦେଖି ଏତେ ଭଲ ଲାଗୁଥାଏ, ମୁଁ ଚିନ୍ତା କରି ପାରୁ ନ ଥିଲି l ମୁଁ ତ କାଲି ଆସିଥିଲି ଭାଇଙ୍କ ଘରକୁ l ମୋତେ ଭାଇ କହିଲେ, ‘ଆରେ ଏଠି ସବୁଠୁ ବଡ ହେଲେ ପଡିଶା l ସେମାନେ ନିଜ ଭାଇଠୁ ବି ଅଧିକା l ବିପଦ ବେଳେ ଏଇମାନେ ହିଁ ଦୁଆରେ ଠିଆ ହେବ l ଆତ୍ମୀୟମାନେ ଖବର ପାଇବା ବେଳକୁ ହୁଏ ତ ଆମର ପ୍ରାଣ ବାୟୁ ଉଡି ଯାଇଥିବ l’

   ମନ ଭିତରେ ସହର ଲୋକଙ୍କ ପ୍ରତି ଯେଉଁ ଧାରଣା ଥିଲା ପୁରା ଦୂରେଇ ଯାଇଥିଲା l ଭାବୁଥାଏ ଫାଦରସ୍ ଡେ, ମଦରସ୍ ଡେ, ଟିଚରସ୍ ଡେ…… କେତେ ଯେ ଡେ ହେଉଛି ତା’ର ଠିକଣା ନାହିଁ l ଆଜିକାଲି ତ ଭାଲେଣ୍ଟାଇନସ୍ ଡେ ବି ହେଉଛି l ହେଲେ କାହା ମନରେ କେବେ ବି ଆସୁନି ନେଇବରସ୍ ଡେ କରିବାକୁ l



Rate this content
Log in

Similar oriya story from Drama