Lipsa Acharya

Abstract

2  

Lipsa Acharya

Abstract

ନବବର୍ଷ

ନବବର୍ଷ

3 mins
391


ଆଜି ବର୍ଷର ଶେଷ ଦିନ । ହୋଟେଲ୍ ରେ ରଙ୍ଗାରଙ୍ଗ କାର୍ଯ୍ଯକ୍ରମ । ରାଜେଶ ଆଗୁଆ ଗୋଟିଏ ପଞ୍ଚତାରକା ହୋଟେଲ୍ ରୁ ଚଡାଦରରେ ଶିଖା, ଝିଅ ସିପ୍ରା ଆଉ ନିଜ ପାଇଁ ତିନୋଟି ଟିକେଟ କ୍ରୟ କରିଦେଇଚ୍ଥି । ସଂଧ୍ଯା ୭ଘଣ୍ଟିକାରେ ବାହାରିବେ । ଟଙ୍କା ଅନୁସାରେ ମନର ପୁର୍ତ୍ତିଟା ଯେପରି ସଠିକ୍ ହବ ସେ ବିଷୟ ରେ ରାଜେଶ ବୁଝି ନେଇଚ୍ଥି ହୋଟେଲ୍ ମ୍ଯାନେଜର ପାଖରୁ । 

     ପାଖେଇ ଆସିଲା ସମୟ । ଜିରୋ ନାଇଟ୍ ପାଳିବା ପାଇଁ ରାଜେଶ ଶିଖା ସିପ୍ରାକୁ ନେଇ ବାହାରି ଗଲେ । ଘରେ ରହିଗଲେ ବୁଢା ବୁଢୀ ଦୁଇଜଣ । "ପଚ୍ଥରୁ ରାଜୁ କେତେବେଳେ ଫେରିବ " ମା'ର ପ୍ରଶ୍ନ କୁ ଶୁଣି ଗରଗର ହେଲେ ରାଜେଶ । ଓହୋ, ମା ଗୋଟିଏ ଦିନ ତ ନିଜ ଖୁସିରେ ବଞ୍ଚିବାକୁ ଦେ । ଆମର ବିଳମ୍ବ ହେଇ ଯାଉଚ୍ଥି ପରା । ଡେରିରେ ପହଞ୍ଚିଲେ ସବୁ ମଜା ଫିକା ପଡିଯିବ । ଏତେ ଟଙ୍କା ଦେଇ ଟିକଟ ଆଣିଚ୍ଥି । ଟିକିଏ ମଉଜ ମସ୍ତି କରିବାକୁ ଯିବିନି । ତୁ ଆଉ ବାବା ଖାଇ ଦେଇ ଶୋଇ ପଡିବ । ହଁ, ଘରେ ତାଲା ଲଗେଇବାକୁ ଯେପରି ନ ଭୁଲୁ । ମୋ ପାଖରେ ଚାବି ଅଛି । ଆମେ ଘରକୁ ଫେରିବାରେ ବିଳମ୍ବ ହେଇଯିବ । ସିପ୍ରା ବାହାରିଲୁ କି ନା ନାହିଁ । ମାମା କୁ ଡାକେ

      ଆଲୋକ ମାଳା ସାଙ୍ଗକୁ ନୃତ୍ଯ ଗୀତ ଆଉ ଖାଦ୍ଯପେୟର ସୁନ୍ଦର ବ୍ଯବସ୍ଥା ହେଇଚ୍ଥି । ନିତିଦିନିଆ ଜୀବନର ବ୍ଯସ୍ତତା କୁ ଭୁଲି ଜୀବନର କେତୋଟି ମୁହୁର୍ତ୍ତ ଖୁସିରେ ନାଚିକୁଦି ବିତେଇବାକୁ ଲାଗିଲେ ରାଜେଶ ଶିଖା । ହେଲେ, କାହିଁକି କେଜାଣି ସିପ୍ରାକୁ ପରିବେଶ ଭଲ ଲାଗୁ ନ ଥିଲା । ଶିଖା ଆଉ ରାଜେଶ କେତେ ନାଚିବାକୁ କହିଲେ ବି ସେ ମନା କରେ । ଚୁପ୍ ଚାପ୍ ଚୌକିରେ ବସି ରାଜେଶର ମୋବାଇଲ୍ ରେ ଫେସ୍ ବୁକ୍ ରୁ ଫୋଟ ଟିଏ କାଡି ବାରମ୍ବାର ଦେଖୁଥାଏ । ଭିଡ ଭିତରେ ଝିରି ପଡୁଥାଏ ନିରବତା ଦୁଇ ବୁନ୍ଦା ଲୁହ । ପରିଚିତ ଲୋକ ମାନଙ୍କୁ ପାଖରେ ପାଇ ରାଜେଶ ଶିଖା ନିଜ ନିଜ ମସ୍ତ ରେ ବ୍ଯସ୍ତ ରହିଲେ । କାହାର ବି ନଜର ନ ଥାଏ ସିପ୍ରା ଉପରେ । ନୂତନ ବର୍ଷର ଆଗମନ ଘଟିଲା । ଘଣ୍ଟା ରେ ବାରଟା ବାଜିବା କ୍ଷିଣି ଆକାଶରେ ଝଲସି ଉଠିଲା ରଙ୍ଗ ବେରଙ୍ଗର ଆକାଶବାଜି । କେକ୍ କାଟି ପରସ୍ପର କୁ ଶୁଭେଚ୍ଚ୍ଥାର ବାର୍ତ୍ତା ଦେଲେ । ନୂଆ ବର୍ଷ ପାଳିବାକୁ ଆସିଥିବା ସଦସ୍ଯ ମାନେ । ଘରକୁ ଫେରିବା ସମୟ ହେଲା । ରାଜେଶ ଶିଖା ଙ୍କ ମନେ ପଡିଲା ଯେ, ସେମାନଙ୍କ ସହିତ ଝିଅ ସିପ୍ରା ବି ଆସିଥିଲା ନୂଆବର୍ଷ ପାଳିବା ପାଇଁ । ହେଲେ, ଏଠି ଭିଡ ଭିତରେ ସିପ୍ରା ଦେଖା ଯାଉ ନାହଁ । ବ୍ଯସ୍ତ ହେଇ ପଡିଲେ ରାଜେଶ ଶିଖା । ଭିଡ ଭିତରେ ଖୋଜା ଚାଲିଲା ସିପ୍ରାର । ଏଠି ସବୁ ପରିଚିତ ଲୋକ । ରାଜେଶ ଶିଖା ଜଣ ଜଣ କରି ସମସ୍ତଙ୍କୁ ପଚାରୁଥାନ୍ତି । "ତମେ ଆମ ଝିଅ ସିପ୍ରା କୁ ଦେଖିଚ୍ଥ କି ?" । କାହା ଠାରୁ ଆଶା ଜନକ ଉତ୍ତର ପାଉ ନ ଥାନ୍ତି ରାଜେଶ ଶିଖା । ଏଇ ସମୟ ରେ ରାଜେଶର ମନେ ପଡିଗଲା । ତା' ମୋବାଇଲ୍ ତ ସିପ୍ରା ପାଖରେ ଅଛି । ଶିଖାର ମୋବାଇଲ୍ ରୁ ଫୋନ କଲେ ରାଜେଶ । 

      ମା.. ରେ ତୁ ଏଠି କେମିତି ପହଞ୍ଚିଲୁ । ଖୋଲା ଆକାଶ ତଳେ ପାର୍କିଂ ଏରିଆରେ । ଏଠି କ'ଣ କରୁଚ୍ଥୁ । ଶିଖା ସିପ୍ରା କୁ କୋଳେଇ ନେଲେ । ନିଜ ଉଲ୍ ସାଲ୍ ରେ ଘୋଡାଇ ଦେଲେ । କାନ୍ଦନା ମା' ଆମେ ପରା ଆସିଗଲୁ । ରାଜେଶ ତଳେ ପଡିଥିବା ଶୀତବସ୍ତ୍ରକୁ ଗୋଟାଇ ସିପ୍ରା କୁ କହିଲେ, "ମା. ତୁ ଖୋଲା ଦେହରେ । ଶୀତୁଆ ଆକାଶ ତଳେ । କ'ଣ ହେଇଚ୍ଥି ମା' କାହିଁକି କାନ୍ଦୁଚ୍ଥୁ । ଆମେ ନିଜ ମଉଜରେ ବ୍ଯସ୍ତ ହେଇଯାଇଥିଲୁ ।ତେଣୁ ତମ ପ୍ରତି ଧ୍ଯାନ ଦେଇ ପାରିଲୁ ନାହିଁ ।  

       ସିପ୍ରା ରାଜେଶ କୁ ମୋବାଇଲ୍ ଟି ବଡେଇ ଦେଖିବାକୁ କହିଲା । ଦୁଇଜଣ ଯବାନ ଶୀତରାତିରେ -୬୦ ଡିଗ୍ରୀ ତାପାମାତ୍ରା ରେ ଦେଶର ସୀମାକୁ କିପରି ଜଗିଚ୍ଥନ୍ତି । ସେ ପରି ଗୋଟିଏ ଫୋଟ । ସିପ୍ରା କାନ୍ଦି କାନ୍ଦି କହିଲା , ସେମାନଙ୍କ କ'ଣ ତମ ପରି ମଉଜ ମସ୍ତି କରିବାକୁ ମନ ଡାକୁ ନ ଥିବ । ବରଫର ଚାଦର ତଳେ ଘୋଡାଇ ହେଇ ଦେଶର ସୀମାକୁ ଜଗିଚ୍ଥନ୍ତି । ଯେଉଁଥି ପାଇଁ ତମେ ଏତେ ଖୁସିରେ ନୂଆ ବର୍ଷ ପାଳୁଚ୍ଥ । ବାସ୍! ସେମାନେ ଏତେ ଶୀତ କେମିତି ସହୁଚ୍ଥନ୍ତି ମୁଁ ପରିକ୍ଷା କରୁଥିଲି । ଘରେ ବି ଜେଜେବାପା ଜେଜେମା ଙ୍କ ସହିତ ନୂଆ ବର୍ଷ ପାଳନ କ'ଣ ତମ ମାନେ କରି ପାରି ନ ଥାନ୍ତ । 

     ସିପ୍ରା ପ୍ରଶ୍ନ ର କୌଣସି ଉତ୍ତର ନ ଥିଲା ରାଜେଶ ଆଉ ଶିଖା ପାଖରେ । ଦୁହେଁ ଅପରାଧି ପରି ମୁଣ୍ଡ ତଳକୁ କରି ଠିଆ ହେଇଥିଲେ । 



Rate this content
Log in

Similar oriya story from Abstract