STORYMIRROR

Priyanka Panda

Action Classics Others

4  

Priyanka Panda

Action Classics Others

ନୌକା ରାଣୀ ର ଅଙ୍ଗେ ନିଭା କାହାଣୀ

ନୌକା ରାଣୀ ର ଅଙ୍ଗେ ନିଭା କାହାଣୀ

5 mins
272


ଶସ୍ୟ, ଶ୍ୟାମଳା ମୋ ଓଡିଶା ମାଟି ଯାହାର ଅଙ୍କେ ଅଙ୍କେ ସୁନ୍ଦରତା ଭରି ରହିଛି | ଯାହା ପାଇଁ ଏହି ବ୍ରିଟିଶ ସରକାର ଦିନେ ପାଗଳା ସାଜି ଧାଇଁ ଆସିଥିଲା ସମୁଦ୍ର ଲାମ୍ଫି | ଏହି ଓଡିଶା ମାଟିରେ ଅନେକ ବୀର ପୁତ୍ର, ରାଜା ମହାରାଜା, କବି, କବୟିତ୍ରୀ, ଗାଳ୍ପିକ, ପୂରଣ ଶାସ୍ତ୍ର, ଅଧୟନରତ |ଜ୍ଞାନୀ ମାନି ସଭିଙ୍କୁ ମୋର ଚିର ନମସ୍ୟ | 


ମୋ ଓଡିଶା ଏକ ପୂଜ୍ୟ ଭୂଇଁ ଅଙ୍ଗେ ଅଙ୍ଗେ ଗଙ୍ଗା ପରି ସତୀତ୍ୱର ଭାଷା, ପରିଭାଷା ବର୍ଣିତ ହୋଇଅଛି | ଆଜି ସେହି ଓଡିଶା ଭୂଇଁ ରୁ ଏକ ପୁର୍ଣଂ ପୀଠ ପର୍ଯ୍ୟଟକ ସ୍ଥଳୀ, ଯୋଉଁଠାରେ ପ୍ରଭୁ ଙ୍କ ବିନା ଏକ ପତ୍ର ବି ହଲେ ନାହିଁ |ତା ବିନା ଆଦେଶ ରେ ଯାତ୍ରା ର ଅବଶେଷ ନାହିଁ |ସେହି ଆରାଧ୍ୟ୍ୟ ଦେବତା ଅପୁତ୍ରି ମାନଙ୍କ କୋଳେ ପୁତ୍ର, ରୋଗ୍ୟ ମାନେ ଲଭିଲେ ଆରୋଗ୍ୟ, ଅନେକ ଅନେକ ଦୂର ରୁ ଧାଇଁ ଆସି ମନସ୍କାମନା କରିଛି ସେ ସଭିଙ୍କ ପୁର୍ଣ କଳସିରେ ଭରେ |ସେହି କଟକ ଜିଲ୍ଲା ର ମୋର ଆରାଧ୍ୟ୍ୟ ଦେବତା, "ପ୍ରଭୁ ଧବଳେଶ୍ୱର "|ଯାହାଙ୍କ ଦାନାରେ ମୁଁ ଲାଳିତ ପାଳିତ, ଯାହାଙ୍କ ଅନ୍ନ ରେ ମୋର ପିଣ୍ଡ ଗଢ଼ା ସେହି ମୋର ଆରାଧ୍ୟ୍ୟ ଙ୍କୁ ଚିର ନମସ୍ୟ |




"ଗିରି ବନ ଖଣ୍ଡ ଖଣ୍ଡ ହୋଇ ଚିର ଅମୃତ ଧାର ବହି,

    ଚତୃପାର୍ଶ୍ଵରେ ଜଳ ପ୍ରପାତ ଦ୍ବୀପ ମଧ୍ୟ ବାସ ଦେବତା ଏକ,

ଚୋର କରି ଚୋରି ନାମ ତୁମ୍ଭରି ଧାରୀ 

       ବର୍ଣ୍ଣ ବଦଳାଇଲ ମଧ୍ୟରାତ୍ର ରେ କିପରି "



ଦୀର୍ଘ ଦିନର କଥା, ପ୍ରଭୁକିପରି ହୋଇଲ ବିକ୍ଷ୍ୟାତ, କିପରି ତୁମ୍ଭେ ନଦୀ ଚାରି ପାର୍ଶ୍ଵ ରେ ଗିରିବନ ଚିରି ଏହି ଧରା ଛାତିରେ ନୂତନ ଜଳର ଧାରା ବହି ଗଲା |ଯାହାର ନାମ ମହାନଦୀ ରେ ପରିଣତ ହେଲା | ରାଜାଙ୍କ ବଳଦ ଚୋର କଲା ଚୋରି!କି ଭକ୍ତି ଭାବେ ନିଜଙ୍କୁ ଅର୍ପଣ କଲା ରାତି କେ ବଦଳି ଗଲା ବଳଦ ରୂପ ଏପରି |ରାଜାଙ୍କ ଲୋକେ ଚିହ୍ନି ନ ପାରି ବଞ୍ଚାଇଲ ଜୀବନ ତାହାରି |ସ୍ୱପ୍ନେ ଦେଇ ଦର୍ଶନ ପୁନଃ ହେ ମହାଦେବ ଏପରି ବାକ୍ୟ :ମୋର କଥା ପ୍ରଚାର କରି ନାମ ଧରିଲ "ଧବଳ ଗିରି " |ଚତୃପାର୍ଶ୍ଵ ଅକାତକାତ ଜଳ ଏକ ଦ୍ବୀପ ରେ ବାସ ହେଲା ତୁମ୍ଭ ର ହେ ଯୋଗେଶ୍ୱର |


" ସାରା ଜଗତେ ହେଲା ଚହଳ ହେ ଧବଳେଶ୍ୱର,

      ଆଠଗଡ ରାଜା ତୋଳାଇ ଦେଲେ ଏପରି ବାସ ତୁମ୍ଭର 

ନଦୀ ଜଳେ ଗୁହାରି ଆସେ ଭାସି ଦ୍ରବ୍ୟ କାହାରି,

     ସତ୍ୟତା ଥିଲା ସେ ସମୟେ ମକର ପିଠେ ହେଲେ ପାରି "


ରାଜା ଶୁଣି ଏ ସମସ୍ତ ବାର୍ତା ତୋଳାଇ ଦେଲେ ମନ୍ଦିର |ଅତି ସୁଖେ ରହିଲ ଧବଳମଣି ଅନେକ ଦେଶ ବିଦେଶ ରୁ ଆସିଲେ ଭକ୍ତ ଗଉଣି ଗଉଣି |ରାଜା ଙ୍କ ମତେ ଧବଳେଶ୍ୱର ଗ୍ରାମେ ପଣ୍ଡା ଙ୍କ ବାସ ହେଲା |ଏତେ ବଡ଼ ଠାକୁର ସେ ତା ପୂଜା ରେ ଘଟିବ ବିଘ୍ନ ସେଥିପାଇଁ ପୂଜା କଲେ ପଣ୍ଡା ତାର |ନଦୀରେ ଅକାତ କାତ ପାଣି କିପରି ପୂଜା ପାଇବ ସେ ଧବଳମଣି |ସତ୍ୟ ର ପରାକାଷ୍ଠା ଥିଲା ବିଚିତ୍ର କୁମ୍ଭୀର ପାରି କରେ ପଣ୍ଡା ଙ୍କୁ ତାର |ଅସତ୍ୟ ହୋଇଲା କି ବିଚାର କାହାର ଆଉ କୁମ୍ଭୀର କଲା ନାହିଁ ପାରି ଏ ସ୍ୱାର୍ଥପର ମଣିଷ ଜାତିର |ବିଚାର ପଡିଲା ତହିଁ କିପରି ଏତେ ବଡ଼ ନଦୀ ପାରି ହୋଇ ପୂଜା ପାଇବ ସେ ଜଟାଧାରୀ |ଅପୂଜ୍ୟ ରହିବ କି ତହିଁ |ଉପାୟ ଦେଲୁରେ ବତାଇ ଯାହା ରାମ ଙ୍କ ଚରଣେ ଧାଇଁ ସୁବର୍ଣ୍ଣ ରେ ପାଲଟି ଥିଲା ସେ ନୌକା ରାଣୀ |



"ଧୀରେ ଧୀରେ ଲୋଭାକ୍ତ ନୀଳ ନୀଳ ମୋତିମାଣିକ,

    ଧର୍ମ, ସତ୍ୟ, ନ୍ୟାୟ ରହିଲା ହିଁ କାହିଁ ରହିଲେ ସଭିଏଁ ସିଂହପୁରୀ,

ଚିରସ୍ରୋତା ଲହରୀ ମାଳ ବକ୍ଷ ଛୁଇଁ ଏକ ପହର,

   ନୌକା ସାଜିଲା ପ୍ରଭୁ ପାଇଁ ବାହାନ ପରି ଏକ ଆଧାର "



ରାଜା କରାଇଲେ ଡ଼ଙ୍ଗାର ବ୍ୟବସ୍ଥା ନଦୀରେ ନଦୀରେ ପାରି ହୋଇଲେ ଭକ୍ତ | ନଦୀର ବେଳା ଭୁଇଁରେ ହାତ ସ୍ପର୍ଶ ତୋର ତିଆରି ହୋଇଲି |ଭାରି ଉତ୍କଣ୍ଠା ର ସହ ଅପେକ୍ଷାରତ ରହି ଯେବେ ପ୍ରଥମେ ଏହି ଚିରସ୍ରୋତ ରେ ଭାସିଲି ମୋ ଆନନ୍ଦର ପରିସୀମା ଖୋଜିଲେ ବି ମିଳେ ନାହିଁରେ |ତୋର ପୂଣ୍ୟ, ପାପି ଭକ୍ତ ଙ୍କୁ କୋଳେ ଧାରୀ ମାତୃତ୍ୱ ରେ ଭାସି ଭାସି ଯାଇ ଏପରି ରୁ ସେ ପାରି କି ବାହି ନେଲି |କି କୁରାଳୀ ହୋଇ ସଭିଏଁ ମୋ କୋଳେ ବସି ଏହି ନଦୀ ତଟ ପାରି ହୋଇ ତୋର ଦିବ୍ୟଦର୍ଶନ ରେ ଆନନ୍ଦ ଲଭି ପୁଣି ମୋ କୋଳେ ତାଙ୍କୁ ଆଦରି ଆଣି ନଦୀର ଏ ପାଖେ ଛାଡିଥାଏ | ବହୁତ ଝଡ଼, ବନ୍ୟା ରେ ମଧ୍ୟ ଟଳି ଯାଇ ନଥିଲି |ଅନେକ ଙ୍କ ପୟର ପୀଡ଼ାରେ ଆଘାତ ପାଇଁ ପୁଣି ନୂତନ ସିର୍ଯ୍ୟ ଉଦୟ କୁ ଚାହିଁ ରହି ଥାଏ |କୋଉ ଭକ୍ତ ର ପ୍ରଥମ ପୟରେ ମୋର ସ୍ପର୍ଶ ରେ ତୋର ଲାଘବ ଲାଘିବ ପାଇଁ |ତୋର ଚନ୍ଦନ ଯାତ୍ରା ରେ ଦୋଳଗୋବିନ୍ଦ ରେ ଏହି ନୌକା ରାଣୀ ହିଁ ତତେ ବାହି ଯୋଉ ସୁଖ ପାଉଥିଲା |ଆଜି ସେହି ନୌକା ରାଣୀ ଆତ୍ମା ନଦୀ କୂଳେ କୂଳେ ବସି ଏକ ଏକ ମୁହୂର୍ତ କୁ ମନେପକାଇ ବାହୁନି କହେ | ତୋର ମନେ ଥିବନା ଏକ ବାର ମୋର ଭାର ସାମ୍ୟ ହରାଇ ମୁଁ ଧୀରେ ଧୀରେ ଜଳମଗ୍ନ ହୋଇ, ମୋର ସହ ଅନେକ ଲୋକ ଙ୍କ ଜୀବନ ବି ଗଲା କିଏ କାହା ସ୍ୱାମୀ, ପୁଅ, ସ୍ତ୍ରୀ, ଭାଇ, ବାପା, ମାଆ ହରାଇଲେ ଏବେବି ସେ ଘଟଣା ମୋ ଆଖି ସାମ୍ନାରେ ନାଚି ଯାଉଛି | 




"ଅକାତ ଧାରୀ ସେ କାତ ବାହେ ଧରି ମନ୍ତ୍ର ପାଞ୍ଚ,

   ଦେଶ ବିଦେଶୁ ଆସଇ କାହିଁ କାହିଁ ଭକ୍ତ,

ସୁଖେ ଦୁଃଖେ ସାରା ଯେ ଏକଇ ସାଥି ସେ ନୌକା ରାଣୀ,

 ଆଜ ନାହିଁ ତା ଶିରି କାହିଁ ଲିଭି ଗଲା ସେ ମାତୃତ୍ୱ ର ନାରୀ 

    କରେ ପୁର୍ଣ ଗୁହାରି ପ୍ରଭୁ ମନରୁ ଦେଲୁ ଏପରି ପାଶୋରି "



ସେ କଥା ବି ଏବେ ମୋ କାନରେ ଗୁଜୁରୀ ଅଛି |ଯେବେ ଶୁଣା ପାଇଲି ଏହି ନଦୀ ମଧ୍ୟରେ ଏକ ଝୁଲା ସେତୁ ପ୍ରସ୍ତୁତ ହେବ | ଆହା ମୋର ଆଦର, ସ୍ନେହ, ଭଲ ପାଇବା, କୁଆଡେ ଧୀରେ ଧୀରେ ଲିଭି ଯିବ |ସେଦିନ ଛାତିର କୋହ ମୋ ପୁତ୍ର ନାଉରୀର ଦେଖି ମୁଁ ବି ଟିକିଏ କାନ୍ଦି ପକାଇଲି |ଭାବିଲି ଦୁଃଖ, ସୁଖ ର ଏ ମୋର ବନ୍ଧୁ ନଦୀରେ ବାସ ଖରା, ବର୍ଷା, ଶୀତ ମୋର ଅସ୍ଥିତ୍ୟ କି ଲିଭି ଯିବ ବୋଲି ଜାଣିନଥିଲି | ମୋହରି ଉପରେ ବସି ବାବୁ ମାନେ ଆସି ଅନେକ ଜାଗା ମାପ ଚୁପ ନେଲେ |ପୁତ୍ର ପରି ତୋର ଆଦେଶ ମାନି ତାଙ୍କୁ କୋଳେ ଧରି ଏପାଖରୁ ସେପାଖ ସେପାଖରୁ ଏପାଖ ବହୁତ ଧାଇଲି ରେ |ସେ କଥା ସବୁ ଏତେ ଜଲଦି ପାଶୋରି ଦେଲୁରେ ଧବଳମଣୀ |ଆହା କି ଆନନ୍ଦର ସେ ସମୟ ରେ କାହିଁ ଭୋଳା ଭୁଲି ଗଲୁ ମୋର |  



ଯେବେ ସେ ଇଂଜିନିୟ ର ବାବୁ ଙ୍କ କଥା କାନେ ବାଜିଲା ସେତେବେଳେ ନଦୀ, ପବନ, ତୋ ମନ୍ଦିର ର ନେତ ସ୍ତବ୍ଧ ହୋଇ ଏକ ପାଷାଣ ରେ ପରିଣତ ହେଲା |ମୋର ପୁତ୍ର ମଧ୍ୟ ନଦୀ ମଧ୍ୟ ଭାଗେ ଅଟକି ଗଲା |ତଥାପି ମୁଁ ଟଳି ନଥିଲି ରେ |ବିଶ୍ୱାସ ତୋ ଉପରେ ଏପରି ଥିଲା ଯେ ଯାହାର ସେବାରେ ଚିର କାଳ କଟିଛି, ଯାହା ପାଇଁ ନଦୀର ହାବୁକ ମାଡ ଖାଇଛି, ଭକ୍ତ ଙ୍କ ଗୋଇଠା ରେ ମୋ ଶରୀର ପୀଡିତ ସାଜିଛି,|ତୋର କର୍ମ ରେ ଦିନ ର ଝାଂଜି ଖରା ଏ ପାପୀର ସେହି ଭୟଭୀତ ରୂପ ପାରି ହୋଇ ମୋ କୋଳରେ ଭକ୍ତ ଙ୍କ ମୁଖରୁ ତୋ ନାମ ଜୟ ଜୟ ଧ୍ଵନି ସେ ପାଞ୍ଚ ଅକ୍ଷର ଉଚ୍ଚାରଣ |ଘଣ୍ଟ, ଘଣ୍ଟି ନାଦେ ମୋର ପୂଜ୍ୟ, ହଁ କିମ୍ବା ଲୋଡ଼ା ଏବେତ ସେହି ସେତୁ ହିଁ ତୁମ୍ଭ ସଭିଙ୍କ ବନ୍ଧୁ |କି ଉପକାର କରିଛି ମୁଁ ଯେ ମନେ ରଖିବେ ସଭିଏଁ କି? ତୋର ଏତେ ବଡ଼ ବଡ଼ ସେତୁ ନୂଆ ରୂପେ ପୂଜ୍ୟ |ଏ ଅଦରକାରୀ ନୌକା ରାଣୀ ଚିର ନିଦ୍ରାରେ ଶୟନ ସେଜରେ ନଦୀର ମରୁଭୂମି ବାଲୁକା ସ୍ତୁପେ ସରି ସରି ଆସିଲାଣି ମୋର କାଳ |ସେ ମତେ ନିଜ ଠାରୁ ଦୁରେଇ ଦେଲା ଏପରି ଭଗ୍ନ ଅବସ୍ଥା ରେ ଏହି ନଦୀ କୂଳେର ସୀମା ହିଁ ମୋ ପାଇଁ ସ୍ୱର୍ଗ ଦ୍ୱାର ପାଲଟି ଯିବ |ଆଜି ମୁଁ ଏତେ ଅଲୋଡ଼ା ଅଦରକାରୀ ପାଲଟି ଯାଇଛି ଯେ ଯଦି ପିଲାଟିଏ ପଚାରେ ମାଆ ଏ ନୌକା ରାଣୀ କଣ ସତରେ ନଦୀ ପାର କରେ? ମୁଁ ଚିତ୍କାର କରି କହେ ହଁ ହଁ ହଁ ହେଲେ ମୋ ଚିତ୍କାର କାହାରି କାନରେ ବାଜିବା ଆଗରୁ ପବନ ସହ ମୋର ମଧ୍ୟ୍ୟ କାହିଁ ସତ ଉଡି ଗଲାଣି |


Rate this content
Log in

Similar oriya story from Action