STORYMIRROR

Priyanka Panda

Drama Others

3  

Priyanka Panda

Drama Others

ସାରା ଓଡିଶା ଙ୍କୁ ପଡିଲା କି ବିପଦ ତୋ ଦର୍ଶନ

ସାରା ଓଡିଶା ଙ୍କୁ ପଡିଲା କି ବିପଦ ତୋ ଦର୍ଶନ

4 mins
1


ଦଶହରା ଛୁଟି, କାଟିବା ପାଇଁ ମୋ ପୁଅ, ର ଝିଅ, ଜ୍ୱାଇଁ, ପୁଅ ବୋହୁ ଅଣ ନାତି ନାତୁଣୀ ଏଥର ସବୁ ଗାଁ କୁ ଆସିଥାନ୍ତି |ମୋର ପୁଅ ସନ୍ଧ୍ୟା ସମୟରେ ଆସି ମତେ କହିଲା ଆଲୋ ବୋଉ ତୁ କଣ ଏ ବର୍ଷ ତୋର ହବିଷ୍ୟାଳି କରିବାକୁ ଯିବୁ ଜଗନ୍ନାଥ ଧାମ |ମୁଁ ଟିକିଏ ଚୁପ ରହି ତା ମୁହଁ ଙ୍କୁ ଚାହିଁଲି,'କାରଣ ସନ୍ଧ୍ୟା ସମୟରେ, ମୋ ହାତରେ ଥାଏ, ନାମ ବଳି ଆଉ ମୁଁ ସେହି ପରାମବ୍ରହ୍ମହ ଙ୍କ ନାମ ଜପୁଥାଏ |ପ୍ରଭୁଙ୍କ ନାମ ଜପା ସରିଲା ପରେ ପୁଅ ଙ୍କୁ କହିଲି ଆରେ ଗୋବନ୍ଧନ ଏଗୁଡ଼ାକ କଣ ଦେଖୁଛୁ ସେ ପ୍ରାଥନା ଟି. ଭି. ଟିଏ ଦେଲୁ ଦେଖେ ଜଗନ୍ନାଥ ଙ୍କ ବିଷୟରେ ଦେବ |ତୁ ଆସି ବୁଢ଼ୀ ହେଲୁଣି ନାତି,ନାତୁଣୀ ସହ ବସି ଏହି ସବୁ ଦେଖୁଚୁ |

ହଇରେ।..... ଉଚ୍ଚ ରେ ଡାକ ଦେଲା!

ପୁଅ --କହିଲା ତୁ ବୋଉ ତୋ ସମୟ କଥା କହନା, ମୁଁ 'ପା ତତେ କଣ ପଚାରିଲି?

ବୋଉ - କଣ ପଚାରିଲୁ କିରେ ଜଗନ୍ନାଥ ଙ୍କ ମୃତ୍ତି ଟିଭିରେ ଦେଖି, ହେଏ ଚକାନୟନ ରେ ଆଉ କିଛି ମାଗୁ ନାହିଁ ତତେ, ଚଳୁ ଚଳୁ ମୋ ଜୀବନ ଯାଉ ।

ବୋହୁ -ବୋଉ ଏଇ ନିଅ ଚାହା,ହଉ ଦେଏ, ହଇଲୋ ତତେ କେତେ ଥର ବାରିଛି ତୋ ବୋହୁଙ୍କୁ କହିବୁ ଏଇଟା ଗାଁ, ସହର ନୁହେଁ |ଗୋଟିଏ ଲମ୍ବା କୁରୁତା ପିନ୍ଧି ଶଶୁର ଟା ଅଛି     |ତା ଆଗରେ ଢଙ୍ଗ ଢଙ୍ଗ ହୋଇଚାଲିଯାଉଛି |ପୁଅ --ବୋଉ ତୁ ଭଲା ଟିକିଏ ଚୁପ ରହ ରିତୁ ଙ୍କୁ ଶୁଭିବ, ଏତେ ଦିନପରେ ସେମାନେ ଗାଁ ଙ୍କୁ ଆସିଛନ୍ତି |ଆଉ ତୁ ଏମିତି ତାଙ୍କୁ ସବୁ ଚିଡି ଚିଡି ହନି ଲୋ |

ବୋଉ --ତୁ ଚୁପ କର ହଇଲୋ ବୋହୁ ମୁଁ କଣ ଛୁଆପାଳିନୀ, ତା ଅଳିଅଦଳୀ ସହିନି, ଆଲୋ ତୋ ଶଶୁର ଥିଲେ ଏ ଗାଁ ର ମହାଜନ ଗିରି କରୁଥିଲେ |ସବୁ ତା କଥା ଙ୍କୁ ଅକ୍ଷର ଅକ୍ଷରେ ପାଳନ କରିଥାନ୍ତି |ଗାଁ ର ଚାଲି ଚଳନି, ବସିବା ଉଠିବା, ଆଉ ପୋଷାକ ପିନ୍ଧିବା ସବୁ ଥିରେ ମୋ ଶାଶୁ ମତେ 'ବାରିଥାଏ |ଆଲୋ ମୋ ମୁହଁ ପା ଦେଖିବାକୁ ଲାଗିଥିଲା ତିନି ବର୍ଷ |

ଏଇ ଗୋବର୍ଧନ ହୋଇଥାଏ, ଦୁଇ ବର୍ଷ ଛଅ ମାସର, ଭାରି ଚଗଲା ଟିଏ, ହୋଇଥାଏ,|ମୋ ଶଶୁର ଙ୍କ ସହ ହାଟକୁ ଯିବାକୁ ଜିଦି କଲା |ହାଟରେ ଦୋଳିରୁ ପଡି ତା 'ମୁଣ୍ଡ ଙ୍କୁ ଫଟେଇଲା |ଏକଥା ଶୁଣି ମୁଁ ଦାଣ୍ଡରେ ଦଉଡି ଦଉଡି ଯାଇ ହାଟରେ ପହଂଚି ଲି |ବାସ ସେତିକିରେ ମୋ ଶଶୁର ରାଗି ଯାଇ ଆଉ ମୋ ହାତରୁ ଦୀର୍ଘ ପାଞ୍ଚ ବର୍ଷ ପଯ୍ୟନ୍ତ ପାଣି ଛୁଇଁଲେ ନାହିଁ ¡|ସେହି ଦିନ ଠାରୁ ମୁଁ ଏରୁଣ୍ଡି ବନ୍ଧ ଡିଏନି |

ଆଉ ତୁ କହୁଛୁ, ଏଗୁଡ଼ାକ ମତେ ଜମା ଭଲ ଲାଗୁନି |ତୋ ବୋହୁ ର ଚାଲିଚଳନ ମୋର ପ୍ରସନ୍ଦ ନୁହଁ |ତତେ ମୁଁ କେତେ ବାରିବାରୀ ଏ ଘର ର ଦାୟିତ୍ୱ ଧରିଲୁ ନା 'ନାହିଁ |ପୁଅ --କନକ କନକ ତମେ ଖାଲି ବୋଉ କଥା ଶୁଣ, ମତେ ଚାହା ଜଳଖିଆ ଦେବନି କି? ବୋଉ ତତେ ମୁଣ୍ଡିଆ ମାରୁଛି ଖାଇପିଇ ଚୁପବସ |

ବୋହୁ --ତୁ ଯାଆ ଲୋ ଆଗ, ମୋ ପୁଅଙ୍କୁ ଦେଏ,ସେ ପୁଣି ରାଗିଯିବ |ଅଣ ନାତି ନାତୁଣୀ --ଏ ଠାକୁ ମାଆ ଲୋ ଆମ କୁ ଆଜି ନିଆରା କାହାଣୀ କହିବୁ |ଯାହା କିଛି ଭଗବାନ ଙ୍କ ଉପରେ ଥିବ |

ପୁଅ --ହଇଲୋ ବୋଉ ତୁ କଣ ଏଥର ଯିବୁ ହବିଷ କରି ଜଗନ୍ନାଥ ଙ୍କ ଧାମ |

ବୋଉ --କେଡେ ନିଲଠା ଟା କିରେ ତୁ କଣ ଜାଣି ନାହୁଁ ଆଜି ନୂଆ କଥା ଏ, ତୋ ବାପା ଗଲା ବରଷ ଠାରୁ ପ୍ରତେକ ବରଷ କାର୍ତିକ ମାସରେ ମୁଁ ଯାଏ ବୋଲି |

ପୁଅ --ହଁ ଯାଉ ହେଲେ ଟିଭି କଣ କହୁଛି ଶୁଣ, ଓଡିଶା ଙ୍କୁ ଗୋଟିଏ ବଡ଼ ବାତ୍ୟା ଆସିଛି, ଆଉ ସେ ପୁରୀରେ ହିଁ ମାଡ ହେବ |କେତେ ଗୁଡାକ ଜିଲ୍ଲା ଙ୍କୁ ସର୍ତ୍ତକ କରିଦିଆଗଲାଣି |ଆଉ ତୁ କହୁଛୁ ପୁରୀ ଯିବୁ |

ତୁ ବଅମ, ଏମିତି କେତେ ବାତ୍ୟା, ବନ୍ୟା, କେତେ କେତେ ବିପଦ ଆସିଛ, ଯାଇଛି |ମୋର ହବିଷ୍ୟାଳି କରିବି, ତୁ ଏଗୁଡ଼ାକ ଏତେ ମିଛ କହନି |ତୁ ଉଠିଲୁ ମୋର ସେ ଟ୍ରଙ୍କ ରୁ ମୋ ଲୁଗାପଟା ଗୁଡାକ ଠିକ କରି ରଖେ |ମୁଁ କଣ ଏକା ଯାଉଛି, କେତେ କେତେ ଦୂର ରୁ ଆସିବେ ସବୁ |ରାଧେ କ୍ରିଷ୍ଣା ରାଧେ କ୍ରିଷ୍ଣା ତୁ ଉଠିଲୁ ଉଠ ସେଠୁ |

ପୁଅ ---ତୁ ଅବିକା ହିଁ ଦରକାର ଆ ଆ ଶୁଣିବୁ କଣ କହୁଛି ଟିଭି |

ବୋଉ --ଲଗେଇଲୁ ଲଗେଇଲୁ ଓଡ଼ିଆର ସମାଚାର,|ହଁ ମୁଁ ଯିବି ଯାହା ତ ହେବ ସଭିଙ୍କୁ ହେବ |ଜମା ଆଉ ଏ ଶରୀର ରେ ସେ ଶକ୍ତି ନାହିଁ ରେ |ତୋ ନାତିଆ ଖାଲି ଟିଭି ଟାକୁ ଏପଟ ସେପଟ କରୁଛି |

ପୁଅ --ମୁନୁ ଦେଏ ଠାକୁ ମାଆ ଦେଖୁଛନ୍ତି | ବୋଉ --ତୁ ଏବର୍ଷ ନଯାଇ ଏଇଠି ରହି ତୋର ବ୍ରତ ପୂରଣ କରିହେବ ନି |ଏତେ ବଡ ବାତ୍ୟା ଆସିବ, କେହିବି ପଦା ଙ୍କୁ ପଦାଙ୍କୁ ବାହାରିବେନି |ଆଉ ତୁ କହୁଛୁ, ଗାଁ ଘର ଛାଡି ବ୍ରତ ପାଳିବାକୁ ଯିବୁ|

ବୋଉ --ହଇରେ ମୁଁ ଯିବି!ମୋର ଯଦି ମରଣ ଥିବ ଘର କି ବାହାର ଯୋଉଠି ବି ରହିଲେ ମରିବି |"ମରଣ କାଳେ ନିଦ୍ରା ଗଲେ ଜନ୍ମ କି ଛାଡ଼ିଦେବ ଭଲେ ", ତୁ ମୋ ସହ ବକର ବକର ହନା ଯାଆ ତୋ କାମ କର |

ପୁଅ -ତତେ ବୁଝେଇବା ବଡ଼ କଷ୍ଟ, ବାପା ତ ପାରିଲେନି, ଛାଡେ ତୁ ଯାଆ |

ବୋଉ --ସେ ଯାହା ହେଉଛି ହେଉ, ବାତ୍ୟା ଆସୁ କି ସମୁଦ୍ର ଆସୁ ମୁଁ ଯିବି |ମୋର ବୟସ, ମୋ ଦିନ ସରି ସରି ଆସୁଛି ନା, ଆଉ ଆର ବରଷ ଏ ଜୀବନ ଥିବ ମୁଁ ବ୍ରତ କରିବାକୁ ଯିବି |ସେ ଜଗା କୁ ଦେଖିବି, ଭଲ ହେବ ତା ବଡ଼ ଦାଣ୍ଡ ରେ ମୋ ଜୀବ ଯିବ |ଆଉ ହଁ ତୁ ଯିବୁ ଖାଲି ମୋ ମୁହଁ ରେ ନିଆଁ ଟିକିଏ ଦେଇ ଆସିବୁ |ମୋର କିଛି କିଛି ହେବ ନାହିଁ ରେ |

ତୋ ନାତି ନାତୁଣୀ କୁଆଡେ ଗଲେ ଶୁଣିବେ ପା କାହାଣୀ |ଠାକୁ ମାଆ ତୁ କଣ ଏବେ କହିବୁ, ହଁ ରେ ବାଇଆ ଶୁଣୁ କହିବି, ହୁଁ ମାରିବ ବୁଝିଲ, ଆସ ମୋ ପାଖକୁ ଆସ |

ସେ ଜଗା ର ପିଲା ବେଳ ର କଥା କହିବି ଶ୍ରୀକୃଷ୍ଣ ଅବତାରୀ,

ଥରେ ଗୋପପୁର ରେ ଏହି ପରି ଜୋର ରେ ବର୍ଷା ହେଲା, ଗାଁ ଗଣ୍ଡା, ଘର ଦ୍ୱାର, ଏତେ ମାତ୍ରା ରେ ପାଣି ବରସିଲା ଯେ ଯମୁନା ନଈ ରେ ବଢ଼ି ହୋଇ ସବୁ ଆଡେ ଜଳ ମଗ୍ନ ହେଲା |ବିଚରା ଲୋକ ମାନେ ଭାରି ହୀନସ୍ତା ହେଲେ |କୁଆଡେ ଯିବେ କଣ କରିବେ କିଛି ବି ବୃଦ୍ଧି ଜୁଟୁ ନଥାଏ |ପଶୁ ପକ୍ଷୀ, ଠୁ ଆରମ୍ଭ କରି ସମସ୍ତେ ସେ ଶ୍ରୀହରି କୁ ଡାକିବାକୁ ଲାଗିଲେ |

ଏହି ଧରା ପୁରେ ସ୍ୱୟଂ ଈଶ୍ୱର ହିଁ ଥିଲେ,ଗୋପ ପୁର ଙ୍କୁ ରକ୍ଷା କରିବା ପାଇଁ, ତାଙ୍କ ସଖା ଙ୍କ ସହ ମିଶି ଗିରିଗୋବର୍ଧନ ପରବତ କୁ ଏକ କାଣୀ ଆଙ୍ଗୁଠି ରେ ଟେକି ଧରିଲେ |ଆଉ କହିଲେ ଗୋପପୁର ବାସି ସମସ୍ତ ପ୍ରାଣୀ ଏହାରି ତଳେ ଆସି ଆଶ୍ରୟ ନିଅ |ସମସ୍ତ ଜୀବ, ପ୍ରାଣୀ, ସୁରକ୍ଷିତ ହିଁ ଅନୁଭବ କଲେ |

ଯଦି ଭକ୍ତି ସତ, ଯଦି ଦିନ ରାତି ସତ, ଯୋଉଠି ପରମ ବ୍ରହ୍ମ ସ୍ୱୟଂ ଏ ଧରାପୃଷ୍ଟ ରେ ବିଦ୍ୟ ମାନ, ସେ ରଖିଲେ ମାରିବ କିଏ, ସେ ମାରିଲେ ରଖିବ କିଏ |ମୁଁ ଯିବି ମୋ ଜଗା ପାଖକୁ ସେଇଠି ହିଁ ମୋର ବ୍ରତ କରିବି ସେ ଆମ କୁ ସୁରକ୍ଷା ଦେବ |ତା ବାନା ବଡ଼, ଜଗତ ପାଇଁ ବୋଲାଏ ବଡ଼ ଠାକୁର, ବଡ଼ ଦାଣ୍ଡ ରେ ଥରେ ଗଲେ ଗଡି କୋଟି କୋଟି ଜନ୍ମ ର ପାପ ନେବ ଆଦରି |

  • ମୁଁ ଯିବି, ମୋ ଜଗା କୁ ଦେଖିବାକୁ ଯିବି


Rate this content
Log in

Similar oriya story from Drama