ଅନ୍ଧାର ଭିତରେ ମୋତିର ଆଲୋକ
ଅନ୍ଧାର ଭିତରେ ମୋତିର ଆଲୋକ
ଓଡିଶା ଏକ ବିଶାଳ ରାଜ୍ୟ |ଯାହାର କଳା, ସଂସ୍କୃତି, ପରମ୍ପରା, ଚାଲି ଚଳଣି, ପର୍ବ ପର୍ବାଣି ସବୁଠୁ ନିଆରା |ଭାଇ ଚାରର ଏହି ଓଡିଶା ମାଟି ରୁ ହିଁ ପ୍ରମୁଖତା ଦିଏ |ଯାହା ବୀର ମାନଙ୍କ ଅତୁଳନୀୟ ତ୍ୟାଗ, ପ୍ରେମ, ଆଉ ନିଜ ଜନ୍ମ ମାଟି ଙ୍କୁ ସୁରକ୍ଷା ଦେବା ପାଇଁ ଯାଇ କେତେକେତେ ପ୍ରାଣ ବଳି ଦେଇଯାଇଛନ୍ତି |ଯାହାଙ୍କୁ କଳା ସଂସ୍କୃତି ର ଆଖ୍ୟା ମଧ୍ୟ ଦିଆ ଯାଇଛି |ସେହି ଓଡିଶା ମାଟିରେ ଅନେକ କବି କବୟିତ୍ରୀ, ଗାଳ୍ପିକ, ଅଧାପକ ମଧ୍ୟ ଜନ୍ମିଛନ୍ତି |ଯାହାର ଚିର ସବୁଜ ମୟ କ୍ଷେତଙ୍କୁ ଦେଖି ଉତ୍କଳ କରେ ଗାନ |
ସେହି ଓଡିଶା ମାଟିର ଏକ କୋଣ ରୁ ଏକ ଝିଅ ସ୍ୱୟଂ ତାର ନାମ |ଆଦିବାସୀ ଝିଅ ଟିଏ ସିଏ |ନାଆ ଜଣା ତାକୁ ସ୍ୱାର୍ଥପର,ନାଆ ଜଣା ତାକୁ ଘୃଣା ଭାବ |ଜଣା ତ ଖାଲି ତାକୁ ସେହ୍ନ, ପ୍ରେମ ଆଉ ଭଲ ପାଇବା |ବଣ ଜଙ୍ଗଲ ଭିତରେ ସାଉଟୁ ଥାଏ ତାର କୁନି କୁନି ପାପୁଲିରେ ସେ ଅଙ୍କିତ ରେଖା ଯାହା ତାର ପରିଚୟ ତା ସାଜି କହେ ସ୍ୱୟଂ ଆଜି ଅଙ୍କନ ତୁଳିରେ ତୋର କି ଛବି ହେବ ଅଙ୍କିତ? ପଞ୍ଚମ ଶ୍ରେଣୀ ରେ ପଢେ ସ୍ୱୟଂ |ତାର ମାଆ, ବାପା ଜାତିରେ କାଠୁରିଆ ସେହି ଜଙ୍ଗଲ ରୁ କାଠ, ଲାଖ, ଚେର ମୂଳି, ସାଉଁଟି ପରିବାର ଙ୍କୁ ମୁଠେ ଦାନା ହିଁ ପାଏ |ହେଲେ ଝିଅ ଙ୍କୁ ପାଠ ପଢାଇ ବଡ଼ ମଣିଷ ଟିଏ କରିବେ, ଏହି ଅନ୍ଧାର ଗାଁ ରୁ ତାଙ୍କୁ ନେଇ ଦିନର ସୁଯ୍ୟ ଆଲୋକେ କିପରି ରଶ୍ମି ବିତାରୀବ ସାରା ଜଗତ ଙ୍କୁ ଜିଣିବ, ଏହି ଆଶା ଆଙ୍କାଖ୍ୟା ଉଙ୍କି ମାରେ ବାପା ମାଆ ଙ୍କ ମନ ରେ |ଡମୁଣି ଘର ର ପିଲା ସେ ଡାଲା, ବାଉସିଆ ତିଆରି କରିବା ନ ଶିଖିଲେ କାଲି ପର ଘର ଯିବ କଣ କହିବେ ସବୁ ? ଆଗ ମାଆ ଙ୍କୁ ହିଁ ଦୋଷ ଦେବେ ¡ହେଲେ ବାପା ତାର ଲାଗିଯାଇଥାନ୍ତି ଝିଅର ଟିକି ଟିକି ଆଶା ପୂରଣ କରିବାରେ |ବଜାର ରେ କାଠ, ପତ୍ର ବିକି ସ୍ତ୍ରୀ କହିଥିବା ରୋଷେଇ ସାମଗ୍ରୀ ଆଣୁ କି ନ ଆଣୁ ହେଲେ ଝିଅର ପାଠପଢା ର ଆବଶ୍ୟକ ଜିନିଷ, ସ୍ୱୟଂ ର ବାପା ଆଣି ଦେଇଥାନ୍ତି ଝିଅ ଙ୍କୁ |
ସେ ଯାହା ବି ହେଉ ଅତି କଷ୍ଟ ରେ ଚଳି ସେମାନେ ଝିଅ ଙ୍କୁ ପାଠ ପଢ଼ାନ୍ତି |ବଣ ପାହାଡ଼ ଭିତରେ ଛୋଟ କୁଡ଼ିଆ ର ଘର |ଗାଁ କହିଲେ କୋଡିଏ ଟି ଘର କୁ ନେଇ |ପାହାଡ଼ ମଧ୍ୟ ଦେଇ ସେମାନେ ପାଠ ପଢି ଯାଆନ୍ତି |ବରଷା ଦିନ ହେଲେ ଅନେକ ମନରେ ଆଶଙ୍କା ଆସେ |ଗୁରୁଜୀ ମଧ୍ୟ ସ୍ୱୟଂ ଙ୍କୁ ବହୁତ ଭଲ ପାଆନ୍ତି |କାରଣ ତାର ଚାଲିଚଳଣି, ବ୍ୟବହାର, ନମ୍ରତା, ପାଠପଢା ରେ ସବୁ ପିଲାଙ୍କ ଠାରୁ ଆଗ ରେ ସେ ଝିଅ ଟି |ଗୁରୁଜୀ ମଧ୍ୟ ବେଳେ ବେଳେ କିଛି ସାହାଯ୍ୟ ର ହାତ ବଢ଼ାନ୍ତି |
ଆଉ ଗୋଟିଏ ଗୁଣ ତା ମଧରେ ଭରି ହୋଇ ଅଛି |ଗାଁ ରେ ପାର୍ବପର୍ବାଣି ରେ ଗାଁ ର କାନ୍ଥ ରେ ଅତି ସୁନ୍ଦର ସୁନ୍ଦର ପୁରାତନ ଛବି ଙ୍କୁ ଅଙ୍କିତ କରି ବନ ଦେବି ଙ୍କୁ ତାଙ୍କର ପ୍ରଥମ ଭୋଗ ଲଗା ଯାଏ |ଆଉ ଏହି ଛବି ଙ୍କୁ ସେହି କୁନି ଝିଅ ସ୍ୱୟଂ ହିଁ ଆଙ୍କି ଥାଏ |ବଣ, ଜଙ୍ଗଲ,ଲତା,ପାହାଡ଼ ଯେମିତି ତାର ସାଙ୍ଗ |ତାଙ୍କରି ସେହ୍ନ ପ୍ରେମ ରେ ବନ୍ଧା ହୋଇ ବଢ଼ି ଆସିଛି |ବଣ ଜଙ୍ଗଲ ପାହାଡ଼ କଢ଼ ରେ ସେହି ଗାଁ ଟି |ନାଁ ଅଛି ପକା ରାସ୍ତା, ନାଁ ଆଲୁଅ ର ଚିକି ମିକି ସେହି ରାଇଜ |ନାଁ ସ୍ୱାସ୍ଥ୍ୟ ପାଇଁ କିଛି ବ୍ୟବସ୍ଥା, ନାଁ ପିଇବା ପାଣି ପାଇଁ କିଛି ନଳକୂପ, ପାଣି ପାଇଁ ଏକ ପୋଖରୀ, ପାନୀୟ ଜଳ ରୂପେ କୂପ ଯାହା ପୂର୍ବ ପୁରୁଷ ଙ୍କ ଖନନ ହୋଇଥିଲା |ଗାଁ ଲୋକେ ଅତି କଷ୍ଟ ରେ ଜୀବନ ଜାପାନ କରିଥାନ୍ତି |ଡିବିରୀ ଆଲୁଅ ଆଉ ଚୁଲି ର ଆଲୋକେ ଘରର କୋଣ ଅନୁକୋଣ ଙ୍କୁ ଦୃଶ୍ୟତା କରେ |
ଥରେ ସ୍ୱୟଂ ର ବାପା ବାପା ସହର ଯାଇଥିଲେ |ଆଉ ସେହି ସହର ରୁ ଝିଅ ପାଇଁ ଏକ ବେଟ୍ରି ଦିଆ ରେଡ଼ିଓ ଟିଏ ଆଣିଥାନ୍ତି | ତାର ତ ଖୁସି କହିଲେ ନ ସରେ |ସାରା ଗାଁ ବୁଲି ବୁଲି ସଭିଙ୍କୁ ଦେଖାଉ ଥାଏ |ଆଉ ଶୁଣାଉ ମଧ୍ୟ ଥାଏ |ପୁଷ୍ପପୁର ଆଦିବାସୀ ଅଂଚଳ ରେ ଯେମିତି ଖେଳି ଯାଉ ଥାଏ ଶିହରଣ ପରି ଏକ ଆଲୋକ| ସବୁ ଦିନେ ରେଡ଼ିଓ ରୁ ସ୍ୱୟଂ ଶୁଣେ ମହାନ ମହାନ ବ୍ୟକ୍ତି ଙ୍କ କଥା |ଆଉ ବାପା କୁ କୁହେ ମୁଁ ଦିନେ ଏମିତି ବାପା ବଡ଼ ମଣିଷ ହେବି |ଆଉ ଆମ ଛୋଟ ଗାଁ ଯୋଉ ଜଙ୍ଗଲ ପାହାଡ଼ ଭିତରେ ହଜିଯାଇଛି ତାଙ୍କୁ ସୂର୍ଯ୍ୟ ର ଦିନ ରେ ଆଲୋକ ଭଳି ରଶ୍ମିତା କରିବି |
ଏକଦା ତାର ବିଦ୍ୟାଳୟ ରେ ଏକ ପ୍ରତିଯୋଗିତା ହେଲା, ସେହି ପ୍ରତିଯୋଗିତା ରେ ସ୍ୱୟଂ ମଧ୍ୟ ଭାଗ ନେଲା |ହେଲେ ତା ପାଖରେ କେଉଁ ରଙ୍ଗୀନ ପେପର କି ରଙ୍ଗୀନ ରଙ୍ଗୀନ ର ପେନସିଲ ଅଛି ଯେ ସେ ବଡ଼ ବଡ଼ ପିଲାଙ୍କ ସହ ବସି ସେହି ପ୍ରତିଯୋଗିତା ରେ ସେ ତାର ହାତରେ ଅଙ୍କିତ ପୁରାତନ ବଣ ଜଙ୍ଗଲ ପାହାଡ଼ ସହ ଆଦିବାସୀ ଙ୍କ ପାର୍ବପର୍ବାଣି ର ଚିତ୍ର ଙ୍କୁ ଆଙ୍କି ସେଠାରୁ ସହରର ଅଭିମୁଖେ ତାର ଯାତ୍ରା ଆରମ୍ଭ କଲା |
