Kamal Kumar Dash

Classics

2  

Kamal Kumar Dash

Classics

ନାଲିଆ ମିସ

ନାଲିଆ ମିସ

2 mins
519


ସମୟ ଦିନ ଦିଟା ହେବ , ମାଡାମ ରାସ୍ତାରେ ଅଟୋ ରୁ ଓହ୍ଲାଇଲେ ଓ ଅଧ କିଲୋମିଟର ଦୂରରେ ଥିବା ତାଙ୍କ ଘର ଆଡେ ଚାଲିବାକୁ ଆରମ୍ଭ କଲେ ଏଇଟା ତାଙ୍କର ନୀତି ଦିନିଆଁ କାମ | ସକାଳ ଆଠଟାରେ ଚାରି କିମି ଦୂରରେ ଥିବା ସ୍କୁଲ କୁ ବାହାରନ୍ତି ଓ 2ଟାରେ ସ୍କୁଲରୁ ଫେରନ୍ତି | ହେଲେ ଆଜି ଟିକେ କାହିଁକି ରାସ୍ତାଟା ଖାଲି ଖାଲି ଥିଲା | ମାଡାମ କିଛି ଦୂର ଚାଲିବ ପରେ ଦେଖିଲେ ତାଙ୍କୁ କିଏ ଜଣେ ଫଲୋ କରୁଛି ,କିଛି ସମୟ ରହି ପଛକୁ ଦେଖିଲେ ପଛ ଲୋକଟି ବି ରହି ଗଲା | କଣ ଭାବିଲେ ସେ , ଏଇ ଟିକେ ପରେ କଲୋନୀର ପ୍ରଥମ ଘର ଆସି ଯିବ, କିଛି ହେଲେ ସେ  ଘରୁ କାହାକୁ ଡାକିବି କହି ଆଗକୁ ବଢିଲେ | ଘର ଅଳ୍ପ ବାଟ ଅଛି ସେ ଲୋକଟି ଜୋରରେ ସାଇକେଲ୍ ରେ ଆସି ତାଙ୍କ ଆଗରେ ଠିଆ ହୋଇଗଲା | ସେ ପଚାରିଲେ ତୁମେ କିଏ ? ଟିକେ ରହି ସେ ପିଲାଟି କହିଲା ମିସ ନମସ୍କାର , ମୁଁ ପିଲା ଦିନେ ଆପଙ୍କ ପାଖରେ ପଢ଼ୁଥିଲି ଓ ଆପଣଂକୁ ଏଠି ଦେଖି ଚିହ୍ନି ପାରି କିଛି କଥା ହେବାକୁ ଆସିଛି |ମାଡାମ ଙ୍କର ଟିକେ ଦମ୍ଭ ଆସିଲା ,ସେ ପଚାରିଲେ ତୋ ନାଁ କଣ କହିଲୁ ? ସେ କହିଲା ଦୀପକ, ମୁଁ କଟକରେ ଆପଙ୍କ ପାଖରେ ପଢ଼ୁଥିଲି ଓ ଆପଙ୍କୁ ନାଲିଆ ମିସ ଡାକୁଥିଲି | ମିସ ନ୍କ ମନେ ପଡିଲା 20 ବର୍ଷ ତଳର ଦୀପକ/ ଦିପୁ ର ଗୁଲଗୁଲିଆ ମୁହଁ ଓ ତାଙ୍କର ନାଲି ଡ୍ରେସ କଥା | ସେ ଫୁଣି ପଚାରିଲେ ତୁ ଏଠି କଣ କରୁଛୁ ? ଦିପୁ କହିଲା ଇଂଜିନିୟରିଂ ପଢୁଛି ହେଲେ ମିସ | ମିସ କହିଲେ ଘରକୁ ଚାଲ, ସେଠି ସବୁ କଥା ହେବା | ଦୁଇ ମିନିଟ୍ ରେ ଦିପୁ ଓ ମିସ ଘରେ ପହଁଚିଲେ | ଘରେ ବସାଇ ଦିପୁ କୁ ପଚାରିଲେ କଣ କହୁ ଥିଲୁ କହ | ଦିପୁ କହିଲା ମିସ ବାପା ମତେ ପଢାଇ ପାରିଲେ ନାହିଁ ଲୋନ ନେଇ ପଢୁଛି ହେଲେ ବାକି ଖର୍ଚ୍ଚ ପାଇଁ ଟଙ୍କା ନାହିଁ ତେଣୁ ଟିଉସନ କରିବି ବୋଲି ଭାବୁଛି , ଗୋଟେ ଟିଉସନ ଯୋଗାଡ଼ କରି ଦିଅନ୍ତୁ | ମିସ ତାକୁ କିଛି ଖାଇବାକୁ ଦେଲେ ଓ କହିଲେ କିଛି ଦରକାର ହେଲେ ମତେ କହିବୁ | ତା ପରେ ଜଣେ ସାଙ୍ଗ ର ନମ୍ବର ଦେଲେ ଓ କହିଲେ ସେ ମତେ ଟିଉସନ ମାଷ୍ଟର ଠିକ କରିବାକୁ କହିଥିଲେ, ତୁ ଯାଇ ତାଙ୍କୁ ଦେଖା କର | ମିସ ତାଙ୍କ ସାଙ୍ଗ କୁ ଫୋନ କରି ଦିପୁ ସନ୍ଧ୍ୟା ରେ ଯିବ ବୋଲି କହିଲେ | ମିସ କହିଲେ ଖାଇକି ଯିବୁ ଟିକେ ବସ | ସେ କହିଲା କ୍ଲାସ ଅଛି ପରେ ଆଉଦିନେ ଆସି ଖାଇବି | ଦିପୁ ମିସ ନ୍କ ପାଦ ଛୁଇଁ ପ୍ରଣାମ କରି ବାହାରିଗଲା |



Rate this content
Log in

Similar oriya story from Classics