STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Abstract

3  

ନାୟକ ଅକ୍ଷୟ ରାଜହସ୍ତୀ

Abstract

ନାଲି ସୁନା

ନାଲି ସୁନା

4 mins
161


ହେଲୋ...

ଶୁଣୁଚ...

ଆମ ଅଫିସ ଷ୍ଟାଫ୍ ମାନଙ୍କର ଗୋଟେ ଜରୁରୀକାଳୀନ ମିଟିଂ ଅଛି ଠିକ୍ ପାଞ୍ଚଟା ସମୟରେ l ସରୁସରୁ ଛଅ ବାଜିବ l ବ୍ୟସ୍ତ ହେବନି l

ହଁ ଶୁଣ... 

ମୁଁ କହୁଥିଲି କଣ କି?

ଟମି କି ଖାଇବାକୁ ଦେଲଣି ତ?

ଯଦି ନ ଦେଇଛ ଦେଇଦେବ

ଆଉ ଏବେ...

ତମେ ଫ୍ରିଜ୍ ପାଖକୁ ଯାଅ, ଆଉ ଲିଷ୍ଟକର କଣ ଅଛି ନ ଅଛି l

ହେଲା, ରହୁଛି..

ଆଉ ଶୁଣ...

କଲ୍ ନ କରିବନି, ଲିଷ୍ଟ ହ୍ୱାଟସ୍ଅପ କର l"


ଏମିତି କହି ଫୋନ୍ କାଟିଲେ ତନୁଜା l ଯଦିଓ ତାଙ୍କୁ ପଚାଶ ଛୁଇଁବାକୁ କିଛି ମାସ ବାକିଅଛି, କିନ୍ତୁ ସେ ଲାଗନ୍ତି ପଇଁତିରିଶ ବର୍ଷୀୟା ପରି l ସପ୍ତାହକୁ ଥରେ ଫେସିଆଲ୍, ଆଇବ୍ରୋ ସେଭ୍ ଓ ଡେଲିବଡି ଲୋସନ୍ ନ କରି ରହି ପାରନ୍ତିନି ସେ l ଗ୍ରୀନଫେସ୍ ସାଙ୍ଗକୁ ହାଲକା ମେରୁନ୍ କଲର ଚୁଡ଼ିଦାର ଓ ଗ୍ରୀନ୍ ଚୁନିରୀ ତାଙ୍କରି ସବୁଠୁ ବେଶୀ ପସନ୍ଦ l ସେଥିପାଇଁ ସହକର୍ମି ମାନେ ଖୁସିରେ ତରୁଣୀ ମାଡ଼ାମ୍ ବୋଲି କହନ୍ତି l ଅବଶ୍ୟ ଏମିତି ବଡିମେଣ୍ଟେନ୍ ନ କଲେ ଅଫିସ ଚେୟାର ଶୁଟ କରିବନି ତାଙ୍କ ମତରେ l

କିନ୍ତୁ ଘରକଥା ଉଠିଲେ ପୁରା ପୁରି ଓଲଟା l ଯାହାକୁ ଡେଖି କ୍ୱାଟର ପାଖ ଲୋକମାନେ ଘାଇଲା ବାଘୁଣୀ ବୋଲି କୁହନ୍ତି। ପୁଅଝିଅ ତାଙ୍କ ପରି ହାବଭାବ l କିନ୍ତୁ ସ୍ବାମୀ ଗଣେଶ ବାବୁ ସରଳ ମେଳାପୀ ମଣିଷଟିଏ l ତିନିଜଣଙ୍କ ଠାରୁ ସମ୍ପୂର୍ଣ ଅଲଗା l କେଉଁ ଏକ ଇନସୁରାନସ କଂପାନୀରେ ମ୍ୟାନେଜର ଥିଲେ l ଇଲେକ୍ଟ୍ରିକାଲ ଶର୍ଟ ସର୍କିଟ ଯୋଗୁଁ ଡିଉଟିରେ ଥିବା ବେଳେ ତାଙ୍କ ଦେହର କିଛି ଅଂଶ ପୋଡ଼ି ହେଇଗଲା ତତସହ ତାଙ୍କ ପରିଚାଳନାଗତ ତ୍ରୁଟି ପାଇଁ ଚାକିରୀରୁ ବିଦା ହେବାକୁ ପଡିଥିଲା l ଯେଉଁଥିପାଇଁ ତନୁଜା ଖାଲି ଗରଗର ହୁଅନ୍ତି l ବାଧ୍ୟରେ ଉଠବସ ହୁଅନ୍ତି ଗଣେଶ ବାବୁ l ଅଫିସରେ କାମ ଥାଉ କି ନ ଥାଉ ତନୁଜା ନିର୍ଧାରିତ ସମୟ ଆଗରୁ ଇ ସ୍କୁଟିରେ ବାହାରି ଯାଆନ୍ତି lଘରର ଯାବତୀୟ କାମ ସ୍ବାମୀ କରନ୍ତି l କେବେ କେବେ ବେସିନ ସଫା କରିବା, କିଚେନ୍ ରୁମ୍କୁ କେମିତି ପିମ୍ପୁଡ଼ି ଗଲେ? ଚା'ପତି କାହିଁ ଏତେ ତଲେ ପଡ଼ିଛି ? ଫ୍ରିଜ୍ ରେ ଠିକ୍ଠାକ୍ ଜିନିଷ ରହୁଛି କି ନାହିଁ ? ଗ୍ୟାସ ଚୁଲା ବର୍ଣ୍ଣରରେ ଉତ୍ତାପ ନ ଆସିବାର ସବୁ କାରଣ ଇତ୍ୟାଦି ସବୁ କୈଫତ୍ ଦେବାକୁ ବାଧ୍ୟ ହୁଅନ୍ତି ଗଣେଶବାବୁl କେବେ କେବେ ଯଦି କିଛି ଭୁଲ୍ ଭଟକା ହୋଇଯାଏ ସଂଗେ ସଂଗେ ତନୁଜା ତାଙ୍କୁ ଗୋବର ବୋଲି ମୁଁହ ଛିଞ୍ଚାଡିକରି କୁହନ୍ତି l ସବୁ କିଛି ସହି ଯାଆନ୍ତି l

ସେଦିନ ମଧ୍ୟ ତନୁଜାଙ୍କ ଫୋନ୍ କଲ୍ ଅନୁସାରେ ଫ୍ରୀଜ୍ ଖୋଲି ଆସିବାକୁ ଥିବାସବୁ ପନିପରିବାର ତାଲିକା କଲେ l

ଆଉ ମେସେଜକରି ପଠେଇ ଦେଲେ l

 ତାଲିକା ନେଇ ହାଟରେ ପହଞ୍ଚି ଗଲେ ତନୁଜା l

ପ୍ରଥମେ ଦି ତିନି ଘେରା ବୁଲି ଆସିଲେ କେଉଁଠି ଶସ୍ତା, କେଉଁଠି ମହଙ୍ଗା l ଦେଖିଲେ ସବୁଠି ଏକା ପ୍ରକାରର ଦାମ୍ l କିଛି ବାଟ ଆଗକୁ ଯାଉ ଯାଉ ଦେଖିଲେ ଗୋଟେ ବେପାରୀ ଡାକ ଛାଡୁଛି , ଆସିଗଲା ଆସିଗଲା ସ୍ଫେସିଆଲ ଅଫର୍ ଖାଣ୍ଟି ନାଲି ସୁନା ମାତ୍ର ଦେଢ଼ଶ ଟଙ୍କା l ଡାକଶୁଣି କିଛି କ୍ଷଣ ପାଇଁ ସ୍ଥିର ହୋଇ ସେଇ ଡ଼ାକ ଆଡେ ମୁଁହ ବୁଲାଇଲେ ତନୁଜା l ବଡ ଅଜବ ଲାଗିଲା ତାଙ୍କୁ l ଜୁଏଲାରୀ ଦୋକାନ ବାଲା ଶେଷରେ ହାଟରେ ପସରା ମେଲାଇ ଦେଲେ , ଅବଶ୍ୟ ଆ

ଜିର ଡିଜିଟାଲ ଯୁଗରେ ପ୍ରସାର ପ୍ରଚାର ସାଙ୍ଗକୁ ବିକ୍ରି କରିବା କିଛି ନୂଆ କଥା ନୁହେଁ l ଯାହା ବି ହେଉ ନାଲି ସୁନା ନାଆଁ ଶୁଣି କିଣିବା ପାଇଁ ଆଗ୍ରହ ବଢ଼ିଲା l ପୁଣି ଭାବିଲେ ସୁନାରଙ୍ଗ ତ ହଳଦିଆ, ଏଇ ନାଲି ରଙ୍ଗର ସୁନା କଣ ? ଉତ୍ସାହିତ ହୋଇ ମୁହେଇଁଲେ ସେଇ ଆଡକୁ l ପହଂଚି ଦେଖିଲେ ଫ୍ରେଶ ଟମାଟୋ l ଇମିତି ଡାକ କାହିଁକି ପଚାରିବାରୁ ଦୋକାନୀ ଉତ୍ତର ଦେଲେ ଆଜ୍ଞା, ବର୍ତ୍ତମାନ ନାସିକ, ରାୟପୁର, ବାଙ୍ଗାଲୋରରେ ପ୍ରବଳବର୍ଷା l ସେଠୁ ପନିପରିବା ଓଡ଼ିଶାରେ ସଠିକ୍ ସମୟରେ ଆସି ପାରୁନି l ଯାହାଥିଲା ମାଲଗୋଦାମରେ ,ଏବେ ଏହାର ମୂଲ୍ୟ ବଢ଼ି ଯାଇଛି l ସୁନାର ସଉକ ପରି ଏହାର ଚାହିଦା ପ୍ରତି ରୋଷେଇ, ଘରେ ବଢ଼ିଯାଇଛି l ଡାଲି, ଆମିଷ, ତରକାରୀ ସବୁ ଟମାଟୋ ବିନା ରୁଚିକର ସ୍ଵାଦିଷ୍ଟ ହେଉନି l

ଆଗକୁ ଆହୁରି ଦାମ୍ ବଢିବ l

ସବୁକଥାଶୁଣି ନିଜ ବ୍ୟାଗ୍ ରେ କିଲେ ଟମାଟୋ କିଣି ଚାଲିଆସିଲେ ଘରକୁ l

ତନୁଜା ପହଂଚିବାର ହର୍ଣ୍ଣ ଶୁଣି ଗଣେଶବାବୁ ସଂଗେ ସଂଗେ ଖୋଲିଦେଲେ ଗେଟ୍ l 

ଗାଡ଼ି ଷ୍ଟାଣ୍ଡମାରି କହିଲେ "ସାବଧାନରେ ବ୍ୟାଗ୍ ଧର ଟମାଟୋ ଅଛି, ଯେମିତି ଫାଟି ନ ଥାଏ l ଆଉ ଟମାଟୋ ଖାଇ ହେବନି l ପୁରା ଦେଢ଼ ଶ ଟଙ୍କା l ହଁ ଶୁଣ...

 ଏତକ ଯେମିତି ସପ୍ତାହେ ଯିବ। 

ଦରକାର ହେଲେ ଫାଳେ କାଟି ଫ୍ରିଜରେ ରଖିଦେବ l " ସମ୍ମତି ପ୍ରକାଶକଲେ ଗଣେଶବାବୁ l

ସବୁଦିନ ପରି ନିତିଦିନିଆ ଅଫିସ୍ କାମରେ ବାହାରିଯାଆନ୍ତି ତନୁଜା l

ହେଲେ ସେଦିନ ଥାଏ ରବିବାର l ମଟନ୍ ଖାଇବାକୁ ମନହେଲା ତାଙ୍କର l ଫୋନ୍ କରି ମଗେଇଲେ ଅଧା କେଜି l ପିଆଜ ରସୁଣ ଛଡେଇବା ପରେ ନଜର ପଡିଗଲା ଟମାଟୋ ଉପରେ l ଭଲକରି ଗଣିଲେ ଆଉ ମାତ୍ର ଗୋଟିଏ ଅଛି l ଏତେ ଟମାଟୋ ଗଲା କୁଆଡେ ? ସେ ତ ସେଦିନ ଗଣିଥିଲେ ଦଶଟି l ଆଜକୁ କିଣିବାର ସାତଦିନ l ଦିନକୁ ଗୋଟେ ଟମାଟୋ ହେଲେ ସାତଟି ହେବାକଥା l ଅବଶ୍ୟ ମଦୁଆ ପୁଅ ଘରେ ଥିଲେ ସେ କାକୁଡି, ଲେମ୍ବୁ ସଙ୍ଗେ ମିଶେଇ ସାଲାଡ଼ କରି ଖାଇଥାଆନ୍ତା କିମ୍ବା ଝିଅ ଘରେ ଥିଲେ ସେଥିରେ ଭିଟାମିନ ସି ଥିବାରୁ କେତେବେଳେ କୋଲେଷ୍ଟ ରେଲ୍ କମେଇବା ପାଇଁ ତ, ଆଉ କେତେବେଳେ ମୁଁହରେ ଆଖିରେ ଚମକ ଆଣିବା ପାଇଁ ଗୋଲ୍ ଗୋଲ୍ କାଟି ଲଗେଇଥାନ୍ତା, ହେଲେ ସେମାନେ ଦିଜଣ ତ ହଷ୍ଟେଲରେ l ସଂଦେହ ବଢ଼ି ଗଲା ତାଙ୍କର l

ଏତେ ଶୀଘ୍ର ସରିଗଲା l ଚଢ଼ାସ୍ଵରରେ କହିଲେ "ଗୋବରବାବୁ ସତକୁହ l

ଟମାଟୋ ଗଲା କୁଆଡେ l" ସେତେବଳକୁ ତନୁଜାଙ୍କ ପାଟିଶୁଣି ଗୋଟାପଣେ ଥରିବାକୁ ଲାଗିଲେ ସେ l କିଛି କହିପାରିଲେ ନାହିଁ l ତନୁଜା ଘଟଣାକୁ ଖୋଳତାଡ଼ କରିବାକୁ ଯାଇ ବଡପାଟିରେ କହି ଉଠିଲେ ରିତା ଆସିଥିଲା କି???

କିଛି କହି ପାରିଲେନି ଗଣେଶବାବୁ l

ମୁହଁତଳକୁ ପୋତି ନୀରବ ରହିଲେ l

ତନୁଜା ଆଖିଆଗରେ ଭାସି ଉଠୁଥାଏ ପିଅନ ରିତା ସହ ସ୍ବାମୀଙ୍କ ଗୁଲୁରୁ ଗଲୁରୁ ପ୍ରେମ କଥାବାର୍ତ୍ତା l ଯାହାର ସୁଯୋଗ ନେଇ ସେଦିନ ଅଫିସ୍ ଭିତରକୁ ଧସେଇ ପଶିଥିଲା ବଡ ଦୁର୍ଘଟଣା l କମ୍ପାନୀରେ ନିଆଁ ଲାଗିଥିଲା ଏମାନଙ୍କ ଦାୟୀତ୍ବ ହୀନତା ପାଇଁ l ଦୁହେଁ ହୋଇଥିଲେ ଚାକିରିରୁ ବିଦା ହୋଇଥିଲେ l ହେଲେ ଆଜି ଆଉ ଥରେ ପୁଣି ଆଗାମୀ ଦିନରେ ଘଟିବାକୁ ଯାଉଥିବା ଦୁର୍ଘଟଣାର ନାଲି ସଂକେତ ନାଲିସୁନା ଠୁ ପାଇ ଲଥକରି ବସିପଡ଼ିଲେ ସୋଫା ଉପରେ l


Rate this content
Log in

Similar oriya story from Abstract