ନାଲି ଚା
ନାଲି ଚା
ଅଜଣା ରାସ୍ତାରେ ଚାଲୁ ଚାଲୁ ସମୟ ସୁଅରେ ମାଗୁଣି ଗାଁରେ ଥାଏ. ଗାଁରେ ବାଦୀପାଲା, ସଂକୀର୍ତ୍ତନ, ଘୋଡାନାଚ ଇତ୍ୟାଦର ପୁରୋଧା ସାଜି ସେସବୁର ପୁନନ୍ନଉଦ୍ଧାର କାର୍ଯ୍ୟ କରି ଘରକୁ ଫେରିଲା ବେଳକୁ ଭାରି ନିଃସଙ୍ଗ ଲାଗେ. କିଏ ଟୋପେ ନାଲି ଚା କରି ହାତକୁ ବଢ଼େଇ ଦେବାକୁ ନଥାଏ ତ ମନ ଊଣା କରେ. ଅତୀତ ମନେ ପଡେ. ଲଷ୍ମୀ ଏ ଘରକୁ ବୋହୁ ହୋଇ ଆସିବା ବେଳର କଥା ମନେପଡେ. ପୁଣି ମନେପଡେ ଝିଅ ସାବେରୀ ଜନ୍ମ ବେଳ କଥା. ପ୍ରଥମ ପିତୃତ୍ୱ ଜାହିର କରୁ କରୁ ସାବେରୀ କଥା କହୁନଥିଲା. ଦିବ୍ୟାଙ୍ଗ ହୋଇ ବାହାରିବା ସହିତ ମାନସିକ ଓ ଶାରୀରିକ ସ୍ତରରେ ଦୁର୍ବଳ ଥିବା ଦେଖି କେତେ ଉପଚାର କଲେ ମଧ୍ୟ ଭଲ ହେବା ବଦଳରେ ବୋଝ ପରି ପ୍ରତୀୟମାନ ହେବାରୁ ତା ପ୍ରତି ନିଷ୍ଠୁର ହୋଇ ଅଜଣା ଷ୍ଟେସନରେ ବସାଇ ଦେଇ ଲଷ୍ମୀଙ୍କୁ ଯେତେ ବୁଝେଇଥିଲେ ମଧ୍ୟ ଲଷ୍ମୀ ହଜିଯାଇଥିଲା ଏ ସଂସାରରୁ. ପରବର୍ତ୍ତୀ ସମୟରେ ଲଷ୍ମୀ ଓ ସାବେରୀ, ମାଆ ଝିଅ ଦୁହିଁଙ୍କୁ ଶିଶୁ ସଦନରେ ଆବିଷ୍କାର କରିଥିଲେ ମଧ୍ୟ ସମୟ ଗାଡିଯାଇଥିଲା. ଝିଅ ବଢ଼ି ପଢି ଡାକ୍ତବାବୁଙ୍କ ଦ୍ୱାରା ସୁସ୍ଥ ହୋଇ ଚିତ୍ରଶିଳ୍ପୀ ଭାବେ ନିଜକୁ ଗଢି ସାରିଥିଲା. ଏସବୁ କଥା ମନେ ପକେଇ ମାଗୁଣି ଭାବୁଥିଲା ତା ଅଜଣା ପଥର ପଥିକ ହୋଇ ବାଟ ଚାଲୁ ଚାଲୁ ଗାଁକୁ ଫେରି ସେ ଏବେ କେମିତି ଗ୍ରାମ ଓ ଗ୍ରାମବାସୀଙ୍କ ସେବାରେ ନିଜକୁ ସମର୍ପି ଦେଇଥିଲେ ମଧ୍ୟ ବେଳେ ବେଳେ ସନ୍ତାପିତ ହେଉଛି ତା ହୃଦୟ. ଲଷ୍ମୀ ଓ ଝିଅ ସାବେରୀ କଥା ମନେପଡୁଛି. ଏବର୍ଷ ରଯାତ୍ରା ଷ୍ଟଲମାନଙ୍କ ଭିତରୁ ଜଗନ୍ନାଙ୍କ ଚିତ୍ର ସବୁର ଷ୍ଟଲରେ ଥିବା ଚିତ୍ରଗୁଡିକ ଉଚ୍ଚ ପ୍ରଶଂଶିତ ହେଲା ବେଳେ ଚିତ୍ରଶିଳ୍ପର ନାମ ସାବେରୀ ପ୍ରଧାନ ଶୁଣି ଚମକି ପଡିଥିଲା. ଏବେ ଗାଁରେ ଚିତ୍ରକଳା ସ୍କୁଲଟିଏ ଖୋଲିବାକୁ ଯୋଜନା ଚାଲିଛି. ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଁ ସବୁ ପ୍ରସ୍ତୁତି ସରିଛି.
ଯେଉଁଦିନ ଚିତ୍ରଶିଳ୍ପୀମାନେ ଆସି ଉପସ୍ଥିତ ହେଲେ ସେଦିନ କେତେ ଖୋଜିଲା ମାଗୁଣି. ତା ଝିଅ ସାବେରୀ ଏ ପ୍ରାଥୀ ପ୍ରାର୍ଥୀନୀ ଭିତରେ ଥିବ ଭାବି ଏମୁଣ୍ଡରୁ ସେମୁଣ୍ଡ ଯାଏଁ ଖୋଜୁଥିଲା କାହାକୁ. ନିଯୁକ୍ତି ପ୍ରକ୍ରିୟା ସରିଗଲା. ଯିଏ ଯାହା ଘରକୁ ବାହୁଡ଼ିଲେ. ସନ୍ଧ୍ୟାରେ ଦୁଇ ମହିଳା ଉଠିଆସିଲେ ମାଗୁଣି ପାହାଚ ଦେଇ ଘର ଭିତରକୁ. ବୟସ୍କ ମହିଳାଟି ସତେ ଯେମିତି ସବୁ ଜାଣିଛି ଏ ଘର ବିଷୟରେ ସେହିଭଳି ହାବଭାବ ଦେଖାଇ ମାଗୁଣି ହାତକୁ ନାଲି ଚା କପ ବଢ଼େଇଲା ବେଳେ ମାଗୁଣି କହିଥିଲା ଆପଣ କିଏ? ମୁଁ ନାଲି ଚା ପିଇବାକୁ ପସନ୍ଦ କରେ ବୋଲି ଆପଣ କେମିତି ଜାଣିଲେ!ମୁଁ ଲଷ୍ମୀ ଆଉ ଏ ଆମ ଝିଅ ସାବେରୀ. ସେ ଗାଁ ଚିତ୍ରକଳା ସ୍କୁଲରେ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛି.ମାଗୁଣି କାବା ହୋଇ ଚାହିଁଥିଲା ସାବେରକୁ. ସେ ନଇଁ ପଡି ପ୍ରଣାମ କଲାବେଳେ ମାଗୁଣି ତା ଆଖିକୁ ବିଶ୍ୱାସ କରିପାରୁନଥିବା ବେଳେ ଲଷ୍ମୀ କହୁଥିଲା ଧର୍ଯ୍ୟ ଓ ସାହାସ ରଖି ପ୍ରଗତିଶୀଳ ବିଜ୍ଞାନକୁ ଆପଣେଇ ଶିଖିଲେ ସବୁ ସମ୍ଭବ.ରୋଗୀର ଇଛାଶକ୍ତି ଓ ପ୍ରୟାସ, ଡାକ୍ତରଙ୍କ ଅଧ୍ୟ୍ୟବସାୟ ଓ ପାରିବାରର ଧର୍ଯ୍ୟ ତଥା ସାହାସ ହିଁ ମିରାକିଲ ଭଳି ଔଷଧ ରୂପେ କାର୍ଯ୍ୟ କରିପାରେ. ଝିଅ ସାବେରୀ ମଧ୍ୟ ଐଶ୍ଵରିକ ଭକ୍ତି ଭାବନାରେ ଉଦବୁଦ୍ଧ ତେଣୁ ଆସ୍ତେ ଆସ୍ତେ ନାସିକାର ଧ୍ୱନି ଓ କଣ୍ଠ ମଧ୍ୟରେ ଥିବା ଧ୍ୱ ନି ମଧ୍ୟରେ ଥିବା ଫରକ ବୁଝି ଓ ଶିଖି ଆଗକୁ ବଢିବାକୁ ହୁଏ. ପରେ ପରେ ଅଧର ଧ୍ୱନି ଶିକ୍ଷା ଦେଇ ଅସ୍ପଷ୍ଟ କଥା କହୁ କହୁ କଥା ସ୍ପଷ୍ଟ ହୋଇ ସୁସ୍ପଷ୍ଟ କଥା ରୋଗକୁ କୁହାଇ ଦିଆଯିବାର ରାସ୍ତା ଦେଖାଇ ଦିଆଯାଇପାରେ. ଆଜନ୍ମ ଗ୍ରହଖଣ୍ଡିଆ ଆଠ ବର୍ଷର ବାଳକ ଅକ୍ଷୟକୁ କ୍ୟାପଟେନ ଡକ୍ଟର ସୌରଭ ସାଲୁଙ୍କେଙ୍କ ଉପରୋକ୍ତ ବର୍ଣ୍ଣିତ ପଦ୍ଧତିରେ ଆଜିକାଲି ଡାକ୍ତରମାନେ ତାଙ୍କରି ପଦ୍ଧତି ଅନୁସରଣ କରି ସେହି ପଦ୍ଧତି ଆପଣେଇ ସାବେରୀକୁ କଥା କୁହାଇବା ଶିକ୍ଷା ଦେବା ସହ ଆସ୍ତେ ଆସ୍ତେ ତାର ଅତିଜିମ ମଧ୍ୟ ଦୂର ହେଲା. ପ୍ରଥମେ ପାଟିରେ ପାଣି ପୁରାଇ ଖଳ ଖଳ କରିବା ଜିଭ ଓ ଅଧହନୁର ବା୍ୟାମ କରାଇବା ଆଦି କାର୍ଯ୍ୟ ଶିଖାଉ ଶିଖାଉ ନାସାଗତ ଓ ମୁଖଗତ ଧ୍ୱନି ମଧ୍ୟରେ ଥିବା ଅନ୍ତର ଵା ଫରକ ଶିଖି କ୍ରମେ ଅଧଧ୍ୱନି ଓ ଆଉ ଜିଭକୁ ତାଳୁରେ ଲଗେଇ ଉଚ୍ଚାରଣ କରାଯାଉଥିବା ଧ୍ୱନି ସୃଷ୍ଟି କରିବା ଶିକ୍ଷାଦିଆଯାଉଥିଲା. ଗଳାରେ ସ୍ଫୁରୁଥିବା ଧ୍ୱନି ଅଭ୍ୟାସ କରିବା ଦ୍ୱାରା ସାବେରୀ କଥା କହୁ କହୁ କହିପାରିଲା. ଆଜି ସେହି କାରଣରୁ ସେ ନିଜ ଜନ୍ମ ମାଟିରେ ଗଢି ଉଠିଥିବା ଚିତ୍ରକଳା ବିଦ୍ୟାଳୟର ଚିତ୍ରକଳା ବିଭାଗର ଶିକ୍ଷୟିତ୍ରୀଟିଏ. ମାଗୁଣି ଜଳ ଜଳ କରି ଚାହିଁ ଶୁଣୁଥିବା ବେଳେ ଲଷ୍ମୀ ଆଉ ଏକ ନାଲି ଚା କପ ମାଗୁଣି ହାତକୁ ବଢ଼େଇ ଦେଉଥିଲା ତ ଛଳ ଛଳ ଆଖିଦୁଇଟା ପୋଛୁ ପୋଛୁ ଝିଅ ତା ଆଖି ଦ୍ବୟକୁ ଆପ୍ଫା କରିଦେଉଥିଲା.
