Jyotiranjan Sahu

Abstract

2  

Jyotiranjan Sahu

Abstract

ମୂଲ୍ୟହୀନ

ମୂଲ୍ୟହୀନ

2 mins
267


ଏଇ କିଛିଦିନ ହେବ ବାପାକୁଂ ଦେଖି ଦେଲେ କାହିଁକି କେଜାଣି ରାଜୁ ବହୁତ ଡରିଯାଉଛି । ତା ଡର କୁ ଦେଖି ଆଜି ରାଜୁର ଜେଜେ ରାଜୁକୁ ଡାକି ପଚାରିଲେ " ଏ ନାତିଆ ! ତୋ ବାପା କୁ ଦେଖିଲେ ଲୁଚୁଛୁ କାହିଁକି କିରେ " ? ପାଦ ଚିପିଚିପି ଜେଜେ କଂର ଖଟ ପାଖକୁ ଆସି ରାଜୁ ଚୁପ୍ ଚୁପ୍ କହିଲା " ଜେଜେ ! ତୁମେ ଜାଣିନ କି ! ଯିଏ କାମ କରିନପାରିବ ବାପା ପରା ତାକୁ ଘରୁ ବାହାର କରିଦେଉଛନ୍ତି ଆଉ ହାଟରେ ନେଇ ବିକିଦେଉଛନ୍ତି " ! ରାଜୁ ର କଥା କିଛି ବୁଝିପାରିଲେନି ତା ଜେଜେ । ପୁଣି ପଚାରିଲେ " ହୋଇରେ ମେନ୍ଚଡ ଟୋକା ! କଣ କହୁଛୁ କିଛି ବୁଝାପଡୁନି " । ଚିଡିଯାଇ ରାଜୁ କହିଲା " କଣ ବୁଝିପାରୁନମ ଜେଜେ ! ଗତ ହାଟ ପାଳି ଦିନ ବାପା ପରା ଆମ ଗଉରା ଆଉ ଶଂକରା କୁ ନେଇ ହାଟରେ ବିକିଦେଲେ ! ମୁଁ ପଚାରିଲାରୁ କହିଲେ ଗଉରା , ଶଂକରା ବୁଢା ହୋଇଗଲେଣି । ବଳ ନାହିଁ ହଳ କରିବାକୁ । କାମ କିଛି କରିପାରିବେନି ଯଦି ଘରେ କାହିଁକି ରଖିବି ! ଖାଲିରେ କଣ ପାଇଁ ଖାଇବାକୁ ଦେବି । ସେଇଥିପାଇଁ ହାଟକୁ ନେଇଯାଉଛି । ଯଦି କିଏ କିଣିଲା ତ ଭଲ ନହେଲେ ଫେରିଲାବେଳେ ଜଂଗଲରେ ଛାଡିଦେଇ ଆସିବି । ଆଚ୍ଛା ଜେଜେ ! ମୁଁ ତ ଛୋଟ ଛୁଆ । ମୋର ବାପାକଂ ଭଳିଆ ବଳ ନାହିଁ ! ମୁଁ ତ ଘର କାମ କିଛି କରିପାରୁନି । ଆଉ ତୁମେ ତୁମେ ବି ତ ବୁଢା ହୋଇଗଲଣି । ଖାଲି ଖାଲି ଖଟ ଟାରେ ପଡିରହିଛ ! କାମ କିଛି କରିପାରୁନ । ବାପା , ମା ସମସ୍ତେ ତୁମକୁ ଗରଗର ହେଉଛନ୍ତି । ସେଇଥିପାଇଁ ମୋ ସାଂଗରେ ତୁମକୁ ବି ବାପା ଘରୁ ବାହାର କରିଦେବେ । ଆଜି ହାଟ ପାଳି । ଆମକୁ ବି ହାଟରେ ନେଇ କି ବିକିଦେବେ । ସେଇଥିପାଇଁ ମୁଁ ଲୁଚି ଯାଉଛି । ତୁମେ ବି ବାପା ଆସିବା ଆଗରୁ ଲୁଚିଯାଅ " । ଏତିକି କହି ରାଜୁ ଦୌଡିଗଲା ପାଳ ଗଦା ପଟେ ଲୁଚିବାକୁ । ତା ଜେଜେ କିନ୍ତୁ ଭାବୁଥାଆନ୍ତି ' ପାଗଳାଟା କିଛି ବୁଝେନାହିଁ । ସିଏ ପରା ଏ ଘର ର ଭବିଷ୍ୟତ ! ! କିନ୍ତୁ ମୁଁ ତ ପାଚିଲା ପତର । ତାହା ହେଲେ କଣ ସତରେ କାମ କରିପାରୁନଥିବା ମୋ ଭଳି ଦୁର୍ବଳ ଅପାରଗ ବୃଦ୍ଧ ଜୀବଗୁଡା ଆଜିର ଏ ସମାଜ ପାଇଁ ସଂମ୍ପୂର୍ଣ୍ଣ ମୂଲ୍ୟହୀନ "


Rate this content
Log in

Similar oriya story from Abstract