STORYMIRROR

ବୀଣା ନାୟକ

Abstract Tragedy Fantasy

4  

ବୀଣା ନାୟକ

Abstract Tragedy Fantasy

ମୁଠାଏ ପ୍ରେମ

ମୁଠାଏ ପ୍ରେମ

6 mins
4

          ମୁଠାଏ ପ୍ରେମ ମଦନ ବିଲରୁ ଆସି ଘର ବାରଣ୍ଡାରେ ବସିଛି ପୁଅ ରାକେଶ ଆସି କହିଲା "ବାପା ଜାଣିଛ ଆଜି ଆମଗାଁ ସ୍କୁଲକୁ ନୂଆଁ ପ୍ରିନ୍ସିପାଲ ଆସି ଯଇନ କରୁଛନ୍ତି" ମଦନ କହିଲେ "ହଁ ସ୍କୁଲ ଅଛି ଯେତେବେଳେ ଏମିତି ଅନେକ ପ୍ରିନ୍ସପାଲ ଆସୁଥିବେ ଯାଉଥିବେ ଏଥିରେ ଭାବିବାର କଣ ଅଛି "ରାକେଶ କହିଲେ "ନାଇଁ ବାପା ଏବେ ଯୋଉ ପ୍ରିନ୍ସପାଲ ଆସୁଛନ୍ତି ସେ ଏମିତି ସେମିତି ନୁହଁ " ମାନେ ମୁଁ କିଛି ବୁଝିପାରିଲିନି ସେ ତ ପୁଣି ଆମଭଳି ମଣିଷଟିଏ ନା ଆଉ କିଛି ଅଧିକା ସିଏ ଯାହା ହଉନା କାହିଁକି ଆମର କଣ ଅଛି ଆମର ଚାଷ ଭଲ ଅଛିତ ଆମେ ଭଲ ଏହି ଭଳି ଭାବରେ ମଦନ କହିଲେ ତାଙ୍କ କଥା ମଝିରେ ପଶି ରାକେଶ କହଲେ "ସିଏ ଆଉ କେହି ନୁହନ୍ତି ବାପା ସିଏ ପରା ମୋ ମାଁ ଆମ ଗାଁ ସ୍କୁଲର ପ୍ରିନ୍ସପାଲ " ମଦନ ଚମକି ପଡିଲେ ଅନେକ କଥାକୁ ମନରେ ଚାପିଧରି ଅତି ସହଜ ଭାବରେ କହିଲେ ହଁ ସିଏ ତୋର ମାଁ ହେଇପାରେ ହେଲେ ମୋର କେହି ନୁହଁ ଯୋଉ ଦିନ ଖଣ୍ଡିଏ କାଗଜରେ ସମ୍ପର୍କଟାକୁ କାଟିଦେଇ ଏଘର ଛାଡି ଚାଲିଗଲା ସେଇଦିନରୁ ଆଉ ତା ସହିତ ମୋର ସମ୍ପର୍କ କଣ ଏକଥାଟା ମୋତେ କହିବାର ମାନେ କଣ। ତୁ ଏକଥା କହିପାରୁ ଯେ ସେ ତୋର ମାଁ ମୁଁ ଏଥିରେ ଦ୍ବିମତ ଜମା ହେବିନି ହେଉ ତଥାପି ଠାକୁରେ କରନ୍ତୁ ତାଙ୍କ ପଦବୀରେ କେବେ ଧୂଳି ନଲାଗୁ " ମଦନର ଘର କହିଲେ ପୁଅ ରାକେଶ, ବୋହୁ ରଶ୍ମିତା, ନାତି ରୁପେଶ ଆଉ ନାତୁଣୀ ଅନିଶା ଏମାନଙ୍କୁ ନେଇ ହିଁ ମଦନର ସଂସାର ଦୀର୍ଘ ପଚିଶ ବର୍ଷ ତଳେ ସେ ସୁଜାତାଙ୍କୁ ବିବାହ କରିଥିଲେ ବଗୁଲା ବଗୁଲି ଦୁହେଁ ମଦନ ନିଜର ପିତୃ ଅର୍ଜିତ ଜମିରେ ଖଟି ସଂସାର ଚଳାଉଥିଲେ। ସୁଜାତା ସେତେବେଳେ ମେଟ୍ରିକ ପାସ କରି ମଦନ ସହିତ ବିବାହ ବନ୍ଧନରେ ବାନ୍ଧି ହେଇଗଲେ ହେଲେ ମଦନ ଅଧାରୁ ପାଠ ଛାଡି ଜମି ଜମା କାମରେ ଲାଗିଗଲେ। ସୁନ୍ଦର ପରିବାର ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ ଛୋଟିଆ ସଂସାର ଦିନେ ମଦନ ସୁଜାତାଙ୍କୁ କହିଲେ ତୁମେ ପୁଣି କଲେଜରେ ନାମ ଲେଖାଇ ନିଅ ପାଠ ପଢି କୋଉଠି ଗୋଟିଏ ଭଲ ଚାକିରୀ କରିବ ସୁଜାତା ମଧ୍ୟ ସେଥିରେ ହଁ ଭରିଦେଲେ ଚାଲିଲା କଲେଜରେ ନାମ ଲେଖା କାର୍ଯ୍ୟକ୍ରମ ଏମିତି ସୁଜାତା କଲେଜ ଶାରି ବିଏବିଡି କରିବା ଆରମ୍ଭ କରିଦେଲେ ସେତେବେଳେ ଘରକୁ ଆଉଜଣେ ସଦସ୍ୟ ଆସିବାର ସୁରାକ ମିଳିଲା ତାପରେ ରାକେଶର ଜନ୍ମ ଘରର ସବୁ ଦାୟିତ୍ୱ ସମ୍ଭାଳି ନିଅନ୍ତି ସୁଜାତା ଏବଂ ମଦନ ସମୟ ଗଡିଚାଲିଲା ସୁଜାତା ଚାକିରୀ ଟିଏ ମଧ୍ୟ ପାଇଗଲେ ଜଣେ ଶିକ୍ଷକ ହିସାବରେ। କିନ୍ତୁ ଚକ୍ରାନ୍ତ କାରୀଙ୍କ ଚକ୍ରାନ୍ତରେ ଫସିଗଲେ ସୁଜାତା ଲୋକଙ୍କ କଟୁ ମନ୍ତବ୍ୟକୁ ଅତି ସହଜ ଭାବରେ ଗ୍ରହଣ କରିନେଲେ। ଲୋକେ ସୁଜାତାକୁ କହିଲେ ତୁମେ ଜଣେ ଶିକ୍ଷିତ ଚାକିରୀ କରୁଛ ତଥାପି ଗୋଟିଏ ମଳିମୁଣ୍ଡିଆ ଅପାଠୁଆ ସ୍ୱାମୀ ସହିତ କେମିତି ଚଳିପାରୁଛ ଏମିତି ଅନେକ କଟୁ ଉକ୍ତିକୁ ନେଇ ସୁଜାତାଙ୍କ ମନରେ ଅହଂକାର ଜମାଟ ବାନ୍ଧିବାରେ ଲାଗିଲା ସେଥିରୁ ଘରେ ଆରମ୍ବ ହେଲା ଟିକିଏ ଟିକିଏ କଥାରେ ଖଣ୍ଡ ଯୁଦ୍ଧ। ତାପରେ ଦୁହେଁ ଦୁହିଁଙ୍କ ଇଛାରେ ଛାଡ଼ପତ୍ର କାଗଜରେ ଦସ୍ତଖତ କରି ସମ୍ପର୍କରେ ପୂର୍ଣ୍ଣଛେଦ ଟାଣି ପୁଅକୁ ମଦନ ପାଖରେ ଛାଡି ସୁଜାତା ଘର ଛାଡି ଚାଲିଗଲେ। ବାସ ସେଇଦିନରୁ ରାକେଶକୁ ବାପା ମାଁର ସ୍ନେହ ଆଦର ଦେଇ ବଢ଼ାଇବାରେ ଲାଗିଗଲେ ମଦନ। ପୁଅ ପାଠ ପଢିଲା ଘରକୁ ବୋହୁ ମଧ୍ୟ ଆସିଗଲା ଆଉ ସେମାନଙ୍କ କୋଳକୁ ମଧ୍ୟ ପୁଅଟି ଆଉ ଝିଅଟି ମଧ୍ୟ ଆସିଗଲା। ପୁଣି ମଦନର ଘର ଗୋଟିଏ ହସଖୁସିର ସଂସାରରେ ପରିଣତ ହେଇଗଲା। ହେଲେ ସୁଜାତା ସବୁବେଳେ ନିଃସଙ୍ଗ ଜୀବନ ଯାପନ କରି ସନ୍ତୁଳିତ ହେଇଯାଉଥିଲେ। ଆଜି ସୁଜାତା ମଦନଙ୍କ ଗାଁ ସ୍କୁଲକୁ ପ୍ରିନ୍ସପାଲ ହୋଇ ଆସିଥିବା ଖବରଟା ଶୁଣିବା ପରଠୁ ମଦନଙ୍କ ମନଟା କାହିଁକି ଟିକିଏ ବିଚଳିତ ହେଉଛି ନାତି ନାତୁଣୀ ଦୁହେଁ ସେହି ସ୍କୁଲରେ ପଢ଼ନ୍ତି। ମଦନ ଆଜି ବଜାର ଯିବାପାଇଁ ବାହାରିଲେ କାହିଁକିନା ସବୁ ପୋଷାକ ଗୁଡିକ ପୁରୁଣା ହେଇଗଲାଣି ଆଜି ସେ ଗୋଟିଏ ନୂଆଁ ପୋଷାକ ଆଣିବାକୁ ବଜାର ବାହାରିଲେ ଏମିତି ପୁରୁଣା ପୋଷାକ ପିନ୍ଧି ପିଲାଙ୍କୁ ଛାଡିବା ପାଇଁ ସ୍କୁଲ ଗଲେ ସୁଜାତା ଅନ୍ୟ କିଛି ଭାବିବେ ସେଇ ଦ୍ଵନ୍ଦ ନେଇ ଯାଇ ନୂଆଁ ପୋଷାକ ଆଣିଲେ। ଦିନେ ତାକୁ ପିନ୍ଧି ପିଲାଙ୍କୁ ଛାଡିବା ପାଇଁ ବାହାରିପଡିଲେ। ସ୍କୁଲ ଗେଟ ପାର ହୋଇ ପିଲାଙ୍କ କ୍ଲାସ ରୁମ ପର୍ଯ୍ୟନ୍ତ ଗଲେ। ସେମାନଙ୍କୁ ଛାଡି ଟିକିଏ ପ୍ରିନ୍ସପାଲ ରୁମ ଆଡକୁ ଚାହିଁଲେ ହେଲେ ଏଯାଏ ପ୍ରିନ୍ସପାଲ ଆସିନାହାନ୍ତି। ସେଇଠୁ ସିଧା ଘର ମୁହାଁ ହୋଇ ଫେରିଲେ ମଦନ। ସେତିକି ବେଳେ ପ୍ରିନ୍ସପାଲଙ୍କ କାର ଆସି ସ୍କୁଲ ହତା ଭିତରେ ପଶିଲା ସୁଜାତା ଗାଡ଼ିରୁ ଓଲ୍ହାଇ ପଛରୁ ମଦନଙ୍କୁ ଦେଖି କ୍ଷଣେ ଚାହିଁ ରହିଲେ ତାଙ୍କ ଯିବା ବାଟକୁ। ତାପରେ ନିଜ ଅଫିସକୁ ଯାଇ ସବୁ ରେଜିଷ୍ଟର ଗୁଡିକୁ ଘାଣ୍ଟି ପକାଇଲେ ଖୋଜୁ ଖୋଜୁ ରୁପେଶ ନାଟା ଦେଖି ତାଙ୍କ କ୍ଲାସ ରୁମକୁ ଚାଲିଗଲେ। ସବୁ ପିଲାଙ୍କ ଭିତରେ ରୁପେଶକୁ ଖୋଜିବେ କେମିତି ତେଣୁ ମନରେ ଚିନ୍ତା କଲେ ସମସ୍ତଙ୍କ ପରିଚୟ ପଚାରିଦେଲେ ରୁପେଶ ନିଶ୍ଚୟ ମିଳି ଯିବ। ଆରମ୍ଭ କଲେ ଗୋଟେ ପଟରୁ ମିଳିଗଲା ରୁପେଶ ଠିକ ରାକେଶ ଭଳି ହେଇଛି ପାଖକୁ ଡାକିଲେ ଆଉ ପଚାରିଲେ ତୁମେ ରୁପେଶ ଉତ୍ତରରେ ରୁପେଶ କହିଲା ହଁ ମୁଁ ରୁପେଶ ସୁଜାତା ପୁଣି ପଚାରିଲେ ତୁମ ଘରେ ଆଉ କିଏ କିଏ ଅଛନ୍ତି ରୁପେଶ କହିଲା " ଆମ ଘରେ ମୋ ବାପା ମାଆ ଆଉ ମୋର ଜେଜେବାପା ମୋ ଭଉଣୀ ଅନିଶା ଏବେ ସିଏ ଷଷ୍ଠ ଶ୍ରେଣୀରେ ଏହି ସ୍କୁଲରେ ପଢୁଛି "ପୁଣି ସୁଜାତା ପଚାରିଲେ ଆଉ ତୁମ ଜେଜେମା " ରୁପେଶ ଟିକିଏ ଦୁଃଖରେ କହିଲା " ଏଯାଏ ତାଙ୍କୁ ଦେଖିବାର ସୁଯୋଗ ମିଳିନି ବାପା କହୁଥିଲେ ମୋ ଜେଜେମା ମୋ ବାପା ଛୋଟ ଥିଲେ ତାଙ୍କୁ ଛାଡି କୁଆଡେ ଚାଲିଯାଇଛନ୍ତି ଭଗବାନ କରନ୍ତୁ ସିଏ ଯୋଉଠି ଥାନ୍ତୁ ଭଲରେ ଥାନ୍ତୁ " ଏମିତି ଶୁଣୁ ଶୁଣୁ ସୁଜାତାଙ୍କ ଇଛା ହେଉଥିଲା ତାକୁ କୋଳକୁ ନେଇ ଟିକିଏ ଗେଲକରି କହିଦିଅନ୍ତା ଆରେ ଅଭାଗା ମୁଁ ହେଉଛି ତୋର ସେହି ଅଭାଗିନୀ ଜେଜେମା କିନ୍ତୁ ପରିସ୍ଥିତିକୁ ଦେଖି କେବଳ ରୁପେଶର ମୁଣ୍ଡରେ ହାତ ବୁଲାଇ ଛଳ ଛଳ ଆଖିରେ କ୍ଲାସ ରୁମରୁ ବାହାରି ଆସିଲେ ଏବଂ ଷଷ୍ଠ ଶ୍ରେଣୀ ରୁମରେ ପଶି ଅନିଶା କିଏ ବୋଲି ପଚାରିଲେ ଅନିଶା ଠିଆହେଇ କହିଲା ମୁଁ ଅନିଶା ପାଖକୁ ଡାକିଲେ ସୁଜାତା ତାକୁ ଛାତିରେ ଜାକିଧାରି ନିଜ ମାତୃତ୍ୱର କୋହକୁ ସମ୍ଭାଳି ନପାରି ଦୁଇ ଆଖିରୁ ବୁନ୍ଦା ବୁନ୍ଦା ଅଶ୍ରୁ ଝରିପଡିଲା। ଭାବନା ରାଜ୍ୟରେ ଘୁରି ବୁଲିଲା ନିଜେ କରିଥିବା ଅହଂକାରର ପ୍ରତିଛବି। ତାଙ୍କୁ ବାହାରକୁ ଆଣି କହିଲେ "ତୁମେ ତୁମ ବାପାଙ୍କୁ ପଚାରିବ । ମୁଁ ତୁମ ଘରକୁ ଯିବି ତୁମ ବାପା ଯଦି ହଁ କହିବେ ତାହେଲେ ଆସନ୍ତା ରବିବାର ଦିନ ମୁଁ ତୁମ ଘରକୁ ଯିବି। ପଚାରି ଆସି କହିବି କହି ଅନିଶା ନିଜ କ୍ଲାସକୁ ଚାଲିଗଲା ଆଉ ସୁଜାତା ନିଜ ଅଫିସକୁ। ମଦନ ଘରେ ଆଜି ଅତିଥି ହୋଇ ପ୍ରିନ୍ସପାଲ ଆସିବେ ତେଣୁ ସକାଳ ପ୍ରହରୁ ରାକେଶ ଆଉ ବୋହୁ ରଶ୍ମିତା ସବୁ ଆୟୋଜନରେ ଲାଗି ଯାଇଛନ୍ତି ପ୍ରିନ୍ସପାଲ ଆସିବେ ତାଙ୍କୁ ଭଲ ଚର୍ଚ୍ଚା କରିବାକୁ ପଡିବ। ସମୟ ଉପନୀତ ସାଧାରଣ ଜଣେ ମହିଳା ଭାବରେ ଖଣ୍ଡିଏ ସୁତା ଲୁଗା ପିନ୍ଧି କାର ଛାଡି ଆଜି ସୁଜାତା ବସରେ ଆସିଲେ। ରାକେଶ ଭାବିଥିଲେ ସେ ଆସିଲେ ବେଶି କିଛି ଉପଚାର ନକରି କେବଳ ନମସ୍କାରରେ କାମ ଚଳାଇଦେବେ ହେଲେ ସେ ଯେତେବେଳେ ଦେଖିଲେ ଜଣେ ସାଧାରଣ ନାରୀଟି ରୂପରେ ଆସୁଛନ୍ତି ନିଜକୁ ଆଉ ଆୟତ୍ତ କରିନପାରି ଯାଇ ତାଙ୍କ ପାଦ ଛୁଇଁ ପ୍ରଣାମ କଲେ ଏବଂ ବୋହୁ ମଧ୍ୟ ଅନୁରୂପ ପାଳନ କଲେ। ବହୁତ ଦିନ ପରେ ପୁଅ ବୋହୁଙ୍କୁ ଦେଖି ସୁଜାତା ଛଳ ଛଳ ନୟନରେ ପୁଅକୁ ଧରି ଭୋ ଭୋ ହୋଇ କାନ୍ଦି ପକାଇଲେ। ମାତୃ ହୃଦୟଟା ଖାଲି ବିଳପି ଉଠିଲା ବୋହୁଙ୍କୁ ସ୍ନେହ ଦେଉ ଦେଉ ଛୁଆ ମାନେ ଆସି ପ୍ରଣାମ କଲେ ସମସ୍ତଙ୍କୁ ପରିଚୟ କରାଇଦେଲେ ରାକେଶ। କିନ୍ତୁ ସୁଜାତାଙ୍କ ଆଖି ଆଉ କାହାକୁ ଖୋଜୁଥିଲା କାହିଁ କୁଆଡେ ହେଖାଯାଉ ନାହାନ୍ତି ମନ ଖାଲି ଅସ୍ଥିର ହେଉଥିଲା ଶେଷରେ ରୁପେଶକୁ ପଚାରିଲେ ସୁଜାତା କାହିଁ ତୁମ ଜେଜେ ଦେଖା ଯାଉନାହାନ୍ତି। ରୁପେଶ କହିଲା ଜେଜେ ସେଇ ବାଡ଼ିପଟ ଖୁଆଡ଼ରେ ବସିଛନ୍ତି। ସେଇଠୁ ଧିରେ ଧିରେ ଚାଲିଲେ ବାଡ଼ିପଟ ଖୁଆଡକୁ ଯୋଉଠି ସିଏ ବିବାହ କରି ବୋହୁ ହୋଇ ଆସି ରହିଥିଲେ। ବସିଛନ୍ତି ମଦନ ମୁଣ୍ଡଟା ତଳକୁ କରି କିଛି ଗୋଟିଏ ଭାବନା ରାଜ୍ୟରେ ବୁଲୁଛନ୍ତି ସୁଜାତାଙ୍କ ଉପସ୍ଥିତି ସେ ଆଦୌ ଜାଣି ପାରିନଥିଲେ ସୁଜାତା ଯାଇ ପାଖରେ ବସି ଗଲେ ଏବଂ ପଚାରିଲେ କେମିତି ଅଛ, ମଦନ ମୁଣ୍ଡ ଉପରକୁ କରି " କହିଲେ ଖରାପରେ ନାହିଁ" ସୁଜାତା ପୁଣି କହିଲେ " ପଚାରିବନି ମୁଁ କେମିତି ଅଛି " ମଦନ କହିଲେ " ମୁଁ ଜାଣୁଛି ତୁମେ ନିଶ୍ଚୟ ଭଲରେ ଥିବ ନିଜ ଛୁଆ ପିଲାଙ୍କୁ ଧରି ମୋ ଘରର ଖୁସି ଠାରୁ ଅଧିକ ଖୁସିରେ ଥିବ " ଛୁଆପିଲା ଟିକିଏ ଦୁଃଖର ହସ ହସି ସୁଜାତା କହିଲେ "ଛୁଆପିଲା ଆସିବେ କୁଆଡୁ " "କାହିଁ ତୁମେ ବିବାହ କରିଲନିକି।" "ନାହିଁ, କେମିତି କରିଥାନ୍ତି ଜଣେ ନାରୀ ତାଜୀବନରେ କେବଳ ଥରେ ବିବାହ କରି ସିନ୍ଦୁର ନାଇଥାଏ। ଆଉ ଜାଣିଛ ମୋର ଆତ୍ମ ଗର୍ବ ପାଇଁ ମୁଁ ଆଜି ଯାଏ କେବଳ ଜଳି ଜଳି ମରୁଛି। ପ୍ରତି ମୁହୂର୍ତ୍ତରେ ମରି ମରି ବଞ୍ଚିଛି।" ଦେଖିଲ ତୁମ ପୁଅକୁ ତୁମ ବୋହୁଙ୍କୁ ଆଉ ତୁମ ନାତି ନାତୁଣୀଙ୍କୁ ମୁଁ କେବେ ହେଲେ ପୁଅକୁ ଅବହେଳା କରିନି ଜୀବନ ସହିତ ସଂଘର୍ଷ କରିଛି ଜୀବନ ଯୁଦ୍ଧରେ କେବେ ହାରିଯାଇନି।" "ମୋତେ ଅନୁମତି ଦେବ ମୁଁ ଏହି ଘରେ ପୁଣି ରହିବାକୁ " " ସେହି କୋର୍ଟ କାଗଜଟା " " ଆମେ ଚିରି ଫିଙ୍ଗିଦେବା ଲୋକେ ଜୀବନକୁ ତାତ୍ସଲ୍ୟ କରି ଘର ଭାଙ୍ଗିବା ଜାଣିଛନ୍ତି ହୃଦୟକୁ ଆଘାତ ଦେବା ଜାଣିଛନ୍ତି ହେଲେ ଭଙ୍ଗା ହୃଦୟ ନେଇ ବଞ୍ଚିବାଟା ଯେ କେତେ କଷ୍ଟ ସେ କଥା ମୋତେ ପଚାର ମୁଁ କହିବି।" " ଭଲ କଥା ତୁମେ ତୁମ ଭୁଲ ବୁଝି ପାରିଛ ସେଇଟା ମୋପାଇଁ ଯଥେଷ୍ଟ ମୋ ଦ୍ୱାର କେବେ ତୁମ ପାଇଁ ବନ୍ଧ ନଥିଲା କି ଏବେ ମଧ୍ୟ ନାହିଁ ଏତିକି କେବଳ ତୁମେ ସେ ଦ୍ୱାରଟାକୁ ବନ୍ଧ କରି ଯାଇଥିଲ ଆଜି ଯଦି ତାକୁଖୋଲି ଆସିବାକୁ ଚାହୁଁଛ ଆସିଯାଅ। " ବୋହୁ କବାଟ ଉହାଡ଼ରେ ସବୁ ଶୁଣୁଥିଲେ ସମସ୍ତଙ୍କୁ ସାଥିରେ ଧରି ଆସି ଶାଶୁ ଶ୍ୱଶୁରଙ୍କୁ ପ୍ରଣାମ କରି ସୁଜାତାଙ୍କ ଛାତିରେ ଜାକି ଧରି କେବଳ ଆଖିର ଲୁହ ପୋଛୁଥିଲେ........। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract