ମୁଁ ସୁନ୍ଦର ଅଛି ତ
ମୁଁ ସୁନ୍ଦର ଅଛି ତ
ଆଦି ଓ ବାପୁ ଦୁଇ ଭଲ ସାଙ୍ଗ। ଦଶ ଦିନ ତଳେ ଦୁହିଁଙ୍କର ଏକା ଦିନରେ ବିବାହ ହେଲା। ସେମାନେ ମଧ୍ୟ ଦୁଇ ଘନିଷ୍ଠ ସାଙ୍ଗଙ୍କୁ ବିବାହ କରିଥିଲେ। ଆଦି ତନୁଙ୍କୁ ଆଉ ବାପୁ ବିନିଙ୍କୁ ବିବାହା କଲେ। ତନୁ ଆଉ ବିନି ଦୁହେଁ ଦେଖିବାକୁ ସୁନ୍ଦର। କିନ୍ତୁ ତନୁଙ୍କ ସୁନ୍ଦରତା ବିଷୟରେ କଣ କୁହାଯିବ.....ତାଙ୍କ ପାଖରେ ଅପସରାମାନେ ମଧ୍ୟ ଫିକା ପଡି ଯିବେ। ଆଖି ଦୁଇଟି ତାଙ୍କର ଟଣା ଟଣା ଦେବୀ ଆଖି ପରି...... ଲମ୍ବା ନାକ.... ଗୋପାଳ ପାଖୁଡା ପରି ଓଠ..... ଲମ୍ବା ବାଳ.... ବାଳ ଉପରୁ ସିଧା ତଳକୁ କୁଞ୍ଚୁକୁଞ୍ଚିଆ.... ଯେମିତି କି ପାଲର୍ ରୁ ଆସିଛନ୍ତି।ତନୁ ମାଆ ମଙ୍ଗଳାଙ୍କ ବଡ ଭକ୍ତ।
ଦୁଇ ନବ ବିବାହିତା ଯୋଡି ଏକା ସାଙ୍ଗରେ ହନିମୁନ ଯିବା ପାଇଁ ବାହାରିଲେ। ସେମାନେ ସିମଳା ଯିବାର ଯୋଜନା କଲେ। ସେଥିପାଇଁ ସେମାନେ ଭୂବନେଶ୍ବରରୁ ପ୍ରଥମେ ଦିଲ୍ଲୀକୁ ଫ୍ଲାଇଟରେ ତାପରେ ଦିଲ୍ଲୀରୁ ଗାଡିରେ ସିମଳା ଯିବାର ଯୋଜନା କଲେ।
ଯୋଜନା ଅନୁଯାୟୀ ଦୁଇ ଯୋଡି ଘରୁ ଦିନ ଗୋଟେରୁ ବାହାରିଲେ। ଭୁବନେଶ୍ବରକୁ ସେମାନଙ୍କ ଘରୁ ପାଖାପାଖି ଛଅ ସାତ ଘଣ୍ଟାର ରାସ୍ତା। ରାସ୍ତାରେ ଗୋଟିଏ ବଡ ଘାଟି ପଡେ.....ଘାଟିରୁ ଭୂବନେଶ୍ବର ଆଉ ଗୋଟିଏ ଘଣ୍ଟାର ରାସ୍ତା। ତେଣୁ ସେମାନେ ସନ୍ଧ୍ୟା ହେବା ଆଗରୁ ସେ ଘାଟି ପାରେଇବା ଯୋଜନା କରିଛନ୍ତି।
ଇନଭା ଗାଡିରେ ଦୁଇ ଯୋଡି ବାହାରି ଗଲେ। ଡ୍ରାଇଭର ଗାଡି ପାଖାପାଖି 80-90 ବେଗରେ ଚଳାଉ ଥାଏ। ଶୀତ ଦିନ। ମୃଦୁ ପବନ ବହୁ ଥାଏ। ଆଦି ଓ ତନୁ ମଝି ସିଟରେ ଏବଂ ବାପୁ ଓ ବିନି ପଛ ସିଟରେ ଜାକି ହୋଇ ବସି ଥାଆନ୍ତି। ସୁଲୁସୁଲିଆ ପବନରେ ତନୁଙ୍କ ବାଳ ଉଡୁ ଥାଏ। ତାଙ୍କ ରୂପ ଯାହାକୁ ହେଲେ ବି ଆକର୍ଷିତ କରିବ। ପୁଣି ସେ ଗୋଟିଏ ଲାଲ ରଙ୍ଗର ଶାଢୀ ପିନ୍ଧି ଥିଲେ।ଶାଢୀରୁ ଟିକେ ଟିକେ ତନୁର ପେଟ ଦେଖା ଯାଉ ଥାଏ। ତନୁ ଓ ଆଦି ପରସ୍ପର ସ୍ନେହରେ ବୁଡ଼ି ଯାଇଥାଆନ୍ତି।
ସେପଟେ ପଛ ସିଟରେ ବାପୁ ଓ ବିନି ମଧ୍ୟ ହାତ ଧରାଧରି ହୋଇ ବସିଥାଆନ୍ତି। ବିନି ବାପୁଙ୍କ ଛାତିରେ ଯାକି ହୋଇ ଶୋଇ ଥାଆନ୍ତି। ବାପୁଙ୍କ ନଜର କିନ୍ତୁ ତନୁଙ୍କ ଉପରେ। ସେ ତନୁ ଆଡକୁ ଆକର୍ଷିତ ହେଉ ଥାଆନ୍ତି।କାରଣ ବାପୁ ଟିକିଏ ଲାଲୁଆ ପ୍ରକୃତିର..... ସେ ଝିଅଙ୍କ ସୌନ୍ଦର୍ଯ୍ୟ ଆଡକୁ ଜଳଦି ଆକୃଷ୍ଟ ହୋଇ ଯାଆନ୍ତି।
ଏମିତି ଗାଡି ଆଗେଇ ଚାଲିଥାଏ। ଡ୍ରାଇଭର ସୁନ୍ଦର ରୋମାଣ୍ଟିକ ଗୀତ ଅଳ୍ପ ଭଲ୍ୟୁମରେ ବଜାଇ ଥାଆନ୍ତି। ପାଖପାଖି ଅପରାହ୍ନ ୪ଟା ହେବ। ନେସନାଲ ହାଇୱେରେ ହଠାତ୍ ଗାଡି ଇଞ୍ଜିନରୁ ଧୂଆଁ ବାହାରି ଗାଡି ବନ୍ଦ ହୋଇ ଗଲା।
ଗାଡି ଠିକ କରିବା ପାଇଁ ବହୁତ ସମୟ ଲାଗିଗଲା...... କାରଣ ପାଖାପାଖି କୌଣସି ଗ୍ୟାରେଜ ନ ଥିଲା। ଡ୍ରାଇଭର, ଆଦି ଓ ବାପୁ ବହୁତ ଚେଷ୍ଟା କଲା ପରେ ପାଖାପାଖି ଘଣ୍ଟେ ପରେ ଗାଡି ଠିକ ହେଲା।
ସନ୍ଧ୍ୟା ହେଇଗଲା। ତନୁକୁ ଗୋଟିଏ ଅଦ୍ଭୁତ ଡର ଲାଗୁଥାଏ। ସେ ଆଦିର ହାତକୁ ଯାକି ଧରି ଥାଆନ୍ତି.... ଆଉ କହୁ ଥାଆନ୍ତି ମୋତେ ବହୁତ ଡର ଲାଗୁଛି ଆଦି। ଆଦି ତନୁଙ୍କ ମୁଣ୍ଡକୁ ଆଉଁସି କହୁଥାଆନ୍ତ କିଛି ହେବନି ତନୁ। ତୁମେ ମାଆ ମଙ୍ଗଳାଙ୍କୁ ଡାକ।
ଏ କଥା ଶୁଣି ବାପୁ ହସି ଥଟ୍ଟା କଲେ।
ଗାଡି ସନ୍ଧ୍ୟା ସମୟରେ ଆଗେଇ ଚାଲି ଥାଏ। ରାସ୍ତାରେ ବନଦୁର୍ଗାଙ୍କ ମନ୍ଦିର ପଡିଲା। ସେଥି ଗାଡି ଅଟକାଇ ଦୁଇ ଯୋଡି ଯାଇ ମାଆଙ୍କୁ ପ୍ରଣାମ କରି ଗାଡିରେ ବସୁ ଥାଆନ୍ତି। ଠିକ ସେତିକିବେଳକୁ ଜଣେ ବୁଢୀ ଲୋକ ଆସି ତନୁଙ୍କ ହାତକୁ ଟାଣି ଧରିଲେ ଏବଂ ମାଆଙ୍କ ସିନ୍ଦୁର ପୁଡିଆ ଆଉ ଗୋଟିଏ ଛୋଟ ତ୍ରିଶୂଳ ଦେଲେ।ବୁଢୀ ଜଣକ ତନୁଙ୍କୁ କହିଲେ ତୁମ ଉପରେ ବହୁତ ବଡ ବିପଦ ଆସୁଛି। ଏଇଟା ପାଖରେ ରଖିଲେ ତୁମେ ସବୁ ବିପଦରୁ ମୁକ୍ତି ପାଇବ। ବାପୁ କହିଲେ ଭାଉଜ ତୁମେ ଏ ବୁଢୀ ପଇସା ପାଇଁ ଏମିତି କହୁଛି.... ଏ ମାଉସୀ ତୁମେ ଟଙ୍କା ନେଇକି ଯାଅ ନା କହି ଘୁରି ପଡିଲାକୁ ସେ ବୁଢୀ ସେଠାରେ ନ ଥିଲେ।
ହଠାତ୍ ବୁଢୀ ଜଣକ କୁଆଡେ ଗଲେ କେହି ବୁଝି ପାରିଲେ ନାହିଁ।
ତନୁ ଆହୁରି ଡରି ଗଲେ।
ବାପୁ ଆହୁରି ଥଟ୍ଟା କଲେ ତନୁଙ୍କର... ହା ହା ମାରି ହସି କହିଲେ ଭାଉଜ ତୁମେ ସେ ପାଗଳୀ ବୁଢୀ କଥାରେ ବିଶ୍ୱାସ କରୁଛ।
ତନୁ ସିନ୍ଦୁରଟିକୁ ନିଜ ଭ୍ୟାଣ୍ଟି ବ୍ୟାଗରେ ରଖିଲେ ଏବଂ ତ୍ରିଶୂଳକୁ ଗାଡି ସିଟରେ ରଖି ଦେଲେ।
ତାପରେ ଗାଡି ଆଗେଇ ଚାଲି ଥାଏ। କହୁଡି ବହୁତ ହେଉଥାଏ। ରାସ୍ତା ବି ଠିକ କି ଜଣା ପଡୁ ନ ଥିଲା।ଡ୍ରାଇଭର କହିଲା ଏତେ କୁହୁଡିରେ ଘାଟିରେ ଯିବା ବିପଦ ପୂର୍ଣ୍ଣ। ପୁଣି ଅନ୍ଧାରରେ ରାସ୍ତା ବି ଜାଣି ହେଉ ନାହିଁ ଠିକ ଅଛି କି ନାହିଁ।
ଏହା ଶୁଣି ବାପୁ କହିଲେ ଆଗରେ ଯଦି ବଙ୍ଗଳା କି ହଟେଲ ମିଳେ ତ ରାତିରେ ରହି ଯିବା।
କିଛି ବାଟ ଗଲା ପରେ ଗୋଟିଏ ଗାଁ ପଡିଲା..... ହେଲେ ଆଶ୍ଚର୍ଯ୍ୟ କଥା..... ସେ ଗାଁରେ ଆଲୁଅ କି ଲୋକ ଦେଖିବାକୁ ମିଳୁ ନ ଥିଲା।
ଗାଁର ଶେଷ ମୁଣ୍ଡରେ ଗୋଟିଏ ରାଜ ପ୍ରସାଦ ଭଳି ଘର ଦେଖିବାକୁ ମିଳିଲା। ପୁରା ସୁସଜ୍ଜିତ..... ମହନୀୟ। ଡ୍ରାଇଭର କହିଲା ସେ ଘରେ ଗୋଟିଏ ବୁଢା ଦେଖା ଯାଉଛି।
ଏହା ଶୁଣି ବାପୁ କହିଲେ ପଚାର ତାଙ୍କୁ ଆଜି ରାତିରେ ରହିବାକୁ ଦେବେ କି?
ଡ୍ରାଇଭର ଯାଇ ପଚାରିବାରୁ ବୁଢା କହିଲା ମୁଁ ମାଲିକାଣୀଙ୍କୁ ପଚାରି ଆସେ।
ବୁଢା ଭିତରକୁ ଗଲା ଏବଂ ଆସି କହିଲା ଠିକ ଅଛି..... ଭିତରକୁ ଆସ।
ତନୁଙ୍କୁ ବୁଢାର କଥା କେମିତି ଗୋଟିଏ ଲାଗିଲା। ସେ ମନା କରୁଥିଲେ..... ହେଲେ କେହି ତାଙ୍କ କଥା ଶୁଣିଲେ ନାହିଁ।
ବାପୁ, ବିନି, ତନୁ ଓ ଆଦି ଘର ଭିତରକୁ ଗଲେ। ଭିତରକୁ ଯାଇ ଫୋଟୋ ସବୁ ଦେଖି ଜାଣିଲେ ଯେ ଘରଟା ବୋଧେ ସେ ଗାଁର ଜମିଦାରଙ୍କ ଘର।
ବାପୁଙ୍କୁ ଲାଗୁ ଥାଏ ଯେମିତି ସେ ଘରକୁ ଆଗରୁ ଆସିଛନ୍ତି..... ଭଲ କି ଚିହିଁଛନ୍ତି।
ହଠାତ ସେମାନେ ଗୋଟିଏ ସ୍ତ୍ରୀ ଲୋକଙ୍କ ସ୍ୱର ଶୁଣିଲେ। ସେମାନେ ଘୁରି ପଡିଲା ବେଳକୁ ଦେଖିଲେ ଗୋଟିଏ ସ୍ତ୍ରୀ ଲୋକ ପଛରେ ଛିଡା ହୋଇଛନ୍ତି।ସେ କହିଲେ ଆପଣମାନଙ୍କୁ ଆମ ଘରେ ସ୍ୱାଗତ।
ସ୍ତ୍ରୀ ଲୋକଟିର ମୁହଁରେ ଗୋଟିଏ କପଡା ମାସ୍କ ପରି ଗୋଡା ହୋଇଛି। ଆଖି ଆଉ କପାଳରୁ ଲାଗୁଥାଏ ସ୍ତ୍ରୀ ଲୋକଟି ଦେଖିବାକୁ ବହୁତ ସୁନ୍ଦର। ସ୍ୱର ଆଉ ବ୍ୟବହାର ଅତି ନମ୍ର।
ସ୍ତ୍ରୀ ଲୋକଟି କହିଲେ ମୁଁ ସୁନେନା। ଏ ଗାଁର ଜମିଦାରଙ୍କ ସ୍ତ୍ରୀ। ମୋ ସ୍ୱାମୀ ରାଜନ ଆଜି ନାହାଁନ୍ତି। ସେ ବ୍ୟବସାୟ କାମରେ ସହରକୁ ଯାଇଛନ୍ତି।
ସୁନେନା ବୁଢାକୁ କାକା ବୋଲି ଡାକି କହିଲେ ସମସ୍ତଙ୍କୁ ତାଙ୍କ ରହିବା ପାଇଁ କୋଠରୀକୁ ନେଇ ଯାଅ।
ସେଇ ସମୟରେ କେହି ଜଣେ ଭିତରକୁ ଆସିଲେ।
ସୁନେନା ତାଙ୍କୁ ଦେଖି ବହୁତ ଖୁସି ହୋଇ ଗଲେ ଏବଂ ପଚାରିଲେ ମୁଁ ସୁନ୍ଦର ଅଛି ତ?
ଏ କଥା ଶୁଣି ସେ ଲୋକ ଜଣକ କହିଲେ.... ବାୱ ତୁମେ ତ ସବୁ ବେଳେ ସୁନ୍ଦର।
ଆଦି ଆଉ ବାପୁ ଜମିଦାର ରାଜନ ଭାବି କହିଲେ ରାଜନ ସାର ନମସ୍କାର।
ସୁନେନା କହିଲେ..... ଆରେ ନା ନା..... ସେ ରାଜନ ନୁହଁନ୍ତି। ସେ ହେଉଛନ୍ତି ମୋ ପିଲା ଦିନର ସାଙ୍ଗ ଡାକ୍ତର ରୁପେଶ। ମୁଁ ସବୁବେଳେ ରୁପେଶଙ୍କ ସହ ମଜା କରେ।
ଏମାନେ ସବୁ ଆଶ୍ଚର୍ଯ୍ୟ ହେଲେ।
ବୁଢା ଆଦି ଓ ତନୁଙ୍କୁ ଗୋଟିଏ କୋଠରୀରେ ଛାଡିଲେ ଏବଂ ବାପୁ ଆଉ ବିନିଙ୍କୁ ଗୋଟିଏ କୋଠରୀରେ ଛାଡିଲେ।
ତନୁଙ୍କୁ ଭାରି ଭୟ ଲାଗୁ ଥାଏ। ଅଜଣା ଲୋକଙ୍କୁ କେମିତି ଏଇଠି ରହିବା ପାଇଁ ଦେଲେ।ଏ କଥା ଭାବୁ ଥାଆନ୍ତି। ବୁଢା ଆସି ସମସ୍ତଙ୍କୁ ଖାଇବା ପାଇଁ ଡାକିଲେ।
ସମସ୍ତେ ଖାଇବା ପାଇଁ ଗଲେ। ସବୁ ସ୍ୱାଦିଷ୍ଠ ଖାଦ୍ୟ ଖାଇଲେ।ତନୁଙ୍କୁ କିନ୍ତୁ କିଛି ଠିକ ଲାଗୁ ନ ଥିଲା।ସେ ମାଆଙ୍କୁ ଡାକି ଡାକି ଖାଇଲେ।
ଖାଇ ସାରିଲା ପରେ ସମସ୍ତେ ନିଜ ନିଜ କୋଠରୀକୁ ଗଲେ।କୋଠରୀକୁ ଯିବା ସମୟରେ ସୁନେନା ଚୁପ କରି ବାପୁଙ୍କୁ ଆସି କହିଲେ ତୁମେ ଏକୁଟିଆ ମୋ ରୁମକୁ ଆସିବ।
ସୁନେନା କଥାରେ ବାପୁ ଆକର୍ଷିତ ହେଲେ।ସେ ବିନି ଶୋଇବା ପରେ ଉଠି ଆସିଲେ ଏବଂ ସୁନେନାଙ୍କ ରୁମକୁ ଗଲେ।
ସୁନେନାଙ୍କୁ ପଛ ଆଡୁ ଦେଖି ବାପୁ ପୁରା ଆକର୍ଷିତ। ସେ ଯାଇ କହିଲେ ମ୍ୟାଡମ କଣ ହେଲା। ସୁନେନା ତୁମେ ଆସିଗଲ। ମୁଁ ସୁନ୍ଦର ଅଛି ତ?
ବାପୁ ସୁନେନା ଆଖିରେ ଆଖି ମିଶାଇ କହିଲେ ବାୱ..... ତୁମ ପରି ସୁନ୍ଦରୀ ମୁଁ ଦେଖି ନାହିଁ।
ସୁନେନା କହିଲେ ମୋ ପୁରା ମୁହଁ ଦେଖିବ ନାହିଁ କି?
ବାପୁ ନିହାତି ଦେଖିବି।
ସୁନେନା ନିଜ ମୁହଁର ମାସ୍କ ଖୋଲି ଦେଲେ। ତାଙ୍କ ମୁହଁ ଦେଖି ବାପୁ ଜୋରରେ ଚିତ୍କାର କଲେ।
ମାସ୍କ ଭିତରେ ଥିବା ସୁନେନାଙ୍କ ମୁହଁଟି ଅତିରିକ୍ତ ଭୟଙ୍କର। ନାକ ତଳୁ ସୁନେନାଙ୍କ ମୁହଁ ପୁରା କଟା ହୋଇଛି। ରକ୍ତ ପୁରା ବହିଲା ପରି ଦେଖା ଯାଉ ଥିଲା ଆଉ ଆଖିରୁ ନିଆଁ ଜଳିଲା ପରି ଦେଖା ଯାଉ ଥିଲା।
ବାପୁ ବୁଝିଗଲେ ଯେ ସୁନେନା ଜଣେ ପ୍ରେତ ଆତ୍ମା। ସେ ଜୋରରେ ଚିତ୍କାର କଲେ।
ସୁନେନା ହା ହା ମାରି ହସିବାକୁ ଲାଗିଲେ..... କହିଲେ କିଛି ମନେ ପଡୁ ନାହିଁ କି..... ତୁମ କର୍ମଫଳ ମୁଁ ତୁମକୁ ଦେବି।
ଠିକ୍ ସେତିକିବେଳେ ବାପୁଙ୍କୁ ଖୋଜୁ ଖୋଜୁ ବିନି ଆସି କି ସେଠାରେ ପହଞ୍ଚି ସବୁ କଥା ଶୁଣିଛନ୍ତି ଏବଂ ସୁନେନାଙ୍କ ରୂପ ଦେଖି ଡରି ଚିତ୍କାର କରି ଅଚେତ ହୋଇ ଗଲେ।
ବିନିଙ୍କ ଚିତ୍କାର ଶୁଣି ଆଦି ଆଉ ତନୁ ଉଠିଲେ। ଦେଖୁଛନ୍ତି ଆଲୁଅ ନାହିଁ। କୋଠରୀଟି ପୁରା ଅନ୍ଧାର।ଶୋଇଲା ବେଳକୁ କୋଠରୀଟି ପୁରା ଅଲଗା ଲାଗୁ ଥିଲା ଏବେ ଲାଗୁଛି ଯେମିତି ବହୁତ ବର୍ଷରୁ କେହି ସେଠି ନାହାଁନ୍ତି। ବାହାରେ ବର୍ଷା ଓ ଘଡଘଡି ତାହାକୁ ତୁହା ହେଉଥାଏ।
ତନୁ ଆଉ ଆଦି ପୁରା ଚମକି ଗଲେ। ସେମାନେ ମୋବାଇଲ ଫୋନ କାଢିଲା ବେଳକୁ ଦେଖୁଛନ୍ତି ନେଟୱାର୍କ ନାହିଁ।ଶେଷରେ ତନୁ ନିଜ ପର୍ସକୁ ଧରି ମାଆଙ୍କ ନାମ ଜପି ଜପି ଆଦିଙ୍କ ହାତକୁ ଧରି କୋଠରୀରୁ ବାହାରିଲେ। ମୋବାଇଲ ଆଲୁଅରେ ଝାପ୍ସା ଝାପ୍ସା ଦେଖା ଯାଉଥାଏ।
ବର୍ଷା ବି ଜୋରରେ ଆରମ୍ଭ ହୋଇ ଯାଇଥାଏ।
ବିନି ଓ ବାପୁଙ୍କୁ ଆଦି ଡାକୁ ଥାଆନ୍ତି।
କିନ୍ତୁ ସେ ଘର ଭିତରେ ପୁରା ଶୁନସାନ।
ହଠାତ୍ ବାପୁଙ୍କ ପାଟି ଶୁଣା ଗଲା : ମୋତେ ଛାଡି ଦିଅ..... ମୋତେ ମାର ନାହିଁ।
ଆଦି ବାପୁଙ୍କ ପାଟି ଶୁଣି ଦୌଡି ସେପଟକୁ ଗଲେ ଏବଂ ତନୁଙ୍କୁ କହିଲେ ତୁମେ ଏଇଠି ଛିଡା ହୋଇ ନଜର ପକାଅ ବିନି କେଉଁଠି ଅଛନ୍ତି।
ତନୁ ମୋବାଇଲ ଆଲୁଅ ମାଧ୍ୟମରେ ଦେଖିଲେ ବିନି ସିଡି ପାଖରେ ଅଚେତ ହୋଇ ପଡିଛନ୍ତି।ତନୁ ବିନି ପାଖକୁ ଦୌଡ଼ି ଯାଉଥିଲେ। ତାଙ୍କ ଗୋଡ଼ରେ କିଛି ପାଣି ଭଳି ଲାଗିଲା। ସେ ଖସି ପଡିଲେ ଏବଂ ହାତ ମାରି ମୋବାଇଲରେ ଦେଖିଲେ ଯେ ତାହା ହେଉଛି ରକ୍ତ।ସେ ଡରି ଗଲେ। ତାପରେ ସେ ଦେଖିଲେ ଡାକ୍ତର ରୁପେଶ ଜଣେ ମଣିଷ ନୁହେଁ ସେ ଭୂତ.....ତାଙ୍କ ଆଖି ପୁରା ଲାଲ..... ମୁଣ୍ଡରୁ ରକ୍ତ ବହିବା ଦାଗ।ରୁପେଶ ତାଙ୍କୁ ମାରିବାକୁ ଆସୁଛନ୍ତି। କିନ୍ତୁ ରୁପେଶ ତାଙ୍କୁ ଛୁଇଁ ପାରିଲେ ନାହିଁ।ତାଙ୍କ ପର୍ସରୁ ଗୋଟିଏ ଅଲୌକିକ ଶକ୍ତି ବାହାରି ରୂପେଶଙ୍କୁ ଠେଲି ଦେଲା।
ସେ ଡରି ଚିତ୍କାର କରି ବିନି ପାଖକୁ ଦୌଡ଼ି ଗଲେ। ସେ ଦେଖିଲେ ବିନି ଅଚେତ ହୋଇ ପଡିଛନ୍ତି। ବିନିକୁ ମାରିବା ପାଇଁ ବୁଢା ଆଉ ରୁପେଶ ଆସୁଛନ୍ତି। ତନୁ ବିଶ୍ୱାସ କରି ପାରୁ ନ ଥିଲେ ଯେ ରୁପେଶ, ବୁଢା ଦୁଇ ଜଣ ଯାକ ଭୂତ ବୋଲି।
ତନୁ ବିନି ଓ ନିଜକୁ ବଞ୍ଚାଇବା ପାଇଁ ନିଜ ପର୍ସରୁ ମାଆଙ୍କ ସିନ୍ଦୁର କାଢି ନିଜେ ପିନ୍ଧିଲେ ଏବଂ ବିନିକୁ ପିନ୍ଧାଇଲେ।ତାପରେ ବୁଢା ଆଉ ରୁପେଶଙ୍କ ପ୍ରେତାତ୍ମା ଉପରକୁ ପକାଇଲେ। ସେମାନେ ହଠାତ୍ ସେଠାରୁ ଚିତ୍କାର କରି କୁଆଡେ ପଳାଇଲେ। ବିନିଙ୍କର ଟିକେ ଚେତା ଆସିଲା। ସେହି ସମୟରେ ତନୁ ଆଦିଙ୍କ ଚିତ୍କାର ଶୁଣିଲେ। ଦେଖିଲେ ଯେ ଆଦିଙ୍କୁ ସୁନେନା ଗୋଟିଏ ପ୍ରଶ୍ନ ପଚାରୁଛନ୍ତି ବାରମ୍ବାର। ମୁଁ ସୁନ୍ଦର ଅଛି ତ?..... ତା ପରେ ହା ହା ମାରି ହସୁଛନ୍ତି।
ସୁନେନାଙ୍କ ସେ ବିକଟାଳ ହସରେ ଦେହ ଥରି ଯାଉଥାଏ। ମୁଣ୍ଡ ଝିମ ଝିମ ହେଉଥାଏ। ଆଉ କାନ ଫାଟି ଗଲା ପରି ଲାଗୁ ଥାଏ। ଆଉ ତାଙ୍କ ମୁହଁର ଭୟଙ୍କର ରୂପ ଦେହରେ ଭୟର ଲହରୀ ଖେଳାଇ ଦେଉଥାଏ। ପୁଣି ଟିକେ ପରେ ଟିକେ ସୁନେନାଙ୍କ ବିକଟାଳ ଯନ୍ତ୍ରଣା ଭରା ଚିତ୍କାର..... ଦେହ ଥରାଇ ଦେଉଥାଏ।
ଆଦି କିନ୍ତୁ ଗୋଟିଏ କଥା କହୁ ଥାଆନ୍ତି..... ତୁମେ ସୁନ୍ଦର କି ଖରାପ ମୁଁ ଜାଣିନି..... କିନ୍ତୁ ଏତିକି କହିବି ମୁଁ ମୋ ସ୍ତ୍ରୀକୁ ବହୁତ ଭଲ ପାଏ।
ତନୁ ଆଦିଙ୍କୁ ବଞ୍ଚାଇବା ପାଇଁ ସିନ୍ଦୁର ଦେଖିଲା ବେଳକୁ ତାଙ୍କ ପାଖରେ ସିନ୍ଦୁର ନ ଥିଲା।ସେ ମାଆଙ୍କୁ ମନେ ମନେ ଡାକୁ ଥାନ୍ତି। ସେତେବେଳେ ତାଙ୍କ ମନକୁ ସେଇ ବୁଢୀ ଲୋକ ଦେଇଥିବା ତ୍ରିଶୂଳ ମନେ ପଡ଼ିଲା। ତ୍ରିଶୂଳକୁ ଆଣିବା ପାଇଁ ତନୁ ଗାଡିକୁ ଗଲେ।
ବର୍ଷା ବନ୍ଦ ହୋଇ ଯାଇଥାଏ। ଗାଡି ପାଖରେ ପହଞ୍ଚି ତନୁ ଦେଖିଲେ ଯେ ଡ୍ରାଇଭର ଗାଡି ବାହାରେ ଅଚେତ ଅବସ୍ଥାରେ ପଡିଛନ୍ତି। ସେ ଗାଡିରୁ ତ୍ରିଶୂଳ କାଢି ଘର ଭିତରକୁ ଗଲେ। ତ୍ରିଶୂଳ ଦେଖି ସୁନେନା ଚିତ୍କାର କରି ଗାଏବ ହୋଇ ଗଲେ। ସେ ତ୍ରିଶୂଳକୁ ଦେଖାଇ ତନୁ, ଆଦି ଓ ବିନିଙ୍କୁ ନେଇ ଘରୁ ବାହାରକୁ ପଳାଇ ଆସିଲେ।
କାର ପାଖରେ ଆଦି ବିନି ଓ ତନୁଙ୍କୁ ଛାଡି ବାପୁଙ୍କୁ ଆଣିବାକୁ ଯିବା ପାଇଁ ବାହାରିଲା ବେଳକୁ ହଠାତ୍ ବାପୁଙ୍କ ଶେଷ ଚିତ୍କାର ଶୁଣା ଗଲା ଓ ଘରଟି ସାଙ୍ଗେ ସାଙ୍ଗ ହୁ ହୁ ହୋଇ ଜଳି ପାଉଁଶ ହୋଇଗଲା।
ବିନି ବାପୁ ବୋଲି ଚିତ୍କାର କରି ଅଚେତ ହୋଇଗଲେ।
ଆଦି ଡ୍ରାଇଭରଙ୍କ ମୁହଁରେ ପାଣି ଛାଟି ଉଠାଇଲେ।
ଡ୍ରାଇଭର ଉଠି କହିଲେ ସେ କାଳ ରାତିରେ ସେ ସେଠି ଭୂତ ପ୍ରେତ ଦେଖି ଭୟରେ ଅଚେତ ହୋଇ ପଡ଼ିଥିଲେ।
ତାପରେ ବିନିଙ୍କୁ ତନୁ ମଝି ସିଟରେ ଧରି ବସିଲେ। ଆଦି ଡ୍ରାଇଭର ସହ ସାମନା ସିଟରେ ବସି ତରତର ହୋଇ ସେଠାରୁ ବାହାରିଲେ।
ସମସ୍ତଙ୍କ ମନର ଅବସ୍ଥା କହିଲେ ନ ସରେ। କେତେ ଖୁସିରେ ଦୁଇ ଯୋଡି ବାହାରି ଥିଲେ..... ହେଲେ ଏ କଣ ହେଲା। ସେମାନେ କିପରି ସେ ଗାଁକୁ ଆସି ପହଞ୍ଚିଲେ କିଛି ବୁଝିପାରୁ ନ ଥିଲେ।
ସକାଳ ହେଇଗଲାଣି। କିଛି ବାଟ ଗଲା ପରେ ସେମାନେ ନେସନାଲ ହାଇୱେରେ ପହଞ୍ଚିଲେ। ଗୋଟିଏ ଚାହା ଦୋକାନରେ ଗାଡି ଅଟକାଇ ଡ୍ରାଇଭର ଚାହା ପିଇଲେ ଏବଂ ଆଦି ପାଣି ବୋତଲ କିଣିଲେ। ସେମାନଙ୍କ ଅବସ୍ଥା ଆଉ ସେ ଗାଁ ରାସ୍ତାରେ ଦେଖି ଚାହା ଦୋକାନରେ ଥିବା ଜଣେ ବୟସ୍କ ଲୋକ ପଚାରିଲେ..... ବାବୁ ଏତେ ସକାଳୁ ଆପଣ ସେ ରାସ୍ତାରେ ଆସିଲେ..... ଆଉ ଆପଣଙ୍କ ଅବସ୍ଥା ଏମିତି !
ଆଦି ସବୁ କଥା ଖୋଲି କହିଲେ।
ସେହି ବୟସ୍କ ଲୋକ ଆଉ ସେଠାରେ ଥିବା ଆଉ କିଛି ଲୋକମାନେ କହିଲେ ସେମାନେ ବାପୁଙ୍କ ଫୋଟୋ ଟିକେ ଦେଖିବେ। ବାପୁଙ୍କ ଫୋଟୋ ଦେଖି କହିଲେ ଏ ତ ରାଜନ ବାବୁ..... ତାହେଲେ ସେମାନେ ମୁକ୍ତି ପାଇଗଲେ।
ଆଦି କହିଲେ କେଉଁମାନେ..... ସେ ଜାଗାର ରହସ୍ୟ କଣ?
ବୟସ୍କ ବ୍ୟକ୍ତି କହିଲେ ଆଜକୁ ପ୍ରାୟ ତିରିଶ ବର୍ଷ ତଳର କଥା। ସେ ଘରେ ଜମିଦାର ରାଜନ ଓ ତାଙ୍କ ସ୍ତ୍ରୀ ସୁନେନା ରହୁଥିଲେ। ସେଠାରେ ସେହି ବୟସ୍କ ବ୍ୟକ୍ତିଙ୍କ ଜେଜେବାପା କାମ କରୁଥିଲେ।ଡାକ୍ତର ରୁପେଶ ସୁନେନାଙ୍କ ପିଲା ଦିନର ସାଙ୍ଗ ଥିଲେ। ସୁନେନା ଦେଖିବାକୁ ବହୁତ ସୁନ୍ଦର।
ସୁନେନା ସବୁବେଳେ ଡାକ୍ତର ରୁପେଶଙ୍କ ସହ ଥଟ୍ଟା ମଜା ଲାଗୁଥିଲେ। ଯେବେ ବି ରୁପେଶ ଆସୁଥିଲେ ଘରକୁ ସୁନେନା ସବୁବେଳେ ପଚାରୁଥିଲେ ମୁଁ ସୁନ୍ଦର ଅଛି ତ?
ରୁପେଶ କହୁଥିଲେ ବାୱ ତୁମେ ତ ସବୁବେଳେ ସୁନ୍ଦର।
ଜମିଦାର ରାଜନଙ୍କୁ ସୁନେନା ଆଉ ରୁପେଶଙ୍କ ଥଟ୍ଟା ମଜା ଭଲ ଲାଗୁ ନ ଥିଲା।
ବାହାଘର ଦୁଇ ବର୍ଷ ହୋଇ ଯାଇଥାଏ। ତଥାପି ରାଜନ ସ୍ତ୍ରୀର ସୁନ୍ଦରତା ପାଇଁ ସୁନେନାଙ୍କୁ ସନ୍ଦେହ କରୁଥିଲେ।
ଦିନେ ରାଜନ ବ୍ୟବସାୟ କାମରେ ସହରକୁ ଯାଇଥିଲେ। ସେଦିନ ସନ୍ଧ୍ୟାରେ ପ୍ରବଳ ଝଡ ତୋଫାନ। ସୁନେନା ହଠାତ୍ ଅଚେତ ହୋଇ ଗଲେ। ସେଠାରେ କାମ କରୁଥିବା ଚାକର ମାନେ ସେହି ବୟସ୍କ ବ୍ୟକ୍ତିଙ୍କ ବୃଦ୍ଧ ଜେଜେବାପା ଫୋନ କରି ଡାକ୍ତର ରୁପେଶଙ୍କୁ ଡାକିଲେ। ରୁପେଶ ଆସା ସୁନେନାଙ୍କ ଚିକିତ୍ସା କରି ଖୁସି ଖବର ଦେଲେ ଯେ ସେ ମାଆ ହେବାକୁ ଯାଉଛନ୍ତି। କିଛି ଔଷଧ ଲେଖି ଦେଲେ..... ବୟସ୍କ ଲୋକଙ୍କ ଜେଜେବାପା ଔଷଧ ଆଣିବାକୁ ଯାଇ ଥାଆନ୍ତି।
ରୁପେଶ ସୁନେନାଙ୍କ ମୁଣ୍ଡ ପାଖରେ ବସି ସୁନେନାଙ୍କୁ ଆଉଁସି ଦେଇଥାଆନ୍ତି। ସୁନେନା ଖୁସିରେ ରାଜନଙ୍କର ଅପେକ୍ଷା କରି ଥାଆନ୍ତି। ହେଲେ ରାଜନ ମଦ ପିଇ ଘରକୁ ଫେରି ଥାଆନ୍ତି। ତାଙ୍କ ଶୋଇବା କୋଠରୀରେ ରୁପେଶଙ୍କୁ ଦେଖି ସେ ରାଗରେ ନିଜ ହେୟ ଜ୍ଞାନ ହରାଇ ବସିଲେ ଏବଂ ବନ୍ଧୁକ କାଢି ରୁପେଶଙ୍କୁ ମାରି ଦେଲେ।
ସୁନେନା ଏ କଣ କଲ କହୁ କହୁ ରାଜନ ସୁନେନାଙ୍କୁ ଟାଣି ଟାଣି ଆଣି ସିଡିରୁ ତଳକୁ ଠେଲି ଦେଲେ।ସୁନେନା ସିଡିରୁ ତଳକୁ ପଡିଯିବାରୁ ତାଙ୍କ ଗର୍ଭରେ ମାଡ ହେଲା। ସେ କଷ୍ଟରେ ଚିତ୍କାର କରୁଥିଲେ। ହେଲେ ରାଜନ ପୁରା ପଶୁ ପରି ବ୍ୟବହାର କରୁଥିଲେ। ସେ ସୁନେନାଙ୍କୁ କହିଲେ ତୋର ରୂପକୁ ନେଇ ଗର୍ବ ନା। ସବୁବେଳେ କଣ କହୁ "ମୁଁ ସୁନ୍ଦର ଅଛି ତ?"ଏହି ସୁନ୍ଦରତା ପାଇଁ ଆଜି ରୁପେଶ ସହ ତୋର ସମ୍ପର୍କ ନା। ଦେଖ ଆଜି ତୋର ସୁନ୍ଦରତାକୁ ମୁଁ ନଷ୍ଟ କରି ଦେବି। ଏତିକି କହି ସେ ଗୋଟିଏ ଧାରୁଆ ଛୁରୀରେ ସୁନେନାଙ୍କ ନାକ ପାଖରୁ ତଳ ମୁହଁକୁ କାଟି ପକାଇଲେ।
ସୁନେନା ଡହଳ ବିକଳ ହୋଇ ମରିଗଲେ। ସେତେବେଳକୁ ସେହି ବୟସ୍କ ବ୍ୟକ୍ତିଙ୍କ ଜେଜେବାପା ଆସି କହିଲେ ବାବୁ ଏ କଣ କଲେ। ମାଆ ପରା ଗର୍ଭବତୀ ଅଛନ୍ତି..... ଆଉ ସବୁ କଥା ଖୋଲି କହିଲେ।
ରାଜନ ସୁନେନା ପାଖକୁ ଘୁରି ଗଲା ବେଳକୁ ସୁନେନା ମରି ଯାଇଥିଲେ। ନିଜ କୁକର୍ମ ଲୁଚାଇବାକୁ ଯାଇ ଜେଜେବାପାଙ୍କୁ ବି ମାରି ଦେଲେ। ତାପରେ ସେ ବାହାରି କୁଆଡେ ପଳାଇଲେ। ତାପର ଦିନ ସକାଳୁ ଜମିଦାରଙ୍କ ଘରେ କାମ କରୁଥିବା ଲୋକମାନେ ଆସି ଏମିତି ବିଭତ୍ସ କାଣ୍ଡ ଦେଖି ଗାଁ ଲୋକଙ୍କୁ ଓ ପୋଲିସଙ୍କୁ ଜଣାଇଲେ। ହେଲେ ହତ୍ୟାର ଆସାମୀ ବିଷୟରେ ପୋଲିସ କିଛି କହିଲା ନାହିଁ।
ଏହା ପରେ ସେ ଗାଁରେ ମୃତ୍ୟୁର ତାଣ୍ଡବଲୀଳା ବଢି ଚାଲିଲା। କେହି ବି ଯଦି ନିଜକୁ ସୁନ୍ଦର ବା କାହାକୁ ସୁନ୍ଦର ବୋଲି କହିଲେ ତେବେ ସୁନେନାଙ୍କ ଯେମିତି ମୃତ୍ୟୁ ହୋଇଥିଲା ସେହି ପରି ମୃତ୍ୟୁ ସେମାନଙ୍କର ହେଲା। କାରଣ ସୁନେନା, ରୁପେଶ ଓ ଜେଜେବାପା ମୃତ୍ୟୁର ଦାୟୀ ସୁନ୍ଦରତା କୁ ଭାବୁଥିଲେ ଏବଂ ପୁଅ ଝିଅଙ୍କ ସହ ଅନୈତିକ ସମ୍ପର୍କ..... ତେଣୁ କେହିବି ସୁନ୍ଦରତାର କାହାରି ବି ପ୍ରଶଂସା କରିଥିଲେ..... ସେମାନଙ୍କ ଆତ୍ମା ସେ ଲୋକମାନଙ୍କୁ ଜମିଦାରଙ୍କ ଘରକୁ ନେଇ ମାରି ଦେଉଥିଲେ..... ଯେମିତି ସୁନେନାଙ୍କ ମୃତ୍ୟୁ ହେଇଥିଲା..... ଠିକ ସେହିପରି ଭାବରେ ସେମାନଙ୍କ ମୃତ୍ୟୁ ହେଉଥିଲା ଏବଂ ଶବ ପାଖରେ ଲେଖା ହୋଇଥାଏ "ମୁଁ ସୁନ୍ଦର ଅଛି ତ?"।ବ୍ରାହ୍ମଣ ଓ ତାନ୍ତ୍ରିକ ବହୁତ ପୂଜା କଲା ପରେ ବି ସେମାନଙ୍କ ଆତ୍ମା ଶାନ୍ତି ପାଇଲା ନାହିଁ..... ନିଜ ମୃତ୍ୟୁର କାରଣ ସେମାନେ କୁହନ୍ତି ଏବଂ ସେମାନଙ୍କର ଗୋଟିଏ ଜିଦ ସେମାନେ ଯେତେଦିନ ପର୍ଯ୍ୟନ୍ତ ରାଜନ ବାବୁଙ୍କୁ ନିଜେ ମାରି ଦଣ୍ଡ ନ ଦେବେ ସେମାନଙ୍କ ଆତ୍ମା ମୁକ୍ତି ପାଇବ ନାହିଁ ଏବଂ ସେତିକି ଦିନ ପର୍ଯ୍ୟନ୍ତ ସେ ସୁନ୍ଦରତା ପାଇଁ ମୃତ୍ୟୁର ତାଣ୍ଡବଲୀଳା ରଚିବେ।
ଏ ଘଟଣାର କିଛି ମାସ ପରେ ଶୁଣିବାକୁ ମିଳିଲା ରାଜନ ବାବୁଙ୍କ ମୃତ୍ୟୁ ଦେହ ସହରରେ ମିଳିଲା।ଲୋକ କୁହନ୍ତି ରାଜନ ବାବୁଙ୍କ ମାନସିକ ଅବସ୍ଥା ଠିକ ନ ଥିଲା।ତେଣୁ ସେ ଆତ୍ମହତ୍ୟା କରିଥିଲେ।
ତଥାପି ସୁନେନା, ରୁପେଶ ଓ ଜେଜେବାପାଙ୍କ ଆତ୍ମା ଶାନ୍ତି ପାଇଲା ନାହିଁ। ସେମାନେ ଅତୃପ୍ତ ହୋଇ ସେହି ଜମିଦାରଙ୍କ ଘରେ ଥିଲେ ଏବଂ ମୃତ୍ୟୁର ତାଣ୍ଡବଲୀଳା ରଚୁଥିଲେ।
ଶେଷରେ ପ୍ରାଣ ବିକଳରେ ଗ୍ରାମବାସୀମାନେ ସେ ଗାଁ ଛାଡି ପଳାଇଲେ। ଆଉ ସେ ଗାଁକୁ ପ୍ରବେଶ ରାସ୍ତାରେ ପ୍ରବେଶ ନିଷେଧ ବୋଲି ବୋର୍ଡ଼ ଲଗାଇଲେ।
ତାପରେ ବୟସ୍କ ଲୋକ କହିଲେ ବାପୁ ହିଁ ରାଜନ..... ଦୁହେଁ ଦେଖିବାକୁ ଏକା ପରି। ପୁଣି ବାପୁଙ୍କ ମୃତ୍ୟୁ ଡାକରାରେ ଆଦିଙ୍କ ଗାଡି ଭୂବନେଶ୍ବର ବଦଳରେ ଭୁଲ ରାସ୍ତାରେ ଗଲା ଓ ସେମାନେ ସେ ଭୂତ ଜମିଦାର ଘରେ ପହଞ୍ଚିଲେ। ବାପୁଙ୍କୁ ମାନେ ରାଜଙ୍କୁ ମାରି ସୁନେନା, ରୁପେଶ ଓ ଜେଜେବାପା ନିଜ ବଦଳା ପୁରଣ କଲେ।ତେଣୁ ସେମାନଙ୍କ ମୁକ୍ତି ହେଇଗଲା ଓ ସେ ଘରଟି ଜଳି ଗଲା।
ଏ କଥା ଶୁଣି ଆଦି, ତନୁ ଓ ବିନି ପୁରା ଆଶ୍ଚର୍ଯ୍ୟ ଓ ଚକିତ। ବିନିଙ୍କ ଆଖିରୁ ଲୁହ ଝର ଝର ହୋଇ ବହି ଯାଉଥାଏ। ଗାଡି ଭୂବନେଶ୍ବର ବଦଳରେ ନିଜ ଗାଁ ଆଡକୁ ମାଡି ଚାଲିଥାଏ। ବିନିଙ୍କୁ କିଏ ବା କଣ ବୁଝାଇବ। ଗୋଟିଏ ରାତିରେ ତାଙ୍କ ଘର ସଂସାର ଆରମ୍ଭ ହେବା ଆଗରୁ ଉଜୁଡ଼ି ଗଲା। ବିଚାରିର କଣ ବା ଦୋଷ ଥିଲା।
ତନୁ ତ୍ରିଶୂଳକୁ ଭଲ କରି ଦେଖିଲେ। ସେଥିରେ ମାଆ ମଙ୍ଗଳା ଲେଖା ହୋଇଥିଲା।ତନୁ ଏବଂ ଆଦିଙ୍କ ଆଉ ବୁଝିବା ବାକି ନ ଥିଲା ଯେ କାଲି ସନ୍ଧ୍ୟାରେ ଯେଉଁ ବୁଢୀ ଲୋକ ତାଙ୍କୁ ସିନ୍ଦୁର ଓ ତ୍ରିଶୂଳ ଦେଇ ଥିଲେ ସେ ଆଉ କେହି ନୁହେଁ..... ସେ ହେଉଛନ୍ତି ନିଜେ ମାଆ ମଙ୍ଗଳା। ସେମାନେ ମାଆଙ୍କୁ ମନେ ପ୍ରଣାମ କରି ଜୀବନ ବଞ୍ଚାଇଥିବାରୁ ଧନ୍ୟବାଦ ଜଣାଇଲେ। ହେଲେ ଗାଡିରେ ସମସ୍ତଙ୍କ ଗୋଟିଏ ଅବକାଶ ରହିଗଲା ଯେ ବାପୁଙ୍କୁ ସେମାନେ ବଞ୍ଚାଇ ପାରିଲେ ନାହିଁ..... ବାପୁଙ୍କୁ ଏ ଜନ୍ମରେ ଗତ ଜନ୍ମର କୁକର୍ମଫଳ ମିଳିଲା।

