ମୁଁ ମାଉଁସ ଭାତ ଖାଇବି
ମୁଁ ମାଉଁସ ଭାତ ଖାଇବି


ମୁଁ ମାଉଁସ ଭାତ ହିଁ ଖାଇବି। ମୁଁ ମାଉଁସ ଭାତ ହିଁ ଖାଇବି। ଆଶ୍ଚର୍ଯ୍ୟ ଲାଗେ ନା, ଯେତେବେଳେ ଏଭଳି ଜଣେ ଅଡ଼ି କରି ବସେ। କିନ୍ତୁ ଭାବି ଦେଖନ୍ତୁ ଏହା କଣ ସତରେ ଅସମ୍ଭବ ? ଧର୍ଯ୍ୟ, କଠୋର ଅଧ୍ୟବସାୟ ଓ ଉଚିତ କର୍ମ ଯଦି ଜଣେ କରେ ତେବେ ଏହା ଅସମ୍ଭବ ନୁହେଁ। ଠିକ ସମୟରେ ଠିକ କାମ, ଯିଏ ସମୟକୁ ସମ୍ମାନ ଦେଇ କରେ ତା ପାଇଁ ଉଲ୍ଲିଖିତ ସନ୍ଦର୍ଭ ଟି ସ୍ବପ୍ନ ନୁହେଁ।
ଆଜି ସକାଳ ସମୟ ପ୍ରାୟ 6 .40। ଭୁବନେଶ୍ୱର ରାଲି ରେ ଯୋଗଦେବାପାଇଁ ମୁଁ ରେଳ ରେ ଯିବାକୁ ମନସ୍ଥ କଲି। ସେଥିପାଇଁ ମୋତେ ଖଲ୍ଲିକୋଟ ଷ୍ଟେସନ ରୁ 1st ଡି ଏମ କୁ ଧରିବାର ଥିଲା। କାରଣ ସେହି ଗାଡ଼ିରେ ଗଲେ ମୁଁ ଠିକ ସମୟରେ ମୋର ଲକ୍ଷ ସ୍ଥଳରେ ପହଞ୍ଚି ପାରିବି। ହେଲେ ବସ ଷ୍ଟାଣ୍ଡ ରେ ଗୋଟିଏ ବି ଅଟୋ ନାହିଁ, ଯିବି ତ କେମିତି ଯିବି। ଏ ଭଳି ଚିନ୍ତା କରୁଥାଏ, ପୁଣି ମନକୁ ବୁଝାଏ; ଯାଉ ସେଇଟା ଗଲେ ତାପର ଗାଡ଼ିରେ ଯିବି। କିନ୍ତୁ ଭଗବାନଙ୍କର କେଡେ ବିଚିତ୍ର ସଂଯୋଗ ଦେଖନ୍ତୁ ହଠାତ ପଛରୁ ଶୁଣାଗଲା , ଭାଇ; ଷ୍ଟେସନ ଯିବେ ?? ଆରେ ହଁ ଭାଇ, ଚମକି ପଡି କହିଲି। ଅରକ୍ଷିତ ଙ୍କୁ ପରା ଦଇବ ସାହା। ଚାଲ ଭାଇ ଟ୍ରେନ ଟାଇମ ବି ହେଲାଣି। ଅଟୋ ରେ ବସିବା ପରେ ଭାବିଲି, ଇପ୍ସିତ ଗାଡି ଟି ଏଥର ନିଶ୍ଚିତ ପାଇବି। ଅଟୋ ରେ ବସି ଏମିତି ଭାବି ଭାବି ଅଟୋ ଡ୍ରାଇଭର ମହାଶୟଙ୍କୁ ପଚାରିଲି , ଭାଇ ଚାଲୁନ, ସମୟ ପରା ହେଲାଣି। ମୋ ମୁହଁ କୁ ବାଲୁ ବାଲୁ ହୋଇ ଅନେଇ ସେ ଡ୍ରାଇଭର ଉତ୍ତର ଦେଲା, ଭାଇ ଠିଆ ହେଲେ ଆପଣଙ୍କ ଗୋଡ଼ ବିନ୍ଧିବ, ମୋ ଗାଡ଼ିରେ ବସ, ଯିବା ତ ବ୍ୟସ୍ତ କିଆଁ। ଏ ପ୍ରକାର ଉତରରେ ତାକୁ ଧନ୍ୟବାଦ ଦେବି ନା ଗାଳି ଦେବି ନା ନିଜର ଅସହାୟତା ଉପରେ ଅଙ୍କୁଶ ଲଗେଇବି କିଛି ଭାବି ପାରିଲି ନାହିଁ। ହଉ ଚାଲ, ଯୁଦ୍ଧକୁ ବାହାରିଛି ତ ଫେରିବି କଣ ? ଧର୍ଯ୍ୟ ଧରି ବସିଲି। ଷ୍ଟେସନ , ଷ୍ଟେସନ ବୋଲି ସେ ଅଟୋ ଡ୍ରାଇଭର ଚିତ୍କାର କରୁଥାଏ।
ମୋ ପରେ ଆଉ 2 ଜଣ ଭଦ୍ରବ୍ୟକ୍ତି ଆସି ପହଁଚିଲେ। ସଂଗେ ସଂଗେ ଡ୍ରାଇଭର ପଚାରିଲେ; ସାର, ଆପଣ ଷ୍ଟେସନ ଯିବେ କି ? ବସନ୍ତୁ ଏଇ ସଙ୍ଗେ ସଙ୍ଗେ ବାହାରି ଯିବା। ମୁଁ ବହୁତ ଖୁସି , ଏଥର ଅଟୋ ଛାଡିବ। 1st ଡି ଏମ ପାଇଯିବି। ହେଲେ ପୁଣିଥରେ ସେ କଥା ଅଟୋ ଡ୍ରାଇଭର ର ଚିତ୍କାର ବଢୁଥାଏ କିନ୍ତୁ ଅଟୋ ଗଡୁ ନଥାଏ।
ଆଉ ସମ୍ଭାଳି ନ ପାରି ପାଟି ଖୋଲି ପଚାରିଲି, ଭାଇ
ତୁମେ ଜୀବକି ନାଇଁ କହିଲ। କିନ୍ତୁ ଉତ୍ତର ରେ ଯାହା ପାଇଲି ମୋ ପାଟି ଚୁପ। ସେ ଭଦ୍ରବ୍ୟକ୍ତି କହିଲେ , ଭାଇ 100 ଟଙ୍କା ଦେଇ ଭଡା କରିଦିଅନ୍ତୁ ପଳେଇବା, ନହଲେ 5 ଜଣ ହେଲେ ଯିବି। ମୁଁ ଭାବିଲି ମାନେ "ମାଉଁସ ହେଲେ ହିଁ ଭାତ ଖାଇବି" ନ୍ୟାୟ। ମାଉଁସ ନାହିଁ ତ ଭାତ ବି ଖାଇବିନି।
ମୁଁ ମନେ ମନେ ଭାବିଲି ମହରଗରୁ ଆସି କାନ୍ତାରରେ ପଡିବା କଥା। 2 ଜଣକୁ ଅପେକ୍ଷା କରୁ କରୁ ଯଦି ଥିବା 3 ଜଣ ପଳେଇ ଯାଆନ୍ତି ତେବେ ଇଏ ପାଇବ କଣ ? କିନ୍ତୁ ଦେଖନ୍ତୁ ତାର କେଡେ ବିଚକ୍ଷଣ ବୁଦ୍ଧି, ଅଟୋ ଟି ଷ୍ଟାର୍ଟ କରି ବଜାର ର ଗୋଟିଏ କଡ଼ରୁ ଅନ୍ୟ କଡ଼ ଯାଏଁ 4 ଥର ବୁଲେଇ ସେମିତି ଡାକ ଛାଡୁଥାଏ, ଷ୍ଟେସନ ଷ୍ଟେସନ। ଦୂର ଦୂର ପର୍ଯ୍ୟନ୍ତ କୌଣସି ଯାତ୍ରୀ ଦେଖାଯାଉନଥାନ୍ତି। କିନ୍ତୁ ସେ ଡ୍ରାଇଭର ନିଜର ଚେଷ୍ଟା ଜାରି ରଖିଥାଏ। 3 , 4 ଥର ବଜାରରେ ବୁଲିବା ପରେ ଆଉ 2 ଜଣ ଯାତ୍ରୀ ଆସି ପହଁଚିଲେ ଓ ଅଟୋ ଶେଷରେ ଖଲ୍ଲିକୋଟ ଛାଡି କେଶପୁର ଅଭିମୁଖେ ଯାତ୍ରା ଆରମ୍ଭ କଲା। ଦୀର୍ଘ ନିଶ୍ଵାସ ଟେ ମାରି ସେ ଅଟୋ ଡ୍ରାଇଭର ର ବିଶ୍ୱାସ ଓ ଚେଷ୍ଟା କୁ ସତ ପ୍ରଣାମ ଜଣେଇଲି। ସେ ମୋତେ କହିଲା , ଭାଇ ଜୀବନରେ ଏମିତି ଅନେକ ସମୟ ଆସେ ଯୋଉଠି ମଣିଷ ବିବ୍ରତ ହୋଇ କିଛି ଭୁଲ ପଦକ୍ଷେପ ନେଇଯାଏ, ଆଉ ଯୋଉଥି ପାଇଁ ତାକୁ ପଛରେ ପଶ୍ଚାତାପ କରିବାକୁ ପଡେ। ତେଣୁ ସମସ୍ୟା ତ ଆସିବ, କାରଣ ଜୀବନର ଅନ୍ୟନାମ ହିଁ ସମସ୍ୟା, କିନ୍ତୁ ସମସ୍ୟାରେ ବିବ୍ରତ ହେବା ବୁଦ୍ଧି ମାନର କାମ ନୁହଁ।
ମୁଁ କେଶପୁର ଷ୍ଟେସନରେ ପହଁଚିଲା ବେଳକୁ 1st ଡି ଏମ ଷ୍ଟେସନ ଛାଡି ଦେଇଥିଲା ସତ, କିନ୍ତୁ ସେ ଅଟୋ ଡ୍ରାଇଭର ଗୋଟେ ଶିକ୍ଷା ଦେଲା; ଯେ ଉଚିତ ସମୟର ଅପେକ୍ଷା ଓ ପ୍ରଥମେ ନିଜ କଥା ଭାବିବା ଉଚିତ। ଏଦୁନିଆ ରେ "ଆପେ ଞ୍ଚିଲେ ବାପ ର ନା " ନୀତି ଆପଣେଇବା ଉଚିତ। ଯେତେ କଷ୍ଟ ଓ ସମସ୍ୟାର ପାହାଡ଼ ଆମ ସମ୍ମୁଖରେ ଠିଆ ହେଲେ ମଧ୍ୟ ଆମକୁ ଆମର ଚେଷ୍ଟା ଅବ୍ୟାହତ ରଖିବା ଉଚିତ।
ଏଥର କୁହନ୍ତୁ ତ ସେ ଅଟୋ ଡ୍ରାଇଭର ମାଉଁସ ଭାତ ହିଁ ଖାଇଲା। ହଁ ଏଥିପାଇଁ କିଛି ସମୟ ତାକୁ ଭୋକରେ ହେଉ ପଛେ କର୍ତ୍ତବ୍ୟ କରିବାକୁ ପଡିଲା। କିନ୍ତୁ ଶେଷରେ ସେ ତାର ଲକ୍ଷ ହାସଲ କରିବାରେ ସଫଳ ହେଲା।
ଉପକ୍ଷାନ ଟି ତ ପଢିଲେ, ଏଥର ବିଚାର କରନ୍ତୁ, ଠିକ କଣ ଓ ଭୁଲ କଣ ?