MISHRA HRUSIKESH

Tragedy

3  

MISHRA HRUSIKESH

Tragedy

ଗର୍ଭଗୃହ

ଗର୍ଭଗୃହ

3 mins
572



     ପୃଥିବୀର ସମୁଦାୟ ଜନତା , ସଚରାଚର ପ୍ରାଣୀ ଜଗତ ଯେଉଁ ପଥର ପଥିକ ସାଜି, ଅନେକ ଅଦୃଶ୍ୟ ଆଶା ଆକାଂକ୍ଷାକୁ ଅଳଙ୍କାର କରି ଉପୁଜିଥିବା ପରିସ୍ଥିତିର ଦାସ ଭଳି ବାଧ୍ୟତାମୂଳକ ଭାବରେ ଧାବମାନ ହୋଇ ଯାହାର ମୁଖଶାଳାରେ ଦଣ୍ଡାୟମାନ, ତାହା ଯେ ମୃତ୍ୟୁର ଗର୍ଭଗୃହ ସେଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଆଜି ଏ ପୃଥିବୀରେ ଦେଖାଦେଇଥିବା ମହାମାରୀ ତ କେବଳ ସେହି ପଥର ପଥିକ ସଜେଇବା ପାଇଁ ନିଷ୍ଠୁର କାଳର ଏକ ଚକ୍ରାନ୍ତ ମାତ୍ର। ଉନ୍ମୁକ୍ତ ନେତ୍ରରେ ଦେଖିଲେ ଯେଉଁ ଦୁନିଆର ଲୋକମାନେ ଦୃଷ୍ଟିପଥାରୁଢ଼ ହୁଅନ୍ତି, ଯେଉଁ ମାନେ ଅହୋରାତ୍ର ଅଣାୟତ୍ତ , ଅଦୃଶ୍ୟ ଶତ୍ରୁକୁ ପରାଜିତ କରିବା ପାଇଁ ସତ ଚେଷ୍ଟିତ, କିନ୍ତୁ ଅନ୍ତରାଳରେ ମାଡିଆସୁଥିବା ଭୟଙ୍କର ଝଡର ସାମାନ୍ୟ ସୂଚନା ପାଇଁ କେହିବି ତତ୍ପର ନୁହନ୍ତି ବା ଅଜ୍ଞ ତାହା ନିଶ୍ଚିତ ଭାବିବାର ବିଷୟ। 

 ମୁଁ କୌଣସି ବିଶିଷ୍ଟ ଲେଖକ, ଗାଳ୍ପିକ, ରାଜନୀତିଜ୍ଞ ବା ଅର୍ଥନୀତିଜ୍ଞ ନୁହଁ। କିନ୍ତୁ କେଜାଣି କାହିଁକି ଆଜି ମନରେ ଗୋଟେ ଅଜଣା ଭୟ ବସାବନ୍ଧି ବେଳକୁ ବେଳ ବଢ଼ିବାରେ ଲାଗିଛି। ନିରୋଳାରେ ବସି ନିଜ ଚାରିପାଖକୁ ଆଖି ବୁଲେଇ ଆଣିଲେ ମନର ମାନସ ପଟରେ ଶୂନ୍ୟ ଓ ନିଷ୍ଠୁର ମରୁଭୂମିର ଦାରୁଣ ଚିତ୍ର ପ୍ରତିଫଳିତ ହେଉଛି। ଠିକ ସେହି ସମୟରେ ଏଭଳି ଲାଗୁଛି ଯେମିତି ନିଜ ପାଦ ତଳୁ ମାଟି ଖସି ଖସି ଯାଉଛି। ଅନାହାର, ଲୁଟରାଜ, ଚୋରି , ଡକାୟତି ଅତ୍ୟାଚାର ର ଶିକାର ହୋଇ ଆର୍ତ୍ତନାଦ କରୁଥିବା କର୍କଶ ହୃଦୟାବିଦାରକ ଦୃଶ୍ୟ ଆଖି ଆଗରେ ନାଚି ଉଠୁଛି। ନାହିଁ ନାହିଁ ର ଦୁନିଆ ଭିତରେ ହଁ ର ସନ୍ଧାନ ଦିବା ସ୍ୱପ୍ନ ପରି ଲାଗୁଛି। ଶସ୍ୟଶ୍ୟାମଳା ମୋ ଧରଣୀ ଆଜି ନିସହାୟ ହୋଇ ପଡିରହଛି। ନେତ୍ରରୁ ତାହାର ଅବିରତ ଝରୁଛି ଉଷ୍ମ ଲୁହର ସାଗର। ସତେ ଯେମିତି ସେହି ଉତ୍ତପ୍ତ ଅଶ୍ରୁ ବିରାଟ ବନ୍ୟାର ଆଗମନ ସୂଚନା ପ୍ରଦାୟକ ସାଜି ଅଟ୍ଟହାସ୍ୟ କରୁଛି।

  କୋରନାର କଷାଘାତର କୋକୁଆ ଭୟ ସାରା ବିଶ୍ୱରେ ବୃଦ୍ଧି ପାଇ ଚାଲିଛି। ସେଠି ଆମ ଦେଶ ବା ବାଦ ପଡ଼ନ୍ତା କିପରି। ଅନ୍ଧ ରାଜନୀତିରେ ବଳିୟାନ ତଥା ବିଶିଷ୍ଟ ବିଶିଷ୍ଟ ବ୍ୟକ୍ତି ମାନଙ୍କର ଚିନ୍ତା ବେଳକୁ ବେଳ ବଢ଼ିବାରେ ଲାଗିଛି। ବନଅଗ୍ନି ଭଳି କାୟା ବିସ୍ତାର କରି ଚାଲିଛି କରୋନା। ବିଶାଳ ବାହୁ ପ୍ରସାରିତ କରି ମୃତ୍ୟୁର ଗର୍ଭଗୃହ ଆଡକୁ ଆଡେଇ ନେଇ ଯାଉଛି ମାନବ ସଭ୍ୟତାକୁ। ନିରାଶା ଭିତରେ ଭି ଆଶା ସଂଚାର କରି ମଣିଷ ଆଉ କେତେଟା ଦିନ ବଞ୍ଚିବି ବୋଲି ଘର ବାହୁଡା ହେବା ଆରମ୍ଭ କଲେଣି। ଦିନେ ନିଜ ଜନ୍ମ ମାଟିକୁ ଛାଡି ଅର୍ଥ ଲାଳସାରେ ହେଉ ଅବା ପରିବାର ପ୍ରତିପୋଷଣ ପାଇଁ ହେଉ ବିଦେଶ ଯାଇଥିବା ଲୋକ ଗୁଡା ଆଜି ଅନାଥ ଭଳି ନିଜ ଗାଁ ମାଟିକୁ ଫେରିବା ପାଇଁ ଡହଳ ବିକଳ ହେଉଥିବାର କରୁଣ ଦୃଶ୍ୟ ପ୍ରତ୍ୟେକ ଖବର କାଗଜ ତଥା ଦୂରଦର୍ଶନ ପ୍ରକାଶିତ। "ପଲ୍ଲୀରୁ ଦିଲ୍ଲୀ" ସନ୍ଦର୍ଭ ଟି ପରିବର୍ତିତ ହୋଇ ଭିନ୍ନ ଅର୍ଥ ପ୍ରକାଶ କରିବା ଆରମ୍ଭ କଲାଣି। ଦିଲ୍ଲୀ ରୁ ପଲ୍ଲୀ , ଆଜି ମୂଳ ମନ୍ତ୍ର। 

  ହେଲେ ଭୟ ତ ସେଇଠି। ଯେଉଁ ଯୁଦ୍ଧ ପାଇଁ ଆଜି ମାନବ ଜାତି ନିଜକୁ ସଜାଗ କରାଉଛି , ପ୍ରକୃତ ଯୁଦ୍ଧ ର ଅୟମାରମ୍ଭ ତ ସେଇଠୁ ହେବ। ସ୍ବଦେଶକୁ ଫେରି ପରିବାର ସହ ଶୁଖୁର କେଇଟା ମୁହୁର୍ତ୍ତ ବିତାଇବାର ସ୍ୱପ୍ନ ଦେଖୁଥିବା ନିରୀହ ମଣିଷ ଗୁଡା ନିଜର ଦୂରଦୃଷ୍ଟି ର ଅଭାବରୁ ହେଉ ଅବା ବିବେକ ହୀନତା ଯୋଗୁଁ ହେଉ ଆସନ୍ନ ବିପଦକୁ ଦେଖିପାରୁନାହାନ୍ତି। କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର , ସମସ୍ତେ ଏ ଦୁର୍ବଳ ମୁହୂର୍ତ୍ତରେ ସ୍ବଗୃହ ପ୍ରତ୍ୟବର୍ତନରେ ସହାୟକ ହୋଇ ନିଜର ଗାରିମା ବୃଦ୍ଧି କରିବା ପାଇଁ ସତ ଚେଷ୍ଟିତ। ହେଲେ ରାତି ପରେ ଦିନ ଭଳି , ସମସ୍ୟା ଦୂର ହେଇଯିବ, ବିଚିତ୍ର ପ୍ରାଣୀ ମନୁଷ୍ୟ ଏ ବିପଦକୁ ଆୟତ୍ତ କରିବ। ହେ ଲେ ତା ପରେ ! ତା ପରେ କଣ ହେବ ? ପୁଣି ଥରେ ଫେରି ଆସିଥିବା ଲୋକ ଗୁଡା ନିଜର ତଥା ନିଜ ପରିବାରର ପେଟ ପାଟଣା ପାଇଁ ଦୂର ରାଇଜକୁ ଯିବାକୁ ସାହସ କରିବେ କି ? ଯଦି ହଁ ତେବେ ଆଜିର ଏ ଧଡ଼ପଗଡ଼ କଣ ପାଇଁ ? ଯଦି ନାଁ ତେବେ ତ ଅନର୍ଥ, ଖାଇବେ କଣ ? ରୋଜଗାର କଣ ? ପରିବାର ପୋଷିବାର ଉପାୟ କଣ ? 

 ଆମ ରାଜ୍ୟ କଥା ଚିନ୍ତାକଲେ , ଏ ଭୟ ବହୁଗୁଣିତ ହେଇ ଯାଉଛି। ନା ଚାକିରୀ ଥିବ, ନା ବେପାର। ଭୋକିଲା ଛୁଆର ବିକଳ କ୍ରନ୍ଦନ ମା'ର ହୃଦୟକୁ ବାରମ୍ବାର କ୍ଷତାକ୍ତ କରି ଚାଲିବ। ଆହାର ଦି ମୁଠା ନ ଦେଇପାରି ବିଚାରୀ ଲୁହ ବଦଳରେ ରକ୍ତ କାନ୍ଦୁଥିବ। ଘର ର ମୁରବି ହିସାବରେ କୌଣସି ଉପାୟ ନ ପାଇ ବାପ ବିଚରା ଟା ଆତ୍ମହତ୍ୟା ବି କରିପାରେ। ସମାଜର ଯୁବକ ମାନେ ରୋଜଗାର ନ ପାଇ କୁପଥ ର ପଥିକ ସାଜି ସମାଜକୁ ଆହୁରି ଧ୍ବଂସ ଆଡ଼କୁ ନେଇ ଯିବେ । ସେତେବଳ ର ଅବସ୍ଥା ତଥାକଥିତ ଏ ମହାମାରୀ ଠାରୁ କଣ ଭୟଙ୍କର ହେବନି । ଯେଉଁ ଶୁଦ୍ଧ ସୁବର୍ଣ୍ଣ ଜମିରେ ସୁନାର ଫସଲ କରି ଚାଷୀ ପୁଅ ଆନନ୍ଦରେ ଶ୍ରାବଣ ମାସରେ ଆକାଶରୁ ଆସୁଥିବା ବହୁମୂଲ୍ୟ ମୋତି ବିନ୍ଦୁ ସହ ବିଭୋର ହୋଇ ନାଚୁଥିଲା। ଆଜି ଆଖିରୁ ଲୋତକ ଧାର ବୋହି ଚାଲିଛି। ଜମି ମାଫିଆଙ୍କ କେଳେଙ୍କାରୀ ର ଶିକାର ହୋଇଛନ୍ତି ସେମାନେ। 

  ଏ ସବୁ କଥାକୁ ବିଚାରକୁ ନେଲେ ଆମେ ନିଶ୍ଚିତ ମୃତ୍ୟୁର ଅନ୍ଧକାରର ଗର୍ଭଗୃହାଭିମୁଖୀ ସେଥିରେ ତିଳେ ହେଁ ସନ୍ଦେହ ନାହିଁ।

  ଅତଏବ ହେ ମୋର ବିଜ୍ଞ ବିଦ୍ୱାନ ମଣ୍ଡଳୀ ଏହାକୁ ଏକ କାହାଣୀ ଭାବରେ ଗ୍ରହଣ ନ କରି , ଏକ ଆସନ୍ନ ବିପଦର ଲୁକ୍କାୟିତ ଆଭା ତଥା ଏକ ଚିରନ୍ତନ ସତ୍ୟ ଭାବରେ ବିଚାରକୁ ନେଇ ସତର୍କ ହେବେ ଓ ସାଧାରଣ ଜନତା ତଥା ସମାଜ ବଡ଼ପଣ୍ଡା ମାନଙ୍କୁ ସତର୍କ କରାଇବେ ବୋଲି ମୋର ଆଶା ଓ ବିଶ୍ୱାସ



Rate this content
Log in

Similar oriya story from Tragedy