suchismita Panda

Inspirational

3  

suchismita Panda

Inspirational

ମୁଁ ବଂଚିବି

ମୁଁ ବଂଚିବି

2 mins
606


     ବି.କମ ଶେଷ ବର୍ଷର ମେଧାବୀ ଛାତ୍ରୀ ସ୍ବାତୀ । ମାଆ ସରସ୍ବତୀଙ୍କ ଆର୍ଶିବାଦ ଘେନି ସତେ ଯେମିତି ସେ ଓହ୍ଲାଇ ଆସିଛି ଏଇ ଭୂମଣ୍ଡଳକୁ । କଣ୍ଠ ତାର ଯେତେ ମନ ମୁଗ୍ଧକର ରୂପ ତା ଠୁ ଢେର ଆର୍କଷଣୀୟ । ଜୀବନର ଚଲାପଥରେ ସେ ଆରମ୍ଭରୁ ସଭିଙ୍କ ହୃଦୟରେ ସ୍ବତନ୍ତ୍ର ଘର ସୃଷ୍ଟି କରିବାରେ ସଫଳ ହୋଇପାରିଛି । ଛୋଟ ଦିନୁ ଗୀତ ତାର ଜୀବନ ଅନ୍ୟ ଏକ ହୃଦୟ ତୁଲ୍ୟ ତା ସହ ତାଳ ଦେଇ ଧାବମାନ ହୋଇଆସୁଛି ।

              ସବୁଥର ପରି ସେଥର ମଧ୍ୟ ସେ ବିଶ୍ବବିଦ୍ୟାଳୟ ତରଫରୁ ଭୁବନେଶ୍ବର ଯାଇଥାଏ ଗୀତ ପ୍ରତିଯୋଗିତାର ଜଣେ ପ୍ରାର୍ଥୀ ହୋଇ । ସମସ୍ତେ ତ ସୁନିଶ୍ଚିତ ଯେ ସ୍ବାତୀ ହିଁ ପ୍ରଥମ ହେବ । ସ୍ବାତୀ ନିଜେ ମଧ୍ୟ ନିଜ ଭିତରେ ଦୃଢ ଯେ ସେ ବିଜୟୀ ହିଁ ହେବ । 

        ପ୍ରତିଯୋଗିତାର ଫଳ ଠିକ୍ ପୂର୍ବ ନିର୍ଦ୍ଧାରିତ କଳ୍ପନାନୁଯାୟୀ ହୋଇଥାଏ । ସ୍ବାତୀ ଗର୍ବ ଓ ଗୌରବର ସହ ନିଜେ ପୁରସ୍କୃତ ହେବା ସହ ନିଜ ବିଶ୍ବବିଦ୍ୟାଳୟ ତଥା ଗାଁ ମାଟିକୁ ଗୌରବାନ୍ବିତ କରେ । ହେଲେ କିଛି ବିପଦ ଖୁସିର ପରଦା ତଳେ ଲୁଚିରହିଥିବା ପରି ହଠାତ୍ ଦୌଡି ଆସେ ସ୍ବାତୀର ଆଗକୁ । ଭୁବନେଶ୍ଵରରୁ ନିଜ ପୁରସ୍କାର ଧରି ଫେରୁଥିବା ସମୟରେ କିଛି ଅଭଦ୍ର ଟୋକାଙ୍କ ଅସଦ ଆଚାରଣର ଶୀକାର ହୋବାକୁ ପଡେ । ପ୍ରତିବାଦ ଭିତରେ ଧସ୍ତା ଧସ୍ତି ହୋଇ ନିଜ ଅଜାଣତରେ ଖସି ପଡେ ଟ୍ରେନ୍ ଉପରୁ । 

       ଟ୍ରେନ୍ ଗଡିଚାଲେ ଆଗକୁ । ହେଲେ ସ୍ବାତୀ ସେମିତି ହିଁ ପଡିଥାଏ କଡରେ ଲହୁ ଲୁହାଣ ହୋଇ । ମୁଣ୍ଡରେ ଆଘାତ ଲାଗିଥିବାରୁ ତାର ଚେତା ନଥାଏ । ଆଗାମୀ ଷ୍ଟେସନରେ ଗାଡି ରହିବାପରେ ସ୍ବାତୀ ସହ ଆସିଥିବା ଶିକ୍ଷୟତ୍ରୀ ରେଳ ପୋଲିସଙ୍କୁ ଖବର ଦେଇ ସ୍ବାତୀ ପାଖକୁ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସ୍ବାତୀକୁ ଡାକ୍ତରଖାନା ପହଞ୍ଚ ସାରିଥାଏ । 

        ମୁଣ୍ଡରେ ଗଭୀର ଆହାତ ଲାଗିବା ସହ ମେରୁଦଣ୍ଡର ପାଖ ଶିରା ଦୁଇ ହାଡ ଭିତରେ ଦବିଯିବାରୁ ସ୍ବାତୀର ଅବସ୍ଥାରେ ଭୟ ବେଶୀ ଥାଏ । କିଛି ଅସ୍ତ୍ରୋପଚାର ପରେ ସ୍ବାତୀର ଚେତା ଫେରେ ହେଲେ ତାକୁ ସବୁଦିନ ପାଇଁ ପଙ୍ଗୁତ୍ବକୁ ଆପଣେଇ ନେବାକୁ ପଡେ । ଚକା ଲଗା ଚୌକି ତାର ଗୋଡ ହୋଇ ତା ସାଥେ ସାଥେ ରହେ ।

         ସମସ୍ତେ ସ୍ବାତୀର ଏଇ ଅବସ୍ଥା ଦେଖି ବହୁତ ମାତ୍ରରେ ଦୁଃଖ ପ୍ରକାଶ କରନ୍ତି । ସ୍ବାତୀକୁ ଲୁଚାଇ ସମସ୍ତେ ତା ପାଇଁ କାନ୍ଦିପଡନ୍ତି । ହେଲେ ସ୍ବାତୀ ଏତେ ସତ୍ତ୍ବେ ମଧ୍ୟ ହସି ହସି ନିଜକୁ , ନିଜ ପରିବାର ଏବଂ ତା ପାଇଁ ଦୁଃଖିତ ଥିବା ସଭିଙ୍କୁ ପ୍ରେରଣା ଦେଇ କହୁଥାଏ ତଥାପି ମୁଁ ବଂଚିଛି ମାନେ କିଛି ଗୋଟେ ବିରାଟ ଉଦ୍ଦେଶ୍ୟ ମୋ ବଂଚିବା ଭିତରେ ଲୁଚିରହିଛି । ହୁଏତ ମୋ ବଂଚିବା ମୋ ହସିବା ମୋ ପରି ଅନ୍ୟ କେତେ କେତେ ଲୋକଙ୍କୁ ପ୍ରେରିତ କରି ପାରେ। ମୁଁ ହାରିବି ନାହିଁ । ଏଇ ପଙ୍ଗୁତ୍ବରେ ଦୁଃଖିତ ବୋଇ ମୋ ବହୁମୂଲ୍ଯ ଜୀବନ ଅବଶିଷ୍ଟାଶଂକୁ ମାରିଦେବି ନାହିଁ । ଏଇ ପଙ୍ଗୁତ୍ବରେ ମଧ୍ୟ ବଢିବି । ଯେମିତି ଆଜି ନିଜ ତଥା ସଭିଙ୍କ ପାଇଁ ଗର୍ବ ଆଣିଛି ମୁଁ ଚିରଦିନ ସେମିତି ଗର୍ବ ଆଣିବି । ମୁଁ ପଙ୍ଗୁତ୍ବକୁ ଶକ୍ତି କରି ଜୀବନକୁ ପୂର୍ବ ପରି ଉପଭୋଗ କରି ବଂଚିବି । 


Rate this content
Log in

Similar oriya story from Inspirational