Pradipta Sundar Rath

Inspirational

3  

Pradipta Sundar Rath

Inspirational

ମୁ ବି ଦିନେ ବହୁତବଡ ପିଅନ ହେବି-7

ମୁ ବି ଦିନେ ବହୁତବଡ ପିଅନ ହେବି-7

3 mins
202



[ହଁ ଆମେ କେଉଁଠି ଛାଡିଥିଲେ କାହାଣୀ କୁ ?

ବିନୟ ନିଜ ଗାଁର ପରିସ୍ଥିତି କୁ ଦେଇଥିଲା ସୁଧାରି ପ୍ରଳୟଙ୍କାରୀ ବାତ୍ୟା ପରେ ।କିନ୍ତୁ ସେ ବାତ୍ୟାରେ ଚାଲିଯାଇଥିଲା ତା ବାପାଙ୍କର ଜୀବନ ଭାସିଯାଇଥିଲା ତାର IIT ଯିବାର ସ୍ବପ୍ନ ]


 ବିନୟ ନିଜ ଗାଁକୁ ସାହାଯ୍ୟ କରିବା ଭିତରେ ନିଜ ଗାଁ ପାଖ କଲେଜରେ ନିଜର ଗ୍ରାଜୁଏସନ ଶେଷ କରିଦେଇଥିଲା । ବିନୟ ନିଜ ଗାଁର ପରିସ୍ଥିତି ସୁଧାରିବା ସମୟରେ ଗୋଟେ କଥାକୁ ନେଇ ବିରକ୍ତ ହେଇଯାଇଥିଲା ଦୁର୍ନୀତିଖୋର କେତେକ ଅଫିସରଙ୍କ ଖିଆଲି ମନବୃତ୍ତି ପାଇଁ ।ସେତେବେଳେ ଠୁ ସେ ଭାବିନେଇଥିଲା କିପରି ଭଲ ଭଲ ଅଫିସର ସବୁ ବନିବେ ।

  ଭାରତର ସବୁଠୁ ବଡ EXAM UPSC EXAM ଦେବା ପାଇଁ ସେ ଭାବିଲା ।ଏଥିପାଇଁ ସେ ଦିଲ୍ଲୀ ଯିବାକୁ ଭାବି ଦିଲ୍ଲୀ ଯାଇଥିଲା coaching preparation ପାଇଁ ।ହଁ ଏମିତି ତ ଦିନେ ଗାଁରୁ ଦୂରକୁ ଆସିଥିଲା ଗୋଟେ ସପ୍ନ ନେଇ.କିନ୍ତୁ ଭାଙ୍ଗିଗଲା ।ତଥାପି ଆଜି ପୁଣି ଗୋଟେ ସ୍ବପ୍ନ ଦେଖିଛି ,ଜାଣେନି ସତ ହେବ କି ନାହିଁ ।କିନ୍ତୁ ତଥାପି ସେ ହାରିନି ।ବୋଧହୁଏ ଗୋଟେ ସପନ ଭାଙ୍ଗିବାପରେ ବି ଯେ ନହାରି ଆଉ ଗୋଟେ ସପନ ଦେଖେ ତାକୁ ହିଁ ମଣିଷ କୁହାଯାଏ ।

  ଦିଲ୍ଲୀ ରେ ବିନୟ coaching ନେଉଥାଏ ,ଈତିହାସ ଓ ରାଜନୀତି ବିଜ୍ଞାନ ର ବିଭିନ୍ନ ବହି ପଢିବା ପାଇଁ ସେ ନିକଟସ୍ଥ ପାଠାଗାର (library )କୁ ଯାଉଥିଲା ପଢିବା ପାଇଁ ।ଏହି ପାଠାଗାର କୁ ଆସୁଥିଲା ସସ୍ମିତା ପଢିବା ପାଇଁ ।

  ସସ୍ମିତା ସେହି ଦିଲ୍ଲୀ ର ଗୋଟେ ଝିଅଟିଏ ଯେ ଜିଉଁଛି ଗୋଟେ ସପନ ନେଇ ଏକ ଭଲ ସାମ୍ବାଦିକ ବନିବ ,କରିବ ସ୍ବର ଉତ୍ତୋଳନ ଏକ ଦୁର୍ନୀତି ର ସେହି ବଡ ବଡ ଅଫିସରଙ୍କ ମୁଖା ଖୋଲିଦେବ ଅତି ସହଜରେ ସଭିଙ୍କ ସାମ୍ନାରେ  ।

 ସାମ୍ବାଦିକତା କୁ ବିନୟ ବହୁ ପସନ୍ଦ କରେ ବହୁ ସମ୍ମାନ କରେ ।କାହିଁକି ନା ସେ ଦେଖିଛି କିପରି ନିଜର ଜୀବନକୁ ବାଜି ଲଗାଇ ଲୋକଙ୍କୁ ସାହାଯ୍ଯ କରୁଥିଲେ ସାମ୍ବାଦିକମାନଙ୍କୁ ସେହି ପ୍ରଳୟଙ୍କାରୀ ବାତ୍ୟା ସମୟରେ ।

 ଏମିତି ସାଥି ହୋଇ ପଢିବା ଯିବା ଆସିବା ଭିତରେ ଦୋସ୍ତି ହେଇଯାଇଥିଲା ବିନୟ ସସ୍ମିତା ଭିତରେ ।

  ମନେରଖୁ ମନେରଖୁ ଈତିହାସର କାହାଣୀ ସବୁ ସ୍ମୃତି ଜଣାପଡିନଥିଲା ସେମାନଙ୍କୁ ସେମାନଙ୍କ ବନ୍ଧୁତା ,ବନ୍ଧୁତା ଠୁ ଟିକେ ଆଗକୁ ଯାଇ ବନିଯାଇଛି ଗୋଟେ ଛୋଟ ସ୍ମୃତି ।ଦେଶର ସମ୍ବିଧାନ ନିୟମ କାନୁନ କୁ ମନେରଖୁ ମନେରଖୁ ଜଣାପଡିନଥିଲା ସେମାନଙ୍କୁ ମନେରଖିଦେଇଥିଲେ ଜଣେ ଆଉ ଜଣର ପସନ୍ଦ ନାପସନ୍ଦ ସବୁ ।

 ବିଜ୍ଞାନର ନୂତନ ଗବେଷଣା ପରି ସେମାନଙ୍କ ବନ୍ଧୁତା କରୁଥିଲା ଗବେଷଣା ଗୋଟେ ନୂତନ ସଂପର୍କ ଗଢିବାକୁ ।

  

 ବିନୟ କହିଲା -ଦେଖନା ସସ୍ମିତା ତୁମେ ସାମ୍ବାଦିକ ମାନେ ନିଜର trp ପାଇଁ କିଛି ବି କରିପାର ତୁମେ ଛୋଟ ଛୋଟ ଖବରକୁ ବଡ କରି ବଡ ବଡ ଖବରକୁ ଛୋଟ କରି ଜନତାକୁ ଠକୁଥାଅ ନିତି ସସ୍ମିତା ବି କହିଲା କାହିଁ ତୁମେ ଅଫିସର ଗୁଡାକ କୋଉ ଭଲ କି ଆରେ ନେତା ମାନେ ଯେତେ ସବୁ ଦୁର୍ନୀତି କରୁଛନ୍ତି ସବୁ ତୁମରି ପାଇଁ ନହେଲେ ଏତେ ବୁଦ୍ଧି ସେମାନଙ୍କ ପାଖେ ଆସିବ କାହିଁ ।ବିନୟ ବି ଛାଡିନଥିଲା ତା ସ୍ବପ୍ନ କୁ ତାକୁ ଚିଡାଇଥିଲା ବହୁତ  ସସ୍ମିତା ଆଉ କିଛି କହିନଥିଲା ରହିଯାଇଥିଲା ଅଭିମାନେ ନୀରବ ବାସ୍ ରାଗି କି କହିଦେଇଥିଲା -ହଉ ଠିକ୍ ଅଛି ତମ ସ୍ବପ୍ନ ଭଲ ମୋର ଖରାପ ଭଲ ହେଉ କି ଖରାପ ଛୋଟ ହେଉ କି ବଡ ମୋ ସ୍ବପ୍ନ ମୋର ।

 

  ବିନୟ ସସ୍ମିତା କୁ ବୁଝାଇବାକୁ ଯାଇ ହସି ହସି କହିଲା -ଆରେ ମଜାକ୍ କରୁଥିଲି ତୁମର ସ୍ବପ୍ନ ଛୋଟ ନୁହେଁ ନ୍ୟୁଜ୍ ଚ୍ୟାନେଲ କେବଳ ଦୁର୍ନୀତି ହେଉଛି ହେଉଛି ବୋଲି ,ଦେଶରେ ଗରିବ ଅଛନ୍ତି ବୋଲି ଆଲୋଚନା ନକରି କେମିତି ତାହାର ସମାଧାନ ହେଇପାରିବ ତାହାର ଚର୍ଚା କରି ନିଜର trp ମଧ୍ଯ ବଢାଇପାରେ ।

 ଏମିତି ବେଳେ ବେଳେ ଜଣେ ଆଉ ଜଣକ ସପନକୁ ନେଇ ଚିଡା ଚିଡି ହୁଅନ୍ତି ସେମାନେ ପୁଣି ଜଣେ ରାଗିଗଲେ ଆଉ ଜଣେ ତାକୁ ବୁଝାଇବାକୁ ଚେଷ୍ଟା କରେ । ଜଣେ ଆର ଜଣକୁ ତା ସ୍ବପ୍ନ କୁ ପୂରଣ କରିବା ପାଇଁ ପ୍ରେରଣା ଦେଉଥାଏ ।

 ବେଳେ ବେଳେ ତ ବିନୟ ଆଇଏସ୍ ଅଫିସର ଅଭିନୟ କରେ ତ ସସ୍ମିତା ଗୋଟେ ସାମ୍ବାଦିକ ଭଳି ତାର interview ନିଏ ବିଭିନ୍ନ ଓଲଟ ପାଲଟ ପ୍ରଶ୍ନ ପଚାରି ।


  ତା ଠୁ ଅଧିକ ତା ସ୍ବପ୍ନ ଉପରେ ସସ୍ମିତା ର ବିଶ୍ବାସ ଦେଖି ବିନୟ ନିଜକୁ ପଚାରୁଥିଲା ଯେପରି .ସତରେ କି ଈଏ ମୋ ସପନ ପରୀ

                         (କ୍ରମଶଃ ....)



Rate this content
Log in

Similar oriya story from Inspirational