Pradipta Sundar Rath

Inspirational

4  

Pradipta Sundar Rath

Inspirational

ମୁ ବଡ ହେଲେ ବହୁତ ବଡ ପିଅନ ହେବି (ଭାଗ -1)

ମୁ ବଡ ହେଲେ ବହୁତ ବଡ ପିଅନ ହେବି (ଭାଗ -1)

2 mins
357



"ବିନୟ ଆଜି କାହିଁକି ତାର ବାପାଙ୍କୁ ପଚାରିଲା .." କୁହନା ବାପା ପିଅନ ର କାମ କଣ ...କାହାକୁ କହନ୍ତି ପିଅନ ..(ବିନୟର ବାପା ଶ୍ୟାମ ବାବୁ ନିଜର ଗାଁ ଉଚ୍ଚ ବିଦ୍ୟାଳୟରେ ପିଅନ ଭାବେ କାର୍ଯ୍ୟରତ ) । ଶ୍ୟାମ ବାବୁ ବୁଝିପାରୁଥିଲେ ବିନୟ କାହିଁକି ଏମିତି ପଚାରୁଛି ...କାହିଁକି ନା ଆଜି ବି ତାର ମନ ଦୁଃଖ ସମସ୍ତେ ତାକୁ ସ୍କୁଲ ରେ ଥଟ୍ଟା କରି କୁହନ୍ତି ତୋ ବାପା ଗୋଟେ ପିଅନ ..।

  ବିନୟ ବାରମ୍ବାର ପଚାରୁଥିଲା -ହଁ ହଁ କୁହନା ବାପା ପିଅନ ର କାମ କଣ ...କାହାକୁ କହନ୍ତି ପିଅନ । ଟିକେ ହସି ଦେଇ ପୁଅକୁ କହିଲେ ଯେ ସଭିଙ୍କୁ ସବୁ କାମରେ ସାହାଯ୍ୟ କରନ୍ତି ..ଯାହାର ଯେଉଁ ଜିନିଷ ତା ପାଖରେ ଠିକ୍ ରେ ପହଞ୍ଚାଇ ଦିଅନ୍ତି ...ସେମାନଙ୍କୁ କୁହାଯାଏ ପିଅନ । ବିନୟ ପୁଣି ପଚାରିଲା -ଯେମିତିକି? ?? ଶ୍ୟାମ ବାବୁ କହିଲେ -ଯେମିତିକି ତୋ ବୋଉ ... ଠିକ୍ ସମୟରେ ଖାଇବା ଆଣି ଆମ ପାଖରେ ପହଞ୍ଚାଇବା ସହ ଆମକୁ ସାହାଯ୍ଯ କରୁଛି ସବୁ କାମରେ ...ଏଣୁ ସେ ହେଉଛି ଆମ ଘରର ପିଅନ । ଏତିକିବେଳେ ପୋଷ୍ଟ ପିଅନ ଆସି ପହଞ୍ଚିଲା କିଛି ଗୋଟେ ଅଫିସିଆଲ୍ ଲେଟର ଦେବାପାଇଁ ଶ୍ୟାମ ବାବୁଙ୍କୁ । ସେ ଗଲାପରେ ଶ୍ୟାମ ବାବୁ କହିଲେ ଯେମିତି କି ଏଇ ପୋଷ୍ଟ ପିଅନ ଅଙ୍କଲ ତୋର ମୋର ଲେଟର ଆଣି ମୋ ପାଖରେ ପହଞ୍ଚାଇଦେଲେ । ଯେମିତି ମୁ ସ୍କୁଲ୍ ରେ ତୁମର ଶିକ୍ଷକମାନଙ୍କୁ ସାହାଯ୍ଯ କରୁଛି ।

  ବିନୟ କଣ ବୁଝିଲା କେଜାଣି କହିଲା ତାହାହେଲେ ବାପା ତମେ ଦେଖିବ ମୁ ଦିନେ ଗୋଟେ ବହୁତ ବଡ ପିଅନ ହେବି ...। ତୁମେ ତ କେବଳ ସ୍କୁଲ୍ ଶିକ୍ଷକ ମାନଙ୍କୁ ସାହାଯ୍ୟ କରୁଛ...ବୋଉ ତ କେବଳ ଆମ ଘରେ ଆମ ମାନଙ୍କୁ ସାହାଯ୍ୟ କରୁଛି ...କିନ୍ତୁ ତୁମେ ଦେଖିବ ବାପା ମୁ ଭଲ ପଢିବି ବହୁତ ପାଠ ପଢିବି...ଯେମିତିକି ମୁ ଆମ ଗାଁର ନା ନା କେବଳ ଆମ ଗାଁର ଆମ ଜିଲ୍ଲା ର ସବୁ ଲୋକଙ୍କୁ ସାହାଯ୍ଯ କରିବି । ପୋଷ୍ଟପିଅନ ଅଙ୍କଲ ତ କେବଳ ଚିଠି ପହଞ୍ଚାଇ ଦେଉଛନ୍ତି କିନ୍ତୁ ମୁଁ ଲୋକଙ୍କ ପାଖରେ ତାଙ୍କର ଆବଶ୍ଯକତା ର ସବୁକିଛି ଶିକ୍ଷା ସ୍ବାସ୍ଥ୍ୟ ରୋଜଗାର ଉନ୍ନତି ସବୁକିଛି ପହଞ୍ଚାଇଦେବି ।

ଏତିକିବେଳେ ସୁବ୍ରତ(ବିନୟର ସାଙ୍ଗ ) ଡାକିବାରୁ ସେ ଖେଳିବାକୁ ଚାଲିଗଲା ...କିନ୍ତୁ ଗଲାବେଳେ ବହୁତ ଖୁସିରେ ଜୋର୍ ରେ କହି କହି ଯାଉଥିଲା -"ଦେଖିବ ବାପା ମୁଁ ଦିନେ ବହୁତ ବଡ ପିଅନ ହେବି ...ସମସ୍ତଙ୍କୁ ସବୁଥିରେ ସାହାଯ୍ୟ କରିବି ... ..(କ୍ରମଶଃ ...)


Rate this content
Log in

Similar oriya story from Inspirational